ବଡ଼ମ୍ବା : ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକେଟକୁକୁ ନେଇ ବିଜେପି ଭାଗ ଭାଗ ହୋଇଯାଇଛି। ଟିକେଟ ପାଇଥିବା ସମ୍ବିତ ତ୍ରିପାଠୀଙ୍କୁ ବିରୋଧ କରି ବିଜୟ ଦଳବେହେରାଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।। ବଡ଼ମ୍ବାରେ ପ୍ରାର୍ଥୀଙ୍କୁ ବିରୋଧ କରି ବିଜେପି କର୍ମକର୍ତ୍ତାମାନେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପ୍ରାର୍ଥୀ ବଦଳ ନହେଲେ ବିଜେପି ଛାଡ଼ିବା ସହ ସ୍ୱାଧୀନ ଭବେ ଲଢ଼ିବାକୁ ପଛେଇବେ ନାହିଁ ବୋଲି କହିଛନ୍ତି ବଡ଼ମ୍ବା ବିଜେପି କର୍ମକର୍ତ୍ତା । କେବଳ ବଡ଼ମ୍ବା ନୁହେଁ, ରାଜ୍ଯର ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବ ନେଇ ବିଜେପିରେ ବିବାଦ ଦେଖାଦେଇଛି। ବିଜେପିରେ ବଢୁଛି ବିଦ୍ରୋହ। ବିଜେପିରେ ଅସନ୍ତୋଷ ବିସ୍ଫୋରଣର ରୂପ ନେବାକୁ ଯାଉଛି। ବିଜେପି ରାଜ୍ଯ ଅଫିସରେ ବାରମ୍ବାର ଗଣ୍ଡଗୋଳ ଘଟୁଥିବା ଦେଖିବାକୁ ମିଳୁଛି।
ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ
ନନ୍ଦିଘୋଷ ବ୍ୟୁରୋ : ଇରାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଆମେରିକାରେ ହାଇଆଲର୍ଟ । ଆମେରିକା କିମ୍ବା ଇସ୍ରାଏଲର ବିଭିନ୍ନ ସ୍ଥାନରେ ଇରାନର ଆକ୍ରମଣ ଯୋଜନା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଆମେରିକା ସଜାଗ । ସିରିଆର ଡାମାସ୍କସସ୍ଥିତ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାବରେ ଇରାନ ଏହି ଆକ୍ରମଣ ଯୋଜନା ପ୍ରସ୍ତୁତ କରିଛି । ଏହି ଆକ୍ରମଣରେ ଇରାନ କୁଦସ ଫୋର୍ସର ଜଣେ ତୁଙ୍ଗ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହିଦିଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ରେ ଆମେରିକାର ଡ୍ରୋନ ହମଲାରେ କୁଦସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଏହା ହେଉଛି ଦ୍ବିତୀୟ ହାଇପ୍ରୋଫାଇଲ ମୃତ୍ୟୁ । ସେପଟେ ଇସ୍ରାଏଲ ଭିତରେ ସାମରିକ ଓ ଗୁଇନ୍ଦା ସଂସ୍ଥା ଉପରେ ଇସ୍ରାଏଲର ଟାର୍ଗେଟକୁ ସମାଲୋଚନା କରିଛି ବାଇଡେନ ପ୍ରଶାସନ । ଇରାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଆମେରିକା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଇରାନ ନିକଟରେ ରହିଥିବା ଦୂରଗାମୀ କ୍ରୁଜ ମିସାଇଲ ଜରିଆରେ ଡ୍ରୋନ କିମ୍ବା ସ୍ଥଳ ହମଲା କରାଯିବା ଆଶଙ୍କା ରହିଛି । ଆସନ୍ତା ସପ୍ତାହରେ ରମଜାନ ସରିବାକୁ ଯାଉଥିବାବେଳେ ତା ପୂର୍ବରୁ ଏହି ଆକ୍ରମଣ ହୋଇପାରେ ବୋଲି ସୂଚନା ମିଳିଛି । ଯଦି ଇସ୍ରାଏଲ ଉପରେ ଇରାନା ସିଧାସଳଖ ଆକ୍ରମଣ କରେ ତେବେ ଇସ୍ରାଏଲ-ହମାସ ଯୁଦ୍ଧର ପରିସର ଅଧିକ ବ୍ୟାପ୍ତ ହେବ ବୋଲି ଆଶଙ୍କା କରାଯାଉଛି । ତେଣେ ଇରାନ ଓ ଇସ୍ରାଏଲର ଦ୍ବିପାକ୍ଷିକ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକାକୁ ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସି ।
ବିଭିନ୍ନ ରାଷ୍ଟ୍ରରେ ରହିଥିବା ଆମେରିକୀୟ ଦୂତାବାସକୁ ଆମେରିକା ପ୍ରାଧାନ୍ୟ ଦେଇଥାଏ । ଦୂତାବାସ ଉପରେ ଆକ୍ରମଣକୁ ଆମେରିକା ଉପରେ ଆକ୍ରମଣ ବୋଲି ଆମେରିକା ସର୍ବଦା ବିଚାର କରିଆସିଛି । ଗତ ଗୁରୁବାର ଇରାନର ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ଯାନାହୁ । ଇରାନଠାରୁ ଇସ୍ରାଏଲ ଉପରେ କୌଣସି ପ୍ରକାର ଆକ୍ରମଣକୁ ବିରୋଧ କରୁଛି ଆମେରିକା । ଇସ୍ରାଏଲର ସୁରକ୍ଷା ଆମେରିକାର ପ୍ରାଥମିକ କର୍ତ୍ତବ୍ୟ ହୋଇଆସିଛି । ସେପଟେ ଇସ୍ରାଏଲ ଉପରେ ଯେକୌଣସି ପ୍ରକାର ହମଲା ଲାଗି ପ୍ରସ୍ତୁତ ଥିବା ସୂଚନା ଦେଇଛି ହେଜବୁଲ୍ଲା ।
ବିଜେଡିରେ ସାମିଲ ହେଲେ ବିଶିଷ୍ଟ ଡାକ୍ତର ଦେବାନନ୍ଦ ମହାପାତ୍ର
ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବିଶିଷ୍ଟ ବ୍ୟକ୍ତି ସୁପରିଚିତ ଡାକ୍ତର ଦେବାନନ୍ଦ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଦଳରେ ମିଶିଛନ୍ତି । ବିଜେଡିରେ ମିଶିବା ପରେ ସେ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେବାନନ୍ଦ ମହାପାତ୍ରଙ୍କ ଘର କଟକ ଚୌଦ୍ୱାର ସେ SCB ମେଡିକାଲ ପିଜି ଡାକ୍ତର ସଙ୍ଘ ପୂର୍ବତନ ସଭାପତି ହେବା ସହ IMA ର ପୂର୍ବତନ ଉପସଭାପତି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ଦେବାନନ୍ଦ ସମାଜ ସେବା ଓ ଓଡିଶାବାସୀଙ୍କ ପାଇଁ ନିଜକୁ ସମର୍ପଣ କରିଛନ୍ତି । କୋଭିଡ ସମୟରେ ବହୁତ ଭଲ କାମ କରିଥିଲେ । ତାଙ୍କର ୩୦ ବର୍ଷର ଡାକ୍ତରୀ ଜୀବନ । ଦେବାନନ୍ଦ ମହାପାତ୍ର କହିଲେ ବିଜେଡିରେ ଛୋଟ କର୍ମୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି । ନବୀନ ପଟ୍ଟନାୟକ ଦିନ ରାତି ପରିଶ୍ରମ କରି ଓଡିଶା ପାଇଁ କିଛି ନା କିଛି ନୂଆ କାମ କରୁଛନ୍ତି ।
ଧନ୍ୟବାଦ ପ୍ରଣବ ପ୍ରକାଶ ଦାସ, କାର୍ତ୍ତିକ ପାଣ୍ଡ୍ୟାନ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଓ ପ୍ରିୟବ୍ରତ ମାଝୀଙ୍କୁ. ବିଜେଡି କର୍ମୀ ୨୪ ଘଣ୍ଟା ଓଡିଶାର ଉନ୍ନତି ପାଇଁ ସେମାନଙ୍କୁ କୃତଜ୍ଞତା । ନବୀନ ପଟ୍ଟନାୟକଙ୍କୁ ନିର୍ମଳ ଭାବମୂର୍ତ୍ତି ରାଜ୍ୟକୁ ବିକାଶ କରିବା ପାଇଁ ଭିଜନ ୨୦୩୬ ନେଇ କାମ କରୁଛନ୍ତି । ଘର, ରାସ୍ତା, ସ୍ଵଚ୍ଛ ପାଣି ଯୋଗାଇବା ସହ ଓଡିଶାବାସୀ ଭଲରେ ରହିବେ ବୋଲି ସେ ସବୁବେଳେ ଚିନ୍ତା କରନ୍ତି । ପୂର୍ବାଞ୍ଚଳର ବଡ଼ ସହର କରିବା ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଆମେ ସହଯୋଗ କରି ଏହାକୁ ପୂରଣ କରିବା । ୩ ରୁ ୧୩ ମେଡିକାଲ କଲେଜ ବଢ଼ିଲାଣି ଅନ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଠାରୁ ଓଡିଶାର ଭଲ । BSKY ପାଇଁ ମାସକୁ ୨୫୦ କୋଟି ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ହିଁ ଭିଜନ ମୁଁ ବିଜେଡିର ସାଧାରଣ କର୍ମୀ ହୋଇ ଯାହା ମୋ ପକ୍ଷରେ ସମ୍ଭବ ତାହା କରିବି ।
ଦିଲ୍ଲୀ-ଏନସିଆରରେ ପିଲାଚୋରଙ୍କୁ ଧରିଲା ସିବିଆଇ
ନୂଆଦିଲ୍ଲୀ : ଦିଲ୍ଲୀର ଅନେକ ଅଞ୍ଚଳରେ ସିବିଆଇ ଚଢାଉ କରିଛି। ସିବିଆଇ ସୂତ୍ର ଅନୁଯାୟୀ ଶିଶୁ ଚାଲାଣ ମାମଲାରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ଦିଲ୍ଲୀ–ଏନସିଆରର ବିଭିନ୍ନ ଅଞ୍ଚଳରୁ ୭ରୁ ୮ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ନବଜାତ ଶିଶୁ କିଣିବା ଏବଂ ବିକ୍ରି କରିବା ଭଳି ମନେହୁଏ | ବର୍ତ୍ତମାନ ସିବିଆଇ ଟିମ୍ ଏହି ମାମଲାରେ କିଛି ଲୋକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡାକ୍ତରଖାନା ୱାର୍ଡର ନାବାଳକ ସମେତ କିଛି ମହିଳା ଏବଂ ପୁରୁଷ ଅଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ଏହି ସମସ୍ତ ଲୋକଙ୍କୁ ପଚରାଉଚରା କରୁଛି। ବର୍ତ୍ତମାନ ପିଲାମାନଙ୍କୁ ବିକ୍ରି କରିଥିବା ମହିଳା ଏବଂ ସେମାନଙ୍କୁ କିଣିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ୍। ଏହି ମାମଲାରେ ସିବିଆଇ ଜଣେ ମହିଳାଙ୍କ ସମେତ କିଛି ଲୋକଙ୍କୁ ଅଟକ ରଖିଛି, ଯାହାର ପଚରାଉଚରା ଚାଲିଛି।
ଦିଲ୍ଲୀ ଡାକ୍ତରଖାନାରୁ ପିଲାମାନଙ୍କୁ ଚୋରି କରାଯାଉଥିଲା । ସିବିଆଇ ଶୁକ୍ରବାର ଦିନ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ କରିଛି। ଏହି ଚଢାଉ ସମୟରେ ସିବିଆଇ ଦିଲ୍ଲୀର କେଶବପୁରମରେ ଥିବା ଏକ ଘରୁ ଦୁଇ ନବଜାତ ଶିଶୁକୁ ଉଦ୍ଧାର କରିଥିଲା। ସୂଚନାନୁସାରେ, ନିକଟରେ ଦିଲ୍ଲୀର ଡାକ୍ତରଖାନାରୁ ନିଖୋଜ ଶିଶୁଙ୍କ ଖବର ଆସିଥିଲା। ଏହା ପରେ ସିବିଆଇ ପିଲା କିଣିବା ଏବଂ ବିକିବା ବିଷୟରେ ସୂଚନା ପାଇଲା। ଏହାକୁ ଦୃଷ୍ଟିରେ ରଖି ଏହି ଚଢାଉ କରାଯାଥିଲା।
ତାଳଚେର କଣିହାଁ NTPCରେ ଭୟଙ୍କର ଅଗ୍ନିକାଣ୍ଡ
ଅନୁଗୁଳ : ତାଳଚେର କଣିହାଁସ୍ଥିତ NTPCରେ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା ମିଳିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡରେ ଚାରିଆଡେ ଧୂଆଁ ହୋଇଯାଇଛି। ଅଗ୍ନିକାଣ୍ଡ ଯୋଗୁ ଭୟଭୀତ ହୋଇପଡିଛନ୍ତି ଲୋକେ। ନିଆଁର ପ୍ରଭାବ ଏତେ ଯେ ସମଗ୍ର ପ୍ଲାଣ୍ଟ ଅଞ୍ଚଳ ଧୁଆଁ ମୟ ହେବା ସହ ଚାରି ଆଡ଼କୁ ବ୍ୟାପିବାରେ ଲାଗିଛି ଧୁଆଁ । ଅନ୍ୟପଟେ ନିଆଁକୁ ଦେଖି ପ୍ଲାଣ୍ଟ ଆଖ ପାଖରେ ରହୁଥିବା ଲୋକେ ଭୟଭିତ ହେବାରେ ଲାଗିଛନ୍ତି ।
ଏହି ୫ଟି ଉପାୟରେ ଘରୋଇ ଋଣ EMI କମ୍ ହୋଇପାରିବ
ନନ୍ଦିଘୋଷ ବ୍ୟୁରୋ : ରେପୋ ରେଟ୍ ସ୍ଥିର ରଖିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଋଣ ନେଇଥିବା ଲୋକଙ୍କୁ ଝଟକା ଦେଇଛି। ଅଧିକାଂଶ ଗୃହ ଋଣ ନେଇଥିବା ବ୍ୟକ୍ତି ଆଶା କରୁଥିଲେ ଯେ ସେମାନେ EMI ରେ କିଛି ଆରାମ ପାଇବେ | କିନ୍ତୁ ତାହା ଦେଖିବାକୁ ମିଳିଲା ନାହିଁ । ଯଦିଓ ଆରବିଆଇ ଆପଣଙ୍କର EMI ହ୍ରାସ କରିନାହିଁ, ତଥାପି ଆପଣ ଏହି ୫ଟି ଟିପ୍ସ ସାହାଯ୍ୟରେ ଆପଣଙ୍କର କିସ୍ତି କମ କରିପାରିବେ | ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ରମାଗତ ସପ୍ତମ ଥର ପାଇଁ ରେପୋ ହାରକୁ ୬.୫୦ ପ୍ରତିଶତରେ ସ୍ଥିର କରିଛି। ବ୍ୟାଙ୍କଗୁଡିକ ଘରୋଇ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣର ସୁଧ ହାର ଆରବିଆଇ ରେପୋ ହାର ଆଧାରରେ ସ୍ଥିର କରନ୍ତି |
ଘର ଋଣ EMI କମ୍ କରିବାର ଟିପ୍ସ
ଯଦି ତୁମେ ତୁମର ଘର ଋଣର EMI ହ୍ରାସ କରିବାକୁ ଚାହୁଁଛ, ତେବେ ତୁମେ ଏହି ଟିପ୍ସ ଅନୁସରଣ କରିପାରିବ ।
- ଯଦି ଆପଣଙ୍କର CIBIL ସ୍କୋର ଭଲ, ତେବେ ଆପଣ ନିଜ ବ୍ୟାଙ୍କରୁ ଘର ଋଣ ଉପରେ କମ୍ ସୁଧ ପାଇଁ ବୁଝାମଣା କରିପାରିବେ | ଯଦିଓ ଆପଣଙ୍କର CIBIL ସ୍କୋର ସମୟ ସହିତ ଉନ୍ନତି କରୁଛି, ତଥାପି ଆପଣ ଗୃହ ଋଣ ଉପରେ ସୁଧ ହ୍ରାସ କରିବାକୁ ଆପଣଙ୍କ ବ୍ୟାଙ୍କ ସହିତ ବୁଝାମଣା କରିପାରିବେ | ପ୍ରାୟତ ଆପଣଙ୍କ ଋଣ ଉପରେ ସୁଧ ହ୍ରାସ କରିବାକୁ ବ୍ୟାଙ୍କ ମ୍ୟାନେଜରଙ୍କର ଯଥେଷ୍ଟ ମାର୍ଜିନ ଥାଏ ।
- ଘର ଋଣ EMI ହ୍ରାସ କରିବାର ଗୋଟିଏ ଉପାୟ ହେଉଛି | ଯଦି ଆଗକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାର ହ୍ରାସ କରିବ, ତେବେ ତୁମର EMI ମଧ୍ୟ ସେହି ଅନୁସାରେ ତଳକୁ ଆସିବ |
- ଯଦି ତୁମେ ତୁମର ମାସିକ EMI ହ୍ରାସ କରିବାକୁ ଚାହୁଁଛ, ତୁମେ ତୁମର ଋଣର ସମୟସୀମା ବୃଦ୍ଧି କରିପାରିବ | ଏହା ଆପଣଙ୍କ ଘର ଋଣର ମାସିକ EMI ହ୍ରାସ କରିବ |
- ଘର ଋଣ EMI ହ୍ରାସ କରିବାର ଅନ୍ୟ ଏକ ଉପାୟ ହେଉଛି ତୁମର ଋଣକୁ ଅନ୍ୟ ବ୍ୟାଙ୍କକୁ ପଠାଇବା, ଏହା ତୁମର ମାସିକ EMI ହ୍ରାସ କରିବାରେ ସାହାଯ୍ୟ କରିବ | ଋଣ ପୋର୍ଟିଂ ଉପରେ, ନୂତନ ବ୍ୟାଙ୍କ ପ୍ରାୟତ ଗ୍ରାହକଙ୍କୁ ଶସ୍ତା ସୁଧ ପ୍ରଦାନ କରିଥାଏ |
- ତୁମର ଘର ଋଣର EMI ହ୍ରାସ କରିବାକୁ ତୁମେ ପ୍ରତିବର୍ଷ ଗୋଟିଏରୁ ଦୁଇଟି ଅତିରିକ୍ତ EMI ଦେଇ ପାରିବ | ଏହାର ଦ୍ୱିଗୁଣ ଲାଭ ଅଛି, ଗୋଟିଏ ହେଉଛି ତୁମର ଋଣ ସମୟସୀମା ହ୍ରାସ ପାଇବ | ଦ୍ୱିତୀୟତ ଆପଣଙ୍କର EMI ମଧ୍ୟ ହ୍ରାସ ପାଇବ |
ମନ୍ମଥଙ୍କ ପ୍ରଚାରରେ ବାପା ସୁର ରାଉତରାୟ ଦେଲେ ଜିନ୍ଦାବାଦ ନାରା
ଭୁବନେଶ୍ବର : ଭୁବନେଶ୍ବରରେ ପ୍ରଚାରକୁ ଜୋରଦାର କଲା ବିଜେଡି। ମଇଦାନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ। ନୀଳାଦ୍ରିବିହାର ବୁଦ୍ଧ ପାର୍କ ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନତାଙ୍କ ସହ ଆଲୋଚନା କରିଛନ୍ତି ଉଭୟ ନେତା। କଥା ହୋଇ ସୁଖ ଦୁଃଖ ବୁଝିବା ସହ ସମ୍ପର୍କ ଯୋଡିଛନ୍ତି। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମନ୍ମଥ ଲୋକଙ୍କ ସହ ଚା ଖଟିରେ ଚା ଓ ସର୍ବତ ପିଉଥିବା ଦେଖିବାକୁ ମିଳିଛି। ମାଆ ଓ ମାଉସୀମାନେ ମନ୍ମଥଙ୍କୁ କୋଳେଇ ନେଇ ଆର୍ଶୀବାଦ ଦେଉଛନ୍ତି। ଲୋକଙ୍କ ସମର୍ଥନ ଓ ଭଲ ପାଇବାକୁ ନେଇ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଛନ୍ତି ମନ୍ମଥ। ଏହି ଅବସରରେ ସାମିଲ ହୋଇଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ। ତେବେ ମନ୍ମଥଙ୍କ ପ୍ରଚାରରେ ବାପା ସୁରେଶ ରାଉତରାୟ ସାମିଲ ହେବା ସହ ଦେଇଥିଲେ ଜିନ୍ଦାବାଦ ନାରା।
ତେଲଙ୍ଗାନା-ଛତିଶଗଡ଼ ସୀମାରେ ପୋଲିସ ଗୁଳିରେ ୩ ନକ୍ସଲ ନିହତ
ନନ୍ଦିଘୋଷ ବ୍ୟୁରୋ : ତେଲଙ୍ଗାନା- ଛତିଶଗଡ଼ ସୀମାରେ ଗୁଳି ବିନିମୟ। ପୂଜାରି କାଙ୍କେର କାରିଗୁଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ୩ ନକ୍ସଲ ନିହତ ହୋଇଛନ୍ତି। ଜଙ୍ଗଲରୁ ନକ୍ସଲଙ୍କ ମୃତଦେହ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ତେଲଙ୍ଗାନା ଗ୍ରେ ହାଉଣ୍ଡ ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଅପରେସନ ହୋଇଛି। ପୂର୍ବରୁ ଅନେକ ଥର ମାଉବାଦୀଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳୁଥିଲା ସେହି ଅଞ୍ଚଳରେ ।
କାହାର ସେହି ଭୋଟ୍ ଯାହା ପାଇଁ ‘ଅଟଳ’ ସରକାର ଟଳି ପଡ଼ିଥିଲା
ନନ୍ଦିଘୋଷ ବ୍ୟୁରୋ : ଦେଶରେ ଏପରି ଅନେକ ରାଜନୈତିକ ଘଟଣା ଘଟିଛି, ଯାହା ଲୋକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ହୋଇ ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ କାହାଣୀ କହିବୁ ଯେତେବେଳେ ୧୩ ମାସର ଅଟଳ ବିହାରୀ ବାଜପେୟୀଙ୍କ ସରକାର କେବଳ ଗୋଟିଏ ଭୋଟ୍ ଯୋଗୁଁ ବିଫଳ ହୋଇଥିଲେ ଲୋକସଭାରେ। ସେତେବେଳେ ଅଟଳ ବିହାରୀ ବାଜପେୟୀ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଜଣେ ସାଂସଦଙ୍କ ଭୋଟ୍ ହେତୁ ଏହି ସବୁ ଘଟିଛି, ତେଣୁ ଆସନ୍ତୁ ଜାଣିବା ସେହି ସାଂସଦ କିଏ, ଯାହାଙ୍କର ଏକକ ଭୋଟ୍ ସହିତ ୧୯୯୯ ମସିହାରେ ଅଟଳ ବିହାରୀ ସରକାର ଖସି ଆସିଥିଲେ। ୧୯୯୮ ମସିହାରେ ଦ୍ୱିତୀୟ ଥର ପାଇଁ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୩ ମାସ ପରେ, ୧୭ ଏପ୍ରିଲ ୧୯୯୯ ରେ ସରକାର କେବଳ ଗୋଟିଏ ଭୋଟରେ ଲୋକସଭାରେ ଆସ୍ଥା ଭୋଟ୍ ଜିତିବାରେ ବିଫଳ ହୋଇଥିଲେ। ସେତେବେଳେ ରାଜନୈତିକ ପରିଧିରେ ଅନେକ ନାମ ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିପାଇଁ ବାଜପେୟୀ ସରକାର ୧୩ ମାସର ସ୍ୱଳ୍ପ କାର୍ଯ୍ୟକାଳ ପରେ ହଠାତ୍ ଗୋଟିଏ ଭୋଟ୍ ଦ୍ୱାରା ଆସ୍ଥା ମୋସନ ହରାଇଲେ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶକ୍ତି ସିହ୍ନା ତାଙ୍କ ପୁସ୍ତକ ‘ଦି ଇୟର୍ସ ଦ୍ୟାଟ୍ ଚେଞ୍ଜ ଇଣ୍ଡିଆ’ରେ ସେହି ସମୟ ସହ ଜଡିତ ଅନେକ କାହାଣୀ ଲେଖିଛନ୍ତି। ତାଙ୍କ ପୁସ୍ତକରେ ସେ ଅନେକ ନେତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାର ସମର୍ଥନ ପରେ ଅଟଳ ସରକାର ଗୋଟିଏ ଭୋଟରେ ଖସିଆସିଥିଲେ । ସେଥିମଧ୍ୟରୁ ଗୋଟିଏ ନା ସାମ୍ନାକୁ ଆସେ ଅଲ ଇଣ୍ଡିଆର ଆନ୍ନା ଦ୍ରାବିଡା ମୁନ୍ନେଟ୍ରା କାଜଗାମ ପାର୍ଟିର ଜେ ଜୟଲଳିତା। କୁହାଯାଉଛି ଯେ ତାଙ୍କ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସଂଖ୍ୟାଲଘୁ ହୋଇ ଯାଇଥିଲେ ଏବଂ ପରେ ଲୋକସଭାରେ ଆସ୍ଥା ଭୋଟ୍ ହରାଇଥିଲେ। ଆଲୋଚନାରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ତତ୍କାଳୀନ କଂଗ୍ରେସ ସାଂସଦ ଗିରିଧର ଗମାଙ୍ଗ ଏବଂ ଜାତୀୟ ସମ୍ମିଳନୀର ସୈଫୁଦ୍ଦିନ ସୋଜ ବାଜପେୟୀ ସରକାରକୁ ହଟାଇବା ପାଇଁ ସେହି ଗୋଟିଏ ଭୋଟ୍ ପାଇଁ ଦାୟୀ ଥିଲେ। ପରଦିନ ଅଟଳ ସରକାରଙ୍କ ପତନ ପରେ ଫାରୁକ୍ ଅବଦୁଲ୍ଲା ସୋଜଙ୍କୁ ଦଳରୁ ବହିଷ୍କାର କରିଥିଲେ।
୧୭ ଏପ୍ରିଲ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରଙ୍କୁ ଲୋକସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିଥିଲା, କିନ୍ତୁ ସେହି ଦିନ ଅଟଳ ବିହାରୀ ବାଜପେୟୀ ସରକାର ୨୬୯ ଭୋଟ୍ ପାଇଥିଲେ। ଏଥିସହ ବିରୋଧୀ ଦଳରେ ୨୭୦ ଭୋଟ୍ ଦିଆଯାଇଥିଲା। ୧୩ ମାସର ସ୍ୱଳ୍ପ କାର୍ଯ୍ୟକାଳ ମଧ୍ୟରେ ଆସ୍ଥା ଭୋଟ୍ ହରାଇବା ପରେ ବିଜେପିର ବାଜପେୟୀ ସରକାର ଇସ୍ତଫା ଦେଇଥିଲେ ।
ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରରେ ବର୍ଷୁଛି ନିଆଁ । ଗତକାଲି ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଭୁବନେଶ୍ବର। ଏପ୍ରିଲ ଆରମ୍ଭରୁ ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ଭୁବନେଶ୍ବରରେ ଚଳିତ ସିଜିନର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । ୪୩.୨ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଜଳିବ ଓଡିଶା । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୫ ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ତାପମାତ୍ରା । ଯାହାକୁ ନଜରରେ ରଖି ୬ ତାରିଖରେ ରାଜ୍ୟର ୧୪ ସହର ପାଇଁ ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି । ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି । ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି ।
ଅନ୍ୟପଟେ ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ 7 ରୁ 11 ସେଣ୍ଟିମିଟର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ଫଳରେ ୭, ୮ ଓ ୯ ତାରିଖରେ କାଳବୈଶାଖୀ ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ପବନର ବେଗ ମଧ୍ୟ 40 ରୁ 50 ରହିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଫଳରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ ।

