ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ସୋମବାର ଅନ୍ତିମ ଦିବସ । ଏହି ଅବସରରେ ଭୁବନେଶ୍ଵର ସ୍ଥିତ ସୋଆ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଭାଷା, ସାହିତ୍ୟ ସଂସ୍କୃତିକୁ ନେଇ ହୋଇଥିଲା ବିମର୍ଶ ଅଧିବେଶନ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଶିଷ୍ଟ ସାହିତ୍ୟିକ, ଲେଖକ ତଥା କଥାକାର ଡକ୍ଟର ବିଭୂତି ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସାହିତ୍ୟିକ ଡକ୍ଟର ବିଭୁତି ପଟ୍ଟନାୟକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ସହ ଉପଢୌକନ ଓ ମାନପତ୍ର ପ୍ରଧାନ କରାଯାଇଥିଲା। ଭାଷା, ସାହିତ୍ୟ ସଂସ୍କୃତିକୁ ନେଇ ବିମର୍ଶରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ, ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସମେତ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକ, ଗାଳ୍ପିକ, କଥାକାର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବୋଧିତ କରି ସାହିତ୍ୟର ମହତ୍ଵ ଉପରେ ଆଲୋକପାତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଲେ ସାହିତ୍ୟ ସମାଜର ଦର୍ପଣ। ସାମାଜିକ ବୈପ୍ଳବିକ ପରିବର୍ତ୍ତନରେ ରହିଛି ସାହିତ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା। ସମାଜରେ ଯାହା ବି ଅନ୍ୟାୟ, ଭୁଲ ଏବଂ ଅନୀତି ହେଉଛି ଏହାର ସ୍ଵର ଉତ୍ତୋଳନରେ ସାହିତ୍ୟ ସବୁବେଳେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଆସିଛି। ସାହିତ୍ୟ ଜରିଆରେ ସ୍ଵଚ୍ଛତା ଭାବେ ଏହାର ପ୍ରତିବାଦର ଦେଖିବାକୁ ମିଳିଥାଏ। ଇରାନ ବିପ୍ଲବ, ଫରାସୀ ବିପ୍ଲବ ଇତିହାସରେ ଏହାର ମୁକସାକ୍ଷୀ ହୋଇ ରହିଛି। ସମାଜରେ ଦଳିତ, ନିଷ୍ପେଷିତ, ମହିଳାଙ୍କ ଉପରେ ଅତ୍ୟାଚାରର ପ୍ରତିବାଦର ମଧ୍ୟ ଏହି ସାହିତ୍ୟ ଜରିଆରେ ହିଁ ଆସିଥାଏ। ସାହିତ୍ୟର ସମାଜ ସୁଧାରରେ ମୁଖ୍ୟ ଦାୟିତ୍ଵ ଗ୍ରହଣ କରିଛି। ଏହାଦ୍ବାରା ମହିଳା ସଶକ୍ତୀକରଣ, ନାରୀ ଶିକ୍ଷାରେ ପରିବର୍ତ୍ତନ ଆସିଛି।
ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି
ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିଛନ୍ତି । ଏ ଦିଗରେ କମିଶନ ଶୁନ୍ୟ ସହନଶିଳତା ନୀତି ଆପଣାଇବା ସହ ଗାଇଡଲାଇନର ଉଲଂଘନ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ସମୟରେ କୈଣସି ପ୍ରକାର ସ୍ଲୋଗାନ, କ୍ୟାମ୍ପେନ ରାଲି କିମ୍ବା ନିର୍ବାଚନୀ ସଭାରେ ଶିଶୁଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । ଏନେଇ ରାଜନୈତିକ ଦଳ, ନେତୃତ୍ବ ଓ ପ୍ରାର୍ଥୀମାନେ ସର୍ତକ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ପ୍ରାର୍ଥୀମାନେ କୋଳରେ କିମ୍ବା ନିଜ ଗାଡିରେ ପିଲାଙ୍କୁ ନେଇପାରିବେ ନାହିଁ । କୌଣସି ରାଜନୈତିକ କ୍ୟାମ୍ପେନରେ ଶିଶୁଙ୍କୁ ପ୍ରତିକ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଗତ ୨୦୧୪ ଅଗଷ୍ଠ ମାସରେ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟ ଆଧାରରେ ନାବାଳକ ଶିଶୁଙ୍କୁ ରାଜନୈତିକ କ୍ୟାମ୍ପେନରେ ବ୍ୟବହାର କରିବା ନେଇ ଏଭଳି କଟକଣା ଜାରି କରାଯାଇଛି । କମିଶନ ସବୁ ନିର୍ବାଚନ ଅଧିକାରୀଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣି ଅଫିସର ମାନେ ବ୍ୟକ୍ତିଗତ ଭାବେ ଏହି ଗାଇଡଲାଇର ଅନୁପାଳନକୁ ସୁନିଶ୍ଚିତ କରିବେ ।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ
ଢ଼େଙ୍କାନାଳ: ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ । ୧୧ କୋଟି ଟଙ୍କା ବ୍ୟୟରେ ୩ଟି ପଞ୍ଚାୟତରେ ଏସବୁ ସେତୁ ନିର୍ମାଣ ହେବ। ଏଥିପାଇଁ ଶିଳାନ୍ଯାସ କରାଯାଇଛି। ସେତୁ ନିର୍ମାଣ ଫଳରେ ଗମନାଗମନରେ ସୁବିଧା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।
ପ୍ରତିଶ୍ରୁତି ପୂରଣ କଲେ ରାଜ୍ୟ ସରକାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୩ଟି ପଞ୍ଚାୟତରେ ନିର୍ମାଣ ହେବ ୩ଟି ବିଜୁସେତୁ। ବାରୁଆ ପଞ୍ଚାୟତର ଧନେଇନାଳୀ ନାଳ, ଗଡ଼ ନୃସିଂହପ୍ରସାଦ ପଞ୍ଚାୟତର ମୁରୁଗା ନାଳ ଏବଂ ମହୁଲପାଳ ପଞ୍ଚାୟତର ରଙ୍ଗମାଟିଆ ନାଳ ଉପରେ ବିଜୁୃସେତୁ ନିର୍ମାଣ ହେବ । ଏଥିପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶିଳାନ୍ଯାସ କରିଛନ୍ତି । ୩ଟି ସେତୁ ପାଇଁ ୧୧ କୋଟି ଟଙ୍କା ବ୍ଯୟ ଅଟକଳ କରାଯାଇଛି ।
୧ ବର୍ଷ ମଧ୍ଯରେ ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ଯ ରଖାଯାଇଛି। ପୂର୍ବରୁ ସେତୁ ନଥିବାରୁ ଗମନାଗମନ ପାଇଁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଧିକାଂଶ ଚାଷୀଙ୍କ ଚାଷଜମି ନାଳ ଆରପଟେ ଥିବାରୁ ବର୍ଷାଦିନେ ନାଳରେ ପାଣି ଆସିଲେ ଜମିକୁ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା । ଏବେ ସମସ୍ଯା ସମାଧାନ ହେବାକୁ ଯାଉଛି । ସେତୁ ନିର୍ମାଣ ହେଲେ ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶ ବିକାଶ ହେବ। ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅଞ୍ଚଳବାସୀ କୃୃତଜ୍ଞତା ଓ ଧନ୍ଯବାଦ ଜଣାଇଛନ୍ତି ।
ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଭୁବନେଶ୍ବର: ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ଏହାପୂର୍ବରୁ ବିଜେଡିର ବିଧାୟକ ବୈଠକ ଅନୁଷ୍ଠିତ ହୋଇଛି । ସକାଳ ସାଢେ ୧୦ଟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସ୍ବଳ୍ପ ଓ ଗୁରୁତ୍ବପୂର୍ଣଣ ଅଧିବେଶନ ହୋଇଥିବାରୁ ଏଥିରେ ସମସ୍ତେ ଉପସ୍ଥିତ ରହିାକୁ ମୁଖ୍ଯମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଓଡ଼ିଶାର ବିକାଶ, ବିଶ୍ବ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗ ନେବା ଏବଂ ବିରୋଧୀଙ୍କ ପ୍ରଶ୍ନର ସଠିକ ଢଙ୍ଗରେ ମୁକାବିଲା କରାଯିବାକୁ ବୈଠକରେ ଆଲୋଚନା କରିଯାଇଛି ।

