କିଡନୀ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏସସିବି

କଟକ: ବିଶ୍ୱରେ ମଧୁମେହ କର୍କଟ ଓ ହୃଦ ରୋଗ ପରି ବଢୁଛି କିଡ଼ନୀ ରୋଗ । ବିଶ୍ୱରେ ପ୍ରତି 10 ଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ କିଡନୀ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ଓଡିଶା ସମେତ ପୂର୍ବ ଭାରତରେ ଚି଼ହ୍ନଟ ହେଉଥିବା ଏହି ରୋଗୀ ମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି କଟକ ଏସସିବି ମେଡିକାଲ । ରୋଗୀକୁ ପ୍ରାରମ୍ଭରୁ ସମସ୍ତ ଚିକିତ୍ସା ଏଠାରେ ସମ୍ପୂର୍ଣ ମାଗଣାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶୃଙ୍ଖଳିତ ଜୀବନଚାର୍ଯ୍ୟା ହିଁ ରୋଗକୁ ରୋକିବାର ଏକମାତ୍ର ମାଧ୍ୟମ । ଏଥିପାଇଁ ସଚେତନତାର ଆବଶ୍ଯକତା ଥିବା କହିଛନ୍ତି ବିଶେଷଜ୍ଞ ।

କିଡନୀ ରୋଗୀଙ୍କ ପାଇଁ ବରଦାନ ସାଜିଛି ଏସସିବି । ରାଜ୍ଯ ସରକାରଙ୍କ ଉଦ୍ଯମରୁ ସୁସ୍ଥ ହେଉଛନ୍ତି ରୋଗୀ । ପ୍ରାଥମିକ ଚିକିତ୍ସାଠାରୁ ସବୁକିଛି ମାଗଣାରେ ମିଳୁଛି ସୁବିଧା । ସାରା ବିଶ୍ବରେ କିଡନୀ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ରାଜ୍ଯ ସରକାରଙ୍କ ଉଦ୍ଯମରୁ ଓଡ଼ିଶାରେ ସ୍ଥିତି ଖୁବ ଭଲ ଅଛି । ରୋଗୀଙ୍କ ସଫଳ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ସମସ୍ତ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଉଛି । ରିପୋର୍ଟ ଅନୁଯାୟୀ ନେଫରୋଲୋଜି ବିଭାଗର ଓପିଡିକୁ ବାର୍ଷିକ ୨୯ ହଜାର ୮୦୦ ରୋଗୀ ଆସୁଛନ୍ତି । ଏଥିରୁ ୬ ହଜାର ୯୬୦ ୱାର୍ଡରେ ଭର୍ତ୍ତି ହେଉଥିବା ବେଳେ ପ୍ରତି ମାସରେ 23 ଶହରୁ ଉର୍ଦ୍ଧ୍ବ ରୋଗୀଙ୍କ ହେଉଛି ଡାଏଲିସିସ । ପୂର୍ବରୁ ଏଠାରେ ଥିବା ମେସିନରେ କେବଳ ସାଧାରଣ କିଡନୀ ରୋଗୀଙ୍କ ଡାଏଲିସିସ କରାଯାଉଥିଲା । କିନ୍ତୁ ରାଜ୍ଯ ସରକାର ଯୋଗାଇଦେଇଥିବା ସ୍ଲେଡ ମେସିନରେ ସମସ୍ତ ଜଟିଳ ରୋଗୀଙ୍କ ମଧ୍ୟ ଡାଏଲିସିସି ହୋଇପାରୁଛି । ୨୦୧୨ ରୁ ବର୍ତ୍ତମାନ ଯାଏଁ ୨୦୫ ଟି କିଡନୀ ପ୍ରତ୍ୟାରୋପଣ କରାଯାଇଥିବା ଏଥିରେ ୮୦ ପ୍ରତିଶତ ସଫଳତା ମିଳିଛି । କେବଳ ସେତିକି ନୁହେଁ 10 ଟି କାଢାଭରିକ କିଡନୀ ପ୍ରତ୍ୟାରୋପଣ ମଧ୍ୟ ସଫଳତାର ସହ କରାଯାଇଛି ।

ଏସସିବି ଏମ୍ସ ପ୍ଲସ ହେବା ପରେ ଏହି ପକ୍ରିୟା ଅଧିକ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ବିଶେଷଜ୍ଞଙ୍କ ମତରେ ଏହି ରୋଗର ମୂଳ କାରଣ ବିଶୃଙ୍ଖଳିତ ଜୀବନଚର୍ଯ୍ୟା । ଅତ୍ୟଧିକ ଜଙ୍କ ଫୁଡ, ଆବଶ୍ୟକତା ଠାରୁ ନିୟମିତ କମ ପାଣି ପିଇବା, ପେନ କିଲର ସେବନ, ଚାପଗ୍ରସ୍ତ ହେବା ଫଳରେ ଏହି ରୋଗ ଦେଖାଦେଉଛି । ତେବେ ଏହି ବ୍ୟୟ ବହୁଳ ଓ ସମୟ ସାପେକ୍ଷ ରୋଗ ପାଇଁ ମାଗଣାରେ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦେଇଥିବାରୁ ରାଜ୍ଯ ସରାକାରଙ୍କୁ ଧନ୍ଯବାଦ ଦେଉଛନ୍ତି ରୋଗୀ।