spot_img
Home Blog Page 2103

ଏହି ୧୨ ଆପ୍ ଆପଣଙ୍କ ବ୍ୟାଙ୍କ ଖାତାରୁ କରିବେ ଚୋରି,ତୁରନ୍ତ କରନ୍ତୁ ଡିଲିଟ୍

ନନ୍ଦିଘୋଷ ବ୍ୟୁରୋ: ମୋବାଇଲ ଏବେ ଏମିତି ହୋଇଯାଇଛି କି, ପିଲାଙ୍କଠାରୁ ବୟସ୍କ ସମସ୍ତେ ଏହା ବିନା ଚଳିପାରୁନାହାନ୍ତି । ତେବେ ମୋବାଇଲ ବ୍ୟବହାର ବେଳେ ସତର୍କତାର ସହ ଆପଗୁଡ଼ିକର ବ୍ୟବହାର କରିବା ଆବଶ୍ୟକ । ଏନେଇ ଅନେକଥର ସାଇବର ଏକ୍ସପର୍ଟମାନେ ମଧ୍ୟ କହିଛନ୍ତି । ଏବେ ଯେଉଁଭଳି ଭାବରେ ସାଇବର ଠକମାନେ ମାତିଛନ୍ତି କ୍ଷଣିକଣେ ଆପଣଙ୍କ ଆକାଉଣ୍ଟକୁ ଶୂନ ବନାଇଦେବେ । ତେବେ ପ୍ଲେଷ୍ଟୋରରେ ଅନେକ ଆପ ରହିଥିବାବେଳେ କିଛି ଏଭଳି ଆପ ରହିଛି ଯାହାକୁ ଇନଷ୍ଟଲ କଲେ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ସେମାନେ ଖାଲି କରିଦେବେ । ଏଣୁ ଏହିସବୁ ଆପଠାରୁ ଦୂରେଇ ରୁହନ୍ତୁ । ଏବଂ ଯଦି ଆପଣଙ୍କ ମୋବାଇଲରେ ଏହି ଆପ ଭୁଲରେ ମଧ୍ୟ ରହିଛି ସେଗୁଡ଼ିକ ଡିଲିଟ କରିଦିଅନ୍ତୁ । ଗୁଗଲ ପକ୍ଷରୁ ଏଭଳି ୧୨ ଆପକୁ ଚିହ୍ନଟ କରାଯାଇଛି । ଯାହାକୁ vauraSPY ବୋଲି କୁହାଯାଏ । ଯଦିଓ ଗୁଗଲ ପ୍ଲେଷ୍ଟୋରରୁ ଏହି ଆପ ଗୁଡିକ ହଟାଯାଇଛି ତଥପି ଆପଣଙ୍କର କିମ୍ବା ପରିବାରର କାହା ମୋବାଇଲରେ ରହିଥିବ ତାହେଲେ ଶୀଘ୍ର ଡିଲେଟ କରିଦିଅନ୍ତୁ । ତେବେ ଆସନ୍ତୁ ଜାଣିବା କି, ଏହି ଆପଗଡ଼ିକ ସବୁ କଣ ।

  • Rafaqat
  • Privee Talk
  • MeetMe
  • Lets’s Chat
  • Quick Chat
  • Chit Chat
  • Hello Chat
  • YahooTalk
  • TiTalk
  • Nidus
  • Glowchat
  • WaveChat

 

 

ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ, ବୁମରା ହେଲେ ପ୍ଲେୟାର ଅଫ ଦ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟଣାମ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କଲା ଭାରତ । ପ୍ରଥମ ଟେଷ୍ଟରେ ଭାରତର ପରାଜୟ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ବଦଲା ନେଇଛି ରୋହିତ ବାହିନୀ । ୧-୧ରେ ସିରିଜ ଏବେ ବରାବର ହୋଇଛି । ଜଶପ୍ରିତ ବୁମରା ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ଦ୍ବିତୀୟ ପାଳିରେ ତିନୋଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ପ୍ରଥମ ପାଳିରେ ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ବୁମରା । ତେବେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୨୯୨ ରନରେ ଅଲଆଉଟ ହୋଇଯାଇଛି ।

ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଜୟସ୍ବାଲଙ୍କ ଦ୍ବିତଶକୀୟ ପାଳି ବଳରେ ଦଳ ୨୯୬ ରନ କରିଥିଲା । ସେପଟେ ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ କରିବାରେ ସକ୍ଷମ ହୋଇଥିଲା । ପରେ ଭାରତ ଦ୍ବିତୀୟ ପାଳିରେ ୨୫୫ ରନରେ ଅଲଆଉଟ ହୋଇଥିଲା । ଶୁଭମନ ଗିଲ ଏହି ପାଳିରେ ଶତକ ହାସଲ କରିଥିଲା । ମାତ୍ର ଅନ୍ୟ କୌଣସି ଖେଳାଳି ସେମତି ବଡ଼ ପାଳି ଖେଳିପାରିନଥିଲେ । ଫଳରେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର ୨୯୨ ରନ କରି ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ ।

 

ଆସ୍ଥା ଭୋଟ ଜିତିଲେ ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ଚମ୍ପାଇ ସୋରେନ । ଆସ୍ଥା ଭୋଟରେ ଜିତିଛନ୍ତି ଚମ୍ପାଇ । ସୋମବାର ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଫ୍ଲୋର ଟେଷ୍ଟରେ ପାସ କରିଛନ୍ତି ଚମ୍ପାଇ । ତାଙ୍କ ସପକ୍ଷରେ ୪୭ ଭୋଟ୍ ଯାଇଥିବାରବେଳେ ବିପକ୍ଷରେ ୨୭ଟି ଭୋଟ ପଡ଼ିଛି । ସ୍ବାଧୀନ ବିଧାୟକ ସରଜୁ ରାୟ ମତଦାନ କରିନାହାନ୍ତି । ଝାଡ଼ଖଣ୍ଡ ବିଧାନସଭାର ୮୧ ଆସନ ରହିଥିବାବେଳେ ୭୭ ଜଣ ବିଧାୟକ ଉପସ୍ଥିତ ଥିଲେ । ତେବେ ସରକାର ଗଠନ ପାଇଁ ୪୧ ଆସନ ଆବଶ୍ୟକ । ଚମ୍ପାଇଙ୍କ ସପକ୍ଷରେ ୪୭ ଭୋଟ ପଡ଼ିଥିବାବେଳେ ସେ ଜିତିଛନ୍ତି । ସେପଟେ ହେମନ୍ତ ସୋରେନ କହିଛନ୍ତି କି, ମୋ ବିରୋଧରେ ଉଠିଥିବା ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତାହେଲେ ମୁଁ ରାଜନୀତି ଛାଡ଼ିଦେବି ।

ଦୁଃଖଦ ଘଟଣା: ଝିଅର ବିବାହ ଦିନ ଆଖି ବୁଜିଲେ ବାପା

ଯାଜପୁର: ସମସ୍ତଙ୍କୁ ସ୍ତବ୍ଧ କଲାପରି ଘଟଣା। ଝିଅର ବିବାହ ଦିନ ଆଖି ବୁଜିଲେ ବାପା। ଯାଜପୁର ଜିଲ୍ଲା ଧର୍ମଶାଳା ଆରୁହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାରରେ ଖୁସି ଲହଡ଼ି ଭାଙ୍ଗୁଥିଲା। ରଙ୍ଗିନ ଆଲୋକ ମାଳାରେ ଝଲସି ଉଠୁଥିଲା ପରିବେଶ। ଲାଗିଥିଲା ସାଙ୍ଗସାଥୀ ଏବଂ ଅତିଥିଙ୍କ ଗହଳି। ଭୋଜିଭାତର ଆସର ଜମୁଥିଲା। କିଛି ସମୟ ପରେ ଆସିଥାନ୍ତା ବର । ହେଲେ ଏହି ସମୟରେ ବାପା ତଥା ଗାଁର ପୂର୍ବତନ ସରପଞ୍ଚ ହରିହର ରାଉତଙ୍କର ସ୍ବାସ୍ଥ୍ଯାବସ୍ଥା ବିଗିଡ଼ି ଯାଇଥିଲା। ତୁରନ୍ତ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଚାଲି ଯାଇଥିଲା ହରିହର ରାଉତଙ୍କ ଜୀବନ। ବାହାଘରର ଖୁସି ନିମିଷକେ ପାଣି ଫୋଟକା ପରି ମିଳିଇଯାଇଥିଲା। ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ।

‘ଆମର ଟାର୍ଗେଟ ୨୦୩୪, ୨୦୪୭ ଯାଏ ଆମେ ଅପେକ୍ଷା କରିପାରିବାନି’

ଭୁବନେଶ୍ବର: ୨୦୩୬ ସୁଦ୍ଧା ଓଡ଼ିଶାର ସାମଗ୍ରିକ ବିକାଶ ଲକ୍ଷ୍ୟ। ପ୍ରଥମ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀର ଶେଷ ଦିନରେ ୨୦୩୬ରେ ଓଡ଼ିଶା, ନବଦିଗନ୍ତର ସମ୍ଭାବନା ଆଲୋଚନାଚକ୍ରରେ ଭାଗ ନେଇ ରାଜ୍ୟ ରୂପାନ୍ତରଣର ଚିତ୍ର ରଖିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୯ ପରେ ରାଜ୍ଯରେ ଆସିଛି ବଡ ପରିବର୍ତ୍ତନ। ପରିବର୍ତ୍ତନର ନାମ ହେଉଛି ରୂପାନ୍ତରଣ। ଲକ୍ଷ୍ଯ ରହିଛି ନୂଆ ଓ ସଶକ୍ତ ଓଡ଼ିଶା। ୨୦୦୦ ମସିହାରେରେ ରାଜ୍ୟରେ ଗରିବୀ ହାର ୬୮ପ୍ରତିଶତ ଥିଲା, ୨୦୨୩ରେ ଏହା ୧୧ପ୍ରତିଶତକୁ ଖସି ଆସିଛି। ୨୦୦୦ମସିହାରେ ଖାଦ୍ଯ ପାଇଁ ପଞ୍ଜାବ ହରିୟାଣା ଉପରେ ନିର୍ଭର କରୁଥିଲୁ। ହେଲେ ୨୦୧୭-୧୮ରୁ ଓଡ଼ିଶା ଉପରେ ଅନ୍ଯ ରାଜ୍ଯ ନିର୍ଭରଶୀଳ। ଓଡ଼ିଶାରୁ ଖାଦ୍ୟଶସ୍ୟ ଅନ୍ୟ ରାଜ୍ୟକୁ ଯାଉଛି।

ଓଡ଼ିଶାର କୋଭିଡ୍ ପରିଚାଳନା ନେଇ ସାରା ବିଶ୍ବରେ ଚର୍ଚ୍ଚା ହେଲା। ୨୨ରାଜ୍ଯକୁ ଅକ୍ସିଜେନ୍ ପଠାଇବା ସହ ପ୍ରତି ଦିନ ୪୦ହଜାର ଲୋକଙ୍କ ଜୀବନ ବଞ୍ଚାଇଲା ଓଡ଼ିଶା। କିଛିବର୍ଷ ଭିତରେ SCB ହେବ ସବୁଠୁ ବଡ଼ ମେଡିକାଲ। ଓଡ଼ିଶା ଲୋକ ବାହାରକୁ ଯିବେନି, ବାହାର ଲୋକ ଚିକିତ୍ସା ପାଇଁ SCBକୁ ଆସିବେ। ଶିକ୍ଷା କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି। ସବୁ ହାଇସ୍କୁଲର ରୂପାନ୍ତରଣ ହୋଇସାରିଥିବା ବେଳେ ୨ମାସ ଭିତରେ ସବୁ କଲେଜର ରୂପରେଖ ବଦଳିବ। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ୨୦୦୦ମସିହାରେ ୩୩ଲକ୍ଷ ଏକର ଜମିରେ ଜଳସେଚନ ହେଉଥିଲା। ଏବେ ୬୫ଲକ୍ଷ ଏକର ଜମିକୁ ଜଳସେଚନ ହେଉଛି। ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟୁଛି। ୨୦୦୦ରେ ଓଡ଼ିଶା ପୁଞ୍ଜିନିବେଶରେ ସବୁଠୁ ତଳେ ଥିଲା।

ଏବେ ନିବେଶରେ ଓଡ଼ିଶା ଦୁଇ ନମ୍ବରକୁ ଉଠିଛି। ବଡ଼ ବଡ଼ କମ୍ପାନୀର ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା। ଭୁବନେଶ୍ୱରକୁ ମିଳିଛି ଗ୍ରୀନ୍ ଆଇଟି କ୍ୟାପିଟାଲ ପରିଚୟ। ରାଜସ୍ୱ ବଳକାରେ ଓଡ଼ିଶା ଶୀର୍ଷରେ। ଗତ ୨୨ବର୍ଷରେ ଓଡ଼ିଶାରେ ବ୍ୟାପକ ଉନ୍ନତି ହୋଇଛି। ଆଦିବାସୀ, ମହିଳା, ଆଞ୍ଚଳିକ ବୈଷମ୍ୟ ଦୂର ଦିଗରେ କାମ କରାଯାଇଛି। ମହିଳା ସଶକ୍ତୀକରଣରେ ଓଡ଼ିଶା ନମ୍ବର ଓ୍ୱାନ ହୋଇଛି। ଗତବର୍ଷ ଏସଏଚଜି ମହିଳା ୧୨ହଜାର କୋଟି ଋଣ ନେଇଛନ୍ତି। ଏବର୍ଷ ୧୫ହଜାର କୋଟି ଋଣ ନେବେ ଏସଏଚଜି ମହିଳା। ଏହି ଅର୍ଥ ଗାଁ ଗାଁରେ ବ୍ୟାପକ ରୂପାନ୍ତରଣ ଆଣିବ। ଓଡ଼ିଶାରେ ସ୍ପିରଚୁଆଲ ଗଭର୍ଣ୍ଣାନନ୍ସ ବା ଆଧ୍ୟାତ୍ମିକ ଶାସନ ବ୍ୟବସ୍ଥା ଚାଲିଛି। ସ୍ୱଚ୍ଛତା, ନମ୍ରତା, ଭଗବାନଙ୍କ ଉପରେ ବିଶ୍ୱାସ ଏହାର ମୂଳପିଣ୍ଡ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଘରେ ୮୦ ପ୍ରତିଶତ ଏବଂ କର୍ମକ୍ଷେତ୍ରରେ ୭୦ ପ୍ରତିଶତ ଓଡ଼ିଆ କହିଲେ ସମୃଦ୍ଧ ହେବ ଭାଷା

ଭୁବନେଶ୍ବର: ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବାକୁ ହେଲେ ପ୍ରଥମେ ନିଜ ଘରେ ୮୦ ପ୍ରତିଶତ ଓଡ଼ିଆ କହିବାକୁ ପଡିବ। କର୍ମକ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଓଡ଼ିଆ ଭାଷା କହିଲେ, ଓଡ଼ିଆ ଭାଷା ସମୃଦ୍ଧ ହେବ। ତେଣୁ ପ୍ରଥମେ ଘର ଏବଂ କର୍ମକ୍ଷେତ୍ରକୁ ଜଗିଲେ ଆମ ଭାଷା ଆଗେଇବ। ଏକ ଗବେଷଣାରୁ ଜଣାପଡିଛି ଯେଉଁ ଭାଷା ଅଧିକ ସମୃଦ୍ଧ ହୋଇଛି, ସେହି ଜାତିର ଲୋକମାନେ ଅଧିକ ମାତୃଭାଷା ବ୍ୟବହାର କରନ୍ତି ବୋଲି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି 5ଓ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ରାଜ୍ୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପାଣ୍ଡିଆନ୍ କହିଛନ୍ତି ଯେ, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଥିମ୍ ଭାଷା ହିଁ ଭବିଷ୍ୟତ। ତେଣୁ ଭବିଷ୍ୟତ ପିଢି ଏଥିରେ ଭାଗନେବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାଷା ଯେଉଭଳି ଭାବରେ ଆଗକୁ ଯାଇଥିଲା ବିଶ୍ବ ଭାଷା ସମ୍ମିଳନୀ ପରେ ଏହାର ପ୍ରଚାର ପ୍ରସାର କରି ଆହୁରି ଆଗକୁ ନେବା। ଏହାସହ ଛାତ୍ରଛାତ୍ରୀ ମାନେ ବଖାଣିଥିବା ନିଜର ଅନୁଭୂତିକୁ ପ୍ରଶଂସା କରିଥିଲେ ପାଣ୍ଡିଆନ୍। ପିଲାମାନେ ୨୦/୨୫ ବର୍ଷ ନୁହେଁ ବରଂ ୫୦/୬୦ ବର୍ଷର ଅଭିଜ୍ଞ ଲୋକ ଭଳି ଅନୁଭୂତି କହିଛନ୍ତି ବୋଲି ପାଣ୍ଡିଆନ୍ କହିଥିଲେ। ଏହି ଅବସରରେ ବିଶ୍ବ ଭାଷା ସମ୍ମିଳନୀ ଉପଲକ୍ଷେ କରାଯାଇଥିବା ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର, ଡ୍ରାମା, ଜଗନ୍ନାଥ ଭଜନ ଏବଂ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଫି, ମାନପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଶୁଭଶ୍ରୀ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଜଗନ୍ନାଥ ସଂସ୍କୃତିକୁ ନେଇ ଡ୍ରାମା ପରିବେଷଣ କରିଥିବା ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟ ଛାତ୍ରୀ ରଶ୍ମି ପାତ୍ର ଏବଂ ତାଙ୍କ ଟିମ୍ ପ୍ରଥମ ପୁରସ୍କାର ହାତେଇଛନ୍ତି । ଏଭଳି ପ୍ଲାଟଫର୍ମ ଯୋଗାଇ ଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ସାମ୍ନାକୁ ଆଣି ପୁରସ୍କୃତ କରିଥିବାରୁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।

ରାଜ୍ୟ ସରକାରଙ୍କ ବିକାଶମୂଳକ କାମକୁ ରାଜ୍ୟପାଳଙ୍କ ଭୁରି ଭୁରି ପ୍ରଶଂସା

ଭୁବନେଶ୍ବର: ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ।  ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଗୃହରେ ଅଭିଭାଷଣ ପ୍ରଦାନ କରି ଷୋଡ଼ଷ ବିଧାନସଭାର ୧୫ତମ ଅଧିବେଶନକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ।

ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପନ୍ନ ହୋଇଛି। ଏହାର ଭୁରି ଭୁରି ପ୍ରଶଂସା କରିଥିଲେ ରାଜ୍ୟପାଳ ରଘୁବର ଦାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ଭକ୍ତଙ୍କ ଲାଗି ସାମଗ୍ରିକ ଆତ୍ମତ୍ମିକ ଉପଲବ୍ଧୀ ସହ ପରିଭ୍ରମଣର ସୁବିଧା ପ୍ରଦାନ କରିଛି। ଶ୍ରୀମନ୍ଦିର ଐତିହ୍ୟ କରିଡର ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦର୍ଶନରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ଆତ୍ମାତ୍ମିକ ଅନୁଭବ ବୃଦ୍ଧି କରିଛି। ପୁରୀକୁ ଗମନାଗମନ ସୁବିଧା ଲାଗି ସରକାର ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସେହିପରି ୨ଶହ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରରେ ସମଲେଇ ପ୍ରକଳ୍ପକୁ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀମନ୍ଦିର ଓ ସମଲେଇ ପ୍ରକଳ୍ପ ଲାଗି ସ୍ଵେଚ୍ଛାକୃତ ଭାବେ ଜମି ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରତି ସରକାର କୃତଜ୍ଞତା ପ୍ରଦାନ କରିଛନ୍ତି। ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଲାଗି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ଵର ଉନ୍ନତିକରଣ କାର୍ଯ୍ୟ ଚାଲିଛି।

ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଏବଂ ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏକ ଅନନ୍ୟ ବିକାଶମୂଳକ ପଦକ୍ଷେପ। ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ। ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀଠାରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ। 5T ଏବଂ ମୋ ସରକାର ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖି କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି ।

ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ସମଗ୍ର ମୂଲ୍ୟବୃଦ୍ଧି କ୍ଷେତ୍ରରେ ୨୨.୫ ପ୍ରତିଶତ ଯୋଗଦାନ କରିଥିଲା। କୃଷିକ୍ଷେତ୍ର  ମୋଟ ଶ୍ରମ ଶକ୍ତିର ପ୍ରାୟ ୪୫. ୮୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ସର୍ବାଧିକ କର୍ମଯୋଗାଣ କରିପାରିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧. ୩୬ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଧାନ ଉତ୍ପାଦନ ହେକ୍ଟର ପିଛା  ସର୍ବକାଳୀନ ସର୍ବୋଚ୍ଚ ୨ ହଜାର ୯୩୬ କେଜିରେ ପହଞ୍ଚିଛି। ସଫଳତାର ସହ କୃଷି ସମ୍ମିଳନୀ ଆୟୋଜନ।

ସେହିପରି ଓଡ଼ିଶା ମିଲେଟସ ମିଶନ ଆରମ୍ଭ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧୩ ଲକ୍ଷରୁ ଅଧିକ ରାସନକାର୍ଡଧାରୀଙ୍କୁ ୧ ଟଙ୍କାରେ ୪ ଲକ୍ଷ କ୍ଵିଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟସ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୋଷକ ଅନାଜ ଆଵାର୍ଡରେ ସମ୍ମାନିତ କରାଯାଇଛି। କାଳିଆ ଯୋଜନା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି।  ୩୧୪ ବ୍ଲକରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମାଧ୍ୟମରେ ପ୍ରାଣୀଧନ ପଶୁପାଳକଙ୍କ ଘରେ ମିଳୁଛି ପ୍ରାଣୀ ଚିକିତ୍ସା ସେବା। ରାଜ୍ୟରେ ମତ୍ସ୍ୟ ଉତ୍ପାତନ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ଵ ଦେଇଛନ୍ତି ସରକାର। ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଚତୁର୍ଥ ଜାତୀୟ ଜଳ ପୁରସ୍କାର ମିଳିଛି।

ବିଦେଶରେ ଚାକିରି କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟ୍

ଚାନ୍ଦବାଲି: ବିଦେଶରେ ଚାକିରି କରାଇ ଦେବା କହି ଲକ୍ଷାଧିକ ଟଙ୍କା ଲୁଟ୍। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗାଁ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବାଂଶଡା ଥାନା ଅନ୍ତର୍ଗତ ନୂଆଗାଁ ଇଛାପୁର ଗାଁରେ । ଗାଁର ୨୪ ଜଣ ଯୁବକ ବାହାର ଦେଶକୁ ଯିବା ପାଇଁ ୪୦ ହଜାର ଲେଖାଏଁ ମୋଟ ୯ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। କେନ୍ଦ୍ରାପଡା ରାଜନଗର ବ୍ଳକ କୋଇଲିପୁର କାଙ୍କଦିଆ  ଗାଁର ଦେବବ୍ରତ ଜେନାଙ୍କୁ ଟଙ୍କା ଦିଆଯାଇଥିଲା। ୩ ମାସ ବିତିଗଲା ପରେ ମଧ୍ୟ ଚାକିରି ନଦେଇ ଦିନ ଗଡେଇ ଚାଲିଥିଲା ଦେବବ୍ରତ। ଶେଷରେ ଜାଲ ଭିସା ଓ ନିଯୁକ୍ତି ପତ୍ର ଦେଇ ଆଉ କିଛି ଟଙ୍କା ମାଗିଥିଲା ବୋଲି ଅଭିଯୋଗ ହୋଇଛି। ଟଙ୍କା ଦେବୁ କହି ଯୁବକ ମାନେ ତାଙ୍କୁ ଗାଁକୁ ଡାକି ଅଟକ ରଖି ପୋଲିସକୁ ଧରାଇଥିଲେ।

୨ ଟି ଟ୍ରକ ଏବଂ ୩ଟି ବାଇକକୁ ଧକ୍କା ଦେଲା ଆଉ ଏକ ଟ୍ରକ୍, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଏନଏଚ ୨୦ ନିହାଲ ସିଂ ଛକ ଓଭର ବ୍ରିଜ ତଳେ ସିରିଜ ଟ୍ରକ ଦୁର୍ଘଟଣା । ୩ ଗୁରୁତର । ଏକା ସାଙ୍ଗରେ ୨ ଟି ଟ୍ରକ ଏଵଂ ୩ଟି ବାଇକକୁ ଧକା ଦେଲା ଟ୍ରକ। ୩ ଟି ବାଇକ୍ ଭାଙ୍ଗି ଚୁରମାର । କୋଲକତା ଆଭିମୁଖେ ଯାଉଥିବା ପିଗ ଆଇରନ ବୋଝେଇ ଟ୍ରକର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକଟି ଦ୍ରୁତ ଗତିରେ ମାଡି ଚାଲିଲା।

ଟ୍ରକଟି ୩ ଟି ଟ୍ରକ ଓ ୩ ଟି ବାଇକକୁ ଧକ୍କା ଦେଇଥିଲା। ବାଇକ ଗୁଡିକ ଚୁରମାର ହୋଇଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଁଚି ୭ ଜଣ ଗୁରୁତରଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଥିବା ବେଳେ ଟାଉନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଅନ୍ତିମ ଦିନ, ରହିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଭୁବନେଶ୍ବର: ଓଡ଼ିଆଙ୍କ ମଧ୍ଯରେ ଉତ୍ସାହ ଓ ଉଲ୍ଲାସ । ରାଜଧାନୀ ଭୁବନେଶ୍ବରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଐତିହାସିକ ସମ୍ମିଳନୀର ଆଜି ଅନ୍ତିମ ଦିବସ । ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି । ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ । ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ ।