spot_img
Home Blog Page 2123

ପୁଣି ଭିଜିବ ଓଡ଼ିଶା, ବର୍ଷା ସହ ହେବ ଘନ କୁହୁଡ଼ି

ଭୁବନେଶ୍ବର: ପୁଣି ଭିଜିବ ଓଡ଼ିଶା । ୧୪ରୁ ୧୬ ପର୍ଯ୍ୟନ୍ତ ବର୍ଷିବ । ୧୫ରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୧୬ରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ବାକି ଓଡ଼ିଶାରେ ରହିବ କୋହଲା ପାଗ । କେବଳ ବର୍ଷା ନୁହେଁ ଘନ କୁହୁଡି ମଧ୍ୟ କରିବ କଲବଲ । ମଧ୍ୟରାତ୍ରରୁ ସକାଳ ପର୍ଯ୍ୟନ୍ତ ଦିଶିବନି ରାସ୍ତା । ସତର୍କତାର ସହ ଗାଡ ଚାଳନା ନେଇ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଏକ ଗୁରୁଚାପବଳୟ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୪ ତାରିଖଠାରୁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ । ୧୫ ତାରିଖରେ ୨୫ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ ୫ଟି ଜିଲ୍ଲାରେ ହାଲୁକା ବର୍ଷା ହେବ । ସେହିଭଳି ୧୬ ତାରିଖରେ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୪ରେ ଘନ କୁହୁଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୧୫ ତାରିଖରେ ୧୦ଟି ଜିଲ୍ଲାକୁ ସତର୍କ କରାଯାଇଛି । ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ରହିବ ଘନ କୁହୁଡି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ନୟାଗଡରେ ଭିଜିବିଲିଟି ୫୦ ରୁ ୨୦୦ ମିଟର ମଧ୍ୟରେ ରହିବ । ତେଣୁ ସତର୍କାତାର ସହ ଗାଡି ଚାଳନା କରିବା ପାଇଁ ପରାମର୍ଶ ଦିଆଯାଇଛି।

ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହୁଥିବାରୁ ରାତ୍ରୀର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ବର୍ଷା ପ୍ରଭାବରେ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦିନର ବି ତାପମାତ୍ରା କମିବ ।

ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଦ୍ୟୁତ ଦର

ଭୁବନେଶ୍ବର: କମିଲା ବିଦ୍ୟୁତ ଦର। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ କମିଲା ୧୦ ପଇସା। ଅନ୍ୟ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି। ବିପିଏଲ ଉପଭୋକ୍ତାପାଇଁ ମାସିକ ଦେୟ ୮୦ ଟଙ୍କାରୁ ୭୦ ଟଙ୍କାକୁ କମିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବନି ବିଜୁଳି ଦର। ବିଦ୍ଯୁତ ଦର ନେଇ୧୫ ଦିନ ଧରି ଚାଲିଥିଲା oerc ଶୁଣାଣି। ଇ-ବିଲ ଓ ଇ-ପେମେଣ୍ଟରେ ବିଲ ପିଛା ମିଳିବ ୧୦ଟଙ୍କା ରିହାତି। ଗ୍ରୀନ ଏନର୍ଜି ୟୁନିଟ ପିଛା ୨୫ରୁ ୨୦ପଇସା ହୋଇଛି। ଇଭି ଚାର୍ଜିଂ ଦର ୟୁନିଟ ପିଛା ୫୦ପଇସା କମିଛି। ଯୁନିଟ ପିଛା ୫ଟଙ୍କା ୫୦ପଇସାରୁ ୫ଟଙ୍କାକୁ ଖସିଲା ଇଭି ଚାର୍ଜିଂ ଦର। ପ୍ରିପେଡ ମିଟରଧାରୀଙ୍କ ପାଇଁ ୪ ପ୍ରତିଶତ ରିବେଟ୍। ଶୀତଳଭଣ୍ଡାର ପାଇଁ ୟୁନିଟ ପିଛା ୧ଟଙ୍କା ୬୦ପଇସା କମିଲା । ୪ ଟଙ୍କା ୬୦ରୁ ୩ ଟଙ୍କା ହେଲା। ଉଠା ଜଳସେଚନ ଯେଉଁ ଚାଷୀ ବ୍ଯବହାର କରୁଛନ୍ତି ସେମାନଙ୍କ ଲାଗି ୟୁନିଟ ପିଛା ୨ଟଙ୍କା ରିହାତି ପ୍ରଦାନ କରିଛନ୍ତି। ଗତ ୩ ବର୍ଷ ହେଲା ବିଦ୍ୟୁତ ଦର ବଢି ନଥଲା।  ଏଥର ଦର କମ କରିଛି ଓଇଆରସି ।

ପୋଡ଼ପିଠା ଭୋଗ କଲେ ମାନସିକ ପୂରଣ ହୁଏ ବୋଲି ରହିଛି ବିଶ୍ବାସ, ଜାଣନ୍ତୁ କେଉଁଠି?

ଯାଜପୁର: ବିଭିନ୍ନ ପର୍ବ ପର୍ବାଣୀରେ ପୋଡପିଠାର ଗୁରୁତ୍ବ ରହିଛି । ରଥଯାତ୍ରା ବେଳେ ମଧ୍ୟ ଏହି ପିଠାର ମହତ୍ବ ରହିଛି ।  କାଳିଆ ଠାକୁରଙ୍କ ପୋଡ ପିଠା ପ୍ରତି ରହିଛି ଆଦର । ସେହିଭଳି ଯାଜପୁର ଜିଲ୍ଲାର ଓଳାଶୁଣୀ ପୀଠରେ ପୋଡପିଠାର ରହିଛି ସ୍ୱତନ୍ତ୍ରତା ।  ବର୍ଷକ ବାର ମାସ ଏଠାରେ ପୋଡ଼ପିଠା ବିକ୍ରି ହୋଇଥାଏ । ସନ୍ଥ ଅରକ୍ଷିତ ଦାସଙ୍କ ପାଖରେ ପୋଡ଼ପିଠା ଭୋଗ ଲାଗି କଲେ ମାନସିକପୂରଣ ହୁଅ ବୋଲି ବିଶ୍ୱାସ ରହିଛି ।

ପୀଠର ସନ୍ଥ ସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କର ପୋଡପିଠା ଅତିପ୍ରିୟ । ଫଳରେ ଏଠାରେ ଅନାଦି କାଳରୁ ପିଠା ଭୋଗ ଲାଗିବାର ପରମ୍ପରା ରହିଛି । ସନ୍ଥ ଅରକ୍ଷିତ ଦାସ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ପ୍ରଭୁଙ୍କ ଦର୍ଶନ କରି ନପାରି ଶ୍ରୀକ୍ଷେତ୍ର ଦକ୍ଷିଣ ପାଶ୍ୱରେ  ଭୋକ ଉପାସରେ ରହି ଧ୍ୟାନରେ ବସିଥିଲେ । ସ୍ବୟଂ ମହାଲକ୍ଷ୍ମୀ ସେଠାରେ ପହଂଚି ଅରକ୍ଷିତ ଦାସଙ୍କୁ ପୋଡ଼ପିଠା ଖୁଆଇଥିବା କିମ୍ବଦନ୍ତୀ ରହିଛି । ସେହିଦିନ ଠାରୁ ପୋଡ଼ପିଠା ଅରକ୍ଷିତ ଦାସଙ୍କ ଅତି ପ୍ରିୟ ହୋଇଥିଲା। ସେବେଠାରୁ ଏଠାରେ ପୋଡପିଠା ଲାଗି କରାଯାଉଛି ।

ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳାରେ ଭଳିକି ଭଳି ପୋଡ଼ପିଠାର ପସରା ଦେଖିବାକୁ ମିଳିଥାଏ ।  ଏହି ପୀଠର ପିଠା ଅତ୍ୟନ୍ତ ସ୍ୱାଦିଷ୍ଟ  । ଏଠାକୁ ଯେଉଁ ଶ୍ରଦ୍ଧାଳୁ ଆସନ୍ତି ପୋଡ଼ ପିଠା ନେବା ପାଇଁ ଜମାରୁ ବି ଭୁଲନ୍ତି ନାହିଁ । ଅରୁଆ ଚାଉଳ, ଚୁନା ସହିତ ଗୁଡ଼, ଘିଅ, ନଡ଼ିଆ, ଛେନା ଓ ଅଦା ରେ ପ୍ରସ୍ତୁତ ହେଉଛି ପୋଡପିଠା ।  ଏଠାରେ ପୋଡ଼ପିଠା କେଜି ପ୍ରତି 100 ଟଙ୍କାରେ ବିକ୍ରି କରାଯାଉଛି।

୧୦୮ ଆମ୍ବୁଲାନ୍ସ ଖୋଜୁଛି ନେଟଓ୍ବର୍କ, ଡିଜିଟାଲ ଇଣ୍ଡିଆ ପାଲଟିଛି ଗାଣିର ଗାର

ରାୟଗଡ଼ା: ୧୦୮ ଆମ୍ବୁଲାନ୍ସ ଖୋଜୁଛି ନେଟଓ୍ବର୍କ । ମେଡିକାଲ କି ଥାନା ନୁହଁ ଜଙ୍ଗଲ ମଝିରେ ଅଟକି ରହୁଛି । ଲୋକଙ୍କୁ ସେବା ଦେବାକୁ ଅକ୍ଳାନ୍ତ ପରିଶ୍ରମ କରୁଛି । କାହିଁକି ନା, ରାୟଗଡା ଗୁଡ଼ାରୀ ବ୍ଲକ ପାଇଁ ପ୍ରହେଳିକା ପାଲଟିଛି କେନ୍ଦ୍ର ସରକାରଙ୍କ ଟେଲିକମ ସେବା । ଡିଜିଟାଲ ଇଣ୍ଡିଆ ନାରା ଏଠି ପାଣିର ଗାର ପାଲଟିଛି । ମୋବାଇଲର ଗୋଟିଏ ପଏଣ୍ଟ ଟାଓ୍ବାର ଉଠିବା ବି ଅଞ୍ଚଳ ପାଇଁ ସ୍ବପ୍ନ ସାଜିଛି । ଏହି ବ୍ଲକ ୯ ଗୋଟି ପଂଚାୟତକୁ  ନେଇ ଗଠିତ ହୋଇଛି । ହେଲେ ଏଠି ମୋବାଇଲ ଟାଓ୍ବାର ଟିଏ ନାହିଁ । ଫଳରେ ଗୌଡ଼ ଢେପାଗୁଡ଼ା ଗାଁରେ ଥିବା ଗୁଡ଼ାରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିବାକୁ ରୋଗୀଟିଏ ସମସ୍ୟାରେ ପଡୁଛି । ରୋଗୀଙ୍କ ଫୋନ କଲ୍ ପାଇଁ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡି ଜଙ୍ଗଲରେ ରହୁଛି ୧୦୮ ଆମ୍ବୁଲାନ୍ସ । ସେହି ଗୋଟିଏ ସ୍ଥାନରେ ହିଁ ନେଟଓ୍ବର୍କ ଆସୁଥିବା କହିଛନ୍ତି ଅଞ୍ଚଳବାସୀ।

ରାଜ୍ୟ ସରକାର ବାରମ୍ବାର ମୋବାଇଲ ନେଟଓ୍ବର୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । ମୋବାଇଲ ଟାଓ୍ବାର ନଥିବାରୁ ରୋଗୀ ସେବା କିଭଳି ବ୍ୟାହାତ ହେଉଛି, ଏ ହେଉଛି ତାର ଏକ ନଗ୍ନ ଉଦାହରଣ । ଗୁଡାରିରେ ନିର୍ମିତ ଟାଓ୍ବାର କାର୍ଯ୍ୟକ୍ଷମ ହେଲେ  ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଗୁଡାରୀ ପିଏଚସିର ଭାରପ୍ରାପ୍ତ ଅଧିକାରୀ ।

ହରିୟାଣା ବର୍ଡରରେ ପୋଲିସ୍-କୃଷକ ମୁହାଁମୁହିଁ, ଜଣେ କୃଷକ ଆହତ

ଚଣ୍ଡିଗଡ଼: ଦିଲ୍ଲୀ ବିଜୟ ପାଇଁ ଚାଷୀଙ୍କ ରଣହୁଙ୍କାର। ପଞ୍ଜାବ-ହରିୟାଣା ସୀମାରେ ଗର୍ଜିଲେ ଚାଷୀ। ଆନ୍ଦୋଳନ ଭଣ୍ଡୁର କରିବାକୁ ଲୁହ ବୁହା ଗ୍ଯାସ ସହ ପାଣି ମାଡ଼ କଲା ପୋଲିସ। ବ୍ଯାରିକେଡ ଭାଙ୍ଗି ଦିଲ୍ଲୀ ମୁହାଁ ଯିବାକୁ ଚାଷୀଙ୍କ ପ୍ରୟାସ। ବ୍ଯାପକ ମାତ୍ରାରେ ଲୁହ ବୁହା ଗ୍ଯାସ ଛାଡିବା ପରେ ପଞ୍ଜାବ ଓ ହରିୟାଣାର ଚାଷୀ ମାନେ ଏଣେ ତେଣେ ପଳାଇଥିଲେ । ପୋଲିସ ସେମାନଙ୍କୁ ଜୋରଜବରଦସ୍ତି ନିଜ ନିଜ ରାଜ୍ଯକୁ ଫେରିଯିବା ପାଇଁ ବାଧ୍ୟ କରିଥିଲା। କଳା ଆଇନକୁ ନେଇ ଚାଷୀଙ୍କ ଜିଦ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଥିବା ବେଳେ ଏଥର ମଧ୍ଯ ନୂଆ ଦାବି ନେଇ ଚାଷୀ ଜୋରଦାର ଆନ୍ଦୋଳନ ଆରମ୍ଭ କରିଛନ୍ତି । ହେଲେ ଆନ୍ଦୋଳନ ଆରମ୍ଭରୁ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି । ସିମେଣ୍ଟ ବ୍ୟାରିକେଡ୍ ଭାଙ୍ଗିଛନ୍ତି କୃଷକ । ପୋଲିସ ଉପରକୁ ପଥରମାଡ଼ ମଧ୍ୟ କରିଛନ୍ତି । ଫଳରେ ପୋଲିସ ଡ୍ରୋନ ସହାୟତାରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା । ଏହା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଇଛି । ଏହି ଆନ୍ଦୋଳନ ୬ ମାସ ଚାଲିବ ବୋଲି ଅନୁମାନ କରାଯାଉଛି । ୬ ମାସ ପର୍ଯ୍ୟନ୍ତ ଚାଷୀ ମାନେ ରାସନସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି ।
ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଛନ୍ତି ୨ଶହରୁ ଅଧିକ ଚାଷୀ ସଙ୍ଗଠନ । ହଜାର ହଜାର ଚାଷୀ ଟ୍ରାକ୍ଟର ଓ କାର ମାଧ୍ୟମରେ ଦିଲ୍ଲୀ ମୁହାଁ ହୋଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମା ସିଲ୍ କରିଛି ପୋଲିସ ପ୍ରଶାସନ। ପଞ୍ଜାବ, ହରିୟାଣା ଓ ୟୁପି ପଟୁ ଆସୁଥିବା ଚାଷୀଙ୍କୁ ରୋକିବା ଲାଗି ରାସ୍ତାରେ କଣ୍ଟାତାର ବିଛା ଯାଇଛି । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଇଣ୍ଟରନେଟ୍ ସେବା ବି ବନ୍ଦ କରାଯାଇଛି। ସୁରକ୍ଷା ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି । ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ପ୍ରଣୟନ କରିବାକୁ ଚାଷୀ ଦାବି କରିଛନ୍ତି ।

ଅନ୍ନଦାତାଙ୍କ ରଣ ହୁଙ୍କାର ଭିତରେ ଦିଲ୍ଲୀ ନୋଏଡା ରାସ୍ତାରେ ଟ୍ରାଫିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଭୀଷଣ ଟ୍ରାଫିକ ଜାମ ପରିସ୍ଥିତି ଉପୁଜିଛି । ୧ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ଲାଗୁଛି ୧ ଘଣ୍ଟାର ସମୟ । ଫଳରେ ଲୋକେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘାଜିପୁର ଏବଂ ଚିଲା ବର୍ଡରରେ ମଧ୍ଯ ସ୍ଥିତି ସଂଗୀନ । ରାସ୍ତାରେ ଫସିରହିଛି ଅନେକ କାର । ଦିଲ୍ଲୀ ଗାଜିଆବାଦ ଏବଂ ନୋଏଡା ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ଦିଲ୍ଲୀର ଘାଜିପୁର,ସିଙ୍ଘୁ ଏବଂ ଟିକରି ରାସ୍ତା ଜାମ ରହିଛି । ଦିଲ୍ଲୀ ମଧ୍ଯକୁ ମାଲପରିବହନ ଗାଡି ଗୁଡିକର ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଜଣାଶୁଣା ଗାୟିକା ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଆତ୍ମହତ୍ୟା । ପୋଲିସ ଅଭିନେତ୍ରୀଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । କାହିଁକି ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ କିଛି ଜଣା ପଡ଼ି ନଥିଲାବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମଲ୍ଲିକାଙ୍କ ଆତ୍ମହତ୍ୟା ଖବରକୁ ତାଙ୍କ ଆତ୍ମୀୟସ୍ବଜନ ଏବଂ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ମଲ୍ଲିକା କଙ୍ଗନା ରାନାଓ୍ବତଙ୍କ ସହ କାମ କରିଛନ୍ତି । କଙ୍ଗନାଙ୍କ ଫିଲ୍ମ ‘ରିଭଲଭର୍ ରାନୀ’ରେ କାମ କରିଥିଲେ । ତାଙ୍କୁ କଣ୍ଠଶିଳ୍ପୀ ଶାନଙ୍କ ମ୍ୟୁଜିକ ଆଲବମରେ ମଧ୍ୟ ଦେଖିବାକୁ ମିଳିଥିଲା । ସେ ବିଭିନ୍ନ ସିରିଜ, ଶୋ’ ଏବଂ ଆଲବମରେ ମଧ୍ୟ କାମ କରିଛନ୍ତି ।

ମଲ୍ଲୀକା ରାଜନୀତିରେ ମଧ୍ୟ ଜଡ଼ିତ ଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । କୁହାଯାଉଛି ଯେ, ତାଙ୍କ ପରିବାର ସହ କିଛି ବିବାଦ ଥିଲା । ଏଥିରେ ପୋଲିସ ମଧ୍ୟ ହସ୍ତକ୍ଷେପ କରି ମାମଲା ସମାଧାନ କରିଥିଲା । ଏହା ପରେ ତାଙ୍କର ଆତ୍ମହତ୍ୟା ପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି ।

ରିଲାଏନ୍ସ ହେଲା ଦେଶର ପ୍ରଥମ ୨୦ ଲକ୍ଷ କୋଟି ମାର୍କେଟ୍ କ୍ୟାପ୍ କମ୍ପାନୀ

ନୂଆଦିଲ୍ଲୀ: ପୁଣି ଇତିହାସ ରଚିଲେ ମୁକେଶ ଅମ୍ବାନୀ । ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍ ଇତିହାସ ରଚିଛି । ରିଲାଏନ୍ସ ଭାଲ୍ୟୁଏସନ୍ ଏବେ ୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଏହାର ଆଗରେ ରହିଛି ଟୟୋଟା । ଯାହାର ମାର୍କେଟ ଭାଲ୍ୟୁ ୩୧ ଲକ୍ଷ କୋଟିରୁ ଅଧିକା ।

ଆଜି ମାର୍କେଟ ଖୋଲିବା ପରେ ରିଲାଏନ୍ସ କମ୍ପାନୀର ସେୟାର ସବୁ ଲେବଲ ପାର୍ କରିଯାଇଥିଲା । ଏପରି ହେବ ବୋଲି ସମସ୍ତେ ଜାଣିଥିଲେ । ହେଲେ ଏହା ଏତେ ଶ୍ରୀଘ୍ର ହେବ ବୋଲି କେହି ଭାବି ନଥିଲେ । ଆଜିର ଦିନ ରିଲାଏନ୍ସ ପାଇଁ ସବୁଠୁ ବଡ଼ ଦିନ । କମ୍ପାନୀର ମୂଲ୍ୟ ୧.୮୮ ପ୍ରତିଶତ ବୃଦ୍ଧି ଘଟିଛି ଏବଂ କମ୍ପାନୀର ସେୟାର ୨୯୫୭.୮୦ ଟଙ୍କାରେ ପହଞ୍ଚିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶର ପ୍ରଥମ କମ୍ପାନୀ ଯାହାର ମୂଲ୍ୟ ୨୦ କୋଟି ଅତିକ୍ରମ କରିଛି ।

ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତି ଥିଲେ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟମନ୍ତ୍ରୀ, ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ଥିଲେ।

ରାଜ୍ୟସଭାର ୩ ଆସନ ପାଇଁ ନିର୍ବାଚନ ହେଉଥିବା ବେଳେ, ବିଜେଡି ଏବେ ସୁଦ୍ଧା ୨ ଜଣଙ୍କ ନାଁ ଘୋଷଣା କରିଛି। ଗତକାଲି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ଦଳ। ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ପୁଅ । ଦେବାଶିଷ ୧୯୮୨ ମସିହାରେ ଶ୍ରୀଅରବିନ୍ଦ ଇଣ୍ଟରନ୍ୟାସନାଲ ସେଣ୍ଟର ଅଫ ଏଜୁକେସନରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବିଜେଡି ଟିକେଟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଦେବାଶିଷ ।

ପ୍ରଥମେ ୨୦୦୦ ମସିହାରେ ତିର୍ତ୍ତୋଲରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ପରେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ବାରବାଟୀ କଟକ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ଛାତ୍ର ରାଜନୀତିରୁ ରାଜ୍ୟସଭା ପାର୍ଥୀ ହୋଇଛନ୍ତି ଶୁଭାଶିଷ ଖୁଣ୍ଟିଆ। ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି ଶୁଭାଶିଷ । ସେ ୨୦୦୭-୦୮ରେ ପୁରୀ ଜିଏମ ଲ କଲେଜ ସଭାପତି ଥିଲେ । ସେଠାରୁ ସେ ଆରମ୍ଭ କରିଥିଲେ ରାଜନୀତି । ପରବର୍ତ୍ତୀ ସମୟରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ପରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ରହିଥିବା ବେଳେ ବର୍ତ୍ତମାନ ଯୁବ ବିଜେଡିର ଉପସଭାପତି ଦାୟିତ୍ଵ ତୁଲାଉଛନ୍ତି। ସେ ପୁରୀ ଜିଲ୍ଲାର ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାରର ସଂଯୋଜକ ଦାୟିତ୍ବରେ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଫଳତା ପଛରେ ତାଙ୍କର ବିଶେଷ ଅବଦାନ ରହିଛି ।

ଅଣାୟତ ହେଉଛି କୃଷକ ଆନ୍ଦୋଳନ; ଲୁହାବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ

0

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଅନ୍ନଦାତା। ଆରମ୍ଭ ହୋଇଛି କୃଷକ ଆନ୍ଦୋଳନ। ବିଭିନ୍ନ ଦାବି ଦେଇ ଆନ୍ଦୋଳନ କରିବାକୁ ରାଜଧାନୀ ଆଡକୁ ମାଡି ଆସୁଛନ୍ତି ହଜାର ହଜାର କୃଷକ। ଶମ୍ଭୁ ସୀମାରେ ପ୍ରବେଶ କରିବା ପରେ କୃଷକମାନେ ଜୋରଦାର ହଙ୍ଗାମା କରିଛନ୍ତି। ଶମ୍ଭୁ ସୀମାରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ କୃଷକଙ୍କ ଉପରେ ପୋଲିସ ଡ୍ରୋନ ସହାୟତାରେ ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଛି। ଫଳରେ ପୂରା ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅଭେଦ ଦୁର୍ଗରେ ପରିଣତ ହୋଇଛି ଦିଲ୍ଲୀର ବିଭିନ୍ନ ସୀମା। ପୋଲିସ ଚାଷୀଙ୍କୁ ଅଟକାଇବା ପାଇଁ ସୀମାରେ ତାର ବାଡ଼ କରିବା ସହ ବଡ ବଡ କଙ୍କ୍ରିଟ କାନ୍ଥ ଠିଆ କରିଛି। କେବଳ ସେତିକି ନୁହେଁ ଲୁହା କଣ୍ଟା ମଧ୍ୟ ଚାରିଆଡେ ବିଛାଇଛି ପୋଲିସ। ଦିଲ୍ଲୀକୁ ଲାଗିଥିବା ସମସ୍ତ ବର୍ଡରକୁ ସିଲ୍ କରାଯାଇଛି। ଦିଲ୍ଲୀର ତିନୋଟି ସୀମା ସିଙ୍ଘୁ, ଟିକରି ଓ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି। ପୋଲିସ ସମେତ ପାରାମିଲିଟାରୀ କର୍ମଚାରୀଙ୍କୁ ମଧ୍ୟ ସୀମାରେ ମୁତୟନ କରାଯାଇଛି।

ଡ୍ରୋନ୍ ସହାୟତାରେ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଛି। ସିଙ୍ଘୁ ସୀମାରେ ଥିବା ଫ୍ଲାଏ ଓଭରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ। ରାଲିରେ ପ୍ରାୟ ଦୁଇ ହଜାର ୫୦୦ ଟ୍ରାକ୍ଟର ସାମିଲ ହୋଇଛନ୍ତି। ଶସ୍ୟ ଲାଗି ଏମଏସପି ସକାଶେ ଆଇନଗତ ଗ୍ଯାରେଣ୍ଟି ପ୍ରଦାନ କରିବା, ସ୍ବାମୀନାଥନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, ଚାଷୀ ଋଣ ଛାଡ଼ କରିବା, ପୋଲିସ ମୋକଦ୍ଦମା ପ୍ରତ୍ଯାହାର କରିବା, ଲଖିମପୁରୀ ଖେରି ହିଂସାରେ ପୀଡିତଙ୍କୁ ନ୍ୟାୟ ଦେବା ଆଦି ଦାବିରେ ଏହି ଆନ୍ଦୋଳନ ହେଉଛି । ଚାଷାମାନେ ଲମ୍ବା ସମୟ ଧରି ଆନ୍ଦୋଳନ ପ୍ରସ୍ତୁତିରେ ଆସିଛନ୍ତି । ସାଙ୍ଗରେ ୬ ମାସର ଖାଦ୍ଯ ଶସ୍ଯ ମଧ୍ଯ ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଲାଗି ଏହା ଚିନ୍ତାର କାରଣ ହୋଇଥିବାବେଳେ ଟ୍ରାକ୍ଟର ଯେପରି ଆସିପାରିବ ନାହିଁ ସେଥିଲାଗି ଘାଗଲ ନଦୀ ଶଯ୍ଯାକୁ ଖୋଳି ଦିଆଯାଇଛି ।

ଶ୍ବଶୁରଙ୍କୁ ମୁଖାଗ୍ନି ଦେଲେ ବୋହୂ…

କାଶୀନଗର: ଶ୍ବଶୁରଙ୍କୁ ବୋହୂ ଦେଲେ ମୁଖାଗ୍ନି। ପୁଅ ଆସିଲାନି, ବୋହୂ ଦେଲେ ମୁଖାଗ୍ନି। ଗଜପତି ଜିଲ୍ଲା କାଶୀନଗର ଏନଏସି ୧୨ ନମ୍ବର ୱାର୍ଡର ବ୍ୟବସାୟୀ ନିରଞ୍ଜନ ବେହେରାଙ୍କ ରବିବାର ବିଳମ୍ବିତ ରାତ୍ରରେ ପରଲୋକ ହୋଇଥିଲା। ତାଙ୍କ ପତ୍ନୀ, ବୋହୂ ଓ ନାତି ପାଖରେ ରହୁଥିଲେ।

କିନ୍ତୁ ପୁଅ ଶାନ୍ତନୁ ବେହେରା ଅନ୍ୟ ଏକ ଝିଅକୁ ପ୍ରେମ ବିବାହ କରି ଘରୁ ବାହାରକୁ ଚାଲିଯାଇଥିଲା। ପୁଅ ଶାନ୍ତନୁ ନଆସିବାରୁ ପ୍ରଥମ ବୋହୂ ଜୟନ୍ତୀ ନାୟକ ଓ ନାତି  ମୁଖାଗ୍ନି ଦେଇଛନ୍ତି। ଶ୍ମଶାନକୁ ବୋହୂ ଯିବା ଓ ମୁଖାଗ୍ନି ଦେବା ଘଟଣା ଅଞ୍ଚଳରେ ପ୍ରଥମ। ଏଥିପାଇଁ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂ ଜୟନ୍ତୀ ନେଇଥିବା ନିଷ୍ପତ୍ତିକୁ  ସମସ୍ତେ ପ୍ରଶଂସା କରିଛନ୍ତି।