ସୁନ୍ଦରଗଡ଼: ରାସ୍ତା ପାର ହେଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା କାର । ସୁନ୍ଦରଗଡ଼ ସଦର ଥାନା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଯୁବକଙ୍କର ମୃତ୍ଯୁ ହୋଇଛି । ଯୁବକଙ୍କ ମୃତ୍ଯୁ ପରେ ଉତ୍ତ୍ଯକ୍ତ ଲୋକମାନେ କାରଟିକୁ ଜାଳିଦେଇଛନ୍ତି । ମୃତକ ମୁଣ୍ଡାପଡ଼ାର ଗୁରୁ ମୁଣ୍ଡା ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।
୨ଟି ସ୍ଥାନରେ ଠାବ ହେଲା ସେକ୍ସ ରାକେଟ୍
ନନ୍ଦିଘୋଷ ବ୍ୟୁରୋ: ନୀଳଗିରି ଥାନା ମର୍ଦ୍ଦରାଜପୁର ଅଞ୍ଚଳରେ ସେକ୍ସ ରାକେଟ ଠାବ କଲେ ଗ୍ରାମବାସୀ । ୨ ଯୁବତୀଙ୍କ ଉଦ୍ଧାର ସହ ଦୁଇ ଯୁବକ ଓ ଜଣେ ମହିଳାଙ୍କୁ ପୋଲିସର ଜିମା ଦେଲେ ଜନସାଧାରଣ । ଗାଁ ପାଖ ଏକ ଘରେ ଦେହ ବ୍ଯବସାୟ ଚାଲିଥିବାବେଳେ ଗାଁ ଲୋକ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛି । ଉଦ୍ଧାର ଯୁବତୀ ବାରିପଦା ଓ ଭୁବନେଶ୍ବର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୩ଟି ବାଇକ ଓ ଗୋଟିଏ କାର ଜବତ ହୋଇଛି ।
ବଲାଙ୍ଗୀର ଜିଲ୍ଲା ଖର୍ସେଲପଡାରେ ସେକ୍ସ ରକେଟ ଠାବ ହୋଇଛି । ଟାଉନ୍ ଥାନା ପୋଲିସ ରେଡ୍ କରି ୪ରୁ ୫ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଯୁବକଙ୍କୁ ଅଟକ ରଖିଛି । ଘରକୁ ଚାରିପଟୁ ଘେରି ସେକ୍ସ ରାକେଟ ଠାବ କରିଛି ପୋଲିସ । ଭଡ଼ାଘରେ ଦୀର୍ଘଦିନ ଧରି ଦେହବ୍ଯବସାୟ ଚାଲିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅନେକ ଆପତ୍ତିଜନକ ସାମଗ୍ରୀ ସହ ମଦ ଜବତ ହୋଇଛି ।
ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହେବ ଉତ୍ତର ପୁରୁଷ ନାଟକ ଉତ୍ସବ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହେବ ଉତ୍ତର ପୁରୁଷ ନାଟକ ଉତ୍ସବ।୩ ଦିନ ଧରି ରବୀନ୍ଦ୍ର ମଣ୍ଡପ ରେ ମଞ୍ଚସ୍ଥ ହେବ ନାଟକ। ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖ ଦିନ ବିଶ୍ୱଜିତ୍ ଦାସ ଙ୍କ ରଚିତ ନାଟକ ମୃଗୟା ମଞ୍ଚସ୍ଥ ହେବ। ସେହିଭଳି ମାର୍ଚ୍ଚ ୨୧ ତାରିଖ ରେ ଅଧ୍ୟାପକ ନାରାୟଣ ସାହୁ ଙ୍କ ରଚିତ ନାଟକ ଯାହା କହି ହୁଏନା ପରିବେଷଣ ହେବା ସହ ୨୨ ତାରିଖରେ ପରିବେଷିତ ହେବ ନାଟକ ସରଳାର ଚିଠି। ଏଥିସହ ଚଳିତବର୍ଷ ପ୍ରଥମ ଥର ପାଇଁ ଉତରପୁରୁଷ ପକ୍ଷରୁ ୪ ଟି ପୁରସ୍କାର ଓ ୩ ଜଣ ନାଟ୍ୟ ବ୍ୟକ୍ତିତ୍ଵ ଙ୍କୁ ସମ୍ବୋର୍ଦ୍ଧିତ କରାଯିବ।ଦର୍ଶକ ସଦସ୍ୟ ସମ୍ମାନ ରେ ସମ୍ମାନିତ ହେବେ ଶଶିପ୍ରଭା ଦାସ ।ସେହିଭଳି ଗୌରଶ୍ୟାମ ମହାପାତ୍ର ସମ୍ମାନ ରେ ସମ୍ମାନୀତ ହେବେ ପ୍ରଶାନ୍ତ କୁମାର ସ୍ବାଇଁ , ଉତ୍ତର ପୁରୁଷ ସମ୍ମାନ ରେ ସମ୍ମାନୀତ ହେବେ ରମେଶ ମହାନ୍ତି ଓ ଅସୀମ ବସୁ ସମ୍ମାନ ରେ ସମ୍ମାନୀତ ହେବେ ଧୀରେନ୍ଦ୍ର ନାଥ ମଲ୍ଲିକ । ନାଟକ ପ୍ରତି ଲୋକଙ୍କର ରୁଚି ବଢାଇବା ପାଇଁ ଉତ୍ତର ପୁରୁଷ ପକ୍ଷରୁ ଦର୍ଶକ ସମ୍ମାନ ପ୍ରଦାନ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।
ମାନବ ବିକାଶ ସୂଚକାଙ୍କରେ ଭାରତ ତଳଆଡ଼ୁ ୧୩୪ ତମ ସ୍ଥାନରେ..
ଭୁବନେଶ୍ବର: ଲୋକଙ୍କ ଆର୍ଥିକ ବିକାଶ ହେଉଛି। ଦେଶ ପ୍ରଗତି କରୁଛି। ତଥାପି ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ତଳକୁ ଖସୁଛି ଭାରତ। ଯୁଏନ୍ଡିପି ରିପୋର୍ଟ ଅନୁଯାୟୀ ୧୯୩ ଦେଶ ଭିତରେ ଭାରତର ସ୍ଥାନ ୧୩୪ ତମ ସ୍ଥାନରେ। ଏପରିକି ଶ୍ରୀଲଙ୍କା, ବାଂଲାଦେଶ ଓ ଭୁଟାନ ଭଳି ଛୋଟ ଦେଶଠାରୁ ବି ତଳେ ରହିଛି ଭାରତ । ସମୀକ୍ଷକଙ୍କ ମତ, ଲୋକଙ୍କ ଆବଶ୍ୟକତା ଦେଖି ଯୋଜନା ହୋଇପାରୁନି କିମ୍ବା ସବୁ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିପାରୁନି।
ମାନବ ବିକାଶ ସୂଚକାଙ୍କରେ ଭାରତ ତଳଆଡ଼ୁ ୧୩୪ ତମ ସ୍ଥାନରେ। ୟୁଏନ୍ଡିପିରେ ପ୍ରକାଶ ପାଇଛି ଏ ରିପୋର୍ଟ। ଏପରିକି ବାଂଲାଦେଶ, ଶ୍ରୀଲଙ୍କା ଭୁଟାନ ଭଳି ଦେଶଠାରୁ ତଳେ ରହିଛି ଭାରତ। ରିପୋର୍ଟ କହୁଛି, ଦେଶରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଢ଼ିଛି । ଜୀବନଧାରଣ ମାନରେ ଉନ୍ନତି ଆସିଛି ।
ସୁଦୃଢ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଗୁଁ ଲୋକଙ୍କ ଆୟୁ ବୃଦ୍ଧି ପାଇପାରିଛି। ସ୍କୁଲ ଡ୍ରପ୍ ଆଉଟ ହାର କମୁଛି, ହେଲେ ଲୋକଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ସେତେଟା ଉପଲବ୍ଧି ହୋଇପାରିନି। ତେବେ କାହିଁକି ଓ କଣ ପାଇଁ ଦେଶର ଏ ସ୍ଥିତି ?। ବିଶେଷଜ୍ଞଙ୍କ ମତ ଶ୍ରୀଲଙ୍କା ଓ ବାଂଲାଦେଶକୁ ଭାରତ ସହିତ ତୁଳନା କରିବା ଠିକ୍ ହେବନି । ଭାରତର ଜନସଂଖ୍ୟା ୧୪୦ କୋଟି ଥିବାବେଳେ ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶର ଜନସଂଖ୍ୟା ଭାରତର ଗୋଟିଏ ଲେଖାଏଁ ରାଜ୍ୟର ଜନସଂଖ୍ୟା ସହିତ ସମାନ । ଦେଶର ଲୋକଙ୍କ ଆବଶ୍ୟକତାକୁ ଦେଖି ଯଦି ଯୋଜନା ପ୍ରଣୟନ ହେଉନି କିମ୍ବା ସବୁ ଯୋଜନା ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚିପାରୁନି ତାହେଲେ ମାନବ ବିକାଶ ଗତି ମନ୍ଥର ହେବ ।
ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ି ଚାଲିଛି। ଏଥିପାଇଁ ୟୁଏନ୍ଡିପି ତାର ରିପୋର୍ଟରେ ଏହି ତାରତମ୍ୟକୁ ହ୍ରାସ କରିବା ପାଇଁ ପରାମର୍ଶ ଦେଇଛି ।ଶିକ୍ଷା, ସ୍ବାସ୍ଥ୍ୟ, ମୁଣ୍ଡ ପିଛା ଆୟ ପରି ୩ଟି ମାନଦଣ୍ଡକୁ ଅନୁଧ୍ୟାନ କରାଯାଇଛି । ଏ କ୍ଷେତ୍ରରେ ରାଜ୍ୟ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । କିନ୍ତୁ କେନ୍ଦ୍ର ସରକାର ଯେତିକି ଫୋକସ୍ କରିବା କଥା ସେପରି କରିପାରିନାହାନ୍ତି । ୟୁଏନ୍ଡିପି ରିପୋର୍ଟ ସରକାରଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟକୁ ଆଧାର କରି ଜାତିସଂଘକୁ ରିପୋର୍ଟ କରିଥାନ୍ତି।
ମାନବ ବିକାଶ ସୂଚକାଙ୍କ ଉପରକୁ ଉଠିବାକୁ ହେଲେ ଭାରତକୁ ଆହୁରି ଅଧିକ ପଥ ଅତିକ୍ରମ କରିବାକୁ ପଡ଼ିବ। ଏତେବଡ଼ ଗଣତନ୍ତ୍ରରେ ବିବିଧତା ଭିତରେ ସମସ୍ତଙ୍କ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଅଲଗା। ସେସବୁକୁ ଅନୁଧ୍ୟାନ କରି ନୀତି ନିର୍ଦ୍ଧାରଣ କଲେ ମାନବ ବିକାଶ ସୂଚକାଙ୍କରେ ଦେଶ ଆହୁରି ଉନ୍ନୀତ ହୋଇପାରିବ।
ବରକୁ ଉଠାଇ ନେଲା ପୋଲିସ
ସୁନ୍ଦରଗଡ଼: ବାଜା ବାଜୁଥିଲା, ବରଯାତ୍ରୀ ନାଚୁଥିଲେ । କନ୍ୟାଘର ପାଖେଇ ଆସୁଥିଲା । ମାତ୍ର ବରଯାତ୍ରୀ ଖୁସିରେ ନାଚୁଥିବାବେଳେ ବରକୁ ଉଠାଇ ନେଇଥିଲା ପୋଲି । ଜଣେ ମହିଳାଙ୍କ ସହ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ଯାଉଥିବାବେଳେ ବରକୁ ଉଠାଇ ଆଣିଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ପୋଲିସ ବରକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି । ବର ଜଣକ ହେଲେ ବିଷ୍ଣୁ ପିଙ୍ଗର । ତାଙ୍କ ଘର ଗୋବିନ୍ଦପୁର ଥାନା ବାଡ଼ା ଖୋଖୋପଡ଼ା ଗାଁରେ । ସଞ୍ଜୁ ନାମକ ଜଣେ ମହିଳାଙ୍କ ସହ ସେ ସମ୍ପର୍କ ରଖିଥିବାବେଳେ ଦୀର୍ଘଦିନ ହେବ ତାଙ୍କ ଘରକୁ ଯିବାକୁ ଆସିବା କରୁଥିଲେ। ଏପରିକି ସେମାନଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । କିନ୍ତୁ ଏବେ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବାବେଳେ ସଞ୍ଜୁ ବିଷ୍ଣୁଙ୍କ ନାମରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବିଷ୍ଣୁଙ୍କୁ ଉଠାଇ ଆଣିଥିବା କୁହାଯାଇଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

