spot_img
Home Blog Page 2141

ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆସନ୍ତାକାଲି ହେବ ସାଧାରଣ ନିର୍ବାଚନ ତାରିଖ ଘୋଷଣା। ସାଧାରଣ ନିର୍ବାଚନ ଲାଗି  ତାରିଖ ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ। କାଲି ଅପରାହ୍ନ ୩ଟାରେ ହେବ ନିର୍ବାଚନ ତାରିଖ ଘୋଷଣା। ପ୍ରେସମିଟ କରି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ପୋଲ୍ ପ୍ୟାନେଲ ମୁଖ୍ୟ ରାଜୀବ କୁମାର। ତାରିଖ ଘୋଷଣା ନେଇ ଏକ୍ସରେ  ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସାଧାରଣ ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ହୋଇପାରେ ତାରିଖ ଘୋଷଣା । ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ସିକ୍କିମ ହେବ ବିଧାନସଭା ନିର୍ବାଚନ। ଜାମ୍ମୁ କାଶ୍ମୀରରେ ନିର୍ବାଚନ ନେଇ ମଧ୍ୟ ହୋଇପାରେ ତାରିଖ ଘୋଷଣା। ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇପାରେ ଦେଶର ସାଧାରଣ ନିର୍ବାଚନ। ଚଳିତ ଥର ୭ରୁ ୮ ପର୍ଯ୍ୟାୟରେ ହୋଇପାରେ ସାଧାରଣ ନିର୍ବାଚନ।

ହୃଦଘାତରେ ଚାଲିଗଲେ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର : ହୃଦଘାତରେ ଚାଲିଗଲେ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ନିର୍ବାଚନ ଆୟୋଗଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ । ଆଜି ସକାଳେ ପାର୍କରେ ବ୍ୟାୟାମ କରୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଓ ନିର୍ଦ୍ଦେଶକ ସରୋଜ କୁମାର ସାମଲ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ପ୍ରଫୁଲ୍ଲଙ୍କ ପରଲୋକରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆଜିଠାରୁ ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ଲଢେଇ; ମଇଦାନରେ ୩ ରାଜନୈତିକ ଦଳର ପ୍ରାର୍ଥୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ଋଷ ରାଷ୍ଟ୍ରପତି ଲାଗି ନିର୍ବାଚନ। ଆସନ୍ତା ୧୭ ତାରିଖ ଯାଏ ଚାଲିବ ହାଇଭୋଲଟେଜ ଇଲେକ୍ସନ। ସମସ୍ତ ନାଗରିକ ନିର୍ବାଚନରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଥମ ଥର ଲାଗି ଦେଶରେ ଦିନିକିଆ ଭୋଟ ବଦଳରେ ହେବ ତିନିଦିନିଆ ଭୋଟ। ନିର୍ବାଚନ ପ୍ରକ୍ରିୟାର ତତ୍ତ୍ବାବଧାନରେ ରହିଛନ୍ତି ୨୯ଜଣ ନିର୍ବାଚନ କମିଶନ।

ଏହି ନିର୍ବାଚନ ୨୭ଟି ଋଷୀୟ ଅଞ୍ଚଳ ଓ କ୍ରିମିଆରେ ଅନୁଷ୍ଠିତ ହେବ। ବିଗତ ୨୦୧୪ରେ କ୍ରିମିଆକୁ ନିଜ ଅଧିକାରକୁ ନେଇଥିଲା ଋଷ। ଋଷ ଓ ଋଷ ଅଧିକୃତ ଅଞ୍ଚଳରେ ୧୧୨ ଦଶମିକ ୩ ନିୟୁତ ଭୋଟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ। ଗତ ୨୦୧୨ରୁ ବର୍ତ୍ତମାନ ଯାଏ ରାଷ୍ଟ୍ରପତି ଅଛନ୍ତି ପୁଟିନ। ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭ।

ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେରେ ଆଖିବୁଜା ଗୁଳିମାଡ଼, ୨ଜଣ ଆହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ଗୁଳିକାଣ୍ଡ। ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ହୋଇଛି। ଗୁଳି ମାଡରେ ଦୁଇ ଆହତ ହୋଇଛନ୍ତି। ଆହତ ଦୁଇ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ମୁଖା ପିନ୍ଧା ଯୁବକ ଆସି ଅତର୍କିତ କରିଥିଲେ ଗୁଳି ଚାଳନା। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଗୁଳିମାଡ ହୋଇଥିଲା। ଜଣଙ୍କ ଛାତିରେ ବାଜିଛି ଗୁଳି ଅନ୍ୟ ଜଣଙ୍କ ବେକରେ ବାଜିଛି ଗୁଳି। ଖବର ପାଇ ଆହତଙ୍କ ଘରଲୋକ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ଆଣିଛନ୍ତି। ପୋଲିସ ମେଡ଼ିକାଲକୁ ପହଞ୍ଚି ଆରମ୍ଭ କରିଛି ତଦନ୍ତ।

ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା, ମାଟିତଳୁ ମିଳିଲା ମୃତଦେହ

କୋରାପୁଟ : କୋରାପୁଟ ଜିଲ୍ଲା ନାରାୟଣ ପାଟଣା ଥାନା ତଳଗୁମାଣ୍ଡି ଗାଁରେ ଚାଞ୍ଚଲ୍ୟ। ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା । ହତ୍ୟା ପରେ ମାଟି ତଳେ ପୋତି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ହତ୍ଯାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କିଏ କାହିଁକି ତଳଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସିଙ୍ଗୁରୁ ତାଡିଙ୍ଗଙ୍କୁ ହତ୍ୟା କରିଛି, ଜଣାପଡ଼ିନାହିଁ । ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ

 

ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ୱର :  ଭୁବନେଶ୍ଵର ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ। ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର କରାଯାଇଛି ମୃତଦେହ । ମୃତ ମହିଳାଙ୍କ ପରିଚୟ ମିଳିଛି। ମୃତ ମହିଳାଙ୍କ ହେଲେ ତୃପ୍ତି ଦାସ। ତାଙ୍କର  ବୟସ ପାଖାପାଖି ୪୦ ବର୍ଷ ହେବ। ନୟାପଲ୍ଲୀ ଅଂଚଳରେ ତାଙ୍କର ଘର। ଜୟଦେବ ବିହାରର ଏକ ମନ୍ଦିରକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୃପ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଏକ ମିସିଂ ଏତଲା ହୋଇଥିଲା।

ତେବେ ମହିଳା ଜଣଙ୍କ ମାନସିକ ବିକାରଗସ୍ତ ଥିବା କହିଛନ୍ତି ପରିବାର ଲୋକେ।  ଗତକାଲି ରାତିରେ ପାଣିରେ ବୁଡିଥିବା ନେଇ ସନ୍ଦେହ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତରେ ପରିବାର ଲୋକେ ସହଯୋଗ କରୁଥିବା କହିଛି ପୋଲିସ।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାପ୍ରକଟ

ଭୁବନେଶ୍ଟର : ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାରେ ଗୁରୁତର ଆହତ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ରେଢାଖୋଲରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଚିନ୍ତିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କର ଆଶୁଆରୋଗ୍ୟ କାମନା କରିବାସହ ସୁସ୍ଥ ଓ ଦୀର୍ଘାୟୁ କାମନା କରୁଛି ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ଅଣାଯିବ ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମେଡିକାଲରେ ଚାଲିଛି ତାଙ୍କର ଚିକିତ୍ସା।

ଆଜିଠାରୁ ମାଟ୍ରିକ ଖାତା ଦେଖା ଆରମ୍ଭ

ଭୁବନେଶ୍ୱର : ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ରାଜ୍ୟର ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୫ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ। ୧୪ ଦିନ ଚାଲିବ ଏହି ଖାତା ଦେଖା। ଏଥର ୫ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।ଏଥିସହିତ ୩ ହଜାର ୩୭ ପରୀକ୍ଷାର୍ଥୀ ମଧ୍ଯମା ଓ ୭ ହଜାର ୮୩୧ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଛନ୍ତି। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଘର ଗୁଡିକ ଭିତରକୁ ପଶି ଖାଦ୍ୟ ଖାଇବା ସହ ଆତଙ୍କ ସୃଷ୍ଟି କରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ରହୁଥିଲେ । ଗ୍ରାମବାସୀ ଖବର ଦେବା ପରେ ଭାଲୁକୁ କାବୁ କରିଛି ବନ ବିଭାଗ ।

ଗାଁ ନିକଟରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନବିଭାଗ ଯନ୍ତା ବସେଇ ଭାଲୁ ଟିକୁ ଧରିଥିଲା । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିଦ୍ଦେଶରେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାର କାରୀ ଦଳ ଗାଁରୂ ଭାଲୁଟିକୁ ଧରିଥିଲେ । ଭାଲୁଟିକୁ ଦୂର ଜଙ୍ଗଲରେ ଛଡାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିଲା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା । ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ, ପଲିଟେକନିକ୍ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ ଅନୁଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ଛାତ୍ରଛାତ୍ରୀ ମୋଟ ୪୫ଟି ଦକ୍ଷତାରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ପ୍ରତିବର୍ଷ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା କରାଯାଉଛି। ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଯେଉଁ ଅନନ୍ୟ ଦକ୍ଷତା ରହିଛି ତାହା ପ୍ରଦର୍ଶନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ବଡ଼ ମାଧ୍ୟମ ସାଜିଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନେ ‘ଇଣ୍ଡିଆ ସ୍କିଲ୍ସ’  ଏବଂ ‘ୱାର୍ଲ୍ଡ ସ୍କିଲ୍ସ’ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ଦକ୍ଷତା ଦେଖାଇବା ଲାଗି ସୁଯୋଗ ପାଇପାରୁଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ‘ଓଡ଼ିଶା ସ୍କିଲ୍ସ’ର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ତାଲିମ ପ୍ରତିଷ୍ଠାନରୁ ଆସିଥିବା ୭୦୦ରୁ ଅଧିକ ପ୍ରତିଯୋଗୀ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ଭିତରୁ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିଲେ। ସେମାନଙ୍କୁ ନେଇ ମାର୍ଚ୍ଚ ୧୪, ଗୁରୁବାର ଦିନ ଫାଇନାଲ ରାଉଣ୍ଡ ପ୍ରତିଯୋଗିତା କରାଯାଇଥିଲା। ପ୍ରତି ବିଷୟରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ଦିନ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ପରଖିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସ୍ୱତନ୍ତ୍ର ବିଚାରକମାନେ ନିୟୋଜିତ ହୋଇଥିଲେ। ଏହା ସହିତ ‘ଇଣ୍ଡିଆ ସ୍କିଲ୍ସ’ ବିଶେଷଜ୍ଞମାନେ ମଧ୍ୟ ବିଭିନ୍ନ କେନ୍ଦ୍ରରେ ଉପସ୍ଥିତ ରହି ପ୍ରତିଯୋଗିତାର ଗୁଣାତ୍ମକ ଦିଗକୁ ସୁନିଶ୍ଚିତ କରିଥିଲେ। ଗୁରୁବାର ଦିନ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ସିଇଓ ରେଘୁ ଜି ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକଙ୍କ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ପ୍ରତିଯୋଗିତାର ପରିଚାଳନା ଅନୁଧ୍ୟାନ କରିଥିଲେ।

ଚଳିତବର୍ଷ ‘ଓଡ଼ିଶା ସ୍କିଲ୍ସ’ରେ କନଷ୍ଟ୍ରକ୍ସନ ଆଣ୍ଡ ବିଲ୍ଡିଂ ଟେକ୍ନୋଲୋଜି, କ୍ରିଏଟିଭ୍ ଆର୍ଟ୍ସ ଆଣ୍ଡ ଫ୍ୟାସନ, ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି, ମାନୁଫାକ୍ଚରିଂ ଆଣ୍ଡ ଇଞ୍ଜିନିୟରିଂ ଟେକ୍ନୋଲୋଜି, ସୋସିଆଲ ଆଣ୍ଡ ପର୍ସନାଲ ସର୍ଭିସେସ୍ ଏବଂ ଟ୍ରାନ୍ସପୋର୍ଟେସନ ଆଣ୍ଡ ଲଜିଷ୍ଟିକ୍ସ ଆଦି ୬ଟି କ୍ଷେତ୍ରକୁ ନେଇ ପ୍ରତିଯୋଗିତା ପରିକଳ୍ପନା କରାଯାଇଥିଲା। ଏହି ପ୍ରତିଯୋଗିତା ୮ଟି କେନ୍ଦ୍ରରେ ପରିଚାଳିତ ହୋଇଥିଲା। ଏଥି ମଧ୍ୟରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ୧୬ଟି ସ୍କିଲକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଭୁବନେଶ୍ୱରର ସି ଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ସିଟିଟିସି, ଏନଆଇଏଫଟି ସହିତ କଟକ ଖପୁରିଆସ୍ଥିତ ସରକାରୀ ଆଇଟିଆଇ ଏବଂ ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ବିଭିନ୍ନ ଦକ୍ଷତାକୁ ନେଇ ପ୍ରତିଯୋଗିତା ପରିଚାଳନା କରାଯାଇଥିଲା।