spot_img
Home Blog Page 2126

MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: MKCG ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଡିନଙ୍କ ଦ୍ୱାରା ଗଠିତ ୪ଜଣିଆ କମିଟି ଏହାର ତଦନ୍ତ କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ଅନୁସାରେ ପୋଲିସ ମଧ୍ଯ ତଦନ୍ତ କରୁଛି । ଯାହା ରିପୋର୍ଟ ଆସିବ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି DMET ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ । ରିପୋର୍ଟ ଆସିଲେ ସରକାରଙ୍କୁ ଜଣାଯିବ । ଯେହେତୁ ରାଗିଂ ଅପରାଧଶ୍ରେଣୀର ସେହି ଆଧାରରେ ତଦନ୍ତ ହେଉଛି । ରାଗିଙ୍ଗ ନ ହେବା ନେଇ କଲେଜରେ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ । ଆସନ୍ତାକାଲି ଏହି ରାଙ୍କିଂ ପ୍ରକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ । ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ – HMIS ବେଞ୍ଚମାର୍କ ଅନୁସାରେ ରୋଗୀ ସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ ଅକ୍ୟୁପାନ୍ସି, ସର୍ଜରୀ ସୁବିଧା, ଗୁଣବତ୍ତା ପରି ୩୨ ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ରାଙ୍କିଂ ତିଆରି ହୋଇଛି । ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ପ୍ରକାଶ ପାଇବ ରାଙ୍କିଂ । ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର । ଆସନ୍ତାକାଲି ଲୋକସେବା ଭବନରେ ଆୟୋଜିତ ହେବାକୁ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କୋଭିଡ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ୍ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ଟି ପୁରସ୍କାର ଦିଆଯିଵ । ଏହା ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡିବ ଲକ୍ଷ୍ମୀ, ୧୪ ଜିଲ୍ଲା ଯୋଜନାରେ ସାମିଲ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍‌ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ଜିଲ୍ଲା ଯୋଡି ହେଇଥିଲା । ଆଜି ଆଉ ୫ଟି ଜିଲ୍ଲା ଯଥା ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଲକ୍ଷ୍ମୀ ଯୋଜନାରେ ସାମିଲ ହେଲା । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ଲକ୍ଷ୍ମୀ ଯୋଜନାରେ ସାମିଲ ହୋଇଛନ୍ତି ।

ଆଜିର ଶୁଭାରମ୍ଭ ପରେ ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ୍‌ ଚାଲିଲା। ଏହା ଦ୍ୱାରା ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ବଲାଙ୍ଗୀରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଚାଲିଲା ଏବଂ ୧୬.୫୦ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ବରଗଡର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଲା ଏବଂ ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେଲେ । ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ ଚାଲିଲା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେଲେ । ମୟୁରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଚାଲିଲା ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ। ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ଚାଲିଲା ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେଲେ ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ସେ ପୁଣି କହିଥିଲେ ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଏହି ଯୋଜନାରେ ନିକଟରେ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଛି। ଏଥିରେ ମା’ମାନଙ୍କ ପାଇଁ ବସ୍‌ ଟିକେଟ ମୂଲ୍ୟ ଅଧା କରାଯାଇଛି। ଲକ୍ଷ୍ମୀ ଯୋଜନା ଆମ ଜୀବନକୁ ସହଜ କରିଛି ବୋଲି ସେ କହିଥିଲେ।ଗାଁର ରୂପାନ୍ତର ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି ବୋଲି କହି ଏକ ନୂଆ ଓଡିଶା ଗଢିବା ପାଇଁ, ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣି ନିଷ୍ପତ୍ତିକ୍ରମେ ଏହି ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ କରାଗଲା । ଗ୍ରାମାଞ୍ଚଳ ଲୋକମାନେ ସୁବିଧାରେ ଏବଂ କମ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌ କୁ ବ୍ୟବହାର କରିପାରିବେ।

ବଲାଙ୍ଗୀର ଠାରେ ଉପସ୍ଥିତ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସୁନ୍ଦରଗଡରେ ଉପସ୍ଥିତ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜଠାରେ ଉପସ୍ଥିତ ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ପ୍ରମୁଖ କହିଥିଲେ ଯେ ସମୟ ଥିଲା ସମାଜରେ ମା’ମାନେ ଅବହେଳିତ ଅବସ୍ଥାରେ ଥିଲେ। ଆଜି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବାଗ୍ରେ ରଖିଛନ୍ତି। ଗ୍ରାମାଞ୍ଚଳ ପରିବାରର ଆର୍ଥିକ ସ୍ଥିତିକୁ ଅନୁଧ୍ୟାନ କରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହି ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଭଲ ସଡକ ନିର୍ମାଣ ହୋଇଛି। ଲକ୍ଷ୍ମୀ ବସ୍‌ ଦ୍ୱାରା ଗ୍ରାମାଞ୍ଚଳବାସୀଙ୍କର ଯାହା ଅଭାବ ଥିଲା ତାହା ପୂରଣ ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଗାଁର ଲୋକମାନେ ସହରର ସୁବିଧା ପାଉଛନ୍ତି। ଲକ୍ଷ୍ମୀ ଯୋଜନା ଗ୍ରାମାଞ୍ଚଳର ଜନଜୀବନକୁ ସୁଗମ କରିଛି। ଜାତୀୟ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଛନ୍ତି। ଓଡିଶାର ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା ବଢିଛି ବୋଲି ସେମାନେ ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ ବରଗଡବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଚଳିତ ମାସ ୨୦ ତାରିଖରେ ଆପଣମାନଙ୍କର ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ସେହିପରି ମୟୁରଭଞ୍ଜ ଜିଲ୍ଲାବାସୀଙ୍କୁ କହିଥିଲେ ଯେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି ଏବଂ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ କରାଯିବ। ସୁନ୍ଦରଗଡ ଜିଲ୍ଲାର ବେଦବ୍ୟାସ ପୀଠର ରୂପାନ୍ତରଣ ସହିତ ବିଭିନ୍ନ ମନ୍ଦିର ଓ ଚର୍ଚ୍ଚର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ କହିଥିଲେ ଯେ ମା’ମାନେ ଅନୁରୋଧ କରିଥିଲେ ମଧୁବାବୁ ପେନସନ ବଢାଇବାକୁ । ଆପଣମାନଙ୍କ ଅନୁରୋଧ ରକ୍ଷାକରି ପ୍ରିୟ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ରାଶିକୁ ବଢାଇଛନ୍ତି। ଖୁବ ଶୀଘ୍ର ମିଶନଶକ୍ତି ମା’ମାନଙ୍କ ପାଇଁ ଅଧିକ ୫ ଲକ୍ଷ ଟଙ୍କାର ଲୋନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିବେ ବୋଲି ସେ କହିଥିଲେ। ଲକ୍ଷ୍ମୀ ବସ୍‌ ହେଉଛି ଓଡିଶାବାସୀଙ୍କ ସମ୍ପତ୍ତି। ଆପଣମାନଙ୍କ ସମ୍ପତ୍ତି। ଆପଣମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରନ୍ତୁ। ଲୋକଙ୍କୁ ଉପଯୁକ୍ତ ସମ୍ମାନ ଦେଇ ସେମାନଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଅତାବିରାରେ ବିଧାୟିକା  ସ୍ନେହାଙ୍ଗିନୀ ଛୁରିଆ, ବରଗଡରେ ବିଧାୟକ ଦେବେଶ ଆଚାର୍ଯ୍ୟ, ପାଟନାଗଡରେ ବିଧାୟକ ସରୋଜ ମେହେର, କେନ୍ଦୁଝରରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ବଲାଙ୍ଗିରରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଯୋଗେଶ କୁମାର ସିଂ ପ୍ରମୁଖ ମଧ୍ୟ ଲକ୍ଷ୍ମୀ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚ ପ୍ରଶଂସାକରିବା ସହିତ 5T ଅଧ୍ୟକ୍ଷଙ୍କ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଦେଇଥିଲେ। ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା ।

ପ୍ରେମ ସପ୍ତାହରେ ଜୀବନ ହାରିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର: ଚାଲିଛି ପ୍ରେମ ସପ୍ତାହ। ଖୁସିରେ ୭ ଦିନକୁ ପାଳୁଛନ୍ତି ପ୍ରେମୀ ଯୁଗୋଳ। ହେଲେ ପ୍ରେମ ସପ୍ତାହରେ ଆସିଛି ଦୁଃଖଦ ଖବର। ନବରଙ୍ଗପୁର ଜିଲ୍ଲା ବୁର୍ଜା ଗାଁରେ ପ୍ରେମୀ ଯୁଗଳ କରିଛନ୍ତି ଆତ୍ମହତ୍ୟା। ବେକରେ ରଶି ଲଗାଇ ଉଭୟେ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ସନାଧାର ଭତ୍ରା ହେଉଛନ୍ତି ଉମରକୋଟ ପୂଜାରିଗୁଡ଼ା ଗ୍ରାମର । ପ୍ରେମିକା ପ୍ରିୟଙ୍କା ଗଣ୍ଡ ହେଉଛନ୍ତି ନିକଟସ୍ଥ କୁର୍ସୀ ଗ୍ରାମର।

ବିବାହ ପାଇଁ ସାମାଜିକ ସ୍ବୀକୃତି ନମିଳିବାରୁ ଉଭୟେ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରତ୍ବ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅପରାହ୍ନରେ ବସିବ ବୈଠକ । ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଆସିପାରେ। ଏହସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର।

ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର।ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ ।

ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ, ଘରେ ପଶି ମରଣାସ୍ତ୍ର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସକୁ ଡକାୟତଙ୍କ ଚ୍ୟାଲେଞ୍ଜ। ରାତି ଅଧରେ ଘରେ ପଶି ଲୋକଙ୍କୁ ମରଣାସ୍ତ୍ର ଦେଖାଇ ଲୁଟି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଝରିଗାଁ ଥାନା ଭାଲୁ କନାରୀ ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ବ୍ୟବସାୟୀଙ୍କ ଘର ଗେଟ ତାଲା ଭାଙ୍ଗି ୧୪ ଲକ୍ଷ ଟଙ୍କା। ବ୍ୟବସାୟୀ ଅମୀୟ ଦାସ ଏକୁଟିଆ ଘରେ ଥିବା ବେଳେ ତାଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟିଛନ୍ତି ଡକାୟତ।

ପ୍ରଥମେ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ ଡକାୟତ। ଅମୀୟଙ୍କ ହାତ ବାନ୍ଧିଦେବା ସହ ବେକରେ ଖଣ୍ଡା ଲଗାଇ ଘରେ କଳାକନା ବୁଲାଇଥିଲେ ୮ରୁ ୧୦ ଦୁର୍ବୃତ୍ତ। ଲକ୍ଷାଧିକ ଟଙ୍କା ସମେତ ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟେରା ଦଳ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା କହିଛନ୍ତି ବ୍ୟବସାୟୀ ଅମୀୟ। ଘଟଣା ସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା

ଅନୁଗୁଳ: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅନୁଗୁଳ ବାସିନ୍ଦା । ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ମାସିକ ଭତ୍ତା ରାଶି ୫୦୦ ଟଙ୍କା ବୃଦ୍ଧି ଘୋଷାଣା ହୋଇଥିବାରୁ ସବାଗତ କରିଛନ୍ତି ଲୋକେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ୧୦୦୦, ୧୨୦୦ ଓ ୧୪୦୦ ଅର୍ଥ ରାଶି ପାଇବେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଏହି ପେନସନ ରାଶି ପରିମାଣକୁ ବୃଦ୍ଧି କରାଯାଇଛି।

5ଟି ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଭତ୍ତା ଟଙ୍କା ବୃଦ୍ଧି ପାଇଁ ଅଭିଯୋଗ କରିଥିଲେ ଲୋକେ। ଆଉ ଏହି କଥାକୁ କାର୍ତ୍ତିକ ପାଣ୍ଡିଆନ ହୃଦୟଙ୍ଗମ କରିଥିଲେ। ଆଉ ଏ ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ଆଉ ଭତ୍ତା ଟଙ୍କା ବୃଦ୍ଧି ପରେ ହିତାଧିକାରୀ ମାନେ ବେଶ ଖୁସି ଥିବା ବେଳେ ସେମାନଙ୍କ କହିବା କଥା ଏହି ଟଙ୍କା ଏବେ ସେମାନଙ୍କୁ ବହୁ ସହାୟକ ହେବ। ଏଥିପାଇଁ ଆଜି ଅନୁଗୁଳ ବିଜୁ ମୈଦାନ ଠାରେ ଶତାଧିକ ହିତାଧିକାରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀ ଏବଂ 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ବିଜେଡ଼ି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ, ଆଦି ଯୋଗ ଦେଇଥିଲେ।

କତାରରୁ ମୁକୁଳିଲେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନ

ବ୍ୟୁରୋ ରିପୋର୍ଟ: ଭାରତୀୟ କୂଟନୀତିର ବଡ ବିଜୟ। ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି।

କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅପିଲ କରିଥିଲେ। ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।

ଏହି ଫଳରସ ସହ ଖାଆନ୍ତୁ ଆଇରନ ବଟିକା, ମିଳିବ ଭଲ ଫାଇଦା

ବ୍ୟୁରୋ ରିପୋର୍ଟ: ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ଡାକ୍ତରମାନେ ଅନେକ ଲୋକଙ୍କୁ ଆଇରନ ଟାବଲେଟ୍ ନେବାକୁ ପରାମର୍ଶ କରନ୍ତି । ଆଇରନ ଶରୀର ପାଇଁ ଏକ ଜରୁରୀ ଉପାଦାନ। ଏହା ହେମୋଗ୍ଲୋବିନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ, ଲୋହିତ ରକ୍ତ କଣିକାରେ ମିଳୁଥିବା ଏକ ପ୍ରୋଟିନ୍ ଯାହା ଶରୀରରେ ଅମ୍ଳଜାନ ବହନ କରିଥାଏ । ଲୌହ ବା ଆଇରନର ଅଭାବ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ଦେଖାଯାଏ। ଗର୍ଭାବସ୍ଥାରେ ମହିଳାମାନଙ୍କୁ ଏହି ଲୌହ ବା ଆଇରନ ଅଭାବକୁ ବହୁତ ସାମ୍ନା କରିବାକୁ ପଡିଥାଏ। ମହିଳାମାନଙ୍କୁ ଗର୍ଭାବସ୍ଥାରେ ଆଇରନ ଟାବଲେଟ୍ ଦିଆଯାଏ । ଯାହାଫଳରେ ସେମାନଙ୍କ ଶରୀରରେ ରକ୍ତ ଅଭାବ ହୋଇନଥାଏ।

ଆଇରନ ଟାବଲେଟକୁ ପାଣି ସହିତ ନଖାଇ ଯଦି ତାହାକୁ କମଳା ରସ ବା ଅରେଞ୍ଜ ଜୁସ୍ ସହିତ ଖାନ୍ତି ତେବେ ଏହା ଶରୀରର ପାଇଁ ବେଶ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଟାବଲେଟର ଅବଶୋଷଣ ଶୀଘ୍ର ଘଟେ ଏବଂ ଏହାର ପ୍ରଭାବ ଆମ ଶରୀରରେ ଶୀଘ୍ର ଦେଖାଦିଏ । ହିମୋଗ୍ଲୋବିନ୍ ଅଭାବକୁ ଦୂର କରିବାରେ ଆଇରନ୍ ଏବଂ ଭିଟାମିନ୍ ସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ଆପଣ ଭିଟାମିନ୍ ସି ମିଶ୍ରିତ ଖାଦ୍ୟ ସହିତ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତି, ଏହା ଶରୀରରେ ଆଇରନ୍ ସଠିକ୍ ଶୋଷଣ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଲୋକଙ୍କୁ କମଳା ରସ, ଲେମ୍ବୁ ପାଣି ଭଳି ଭିଟାମିନ୍ ସି ଥିବା ପାନୀୟ ସହିତ ଆଇରନ ଔଷଧ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଆଇରନ ଟାବଲେଟ୍ ବ୍ୟତୀତ ସବୁଜ ପତ୍ରଯୁକ୍ତ ପନିପରିବାରେ ମଧ୍ୟ ପ୍ରଚୁର ପରିମାଣରେ ଆଇରନ ଥାଏ। ଶରୀରରେ ଲୌହ ବା ଆଇରନ ଅଭାବକୁ ଦୂର କରିବା ପାଇଁ ପତଳା ପ୍ରୋଟିନ୍, ସାମୁଦ୍ରିକ ଖାଦ୍ୟ, ଡାଲି, ଡାଲି, ଟୋଫୁ, ଶାଗୁଣା, କାଲ, ବ୍ରୋକୋଲି ଇତ୍ୟାଦି ଖାଇବା ଜରୁରୀ ହୋଇଥାଏ । କଞ୍ଚା କଦଳୀ ଲୌହର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଯଦି ଏହି ଜିନିଷଗୁଡ଼ିକୁ ଲେମ୍ବୁ ରସ ମିଶାଇ ଖିଆଯାଏ, ତେବେ ଆପଣ ଉତ୍କୃଷ୍ଟ ଫଳାଫଳ ପାଇପାରିବେ।

ଏହାବ୍ୟତୀତ ବିଶ୍ୱାସ କରାଯାଏ ଯେ ଲୁହା ପାତ୍ରରେ ଖଟା ଜିନିଷ ରାନ୍ଧିବା ଆପଣଙ୍କ ଖାଦ୍ୟରେ ଲୌହ ବା ଆଇରନର ପରିମାଣ ବଢ଼ାଇଥାଏ। ପ୍ରତିଦିନ ଖଜୁରୀ ଖାଇବା ଦ୍ୱାରା ଶରୀରରେ ଲୌହ ଅଭାବ ଦୂର ହୋଇଥାଏ। ଏହି ଖାଦ୍ୟ ଏବଂ ପାନୀୟ ଯେକୌଣସି ସମୟରେ ଖାଇ ପାରିବେ।

ଆଜି ଲୋକାର୍ପିତ ହେବ ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ

ଯାଜପୁର: ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ନୂଆ ଅଧ୍ଯାୟ। ଆଜି ଲୋକାର୍ପିତ ହେବ ଜିଲ୍ଲାର ୮୭ଟି ରୂପାନ୍ତରିତ ହାଇସ୍କୁଲ। ଅପରାହ୍ନ ୫ଟାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ଫାଇଭ-ଟି ସ୍କୁଲର ଲୋକାର୍ପଣ କରିବେ। 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟରେ ଏସବୁ ହାଇସ୍କୁଲ ନୂଆରୂପ ପାଇଛି। ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି।

ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ  ଓଡ଼ିଶାର ସାରଥୀ ହେବେ। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି।  ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ। ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ। ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ।