ଇନ୍ଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ

ଭୁବନେଶ୍ବର: ଇନ୍ଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ। ଡକାୟତି ଯୋଜନା ଚାଲିଥିବା ବେଳେ ମାଡି ବସିଲା ଇନ୍ଫୋସିଟି ପୋଲିସ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସ୍ଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା । କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା । କଦମ ସହ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ, କେ.ଶିବାଜୀ ପ୍ରମୁଖଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି ଲୁହା ରଡ଼, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ସେମାନେ ଡକାୟତି ଯୋଜନା କରୁଥିଲେ। ବିଭିନ୍ନ ଚୋରି , ରାହାଜାନୀ ରେ ଏମାନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି ପୋଲିସ । ଖୁବଶୀଘ୍ର ଏମାନଙ୍କ ନାଁ ରେ ଦଫା ୧୧୦ ରେ କେସ ରୁଜୁ ହେବ ବୋଲି କହିଛନ୍ତି ଜୋନ ଏସିପି ।