spot_img
Home Blog Page 2117

ରାଜ୍ୟ କ୍ୟାବିନେଟ ବୈଠକରେ ୭ବିଭାଗର ୧୪ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର । ଲୋକସେବା ଭବନରେ ରାଜ୍ଯ କ୍ଯାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ପ୍ରସ୍ତାବରେ ମୋହର ବାଜିଛି।  ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ସେଥିରେ ରହିଛି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଏଥିପାଇଁ ରାଜ୍ୟ ସରକାର ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ଯୋଗାଇଦେବେ । ଅନ୍ୟପଟେ କଟକରେ ମହାନଦୀରେ ତିଆରି ହେବ ଉଚ୍ଚ ସେତୁ । ଜଳସେଚିତ ଅଂଚଳରେ ପୁରୁଣା କେନାଲର ହେବ ନବୀକରଣ । ଚାଉଳିଆଗଂଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ । ସାଲେପୁର-ବ୍ରାହ୍ମଣଖଣ୍ଡ ସାହୁଖେତରେ ତିଆରି ହେବ ବ୍ରିଜ୍ । ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବରେ ମୋହର  ଖୁଣ୍ଟୁଣି ଗ୍ରୀଡ୍ ଅପଗ୍ରେଡେସନ୍ ହେବ । ଶିଳ୍ପାୟନ ପାଇଁ ୭ଟି ତାରର ବିକାଶ କରାଯିବ । ଲାଇଭ୍ ଷ୍ଟକ୍ ଇନସପେକ୍ଟରଙ୍କର ହେବ  ୩ଟି ପଦୋନ୍ନତି । ଅମିନ ଓ ଏଆରଆଇ ପଦୋନ୍ନତିକୁ ଅନୁମତି । ଯେମିତି କି ଗମନାଗମନ କ୍ଷେତ୍ରରେ ସମସ୍ତେ ଉପକୃତ ହେବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଭଳି ଯୋଜନାକୁ ହାତକୁ ନେଇଥିଲେ । ମାଲକାନାଗିରି ଭଳି ଜିଲ୍ଲାରେ ଦୂରତା କମାଇବା ପାଇଁ ବିମାନସେବା ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ପଞ୍ଚାୟତର ଉନ୍ନତି କରିବା ପାଇଁ ବିଭିନ୍ନ କମ୍ୟୁନିଟିକୁ ଗୁରୁତ୍ୱ ଦେଇଛନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଶ୍ରୀମନ୍ଦିରର ଐତିହ ପ୍ରକଳ୍ପକୁ ଖୁବ ସୁନ୍ଦର ଭାବରେ ଗଢିତୋଳିଲେ । କେବଳ ସେତିକି ନୁହଁ ପଶ୍ଚିମ ଓଡ଼ିଶାର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠକୁ ବି ନବୀକରଣ କରିଛନ୍ତି । ୫ ବର୍ଷର ସଙ୍କଳ୍ପ ନେଇ କରାଗଲା ସମୀକ୍ଷା। ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର। କୋଭିଡକୁ ସଫଳ ଭାବେ ମୁକାବିଲା କରିଛି ରାଜ୍ୟ। ଦେଶକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ମା’ମାନଙ୍କ ପାଇଁ ମିଶନ ଶକ୍ତି ବିଭାଗ କରାଯାଇଛି। ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ହୋଇଛି। ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସରକାର। ଆଦିବାସୀ ଭାଇ ଭଉଣୀଙ୍କ କଳା, ସଂସ୍କୃତି ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠନ ହୋଇଛି ଏସଡିସି। ମୁଖ୍ୟମନ୍ତ୍ରୀ ଦେଖିଥିବାର ଓଡ଼ିଆ ଅସ୍ମିତାର ସ୍ବପ୍ନ ସାକାର ହୋଇଛି। ଣି ଥରେ ନିର୍ବାଚନ ସମୟ ଆସିଛି। ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡିଦେବେ ବୋଲି ମୁଖ୍ୟମନ୍ତ୍ରୀ ଅଶା ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏମସିଏଲ କୋଇଲା ଖଣି ଆଗରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ

ଅନୁଗୁଳ : ଜମିହରା ପ୍ରଜାଙ୍କ ଆନ୍ଦୋଳନ। ଅନୁଗୁଳ ତାଳଚେର କଣିହାଁ ଠାରେ ଥିବା ଏମସିଏଲ କୋଇଲା ଖଣି ଆଗରେ ଆନ୍ଦୋଳନ। ଲୋକଙ୍କୁ କ୍ଷତିପୂରଣ ସହାୟତା ରାଶି ମଳିନଥିବା ଅଭିଯୋଗ। ଆନ୍ଦୋଳନ ଯୋଗୁଁ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ ହୋଇଯାଇଛି । କଣିହାଁ କୋଇଲା ଖଣିରେ ଗୁଣ୍ଡୁରିନାଳି ଗାଁ ପ୍ରଭାବିତ ହେଇଛି । ଏମସିଏଲ ପକ୍ଷରୁ ଜମି ଯାଉଥିବା ଅଞ୍ଚଳ ଗୁଡିକର ମାପଚୁପ ସରିଛି । ଏହାର ରିପୋର୍ଟ ପଠାଇଲେ ଲୋକଙ୍କୁ କ୍ଷତିପୂରଣ ସହାୟତା ରାଶି ମିଳିବ । ହେଲେ ଏମସିଏଲ ଦିନ ପରେ ଦିନ ଗଡାଇ ଚାଲିଛି, ରିପୋର୍ଟ ପଠାଉ ନାହିଁ ।

କ୍ଷତିପୂରଣ ପାଉନଥିବା ସହ ଚାକିରିରୁ ବଞ୍ଚିତ ହେଉଛନ୍ତି ଲୋକେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଖଣି ଆଗରେ ପ୍ରତିବାଦ ହୋଇଛି । ସମସ୍ଯାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ଓଡିଶା ସରକାରଙ୍କ ବିକାଶ ଯୋଗୁ ସଂଗଠନ ଛାଡି ଆତ୍ମସମର୍ପଣ କଲି : ସୋମନାଥ

ବଲାଙ୍ଗୀର : ବଲାଙ୍ଗୀରରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ। ହାର୍ଡକୋର ମାଓବାଦୀ ସୋମନାଥ ଆଚେଲାର ଆତ୍ମସମର୍ପଣ। ବିବିଏମ ଡିଭିଜନର ଏସିଏମ ରାଙ୍କର ହାର୍ଡକୋର ମାଓବାଦୀ ସୋମନାଥ ଆଚେଲା। ୧୪ ବର୍ଷ ଧରି ଛତିଶଗଡ କାଙ୍କେରରେ ମାଓ କମାଣ୍ଡର ଭାବେ କାମ କରୁଥିଲା ସୋମନାଥ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ଆଇଜି ହିମାଂଶୁ ଲାଲ। ରାଜ୍ୟ ସରକାରଙ୍କ ତରଫରୁ ବାରମ୍ବାର କୁହାଯାଇଛି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ । ସୋମନାଥଙ୍କ ନାଁରେ 3 ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ୨୦୦୬ ମସିହାରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ । ୨୦୧୧ରେ ପଦୋନ୍ନତି ମିଳିଥିଲା I ୨୦୧୬ ମସିହାରୁ ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ । ବିଭିନ୍ନ ମାଓ ହିଂସାରେ ସୋମନାଥର ସମ୍ପୃକ୍ତି ରହିଛି। ମହିଳା ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା, ଯୁବତୀ ମାନଙ୍କ ପ୍ରତି ଖରାପ ଆଚରଣ ତାକୁ ସହିନପାରି ମାଓ ସଂଗଠନ ଛାଡିଥିଲେ । ଓଡିଶା ସରକାରଙ୍କ ବିକାଶ ଓ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଯୋଜନା ଯୋଗୁ ସଂଗଠନ ଛାଡି ଆତ୍ମସମର୍ପଣ କରିଥିବା କହିଛନ୍ତି ସୋମନାଥ ।

ଅନ୍ୟପଟେ କଳାହାଣ୍ଡି, ଯୁଗସାଇପାଟଣା ମନସ୍କା ଜଙ୍ଗଲ ରେ ଛତ୍ର ଭଙ୍ଗା ଦେଲେ ମାଓବାଦୀ । ମନସ୍କା ଜଙ୍ଗଲରେ ମାଓବାଦୀଙ୍କ ଚଳ ପ୍ରଚଳ ଥିବା ନେଇ ଖବର ପାଇ ସିଆରପିଏଫ୍ ଓ ଡିଭିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀ ଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ଲାଲବାହିନୀ। ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିଷ୍ପୋରକ ଜବତ ।

 

ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେ ନିଜେ ଅସୁସ୍ଥତାର ଖବରକୁ ଗୁଜବ ବୋଲି କହିଲେ

ମୁମ୍ବାଇ : ଗତ ଶୁକ୍ରବାର ଅପରାହ୍ନରେ ଏମିତି ଏକ ଖବର ସାମ୍ନାକୁ ଆସିଲା, ଯାହା ଅମିତାଭ ବଚ୍ଚନଙ୍କ ସମସ୍ତ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା। ଏକ ରିପୋର୍ଟରେ କୁହାଯାଇଥିଲା ଯେ ଅମିତାଭଙ୍କ ଗୋଡରେ କିଛି ଜାଗାରେ ରକ୍ତ ଜମାଟ ବାନ୍ଧିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। କିନ୍ତୁ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ସେପରି କିଛି ନାହିଁ | ଅମିତାଭ ବଚ୍ଚନ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଆମେ ଏହା କହୁ ନାହୁଁ, ବରଂ ବିଗ୍ ବି ନିଜେ ଏହା କହିଛନ୍ତି ।

ବାସ୍ତବରେ ଶୁକ୍ରବାର ସନ୍ଧ୍ୟାରେ ଅମିତାଭ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହ ଇଣ୍ଡିଆନ୍ ଷ୍ଟ୍ରିମ୍ ପ୍ରିମିୟର ଲିଗ୍ (ଆଇଏସପିଏଲ୍) ମ୍ୟାଚ୍ ଦେଖିବା ପାଇଁ ଆସିଥିଲେ। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚରାଯାଉଛି। ଏହାର ଉତ୍ତର ଦେଇ ସେ କହୁଛନ୍ତି, ଯେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ।

ଗୋପାଳ ସମାଜ ଭବନ ନିର୍ମାଣ କରିଥିବାରୁ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

କୋଣାର୍କ : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗୋପାଳ ସମାଜ। କାକଟପୁର ମଙ୍ଗଳା ମନ୍ଦିର ସମ୍ମୁଖରେ କଲେ ସମୁହ ଦୀପ ଦାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଡିସିମିଲ୍ ଭୂମି ଅଲ୍ ଓଡ଼ିଶା ଗୋପାଳ ସମାଜକୁ ପ୍ରଦାନ କରିଛନ୍ତି। ଓଡିଶାରେ ୧ କୋଟି ୫ଲକ୍ଷ ଗୋପାଳଙ୍କ ପାଇଁ ଭୁବେନଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ନିର୍ମାଣ ହେବ ଗୋପାଳ ସମାଜ ଭବନ। ଭୁବନେଶ୍ୱର ଆସୁଥିବା ଗୋପାଳ ସମ୍ପ୍ରଦାୟର ଛାତ୍ରଛାତ୍ରୀ, ରୋଗୀ, ଏଠାରେ ରହିବାର ବ୍ୟବସ୍ଥା କରାଯିବ। ଏନେଇ ଓଡ଼ିଶା ଗୋପାଳ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇବା ସହ କାକଟପୁର ମଙ୍ଗଳା ମନ୍ଦିର ସାମ୍ନାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମୁହ ଦୀପ ଦାନ କରାଯାଇଛି।

ପ୍ରଥମ ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲା ପ୍ରେମିକା

ଭୁବନେଶ୍ୱର : ଲକ୍ଷ୍ମୀସାଗର ଚିନ୍ତାମଣୀଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ରାତି ଅଧରେ ଡାକି ହାଣି ପକାଇଲେ ଦୁର୍ବୃତ୍ତ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପ୍ରେମିକା ସହ ମୃତ ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀର ଅଞ୍ଜନ ବେହେରା। କ୍ୟାଟରିଂ ସଂସ୍ଥାରେ କାମ କରନ୍ତି ଅଞ୍ଜନ। ପିଙ୍କୁ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣିଥିବା ସୂଚନା ମିଳିଛି। ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଅଘଟଣ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ବେଳେ ଅଞ୍ଜନଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।

ହିନ୍ଦୋଳରେ ୩୫ ଟିକିଆ ହାତୀପଲ ଘଟାଇଛନ୍ତି ବ୍ୟାପକ କ୍ଷତି

ଢେଙ୍କାନାଳ : ହିନ୍ଦୋଳକୁ ପ୍ରବେଶ କଲେ ୩୫ ଟିକିଆ ହାତୀପଲ। ହାତୀ ମାନେ ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳରେ ରହିଥିବା ବେଳେ ବ୍ୟାପକ କ୍ଷତି କରିଛନ୍ତି।  ବଉଳିଗଡ ନାଳ ପାସ କରି ହିନ୍ଦୋଳ ଫରେଷ୍ଟ ରେଞ୍ଜ ପୁରୁଣାକୋଟ ଜଙ୍ଗଲ ଆଡ଼କୁ ମୁହାଇଛନ୍ତି ହାତୀ। ଗ୍ରାମବାସୀ ଭୟଭୀତ। ପାଟଲା ଅଞ୍ଚଳରେ ହାତୀ ପଲ ବହୁ କଦଳୀ ଗଛ ଭାଙ୍ଗିଥିବା ସୂଚନା । ହାତୀ ମାନେ ପୁରୁଣାକୋଟ ନିକଟ ରକଲା ଶିବ ମନ୍ଦିର ନିକଟରେ ରହିଥିବା  ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ସତର୍କ ନଜର ରଖିଛନ୍ତି।

୪୦୦ ବର୍ଷ ପୁରୁଣା ଗୁମ୍ଫାରୁ ଉଦ୍ଧାର ହେଲା ମାଆଙ୍କ ମୂର୍ତ୍ତି

ନୟାଗଡ : ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ବିରିଡିହି ଗାଁରେ ଅଲୌକିକ ଘଟଣା । ୪୦୦ ବର୍ଷ ପୁରୁଣା ଷୋଳଶରାଣୀ ଗୁମ୍ଫାରୁ ଉଦ୍ଧାର ହୋଇଛି ମାଆଙ୍କ ମୂର୍ତ୍ତି । ମାଆଙ୍କ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟୁଛି ଭକ୍ତଙ୍କ ସୁଅ । ଗ୍ରାମବାସୀଙ୍କ ସହଯୋଗରେ ପାହାଡ ଉପରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । କିମ୍ବଦନ୍ତୀ ଅନୁସାରେ ରାଜା ରାଜୁଡାଙ୍କ ସମୟରେ ଜଙ୍ଗଲ ପାହାଡ ଘେରା ଗୁମ୍ଫା ଭିତରେ ମା ଷୋଳରାଣୀ ପୂଜା ପାଉଥିଲେ ।  ତେବେ କାଳକ୍ରମେ ପୂଜା ବନ୍ଦ ହୋଇଯାଇଥିବା ବେଳେ ମାଙ୍କ ବିଗ୍ରହ ଓ ଅଳଙ୍କାର ଚୋରମାନେ ଚୋରି କରିନେଇଥିଲେ । କିଛି ଦିନ ତଳେ ବୃନ୍ଦାବନରୁ ଆସିଥିବା ଜଣେ ସାଧୁ ମାଆ ସ୍ଵପ୍ନାଦେଶ କରିଥିଲେ ।

ପରେ ଗ୍ରାମବାସୀମାନେ ଷୋଳଶରାଣି ଗୁମ୍ଫା ନିକଟରେ ଖୋଜାଖୋଜି କରିବା ପରେ ମାଆଙ୍କ ବିଗ୍ରହ ମାଟିତଳୁ ଉଦ୍ଧାର କରିଛନ୍ତି । ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏବେ ମାଆଙ୍କ ବିଗ୍ରହକୁ ଗୁମ୍ଫା ନିକଟରେ ରଖି ପୂଜାର୍ଚ୍ଚନା କରୁଛନ୍ତି ଗ୍ରାମବାସୀ । ତେବେ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ଗ୍ରାମବାସୀ ।

ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସହ ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଏହାସହ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ତାପମାତ୍ରା । ୩ଟି ପାଣିପାଗ ନିୟାମକ ପାଇଁ କାଳବୈଶାଖୀ ଜନିତ ବର୍ଷା ହେବ । ଆଜି ଓ କାଲି  ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।  ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୧୮ ଏବଂ ୧୯ ତାରିଖରେ ସାରା ରାଜ୍ୟରେ ବର୍ଷା ସହ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ଆସନ୍ତା ୨ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ।

ଉପକୂଳ ଓଡ଼ିଶାରେ ୩୪ ରୁ ୩୬ ଡ଼ିଗ୍ରୀ ମଧ୍ୟରେ ରହିବ ଦିନ ତାପମାତ୍ରା । ଆଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୩୯ଡିଗ୍ରୀ ରହିପାରେ ତାପମାତ୍ରା । ପରବର୍ତ୍ତୀ ୩ରୁ ୪ ଦିନ ଯାଏଁ  ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିବ ପାରଦ ।  ୨୨ ତାରିଖରୁ ରାଜ୍ୟରେ ବଦଳିବ ପାଗ, ପୁଣି ବଢିବ ଗ୍ରୀଷ୍ମପ୍ରବାହ । ମାର୍ଚ୍ଚ ୨୨ରୁ ୨୮ ତାରିଖ ଯାଏଁ ପ୍ରବଳ ତାତି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା ।

ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଋଷ ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ଦିନ । ତେବେ ରାଜନୈତିକ ବ୍ଯବସ୍ଥାକୁ କରାୟତ୍ତ କରିବା ସହ ଆଉ ୬ ବର୍ଷ ଲାଗି କ୍ଷମତା ହାସଲ କରିବା ଲାଗି ଏହା ଏକ ନାମମାତ୍ର ପ୍ରକ୍ରିୟା ବୋଲି କୁହାଯାଉଛି । ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ଯମର ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଇଥିବା ଅଭିଯୋଗ କରାଯାଇଛି । ୟୁକ୍ରେନ ସହ ଯୁଦ୍ଧ ତୃତୀୟ ବର୍ଷରେ ପଦାର୍ପଣ କରିଥିବାବେଳେ ଋଷର ଛୋଟବଡ ବିଜୟକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଶ୍ ଆଶାବାଦୀ ଅଛନ୍ତି । ୧୧ଟି ଟାଇମ ଜୋନରେ ଋଷର ଅବସ୍ଥିତି କାରଣରୁ ଏହି ନିର୍ବାଚନ ତିନି ଦିନ ଧରି ଚାଲିବ । କ୍ରିମିଆ ଓ ମାରିୟୁପୋଲରେ ବି ଭୋଟଦାନ ଚାଲିଥିବା ସୂଚନା ମିଳିଛି ।  ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହେଉଛି । ୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେବା ପ୍ରାୟ ନିଶ୍ଚିତ ରହିଛି । ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି । ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି ।

ସେପଟେ ଋଷର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳେ ବିଭିନ୍ନ ସୀମା ଅଞ୍ଚଳରେ ବୋମାମାଡ କରିଛି ୟୁକ୍ରେନ । କେରଳରେ ବି ବାସ କରୁଥିବା ଋଷ ନାଗରିକ ନିଜ ମତ ସାବ୍ୟସ୍ତ କରିଥିବା ସୂଚନା ମିଳିଛି । ଋଷ ଓ ଋଷ ଅଧିକୃତ ଅଞ୍ଚଳରେ ୧୧୨ ଦଶମିକ ୩ ନିୟୁତ ଭୋଟ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତ ୨୦୧୨ରୁ ବର୍ତ୍ତମାନ ଯାଏ ରାଷ୍ଟ୍ରପତି ଅଛନ୍ତି ପୁଟିନ। ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭ।