ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ୱର : ମହାଶିବରାତ୍ରି ଲାଗି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। କ୍ରାଉଡ଼ ମ୍ୟାନେଜମେଣ୍ଟକୁ ଗୁରୁତ୍ୱ ଦେଇଛି ବିଭାଗ । ୪ ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ସ୍ଥାନ ଜଗି ରହିବେ । ୫ଜଣ ଅତିରିକ୍ତ ଡିସିପି,୧୪ ଜଣ ଏସିପି, ୨୧ ଜଣ ଥାନାଧିକାରୀ, ୮୪ ଜଣ ଏସଆଇ ଓ ୯୩ ଜଣ ଏଏସଆଇ ଜଗିବେ ସାରା ସହର ।

ସେକ୍ସନ ଫୋର୍ସଙ୍କ ଉପରେ ରହିବ ଜାଗର ସୁରକ୍ଷା ଦାଇତ୍ୱ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଙ୍ଗ ବ୍ୟବସ୍ଥା ହୋଇଛି । ମନ୍ଦିର ପରିସର ନିକଟରେ ଓଡ୍ରାଫ,ଅଗ୍ନିଶମ ବିଭାଗର ଅଧିକାରି ମୁତୟନ ରହିବେ । ସିସିଟିଭି କ୍ୟାମେରା ଚାରିଆଡେ ମୁତୟନ କରାଯିବ। ସହରରେ ସାଧା ପୋଷାକରେ ପୋଲିସ ଅଧିକାରୀ ମୁତୟନ ରହିବେ। ଭକ୍ତଙ୍କ ପାଇଁ ପାଣି,ସେଡ ବ୍ୟବସ୍ଥା ହୋଇଛି,ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ସେବା ଯୋଗାଇବେ।