ଗଛ ଉପରେ ଚଢ଼ିଲେ ଆସୁଛି ନେଟଓ୍ବର୍କ

1 min read

ଅନୁଗୁଳ: ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ଏବେ 2G ବଦଳରେ ଲୋକେ 5G ଦେଖିଲେଣି । ହେଲେ ଶିଳ୍ପ ବହୁଳ ଜିଲ୍ଲା ଅନୁଗୁଳର ୨୫ରୁ ଅଧିକ ଗାଁରେ ନେଟୱର୍କ ଏବେବି ସାତସପନ। କିଏ ହାତର ମୋବାଇଲ ଧରି ନେଟୱର୍କ ଖୋଜୁଛି ତ କିଏ ଗଛରେ ଚଢି ଯାଉଛି। ଗାଁରେ ନାହିଁ ନେଟୱର୍କ । 5ଜି ଯୁଗରେ ନେଟୱର୍କ ସମସ୍ଯା । କିଏ ହାତରେ ମୋବାଇଲ ଧରି ନେଟୱର୍କ ଖୋଜୁଛି ତ କିଏ ଗଛ ଉପରେ ଚଢିଯାଉଛି। ଆମେ କହୁଛୁ ଅନୁଗୁଳ ଜିଲ୍ଲାର ବଲଙ୍ଗ, ଲବଙ୍ଗୀ, ଟାକରସିଂହା ଭଳି ୨୫ରୁ ଅଧିକ ଗାଁର ଦୃଶ୍ଯ । ଗାଁକୁ ଘେରି ରହିଛି ବଣପାହାଡ। ଗାଁରେ ବସିଛି ନେଟୱର୍କ । ହେଲେ କାର୍ଯ୍ଯକ୍ଷମ ହୋଇପାରୁନଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ସଂପର୍କୀୟଙ୍କ ସହିତ କଥା ହେବାକୁ ଗଛରେ ଚଢୁଛି ତ ପିଲାମାନେ ଉଚ୍ଚସ୍ଥାନରେ ବସିକି ୟୁଟ୍ଯୁବରୁ ଜ୍ଞାନ ଆହରଣ କରୁଛନ୍ତି। ଏମିତି ନେଟୱର୍କ ଖୋଜି ନୟାନ୍ତ ହେଲେଣି ଲୋକେ।

ଗାଁରେ ୫ ରୁ ୭ ହଜାର ଲୋକ ବାସ କରୁଛନ୍ତି । ମୋବାଇଲ ନେଟୱର୍କ ନଥିବାରୁ ଲୋକେ ଅନେକ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ କରି ପାରୁନାହାନ୍ତି । ତେଣୁ ଗାଁରେ ନୂତନ ଟାୱାର ନିର୍ମାଣ କରିବା ସହିତ ବସିଥିବା ଟାୱାର କାର୍ଯ୍ଯକ୍ଷମ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । 5G ଯୁଗରେ ଅନୁଗୁଳ ଜିଲ୍ଲାର କିଛି ଗାଁରେ ନେଟୱର୍କ ସାତସପନ ପାଲଟିଛି । ତେବେ କେବେ ଏମାନଙ୍କ ସମସ୍ଯା ସମାଧାନ ହେବ ତାହା ଦେଖିବାକୁ ବାକି ରହିଲା ।