ଏମସିଏଲ କୋଇଲା ଖଣି ଆଗରେ ଜମିହରା ପ୍ରଜାଙ୍କ ଆନ୍ଦୋଳନ

ଅନୁଗୁଳ : ଜମିହରା ପ୍ରଜାଙ୍କ ଆନ୍ଦୋଳନ। ଅନୁଗୁଳ ତାଳଚେର କଣିହାଁ ଠାରେ ଥିବା ଏମସିଏଲ କୋଇଲା ଖଣି ଆଗରେ ଆନ୍ଦୋଳନ। ଲୋକଙ୍କୁ କ୍ଷତିପୂରଣ ସହାୟତା ରାଶି ମଳିନଥିବା ଅଭିଯୋଗ। ଆନ୍ଦୋଳନ ଯୋଗୁଁ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ଠପ ହୋଇଯାଇଛି । କଣିହାଁ କୋଇଲା ଖଣିରେ ଗୁଣ୍ଡୁରିନାଳି ଗାଁ ପ୍ରଭାବିତ ହେଇଛି । ଏମସିଏଲ ପକ୍ଷରୁ ଜମି ଯାଉଥିବା ଅଞ୍ଚଳ ଗୁଡିକର ମାପଚୁପ ସରିଛି । ଏହାର ରିପୋର୍ଟ ପଠାଇଲେ ଲୋକଙ୍କୁ କ୍ଷତିପୂରଣ ସହାୟତା ରାଶି ମିଳିବ । ହେଲେ ଏମସିଏଲ ଦିନ ପରେ ଦିନ ଗଡାଇ ଚାଲିଛି, ରିପୋର୍ଟ ପଠାଉ ନାହିଁ ।

କ୍ଷତିପୂରଣ ପାଉନଥିବା ସହ ଚାକିରିରୁ ବଞ୍ଚିତ ହେଉଛନ୍ତି ଲୋକେ। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଖଣି ଆଗରେ ପ୍ରତିବାଦ ହୋଇଛି । ସମସ୍ଯାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।