ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ପାଇଁ ଏବେଠାରୁ ପୋଲିସର ପ୍ରସ୍ତୁତି, ବ୍ରହ୍ମପୁର ସହରରେ ମିଳିତ ଫ୍ଲାଗମାର୍ଚ୍ଚ ଓ ସଚେତନତ ବାର୍ତ୍ତା

ବ୍ରହ୍ମପୁର: ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ ଲାଗି ବାଜିବ ବିଗୁଲ। ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରଦାର କଲେଣି। ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବାବେଳେ ଏହାକୁ ଅବାଧ ଓ ଶୃଙ୍ଖଳିତ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ । ଏଥିପାଇଁ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ କରାଯାଇଛି ଫ୍ଲାଗମାର୍ଚ୍ଚ ଓ ସଚେତନତା । ବିଶେଷକରି ଚଳିତ ନିର୍ବାଚନରେ ଅନ୍ତଃରାଜ୍ୟ ଚେକ୍ ପୋଷ୍ଟ ଓ ସୋସିଆଲ ମିଡିଆର ଦୁରୁପଯୋଗ ଉପରେ ନଜର ରଖିବ ସତନ୍ତ୍ର ମନିଟରିଂ ସେଲ ।

ପାଖେଇ ଆସିଲାଗି ସାଧାରଣ ନିର୍ବାଚନ ସମୟ।ଅପେକ୍ଷା କେବଳ ତାରିଖ ଘୋଷଣାକୁ। ଜୋରଦାର ପ୍ରସ୍ତୁତି କଲେଣି ବିଭିନ୍ନ ରାଜନୈତିକ ଦଳ। ଚଳିତ ନିର୍ବାଚନକୁ ଆଖିରେ ରଖି ପୋଲିସର ପ୍ରସ୍ତୁତି। ବ୍ରହ୍ମପୁର ସହରରେ ହୋଇଛି ମିଳିତ ଫ୍ଲାଗମାର୍ଚ୍ଚ। ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ ମୁତାବକ ପୋଲିସ ପକ୍ଷରୁ ବୁଥ୍ ସ୍ତରରେ ତର୍ଜମା ଇରାଯାଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଥିବା ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଛି ପାଖାପାଖି ଏକ ହଜାର ବୁଥ। ସେଥିରୁ ୨ଶହ ସମ୍ବେଦନଶିଳ ଓ ଅତି ସମ୍ବେଦନଶିଳ। ପଡୋଶୀ ଆନ୍ଧ୍ରର ଶ୍ରୀଜାକୁଲମ ଜିଲ୍ଲା ସହ ଗଜପତି, ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ସମନ୍ବୟ ବୈଠକ ସରିଛି। ୬ ଟି ଅନ୍ତଃରାଜ୍ୟ ସୀମାରେଖାରେ ସ୍ଥାପନ ହେବାକୁ ଥିବା ଚେକ୍ ପୋଷ୍ଟରେ ସିସିଟିଭି ଲାଗିବା ସହ ଯାଞ୍ଚ ବ୍ଯବସ୍ଥାକୁ କଡ଼ାକଡ଼ି କରାଯିବ। ସୋସିଆଲ ମିଡିଆ ଓ ଏଆଇର ଦୁରୁପଯୋଗ ସମ୍ଭାବନା ଥିବାରୁ ଏହା ଉପରେ ନଜର ରଖିବ ସ୍ବତନ୍ତ୍ର ମନିଟରିଂ ସେଲ୍।

ଅପରାଧ ଦମନ ପାଇଁ ଆଗୁଆ ପଦକ୍ଷେପ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨ ହଜାରରୁ ଅଧିକ ପେସାଦାର ଓ ଅଭ୍ୟାସଗତ ଅପରାଧିଙ୍କୁ ୧୦୭ ସିଆରପିସି ଓ ୧୧୦ ସିଆରପିସି ରେ ନୋଟିସ ଜାରି କରିବ ପୋଲିସ୍। ଗତ ଦୁଇମାସରେ ପ୍ରାୟ ୫ଶହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ଗତ ନିର୍ବାଚନ ସମୟରେ ହୋଇଥିବା ପରିସ୍ଥିତିକୁ ନଜର ରଖି ଏଥର ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ପୋଲିସ୍। ନିର୍ବାଚନ ପୂର୍ବରୁ ପୋଲିସର ଏହି ବ୍ଯବସ୍ଥାକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ।