ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଭାଇଜାନ ସଲମାନ ଖାନ ନିଜର ଅପକମିଙ୍ଗ ପ୍ରଜେକ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାଇଜାନଙ୍କ ପ୍ରଶଂସକ ତାଙ୍କ କମବ୍ୟାକକୁ ଅନେଇ ରହିଛନ୍ତି । ବିଗତ ବର୍ଷ ଭାଇଜାନଙ୍କ ପାଇଁ ଆଭରେଜ ରହିଥିଲା । କିସିକା ଭାଇ କିସି କି ଜାନ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିଲା । ଅନ୍ୟପଟେ ’ଟାଇଗର ୩’ ଠିକ ଠାକ ବ୍ୟବସାୟ କରିଥିଲା । କିନ୍ତୁ ଦୀର୍ଘ ଦିନରୁ ଭାଇଜାନ ନିଜର କମବ୍ୟାକ ଖୋଜୁଥିବାବେଳେ ଅପକମିଙ୍ଗ ଫିଲ୍ମ ସଲମାନଙ୍କ ପାଇଁ ଖାସ ରହିପାରେ ବୋଲି ଚର୍ଚ୍ଚା ସାଉଥ ଅଭିନେତା ୟଶଙ୍କ ପ୍ରତିଯୋଗିତା ହେବ । ରାକିଙ୍ଗ ଷ୍ଟାର ୟଶଙ୍କ ଫିଲ୍ମ ଟାକ୍ସିକ ମଧ୍ୟ ଇଦରେ ରିଲିଜ ହେବାକୁ ଯାଉଛି । କେଜିଏଫ ଫିଲ୍ମ ପରେ ୟଶଙ୍କ କ୍ରେଜ ଜବରଦସ୍ତ ରହିଥିବା ବେଳେ ଏହାର ପ୍ରଭାବ ସଲମାନ ଖାନଙ୍କ ଫିଲ୍ମ ଉପରେ ପଡିପାରେ ବୋଲି ସିନେ ସମୀକ୍ଷକମାନେ ମତ ରଖିଛନ୍ତି । କହିରଖୁ ଯେ ୨୦୨୫ ଏପ୍ରିଲ ୧୦ ତାରିଖ ଇଦ ମୌକାରେ ଉଭୟଙ୍କ ସିନେମା ବକ୍ସ ଅଫିସରେ ରିଲିଜ ହେବାକୁ ରହିଛି । ତେବେ ବକ୍ସ ଅଫିସରେ ଜବରଦସ୍ତ କ୍ଲେସ ଦେଖାଯିବା ସ୍ବଭାବିକ କଥା । ତେବେ ଏହି କ୍ଲେସରେ କିଏ ଆଗରେ ରହୁଛି ତାହା ଆସୁଥିବା ସମୟ ହିଁ କହିପାରିବ ।
ଦର୍ଶକଙ୍କ ମନମୋହିବ ଅପକମିଙ୍ଗ ସିରିଜ ଓ ଫିଲ୍ମ, ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ସିରିଜ ଓ ଫିଲ୍ମ
ନନ୍ଦିଘୋଷ ବ୍ୟୁରୋ: କଣ୍ଟେଣ୍ଟ ଦେଖିବାର ବଦଳିଛି ଅନ୍ଦାଜ। ଏବେ ଲୋକେ ଫିଲ୍ମରୁ ଅଧିକ ଓଟିଟି ମିଡିଆ ଉପରେ ଗୁରୁତ୍ବ ଦେଲେଣି । ଓଟିଟି ମିଡିଆ ମଧ୍ୟ ନିଜ ଫଲୋଅର୍ସ ପାଇଁ ଆଣୁଛନ୍ତି ନୂଆ ନୂଆ କଣ୍ଟେଣ୍ଟ । ଏହି ସୂଚୀରେ ଯୋଡି ହୋଇଛି ଆଗକୁ ଆସିବାକୁ ଯାଉଥିବା ପ୍ରାଇମର ୭୦ଟି ନୂଆ କଣ୍ଟେଣ୍ଟ । ଆଜ୍ଞା ହଁ ପ୍ରାଇମ ଭିଡିଓ ଘୋଷଣା କରିଛି ୭୦ଟି ଅପକମିଙ୍ଗ ସିରିଜ ଓ ଫିଲ୍ମର । ଏହି ସୂଚୀରେ ଅନେକ ଲୋକପ୍ରିୟ ଓ ମୋଷ୍ଟ ଅୱେଟେଡ ଫିଲ୍ମ ଓ ସିରିଜ ରହିଛି । ଆମ ସମସ୍ତଙ୍କର ପ୍ରିୟ ମିର୍ଜାପୁର ସିଜନ ୩ ଏବଂ ପଂଚାୟତ ସିଜନ ୩ ଖୁବ ଶୀଘ୍ର ଆସିବାକୁ ଯାଇଛି । ଏହା ସହିତ ରହିଛି ଏଣ୍ଟରଟେନମେଣ୍ଟର ଡବଲ ଡୋଜ । ଏଥିରେ ମନୋଜ ବାଜପାୟୀଙ୍କ ଦି ଫ୍ୟାମିଲି ମ୍ୟାନ ନ୍ୟୁ ସିଜନ , କ୍ରାଇମ ଥ୍ରିଲ କାହାଣୀ ଥିବା ପାତାଲଲୋକ ସିଜନ ୩ , ବନ୍ଦିସ ବେଣ୍ଡିଟ ସିଜନ ୨ , ହାଉସଫୁଲ ୫ , ଅନୀଲ କପୁରଙ୍କ ସୁବେଦାର , ଅଭିଷେକ ବଚ୍ଚନଙ୍କ ବି ହାପି , ଅନନ୍ୟା ପାଣ୍ଡେଙ୍କ କଲ ମି ବେ ପରିକା ସିରିଜ ଓ ଫିଲ୍ମ ସାମିଲ ଅଛି । ୭୦ଟି ଫୀଲ୍ମ ଓ ସିରିଜ ମଧ୍ୟରୁ ୪୦ଟି ଅରିଜିନାଲ ସିରିଜ ଓ ୨୯ଟି ଫିଲ୍ମ ସାମିଲ ଅଛି । ତେବେ କହିହେବ ଯେ ୨୦୨୪ ବର୍ଷ ଓଟିଟି ମିଡିଆ ପାଇଁ ଖୁବ ଖାସ ବର୍ଷ ହେବାକୁ ଯାଉଛି ।
ହୋଲି ପାଇଁ ସଜାଗ କମିଶନରେଟ୍ ପୋଲିସ, ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ
ଭୁବନେଶ୍ବର: ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ । ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଲିରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ । ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ । ରୋଡ୍ ରୋମିଓଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ନାଁରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବାକୁ ପଡ଼ିବ । ପାର୍ଟିରେ ନିଶା କାରବାର ଉପରେ ମଧ୍ଯ କଡ଼ା ନଜର ରହିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ମସ୍କୋ ହଲ ଆକ୍ରମଣ ଘଟଣା: ଋଷ-ୟୁକ୍ରେନ କଥା କଟାକଟି
ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ଦୁଇ ବର୍ଷ ବିତି ଗଲାଣି । ନା ୟୁକ୍ରେନ ପଛକୁ ଘୁଞ୍ଚୁଛି, ନା ଋଷ ଆକ୍ରମଣ ବନ୍ଦ କରୁଛି । ଆମେରିକା ଓ ନାଟୋ ରାଷ୍ଟ୍ରଙ୍କ ବଳରେ ଶକ୍ତିଶାଳୀ ଋଷକୁ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ ୟୁକ୍ରେନ ଟକ୍କର ଦେଉଛି । ସେମିତି ନୁହେଁ, ଗତ କିଛିଦିନ ହେବ ୟୁକ୍ରେନ, ଋଷର ବିଭିନ୍ନ ଅଞ୍ଚଳରେ ପାଲଟା ଆକ୍ରମଣ ଆରମ୍ଭ କରିଛି । ଯାହା ଭ୍ଲାଦିମିର ପୁଟନଙ୍କ ଚିନ୍ତା ବଢ଼େଇ ଦେଇଛି । ଏମିତି ସ୍ଥିତିରେ ମସ୍କୋ କନସର୍ଟ ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଇ ରାଷ୍ଟ୍ର ପୁଣି ମୁହାଁମୁହିଁ ହୋଇଛନ୍ତି ।
ସିନେମା ହଲ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ସ୍ବଷ୍ଟ ଭାବେ କହିଛନ୍ତି ପୁଟିନ । ଯାହାକୁ ୟୁକ୍ରେନ ଖଣ୍ଡନ କରିଛି । ଏକ ଟେଲିଭିଜନ ବାର୍ତ୍ତାରେ ପୁଟିନ କହିଛନ୍ତି, ଆକ୍ରମଣକାରୀମାନେ ନରସଂହାର ସାରି ୟୁକ୍ରେନକୁ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ଧରାଯାଉଛି ।
ଏପଟେ, ଆକ୍ରମଣ ଘଟଣାରେ ମୃତ୍ଯୁ ସଂଖ୍ୟା ୧୫୦ ହୋଇଥିବାବେଳେ ଏହାର ଭିଡିଓ ଓ ଫଟୋ ପ୍ରକାଶ କରିଛି ISIS-K ସଂଗଠନ । ପୁଟିନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖ୍ୟାଳୟର ପରାମର୍ଶଦାତା ମିଖାଇଲୋ ପୋଦୋଲ୍ଯାକ । ତେଣେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ଏହା ଏକ ଯୋଜନାବଦ୍ଧ ହତ୍ଯାକାଣ୍ଡ ବୋଲି ସେ କହିଛନ୍ତି ।
ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ଯବାନ ଗିରଫ
ବାଙ୍ଗୀ: ଶେଷରେ ପୋଲିସ ଜାଲରେ ପଡ଼ିଲେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିବା ଅବସରପ୍ରାପ୍ତ କର୍ମଚାରୀ । ଅଭିଯୁକ୍ତ ଯବାନ ଜଣଙ୍କ ହେଲେ କଟକ ଜିଲ୍ଲା ହରିରାଜପୁର ଗାଁର ଅବସରପ୍ରାପ୍ତ ଯବାନ ସରୋଜ ଦାସ ।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡା ବୁଲାଇବା ସହ ହତ୍ୟା କରିପା ପରେ ସରୋଜ ଫେରାର ହୋଇଯାଇଥିଲେ । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲା । ସରୋଜ ପଦନପୁର ଜଙ୍ଗଲ ଶବର ସାହିରେ ଲୁଚିଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ଚଖାଉ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।
ସୂଚନାଯୋଗ୍ୟ, ୬ ମାସ ତଳେ ବାଙ୍କୀରେ ଖଣ୍ଡା ଧରି ଆତଙ୍କ ଖେଳାଇବା ସହ ଜଣେ ପୋଲିସ ଏସଆଇଙ୍କୁ ହାଣି ଗୁରୁତର କରି ଫେରାର ହୋଇଯାଇଥିଲେ । ସେବେଠୁ ସରୋଜଙ୍କୁ ଧରିବାକୁ ଚେଷ୍ଟା କରୁଥିଲା ପୋଲିସ୍ । ବିଳମ୍ବିତ ରାତିରେ ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ପଦନପୁର ବାଲି ତଇଲା ଶବର ସାହିରୁ ସରୋଜଙ୍କୁ ପୋଲିସ ଗିରଫ କରିଛି ।
କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ବିରୋଧ: ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ ପ୍ରତିବାଦ
ନୂଆଦିଲ୍ଲୀ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀର ସମସ୍ତ ବିଧାନସଭା କ୍ଷେତ୍ରରେ କରାଯାଉଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ଆପ୍ ନେତା ଓ କର୍ମୀ ବାହାର କରିବେ ମହମବତି ରାଲି । ବିଜେପିର ଏକଛତ୍ରବାଦୀ ଆଭିମୁଖ୍ୟକୁ ବିରୋଧ କରି ଆପ୍ କର୍ମୀଙ୍କ ଗର୍ଜନ । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।
କେନ୍ଦ୍ରୀୟ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟ ଓ ଇଡି ଅଫିସକୁ ବନ୍ଦ କରିଦିଆଯାଇଛି । ବିଭିନ୍ନ ସ୍ଥାନରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛ । ଟ୍ରାଫିକ କଟକଣାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ସେପଟେ ଜେଲରୁ ରହି ସରକାର ପରିଚାଳନା ଆରମ୍ଭ କରିଛନ୍ତି କେଜ୍ରିଓ୍ବାଲ । ଜଳ ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାକୁ ସେ ଜାରି କରିଛନ୍ତି ।
ସରକାର ପରିଚାଳନା ଲାଗି ଜେଲରେ ମୁଖ୍ଯମନ୍ତ୍ରୀଙ୍କ ଲାଗି କାର୍ଯ୍ୟାଳୟ ଖୋଲିବାକୁ କୋର୍ଟଙ୍କ ଅନୁମତି ମଗାଯିବ ବୋଲି ସୂଚନା ଦେଇଛନ୍ତି ଆପ୍ ନେତା । ତେଣେ ଗିରଫଦାରୀ ବିରୋଧରେ କେଜ୍ରିଓ୍ବାଲ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୭ ତାରିଖରେ କରିବେ ଦିଲ୍ଲୀ ହାଇକୋର୍ଟ ।
ମୁଖ୍ୟମନ୍ତ୍ରୀଙ୍କୁ ଦୈନିକ ଭେଟିବା ଲାଗି ପତ୍ନୀ ସୁନୀତା କେଜ୍ରିଓ୍ବାଲ ଓ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଅଧଘଣ୍ଟା ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପିଏମଏଲଏ କୋର୍ଟ । ଆଜି ଦଳର ସମସ୍ତ ବିଧାୟକ, କର୍ମକର୍ତ୍ତା ଦିଲ୍ଲୀ ସାହିଦ ପାର୍କରେ ଏକାଠି ହୋଇଛନ୍ତି । ସେଠାରେ ପୋଲିସ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ଯବସ୍ଥା କରାଯାଇଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଆପ୍ ପକ୍ଷରୁ ଘୋଷଣା କରାଯାଇଛି ।

