ସମ୍ବଲପୁର: ସମ୍ବଲପୁର ହୀରାକୁଦ ଅଞ୍ଚଳରେ ଝାଡାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଛି । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ହୀରାକୁଦରେ ପହଞ୍ଚିଛନ୍ତି । ସମ୍ବଲପୁର ଜିଲ୍ଲାପାଳ ଆକ୍ରାନ୍ତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏବେ ଝାଡାବାନ୍ତିରେ ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଥିବା ସନ୍ଦେହ କରିଛନ୍ତି ସମ୍ବଲପୁର ସିଡିଏମଓ ସୁଜାତା ରାଣୀ ମିଶ୍ର । ହୀରାକୁଦ ହସ୍ପିଟାଲରେ ୨୦ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ୪ ଜଣଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ହୀରାକୁଦ କାଳୁପଡା, ଗଉଡପଡା, ଗୁରୁଦ୍ବାରା ଓ ନ୍ୟୁ ମାର୍କେଟ ପଡାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳିଛି ।
ନିଶ୍ବାସ ଟିକେ ଭଲରେ ନିଅ, ଜାଣନ୍ତୁ ଜାଡେଜାଙ୍କୁ କାହିଁକି ଏମିତି କହିଲେ ବିରାଟ
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ର ଉଦଘାଟନୀ ମ୍ୟାଚରେ ସିଏକେ ଏବଂ ଆରସିବି ମଧ୍ୟରେ ଖେଳାଳଯାଇଥିଲା । ଏହି ମ୍ୟାଚରେ ଚେନ୍ନାଇ ୬ ଓ୍ବିକେଟରେ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିରାଟ ଜାଡେଜାଙ୍କୁ କହିଛନ୍ତି କି, ନିଶ୍ବାସ ଟିକେ ଭଲରେ ନିଅ । ଆରସିବି ବ୍ୟାଟିଂ କରୁଥିବା ୧୧ତମ ଓଭରରେ ଏଭଳି ଦେଖିବାକୁ ମିଳିଥିଲା । ଜାଡେଜା ଶୀଘ୍ର ଶୀଗ୍ର ବଲ ସାରିବାକୁ ଚେଷ୍ଟା କରୁଥିଲେ । ସେ ଗ୍ରୀନଙ୍କୁ ବଡ଼ ପାଳି ଖେଳିବା ପାଇଁ ଦେଉନଥିଲେ । ଶୀଘ୍ର ବଲ ପକାଉଥିବାବେଳେ ବିରାଟ ମଜାରେ ଏଭଳି ଜାଡେଜାଙ୍କୁ କହିଥିଲେ । ସେ ଟିକେ ଭଲରେ ନିଶ୍ବାସ ନିଅନ୍ତୁ ତାପରେ ବୋଲିଂ କରିବ। ତେବେ ଏଭଳି ଘଟଣା ଘଟିବାର ପରବର୍ତ୍ତୀ ଓଭରରେ କୋହଲି ଏବଂ ଗ୍ରୀନ ଆଉଟ ହୋଇ ପାଭିଲିୟନ ଫେରିଥିଲେ ।
୪୫୫ ଦିନ ପରେ କ୍ରିକେଟ ମଇଦାନରେ ଋଷଭ ପନ୍ଥ, ଏହି ୨ ନିଷ୍ପତ୍ତି ପାଇଁ..
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ପଞ୍ଜାବ କିଙ୍ଗ୍ସକୁ ଭେଟୁଛି । ତେବେ ଏହି ମ୍ୟାଚରେ ନଜର ଆସିବେ ଋଷଭ ପନ୍ଥ । ଦୁର୍ଘଟଣା ପରେ ଦୀର୍ଘ ୪୫୫ ଦିନ ପରେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି ପନ୍ଥ । ୩୦ ଡିସେମ୍ବର ୨୦୨୨ରେ ତାଙ୍କର କାର ଦୁର୍ଘଟଣା ଘଟିଥିବାବେଳେ କ୍ରିକେଟ ମଇଦାନରୁ ଦୂରେଇ ରହିଥିଲେ । ଫିଟନେସ ସାର୍ଟିଫିକେଟ ପାଇବା ପରେ ପୁଣିଥରେ ଆଇପିଏଲ ଟିମରେ ସ୍ଥାନ ପାଇଛନ୍ତି ପନ୍ଥ । ତେବେ ପ୍ରଥମ ମ୍ୟାଚରେ ଦୁଇଟି ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଛନ୍ତି । ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀ ନିଷ୍ପତ୍ତି ନେଇଛି । ପିଚକୁ ଦେଖି ସେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାସହ ୪ ଜଣ ବିଦେଶୀ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦଳରେ ସ୍ଥାନ ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ପନ୍ଥ କେବଳ ବ୍ୟାଟିଂ କରିବା ପାଇଁ କହିଥିବାବେଳେ ଆଜି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ କହିଛନ୍ତି କି, ଓ୍ବିକେଟ କିପିଂ କରିବେ ।
ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ହଜାର ହଜାର ବିଜେପି କର୍ମୀ
ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସୁଶିଲ କୁମାର ରାଉତ । ସୁଶିଲଙ୍କ ସହ ହଜାର ହଜାର ବିଜେପି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସାମିଲ ଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ସମସ୍ତ କର୍ମୀଙ୍କୁ ସ୍ବାଗତ କରିଥିଲେ ।
ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣା, ନିଜକୁ ଦାୟୀ କଲା ISIS-K
ନନ୍ଦିଘୋଷ ବ୍ୟୁରୋ: ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ । ଇସଲାମିକ ଷ୍ଟେଟର ଆଫଗାନ ଶାଖା ହେଉଛି ଆଇଏସଆଇଏସ-କେ । ଇରାନ, ତୁର୍କମନେିସ୍ତାନ ଓ ଆଫଗାନିସ୍ତାନରେ କାର୍ଯ୍ୟରତ ଏହି ସଂଗଠନ ହେଉଛି ଇସଲାମିକ ଷ୍ଟେଟ ଖୋରାସାନ ବା ISIS-K । ଅତ୍ୟଧିକ ହିଂସା ଲାଗି କୁଖ୍ୟାତ ଏହି ସଂଗଠନ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ତେବେ ୨୦୧୮ ପରଠାରୁ ଏହି ସଂଗଠନର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିଲା । ତାଲିବାନ ଓ ଆମେରିକୀୟ ବାହିନୀର ପ୍ରଭାବ ଯୋଗୁ ଏହି ସଂଗଠନକୁ ବେଶୀ କ୍ଷତି ପହଞ୍ଚିଥିଲା । ତେବେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ISIS-Kର ପ୍ରଭାବ ବଢ଼ିଥିଲା । ଆଫଗାନିସ୍ତାନର ବିଭିନ୍ନ ମସଜିଦ ଉପରେ ଆକ୍ରମଣ କରିବା ସହ ଏହି ସଂଗଠନ ଦେଶ ବାହାରେ ବି ନିଜର କାୟା ବିସ୍ତାର କରିଛି । ୨୦୨୪ ପ୍ରଥମ ଭାଗରେ ଇରାନରେ ଦୁଇଟି ବିସ୍ଫୋରଣ ପଛରେ ଏହାର ହାତ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୨୨ ସେପ୍ଟେମ୍ବରରେ କାବୁଲସ୍ଥିତ ଋଷ ଦୂତାବାସରେ ISIS-K ଆତଙ୍କୀ ହମଲା କରିଥିଲେ । ସେହିପରି ୨୦୨୧ରେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ବି ଏହି ସଂଗଠନ ଆକ୍ରମଣ କରିଥିଲା ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଥିଲା ISIS-K । ଋଷର ବିଭିନ୍ନ ନୀତିକୁ ସଂଗଠନ କରୁଥିଲା ବିରୋଧ । ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ଥିଲା ସଂଗଠନର ଅଭିଯୋଗ । କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଂଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଂଗଠନ । ଋଷ ଉପରେ ଆତଙ୍କୀ ହମଲା ହେବା ନେଇ ଆଗୁଆ ସୂଚନା ଦେଇଥିଲା ଆମେରିକା ।

