ଗୁରୁଦାସପୁର ଜେଲରେ କଏଦୀଙ୍କ ମଧ୍ୟରେ ଝଗଡ଼ା, ପୋଲିସ ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବର କେନ୍ଦ୍ରୀୟ ଜେଲ ଗୁରୁଦାସପୁରରେ ଅଘଟଣ । ଜେଲରେ ଥିବା ଦୁଇ କଏଦୀ ଗୋଷ୍ଠୀ ମଧ୍ୟ ଝଗଡ଼ା । ସେମାନଙ୍କୁ ଅଟକାଇ ଯାଇଥିବା ପୋଲିସ ଉପରେ ଆକ୍ରମଣ । ଘଟଣାରରେ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା । ସେପଟେ ଘଟଣାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାର ପୋଲିସ ଫୋର୍ସ ଡକାଯାଇଥିବାବେଳେ ସାମରିକ ବାହିନୀ ମଧ୍ୟ ମୂତୟନ କରାଯାଇଛି । ଆହତ ହୋଇଥିବା ୪ଜଣ ପୋଲିସ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା କଏଦୀମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଲା ତାହା ସ୍ପଷ୍ଠ ହୋଇନାହିଁ ।