ରାଜ୍ୟ କ୍ୟାବିନେଟ ବୈଠକରେ ୭ବିଭାଗର ୧୪ ପ୍ରସ୍ତାବକୁ ମୋହର

1 min read

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର । ଲୋକସେବା ଭବନରେ ରାଜ୍ଯ କ୍ଯାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ବିଭିନ୍ନ ପ୍ରସ୍ତାବରେ ମୋହର ବାଜିଛି।  ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି । ସେଥିରେ ରହିଛି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ । ଏଥିପାଇଁ ରାଜ୍ୟ ସରକାର ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ଯୋଗାଇଦେବେ । ଅନ୍ୟପଟେ କଟକରେ ମହାନଦୀରେ ତିଆରି ହେବ ଉଚ୍ଚ ସେତୁ । ଜଳସେଚିତ ଅଂଚଳରେ ପୁରୁଣା କେନାଲର ହେବ ନବୀକରଣ । ଚାଉଳିଆଗଂଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ । ସାଲେପୁର-ବ୍ରାହ୍ମଣଖଣ୍ଡ ସାହୁଖେତରେ ତିଆରି ହେବ ବ୍ରିଜ୍ । ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବରେ ମୋହର  ଖୁଣ୍ଟୁଣି ଗ୍ରୀଡ୍ ଅପଗ୍ରେଡେସନ୍ ହେବ । ଶିଳ୍ପାୟନ ପାଇଁ ୭ଟି ତାରର ବିକାଶ କରାଯିବ । ଲାଇଭ୍ ଷ୍ଟକ୍ ଇନସପେକ୍ଟରଙ୍କର ହେବ  ୩ଟି ପଦୋନ୍ନତି । ଅମିନ ଓ ଏଆରଆଇ ପଦୋନ୍ନତିକୁ ଅନୁମତି । ଯେମିତି କି ଗମନାଗମନ କ୍ଷେତ୍ରରେ ସମସ୍ତେ ଉପକୃତ ହେବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଭଳି ଯୋଜନାକୁ ହାତକୁ ନେଇଥିଲେ । ମାଲକାନାଗିରି ଭଳି ଜିଲ୍ଲାରେ ଦୂରତା କମାଇବା ପାଇଁ ବିମାନସେବା ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ପଞ୍ଚାୟତର ଉନ୍ନତି କରିବା ପାଇଁ ବିଭିନ୍ନ କମ୍ୟୁନିଟିକୁ ଗୁରୁତ୍ୱ ଦେଇଛନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଶ୍ରୀମନ୍ଦିରର ଐତିହ ପ୍ରକଳ୍ପକୁ ଖୁବ ସୁନ୍ଦର ଭାବରେ ଗଢିତୋଳିଲେ । କେବଳ ସେତିକି ନୁହଁ ପଶ୍ଚିମ ଓଡ଼ିଶାର ଅଧିଷ୍ଟାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପୀଠକୁ ବି ନବୀକରଣ କରିଛନ୍ତି । ୫ ବର୍ଷର ସଙ୍କଳ୍ପ ନେଇ କରାଗଲା ସମୀକ୍ଷା। ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି ରାଜ୍ୟ ସରକାର। କୋଭିଡକୁ ସଫଳ ଭାବେ ମୁକାବିଲା କରିଛି ରାଜ୍ୟ। ଦେଶକୁ ଅକ୍ସିଜେନ ଯୋଗାଇ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ମା’ମାନଙ୍କ ପାଇଁ ମିଶନ ଶକ୍ତି ବିଭାଗ କରାଯାଇଛି। ଗମନାଗମନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ହୋଇଛି। ବଲାଙ୍ଗୀରରେ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି ସରକାର। ଆଦିବାସୀ ଭାଇ ଭଉଣୀଙ୍କ କଳା, ସଂସ୍କୃତି ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଆଦିବାସୀଙ୍କ ବିକାଶ ପାଇଁ ଗଠନ ହୋଇଛି ଏସଡିସି। ମୁଖ୍ୟମନ୍ତ୍ରୀ ଦେଖିଥିବାର ଓଡ଼ିଆ ଅସ୍ମିତାର ସ୍ବପ୍ନ ସାକାର ହୋଇଛି। ଣି ଥରେ ନିର୍ବାଚନ ସମୟ ଆସିଛି। ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡିଦେବେ ବୋଲି ମୁଖ୍ୟମନ୍ତ୍ରୀ ଅଶା ରଖିଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ଦେଶରେ ଏକ ନମ୍ବର ରାଜ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।