spot_img
Home Blog Page 2145

ଲାଲକୃଷ୍ଣ ଆଡଭାନିଙ୍କୁ ଭାରତ ରତ୍ନ,ସୋସିଆଲ ମିଡିଆରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ  । ନିଜେ ଟ୍ବିଟ କରି ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପିଏମ ମୋଦି ଲେଖିଛନ୍ତ ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ମିଳିବାକୁ ଯାଉଛି  । ଆଡଭାନୀଙ୍କୁ ଏ ସୁସମ୍ବାଦ ଦେବା ସହ ମୁଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛି  ।

ଆମ ସମୟର ସବୁଠାରୁ ସମ୍ମାନିତ ରାଜନେତାଙ୍କ ମଧ୍ୟରୁ ସେ ଜଣେ  । ଭାରତର ବିକାଶରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ  । ତୃଣମୂଳ ସ୍ତରରୁ କାମ କରିବା ଠୁ ନେଇ ଉପପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଦେଶର ସେବାରେ ତାଙ୍କ ଜୀବନ ବିତିଛି  । ଏହା ସର୍ବଦା ଅତୁଳନୀୟ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

୪ ବର୍ଷ ପରେ ଟେଷ୍ଟରେ ରେକର୍ଡ କଲେ ଭାରତୀୟ ବ୍ୟାଟସମ୍ୟାନ

ବିଶାଖାପାଟନମ: ରେକର୍ଡ କଲେ ଯଶସ୍ୱୀ ଜୟସ୍ବାଲ। ଟେଷ୍ଟ କ୍ରିକେଟରେ ପ୍ରଥମ ଡବଲ୍ ଶତକ କରିଛନ୍ତି ଜୟସ୍ବାଲ। ଗୋଟିଏ ପଟେ ଇଂଲିଶ ବୋଲରମାନେ ବାକି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ପାଭିଲିଅନ ଫେରାଇବାରେ ସଫଳ ହୋଇଥିବା ବେଳେ ଅନ୍ୟ ପଟେ ଯଶସ୍ବୀ ପଥର ପରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ସେ ଏକୁଟିଆ  ଇଂଲଣ୍ଡର ପ୍ରତ୍ୟେକ ବୋଲରଙ୍କୁ ସାମନା କରି ଦ୍ୱିଶତକ ହାସଲ କରିଥିଲେ  । ଟେଷ୍ଟରେ ଦ୍ୱିଶତକ ହାସଲ କରିଥିବା ୨୨ ବର୍ଷୀୟ ଜୟସ୍ବାଲ ହେଉଛନ୍ତି ତୃତୀୟ କନିଷ୍ଠ ଭାରତୀୟ।

ଦ୍ୱିଶତକ ହାସଲ କରି ଜୟସ୍ବାଲ ଭାରତୀୟ କ୍ରିକେଟ୍ ରେ ୪ ବର୍ଷର ମରୁଡ଼ି ଶେଷ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାଇଜାଗ ଟେଷ୍ଟର ପ୍ରଥମ ଇନିଂସରେ ଜୟସ୍ବାଲ  ଦ୍ୱିଶତକ ହାସଲ କରିଥିଲେ। ସେ ୨୯୦ ବଲ୍‌ର ସମ୍ମୁଖୀନ ହୋଇ ୭ ଛକା ଏବଂ ୧୯ଟି ଚୌକା ସହାୟତାରେ ୨୦୯ ରନ୍ ସ୍କୋର କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଡବଲ ଶତାବ୍ଦୀ, ଯାହାକି କ୍ରିକେଟର ଦୀର୍ଘତମ ଫର୍ମାଟରେ ମଧ୍ୟ ତାଙ୍କର ସବୁଠାରୁ ବଡ ସ୍କୋର  । ଏହାପୂର୍ବରୁ ଟେଷ୍ଟରେ ତାଙ୍କର ଶ୍ରେଷ୍ଠ ସ୍କୋର ୧୭୧ ରନ୍ ଥିଲା।

ବାସ୍ତବରେ, କୌଣସି ବ୍ୟାଟ୍ସମ୍ୟାନ୍ ୪ ବର୍ଷ ଧରି ଟେଷ୍ଟରେ ଦ୍ୱିଶତକ ହାସଲ କରିବାକୁ ସକ୍ଷମ ହୋଇନଥିଲେ | ଶେଷ ଥର ପାଇଁ ମୟଙ୍କ ଅଗ୍ରୱାଲ ୨୦୧୯ ରେ ଏକ ଦ୍ୱିଶତକ ହାସଲ କରିଥିଲେ। ଏହି ମରୁଡ଼ିର ସମାପ୍ତି ପରେ ଜୟସ୍ବାଲ ବିନୋଦ କାମ୍ବଲି ଏବଂ ସୁନୀଲ ଗାଭାସ୍କରଙ୍କ ପରେ ତୃତୀୟ କନିଷ୍ଠ ଭାରତୀୟ ହୋଇଛନ୍ତି।

ଫୋନରେ ଏଇ ଗୋଟିଏ ଜିନିଷ ଥିଲେ ଏୟାରପୋର୍ଟରେ ଏଣ୍ଟ୍ରି ସହଜ

ନନ୍ଦିଘୋଷ ବ୍ୟୁରୋ: ଏଣିକି ବିମାନ ଯାତ୍ରା ହେବ ସହଜ  । ଚେକ ଇନ ବୋଡିଂର ଲମ୍ବା ଲାଇନରୁ ମିଳିବ ମୁକ୍ତି  । ଯଦି ଆପଣଙ୍କ ପାଖରେ ଡିଜି ଯାତ୍ରା ଅଛି ଆଉ କରିବାକୁ ପଡିବନି କାଗଜପତ୍ର ଯାଞ୍ଚ  । ବିମାନ ବନ୍ଦରରେ କେବଳ ଚେହେରା ସ୍କାନ କରି ଆପଣ ଟର୍ମିନାଲରେ ପ୍ରବେଶ କରିପାରିବେ  । ନା ବୋଡିଂ ପାସ୍‌ ନା ଆଧାର କାର୍ଡ କିଛି ଆଉ ଦେଖାଇବାକୁ ପଡିବନି  । ଏୟାରପୋର୍ଟରେ ଏଣ୍ଟ୍ରି, ସିକ୍ୟୁରିଟି ଚେକ୍‌, ବୋଡିଂ ଆଉ ଲଗେଜ୍‌ ଡ୍ରପ୍‌ ସବୁଠି କେବଳ ଆପଣ ଚେହେରା ସ୍କାନ କରି ପ୍ରବେଶ କରିପାରିବେ  ।

 

ଡିଜି ଯାତ୍ରା ପାଇଁ କେବଳ ନାମ, ଇମେଲ ଆଇଡି, ମୋବାଇଲ ନମ୍ବର ଓ ପରିଚୟ ପତ୍ର ଆବଶ୍ୟକ ହେବ  । ପ୍ଲେ ଷ୍ଟୋର ବା IOS ରେ ଡିଜି ଯାତ୍ରା ଆପଲିକେସନ ଡାଉନଲୋଡ କରିବେ  । ଏହି ଆପ୍ଲିକେସନରେ ମୋବାଇଲ ନମ୍ବର ଓ OTP ଜରିଆରେ ରେଜିଷ୍ଟ୍ରେସନ କରିପାରିବେ  । ଏହାପରେ ଡିଜିଲକର୍ ବା ଅଫଲାଇନ ମୋଡ୍‌ରେ ନିଜ ପରିଚୟ ପତ୍ର ଅପଲୋଡ କରିପାରିବେ  । ନିଜର ଏକ ସେଲଫି ଅପଲୋଡ କରିବା ପରେ ଆପଣଙ୍କର ଡିଜି ଯାତ୍ରା ଆଇଡି ତିଆରି ହୋଇଯିବ  ।

 

india.gov.inରେ ଦିଆଯାଇଥିବା ସୂଚନା ମୁତାବକ ଟିକେଟ ବୁକ୍ କରିବା ସମୟରେ ଯାତ୍ରୀ ନିଜର ଡିଜି ଯାତ୍ରା ଆଇଡି ନମ୍ବର ଦେଇପାରିବେ  । ଡିଜି ଯାତ୍ରାରେ ରେଜିଷ୍ଟେସନ ପରେ ଯଦି ପ୍ରଥମ ଥର ବିମାନ ଯାତ୍ରା କରିବାକୁ ଯାଉଛନ୍ତି ତେବେ ବିମାନ ବନ୍ଦରରେ ଥିବା ଡିଜି ଯାତ୍ରା କିଓସ୍କରେ ଯାଇ ଭେରିଫିକେସନ କରିବାକୁ ହେବ  ।

 

ଯେଉଁ ବିମାନ ବନ୍ଦରରେ ଡିଜି ଯାତ୍ରା ସୁବିଧା ଆରମ୍ଭ ହୋଇଛି ସେହି ସବୁ ଏୟାରପୋର୍ଟରେ ପାସେଞ୍ଜରଙ୍କ ପାଇଁ ଅଲଗା ଗେଟ୍ ରହିଛି  । ଏହି ଗେଟ୍ରେ ଯାତ୍ରୀଙ୍କୁ ବୋଡିଂ ପାସ୍ ବା ଇ ଟିକେଟ ସ୍କାନ କରିବାକୁ ପଡିଥାଏ  । ଦେଶର ୧୩ଟି ବିମାନ ବନ୍ଦରରେ ଡିଜି ଯାତ୍ରା ସୁବିଧା ଉପଲବ୍ଧ ରହିଛି  । ଦିଲ୍ଲୀ, ବାରଣାସୀ, ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ, ବିଦୟୱାଡା, ମୁମ୍ବାଇ, କୋଚି, ଅହମ୍ମଦାବାଦ, ଲକ୍ଷ୍ନୌ, ଜୟପୁର, ଗୌହାଟୀ ଓ ଚେନ୍ନାଇ ଏୟାରପୋର୍ଟରେ ଡିଜି ଯାତ୍ରା ସୁବିଧା ରହିଛି  । ଏବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଦେଶର ଆଉ ୧୪ଟି ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ  ।

 

ଆସନ୍ତା ୫ରୁ ବିଧାନସଭା ଅଧିବେଶନ, ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ । ସନ୍ଧ୍ଯା ୭ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିବାକୁ ଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ । କ୍ଯାବିନେଟ ପରେ ପରେ ମନ୍ତ୍ରି ପରିଷଦ ବୈଠକ ବସିବ ।

ବୈଠକରେ କାମଚଲା ବଜେଟକୁ ମଞ୍ଜୁରୀ ମିଳିବ । ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ।

ବିଲ ଭିତରକୁ ବସ ପଶି ୨ ମୃତ, ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ

0

କରଞ୍ଜିିଆ: ୨୨୦ ନମ୍ବର ଜାତୀୟ ରାଜପଥ ତାଟ ନିକଟରେ ଦୁର୍ଘଟଣା। ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଲା ବରଯାତ୍ରୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର ଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କରଞ୍ଜିିଆ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଯାଜପୁରକୁ ଏକ ବରଯାତ୍ରୀ ଦଳ ଫେରୁଥିବା ବେଳେ ତାଟ ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବସ। ବସରେ ୪୧ ଜଣ ବରଯାତ୍ରୀ ଥିଲେ। ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ତଦନ୍ତ କରୁଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

କଟକ ଚାନ୍ଦବାଲି ରାସ୍ତା ଜନିଆ ଛକ ନିକଟରେ ବସ ଓ ବାଇକ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଲା ବସ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ବସଟି କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି।

ବିବାହ ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟି ହେଲା କାର, ୪ ମୃତ

ଆଠଗଡ଼: ତିଗିରିଆ ଥାନା ବିନ୍ଧାଣୀମା ରାସ୍ତାରେ ଦୁର୍ଘଟଣା। ବିବାହ ଭୋଜି ଖାଇ ଫେରୁଥିବା ବେଳେ ଘର କାନ୍ଥରେ ପିଟି ହେଲା କାର। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୪ ଜଣ ସାଙ୍ଗ ଖଜୁରୀପଦାରୁ ଭୋଜି ଖାଇ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭିଜିଲା ଆଭ୍ୟନ୍ତରୀଣ ଓଡିଶା, କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା

ଭୁବନେଶ୍ବର: ଦୁଇ ଦିନ ଘାଣ୍ଟିବ ଘନ କୁହୁଡି। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ନେଇ ସତର୍କତା ଜାରି କରାଯାଇଛି। ଆଜି ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୪ ତାରିଖରେ ଘନ କୁହୁଡି ନେଇ ୬ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର।

ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ। ବାକି ଓଡ଼ିଶାର କିଛି ଜିଲ୍ଳାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟବାଷ୍ପରର ପରିମାଣ ଅଧିକ ରହୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଛି। ପାଣିପାଗ କେନ୍ଦ୍ରର ସତର୍କତା ପରେ ପୋଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି।

ଘନ କୁହୁଡି ସମୟରେ ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଆଜି ସକାଳ ସାଢେ ଆଠଟା ସୁଦ୍ଧା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ନଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ତୁଷାର ତାଣ୍ଡବ ପାଇଁ ବନ୍ଦ ସ୍କୁଲ କଲେଜ, ବାହ୍ୟ ଜଗତରୁ ବିଚ୍ଛିନ୍ନ ସିମଲା

ଶିମଲା: ସାରା ହିମାଚଳ ପ୍ରଦେଶରେ ବରଫ ତାଣ୍ଡବ। ରାଜ୍ଯର ଅଧିକାଂଶ ସ୍ଥାନରେ ଜାରି ରହିଛି ବରଫ ବର୍ଷା। ଆଜି ବି ଲାହୌଲ ସ୍ପିତି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ ଓ କଲେଜ। ସେହିପରି ରାଜଧାନୀ ହିମାଚଳ ପ୍ରଦେଶରେ ବି ଜାରି ରହିଛି ତୁଷାର ତାଣ୍ଡବ। ରାଜପଥ ସମେତ ବିଭିନ୍ନ ଅଞ୍ଚଳରେ ବରଫପାତ ଯୋଗୁଁ ସିମଳାର ଅଧିକାଂଶ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ତୁଷାରପାତ ଯୋଗୁ କୁଫ୍ରି, ମସୋବରା, ନରକଣ୍ଡାରେ ବି ଜନଜୀବନ ବାଧାପ୍ରାପ୍ତ ହୋଇଛି। ମନାଲି,ଗୁଲାବା, ସୋଲାଙ୍ଗ ଓ କୋଠି ଅଞ୍ଚଳରେ ଘରୁ ବାହାରିବା ମୁସ୍କିଲ ହୋଇଛି। କେତେକ ସ୍ଥାନରେ ୫୦ ସେଣ୍ଟିମିଟରର ବରଫ ଆସ୍ତରଣ ପଡିଥିବା ଦେଖାୟାଇଛି। ଗତ ବୁଧବାର ଠାରୁ ଲାହୌଲ ସ୍ପିତି, କିନ୍ନାଉର, କୁଲ୍ଲୁ, ସିମଳା, ସିରମାଉର, ସାମ୍ବା ଜିଲ୍ଲାରେ ବରଫପାତ ଜାରି ରହିଛି।

ଭାରତ ମହାସାଗରରେ ଦମ୍ ଦେଖାଇବା ବାହୁବଳୀ, ଆଜି କାର୍ଯ୍ୟକ୍ଷମ ହେବ INS ସନ୍ଧ୍ଯାକ

ବିଶାଖାପାଟଣା: ଆଜି କାର୍ଯ୍ୟକ୍ଷମ ହେବ ଆଇଏନଏସ ସନ୍ଧ୍ଯାକ । ବିଶାଖପାଟଣାସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉତ୍ସବରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର, ଭାଇସ ଆଡମିରାଲ ରାଜେଶ ପେନ୍ଧାରକର ଓ ନୌସେନା ଅଧିକାରୀ ଏହି ଉତ୍ସବରେ ସାମିଲ ହେବେ । ସେହିପରି ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସର ଅଫିସରମାନେ ବି ଏହି ଉତ୍ସବରେ ଯୋଗଦେବେ ।

କୋଲକାତାର ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମିତ ଆଇଏନଏସ ସନ୍ଧ୍ଯାକର ଲମ୍ବା 110 ମିଟର ହୋଇଥିବାବେଳେ ଓଜନ 3 ହଜାର 800 ଟନ । ଏହାର ଯନ୍ତ୍ରାଂସ ମଧ୍ୟରୁ 80 ପ୍ରତିଶତ ହେଉଛି ସ୍ବଦେଶୀ ନିର୍ମିତ । ଏଥିରେ ଦୁଇଟି ଡିଜେଲ ଇଞ୍ଜିନ ରହିଛି । ବିଗତ 2021 ଜୁନ 4ରେ ଡିକମିସନିଂ ହୋଇଥିବା ସନ୍ଧ୍ୟାକର ଏହା ନୂଆ ଭର୍ସନ । ଏହା ଘଣ୍ଟାକୁ 18 ନଟିକାଲ ମାଇଲ ବେଗରେ ଗତି କରିଥାଏ ଏବଂ କ୍ରମାଗତ 25 ଦିନ ଗତି କରିପାରିଥାଏ ।

ଭାରତୀୟ ମହାସାଗରରେ ଦବଦବା ଦେଖାଇବାକୁ ସକ୍ଷମ ଆଇଏନଏସ ସନ୍ଧ୍ୟାକ । ଗତ 2023 ଡିସେମ୍ବର 4ରେ ଆଇଏନଏସ ସନ୍ଧ୍ୟାକକୁ ଭାରତୀୟ ନୌସେନା ହାତରେ ଅର୍ପଣ କରାଯାଇଥିଲା ।

ଆଜିଠାରୁ ଭୁବନେଶ୍ବରରେ ଭାଷାବିତ୍‌ଙ୍କ ଭିଡ, ଦେଶ ବିଦେଶରୁ ଯୋଗ ଦେବେ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଉଛି ବିଶ୍ଵ ଓଡିଆ ଭାଷା ସମ୍ମିଳନୀ। ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ସମସ୍ତଙ୍କ ମତ ଆଧାରରେ ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ସରକାର। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ସେସନ୍।

ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ଅଧିବେଶନ ରହିଛି। ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି। ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିବା ପାଇଁ ସବୁ ପଂଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି। ଅକ୍ଷର ଭୂମିକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଅପିଲ୍ କରାଯାଇଛି। ଭାଷା ଆଧାରରେ ସ୍ଵତନ୍ତ୍ର ରାଜ୍ୟ ଗଠନ ହୋଇଛି ଓଡିଶା। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ସରକାରୀ ଭାଷା ଭାବେ ବ୍ୟବହାର କରାଯାଉଛି। ଓଡିଆ ଭାଷା କାହିଁକି ଉତ୍କୃଷ୍ଟ, କିପରି ଓଡିଆ ଭାଷା ସବୁଠୁ ସମୃଦ୍ଧ, ଏ ବାବଦରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ। ବରପୁତ୍ରଙ୍କ ନାମରେ ସମ୍ମିଳନୀ କକ୍ଷ, ସ୍ଵତନ୍ତ୍ର ପ୍ରଦର୍ଶନୀ, ବିଭିନ୍ନ ପ୍ରସଙ୍ଗରେ ବିଶେଷ ଆଲୋଚନା ହେବ ।