spot_img
Home Blog Page 2092

ମଦ ପିଇ ଗାଡି ଚଲାଉଥିବା ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମଦୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ଶନିବାର ରାତିରେ ମଦ ପିଇ ଗାଡି ଚଲାଉଥିବା ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ ପୋଲିସ। ଗାଡିକୁ ଜବତ କରିବା ସହ ଗାଡି ଚଲାଉଥିବା ଡ୍ରାଇଭରଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଭରତପୁର ଥାନା ପକ୍ଷରୁ ୨ ଟି କେସରେ ୨ ଗାଡି ଜବତ ସହ ୨ ଗାଡି ଚାଳକଙ୍କ ବିରୋଧରେ କେସ ରୁଜୁ ହୋଇଛି।

ସେହିପରି ବଡ଼ଗଡ଼ ଥାନାରେ ୨ ଟି କେସ, ଲକ୍ଷ୍ମୀସାଗରରେ ୨ ଟି କେସ, ଜଟଣୀ ଥାନା ୫ ଟି କେସ, ଖଣ୍ଡଗିରି ୨ଟି କେସ, ଖାରବେଳ ନଗର ଗୋଟିଏ କେସ ରୁଜୁ କରିଛି। ମୋଟ ୨୧ ଟି କେସ ଅଧୀନରେ ୨୧ ଜଣଙ୍କ ବିରୋଧରେ କେସ ରୁଜୁ କରାଯାଇଛି। ଆଗାମୀ ଦିନରେ ‘ସେଫ ସିଟି ଡ୍ରାଇଭ’ ଅଧୀନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

 

ଆଜି ଅଣ୍ଡର-୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ଯାଚ, ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

ବ୍ୟୁରୋ ରିପୋର୍ଟ: ପୁଣି ସେହି ଅଷ୍ଟ୍ରେଲିଆ, ପୁଣି ସେହି ବିଶ୍ବକପ୍। ଏଥର କିନ୍ତୁ ଜୁନିଅର ଟିମ୍। ଆଜି ଅଣ୍ଡର-୧୯ ଦିନିକିଆ ବିଶ୍ବକପ ଫାଇନାଲ ମ୍ଯାଚ୍। ସିନିୟରଙ୍କ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଅଛନ୍ତି ଟିମ୍ ଜୁନିଅର। ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ- ଅଷ୍ଟ୍ରେଲିଆ। ସାଉଥ ଆଫ୍ରିକାର ବେନୋନି ଓ୍ବିଲୋମୋରେ ପାର୍କରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ଭାରତୀୟ ସମୟ ଅନୁସାରେ ୧ ଟା ୩୦ରୁ ଖେଳାଯିବ ମ୍ୟାଚ୍। ଉଭୟ ଦଳ ତୃତୀୟ ଥର ପାଇଁ ଫାଇନାଲରେ ମୁହାଁମୁହିଁ ହେବେ।

ଏହା ପୂର୍ବରୁ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୨ ଥର ପରାଜିତ କରିଛି। ଆଜି ଭାରତ ଫାଇନାଲରେ ବିଜୟୀ ହେବାକୁ ଲକ୍ଷ୍ଯ ରଖିଛି। ଭାରତ ଏଯାଏଁ ୮ଥର ଫାଇନାଲ ଖେଳିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ସେହିପରି ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିଶ୍ୱକପରେ ତିନି ଥର ବିଜୟ ହୋଇଥିବା ବେଳେ ୨ଥର ଫାଇନାଲରେ ହାରିବାକୁ ପଡ଼ିଛି। ତେବେ ଆଜି ହେବାକୁ ଥିବା ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ୨୦୨୩ ବିଶ୍ବକପର ବଦଲା ନେବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ। ଦେଖିବାକୁ ବାକି ରହିଲା ସିନିୟରଙ୍କ ବଦଲା ଜୁନିୟର ନେଇପାରିବେ ନା ପୁଣି ଥରେ ଭାରତୀୟ ପ୍ରଶଂସକ ନିରାଶ ହେବେ ।

 

ଇଣ୍ଡିଆ ମେଣ୍ଟକୁ ଆଉ ଏକ ଝଟକା, ପଞ୍ଜାବରେ ଏକାକୀ ଲଢିବ ଆମ ଆଦମୀ ପାର୍ଟି

ଚଣ୍ଡୀଗଡ଼: ପଞ୍ଜାବରେ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଆଗାମୀ ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ପଞ୍ଜାବର ସମସ୍ତ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢିବ ନେଇ ଘୋଷାଣା କରିଛି। ପଞ୍ଜାବରେ ଅନ୍ୟ କୌଣସି ଦଳ ସହ ନିର୍ବାଚନୀ ମେଣ୍ଟ କରିବ ନାହିଁ ଆପ୍। ପଞ୍ଜାବରେ ସମସ୍ତ ୧୩ ଆସନରେ ଲଢିବ ଆମ ଆଦମୀ ପାର୍ଟି। କଂଗ୍ରେସ ସହ କୌଣସି ମେଣ୍ଟ କରିବ ନାହିଁ ବୋଲି କହିଛି ଆମ ଆଦମୀ ପାର୍ଟି।

ଚଣ୍ଡୀଗଡ ଲାଗି ଥିବା ଗୋଟିଏ ଲୋକସଭା ଆସନ ମଧ୍ୟ ଆମ ଆଦମୀ ପାର୍ଟି ଲଢିବ। ଆପ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏହି ଘୋଷଣା ପରେ କଂଗ୍ରେସ ନେତୃତ୍ଵାଧିନ ଇଣ୍ଡିଆବ୍ଲକ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ଇଣ୍ଡିଆ ବ୍ଲକରେ ଜଣେ ଜଣେ ହାତ ଛାଡିବା ପରେ ଭବିଷ୍ୟତରେ କ’ଣ ଘଟିବା ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢିବ ବୋଲି କହିଥିଲେ। ଜନତାଦଳ ୟୁନାଇଟେଡ ମୁଖ୍ୟ ନୀତୀଶ କୁମାର ମଧ୍ୟ ଇଣ୍ଡିଆ ମେଣ୍ଟ ଛାଡି ଏନଡିଏରେ ସାମିଲ ହୋଇଛନ୍ତି। ନୀତୀଶ ଓ ମମତା ଛାଡିବା ପରେ ଇଣ୍ଡିଆ ମେଣ୍ଟ ଲାଗି ଅଡୁଆ ବଢିବାରେ ଲାଗିଛି ।

ଆସନ୍ତାକାଲି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା

ପାଟନା: ଆସନ୍ତାକାଲି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା। ବିଜେପି ଓ ଜେଡିୟୁ ମେଣ୍ଟ ସଦସ୍ଯଙ୍କ ୧୨୮ ରହିଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮, ଜେଡିୟୁର ୪୫, ହାମ-ଏସର ୪ ଓ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ସେପଟେ ବିରୋଧୀ ମେଣ୍ଟରେ ଅଛନ୍ତି ୧୧୪ ସଦସ୍ୟ। ଆରଜେଡିର ୭୯, କଂଗ୍ରେସର ୧୯, ସିପିଏମଏଲ(ଏଲ)ର ୧୨, ସିପିଏମର ୨ ଓ ସିପିଆଇର ୨ ବିଧାୟକ ଅଛନ୍ତି। କୌଣସି ମେଣ୍ଟରେ ସାମିଲ ହୋଇନି ଏଆଇଏମଆଇଏମ। ଏହି ଦଳର ସଦସ୍ଯ ସଂଖ୍ୟା ମାତ୍ର ଜଣେ।

ତେବେ ବିହାର ବିଧାନସଭାରେ ମ୍ଯାଜିକ ନମ୍ବର ରହିଛି ୧୨୨। ଏହାଠାରୁ ୬ ଜଣ ଅଧିକ ସଦସ୍ଯ ବର୍ତ୍ତମାନ ନୀତୀଶଙ୍କ ସପକ୍ଷରେ ରହିଛନ୍ତି। ଆସ୍ଥାଭୋଟ ପୂର୍ବରୁ ଆଜି ଜେଡିୟୁ ବିଧାୟକମାନଙ୍କ ବୈଠକ ଆହୂତ କରିଛି। ଏହି ବୈଠକରେ ସମସ୍ତ ଜେଡିୟୁ ବିଧାୟକ ସାମିଲ ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କିଛିଦିନ ତଳେ ଆରଜେଡି ମେଣ୍ଟରୁ ଜେଡିୟୁ ଓହରି ଯିବା ପରେ ବର୍ତ୍ତମାନ ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ରହିଛି ୧୧୪।

ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ

ବ୍ୟୁରୋ ରିପୋର୍ଟ:  ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ । ଖଲ୍ଲିକୋଟରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହେବ। ଏହାପୂର୍ବରୁ ରାଣୀ ମାଆଙ୍କର ଶେଷ ଦର୍ଶନ କରୁଛନ୍ତି ଜନସାଧାରଣ। ଗତକାଲି ତାଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିବା ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଜେଡି ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡଅଫ ଅନର ପ୍ରଦାନ କରାଯାଇଥିଲା । ସେଠାରେ ସବୁ ଦଳର ବିଧାୟକ, ମନ୍ତ୍ରୀ ଉପସ୍ଥିତ ରହି ଖଲ୍ଲିକୋଟ ରାଣୀଙ୍କୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ।

ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ପିତା ରାଜା ଆର.ଭି.ଏମ ନୀଳାଦ୍ରି ଦେଓଙ୍କ କନ୍ଯା ଭାବେ ସେ ରାଜକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଇହଲୀଳା ସାଂଗ କରିଥିଲେ। ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ।

ସମ୍ବଲପୁରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସକାଳୁ ସକାଳୁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ପ୍ରଥମେ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି। ଏଠାରେ ଭଲ ସୁବିଧା ରହିଛି। ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି।

ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବହୁତ ବଡ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି। ସମ୍ବଲପୁରରେ ବଡ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି । ଏହାସହ ଭଲ ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ। ଏହାପରେ ସମଲେଇ ମନ୍ଦିର ପରିସରକୁ ବୁଲି ଦେଖିବା ପରେ ମା’ ସମଲେଶ୍ବରୀ ମନ୍ଦିକୁ ଯାଇ ମା’ଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ। ମନ୍ଦିର ଉନ୍ନତିକରଣ ନେଇ ଟ୍ରଷ୍ଟ ବୋର୍ଡ ଓ ସେବାୟତଙ୍କ ସହ ଆଲୋଚନା କରିଥିଲେ। ପରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଦାବି ପତ୍ର ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍।

ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ରବିବାର ସେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ । ଭୋରୁ ମାଆ ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ । ପରେ ମହାନଦୀ ହାଫ-ମାରାଥନର ଶୁଭାରମ୍ଭ କରିବେ । ସେଠାରୁ ଭୀମସାର ଯାଇ ବିଭିନ୍ନ ଉନ୍ନିତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ଯାନ କରିବେ । ସାରା ଦିନ ବିକାଶମୂଳକ କାର୍ଯ୍ଯର ସମୀକ୍ଷା ସହ କେନ୍ଦୁପତ୍ର ତୋଳାଳିଙ୍କୁ ସେ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି କି ରୁବେନ୍ ବାନାର୍ଜୀ ?

ନନ୍ଦିଘୋଷ ବ୍ୟୁରୋ: ଜାତୀୟସ୍ତରର ନ୍ଯୁଜ ମାଗାଜିନ ଆଉଟଲୁକରୁ ବାହାରିବା ପରେ ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି କି ରୁବେନ୍ ବାନାର୍ଜୀ ? ନିଜ ଅସ୍ତିତ୍ବକୁ ବଂଚାଇ ରଖିବାକୁ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରି ଆସୁଛନ୍ତି କି ରୁବେନ୍ ? ବିଜେପିକୁ ସମାଲୋଚନା କରୁଥିବା ଏବଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କ ବକ୍ତବ୍ୟକୁ ନିଜର ପରୋକ୍ଷ କର୍ତ୍ତୃତ୍ବ ଥିବା ଚ୍ୟାନେଲରେ ପ୍ରସାରିତ କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି । କହିବାର ତାତ୍ପର୍ଯ୍ୟ ହେଲା ଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥିତି ଆଉ ନାହିଁକି ?

ବିଜେପିର ଶୀର୍ଷ ନେତୃତ୍ବ ବନାମ ଧର୍ମେନ୍ଦ୍ର ପ୍ରଧାନ ! ପ୍ରଧାନମନ୍ତ୍ରୀଙ୍କ ସମାଲୋଚକ ଧର୍ମେନ୍ଦ୍ରଙ୍କ ଆପଣାର ! ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଢ ସମାଲୋଚକଙ୍କୁ କାହିଁକି ନିଜ ମୁଖପାତ୍ର ବନାଇଲେ ଧର୍ମେନ୍ଦ୍ର ? ଦଳରେ ଭଲନାହିଁ କି ଧର୍ମେନ୍ଦ୍ରଙ୍କ ସ୍ଥିତି ? ଏ ପ୍ରଶ୍ନ ଉଠିବାର ବି ଅନେକ ଯୁକ୍ତି ରହିଛି । ଏ ବ୍ଯକ୍ତିଙ୍କୁ ଚିହ୍ନିଥିବେ ନିଶ୍ଚୟ । ଦେଶର ଜଣାଶୁଣା ସାମ୍ବାଦିକ ରୁବେନ ବାନାର୍ଜୀ । ହେଲେ  ଆଉଟଲୁକରୁ ବାହାରିବା ପରେ ସତେଯେମିତି ମିଡିଆ ଏଥିକ୍ସରୁ ବି ଆଉଟର ହୋଇଯାଇଛନ୍ତି । ଗଣମାଧ୍ଯମର ନହୋଇ ଜଣମାଧ୍ଯମର ପ୍ରତିନିଧି ସାଜିଛନ୍ତି । ଅସ୍ତିତ୍ବ ବଂଚାଇବାକୁ  ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଭଳି ଶୀର୍ଷ ରାଜନେତାଙ୍କୁ ବି ଟାର୍ଗେଟ୍ କରିବାକୁ ପଛାଉ ନାହାଁନ୍ତି । ଭିତ୍ତିହୀନ ଓ ତଥ୍ଯହୀନ କଥାକୁ ମିଛର ରଙ୍ଗରେ ଫେଣ୍ଟାଫେଣ୍ଟି କରି ପାଠକଙ୍କୁ ବିଭ୍ରାନ୍ତ କରୁଥିବା ଜଣେ ଏପରି ବ୍ଯକ୍ତିଙ୍କୁ କାହିଁକି ଅସ୍ତ୍ର କରିଲେ ଧର୍ମେନ୍ଦ୍ର ? ପରୋକ୍ଷ କର୍ତ୍ତୃତ୍ବ ଥିବା ନିର୍ଦ୍ଦିଷ୍ଟ ଚ୍ୟାନେଲରେ ରୁବେନଙ୍କୁ ନେଇ କଣ ସନ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ? ଯାହାକି ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି । ଅର୍ଥାତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥିତି ଆଉ ଭଲନାହିଁ କି ?

ଗୋଦି ମିଡିଆ ଭଳି ଶବ୍ଦର ସୂତ୍ରଧର ହେଉଛନ୍ତି ରୁବେନ୍ । ପ୍ରଶ୍ନ ଉଠୁଛି ସେ ଏବେ ଆନାଲିଟିକାଲ୍ ଷ୍ଟୋରୀ ନୁହେଁ ପେଡ୍ ନ୍ଯୁଜର ବାଦଶାହ ପାଲଟି ଯାଇଛନ୍ତି କି ? ବିଭିନ୍ନ ସମୟରେ ଦେଶରେ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସାମିଲ୍ ଲୋକଙ୍କ ମନରେ ନରେନ୍ଦ୍ର ମୋଦିଙ୍କୁ ନେଇ ଘୃଣାଭାବ ସୃଷ୍ଟି କରିବାକୁ ସେ ଅପଚେଷ୍ଟା କରୁଥିବା ଅଭିଯୋଗ ହୋଇ ଆସୁଛି।  ଗୁଜରାଟର ବହୁଚର୍ଚ୍ଚିତ ବିଲକିସ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କ ରାଜକ୍ଷମା ଖାରଜ ଏବଂ ପୁଣିଥରେ ଜେଲ ପଠାଇବା ଘଟଣାରେ ଗୁଜରାଟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ରୁବେନ । ସମ୍ପାଦକୀୟରେ ଲେଖା ପ୍ରକାଶ କରି କେନ୍ଦ୍ର ସହ ଗୁଜରାଟ ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମୁହଁରୁ ଗୋଟିଏ ପଦବି ଶୁଣିବାକୁ ନମିଳିବା ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦୁଟିଏ ନକହିବାକୁ ନେଇ ଭର୍ତ୍ସନା କରିଥିଲେ । ସିଧା ସିଧା ଗୁଜୁରାଟ ମଡେଲକୁ ନିଶାଣ କରିଥିଲେ ।

ଖାଲି ଏ ଗୋଟିଏ ଘଟଣା ନୁହେଁ, ୨୦୨୦ରେ ପାକିସ୍ତାନ ସୀମାଠାରୁ ମାତ୍ର ୨୦ ମିନିଟର ଦୂରତାରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାଟ ରୋକିକା ଘଟଣାରେ ବି ମୋଦିଙ୍କୁ ସମାଲୋଚା କରିଥିଲେ ରୁବେନ୍ । ପୋଲିସ ବୟାନକୁ ଉପହାସ କରିବା ସହ ମୋଦି ଏଥିରୁ ମାଇଲେଜ ଉଠାଉଥିବା ନେଇ ସମାଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ କାହା ପାଇଁ କଣ ଲେଖିଲେ, କଣ ସମାଲୋଚନା କଲେ ତାହା ଏକ ଭିନ୍ନ ପ୍ରସଙ୍ଗ । କିନ୍ତୁ ବିଜେପିକୁ ସମାଲୋଚନା କରୁଥିବା ଏବଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କ ବକ୍ତବ୍ୟକୁ ନିଜର ପରୋକ୍ଷ କର୍ତ୍ତୃତ୍ବ ଥିବା ଚ୍ୟାନେଲରେ ପ୍ରସାରିତ କରିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦଳରେ ସ୍ଥିତି ନେଇ ସନ୍ଦେହ ତିଆରି କରିଛି ।

ଓଡିଶା ବିକାଶର ସାରଥୀ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କେବେ ଗଣମାଧ୍ୟମ ସାମନାକୁ ଆସି ଡିଣ୍ଡିମ ପିଟିବାକୁ ଚାହୁଁନଥିବା କାର୍ତ୍ତିକ ପାଣ୍ଡିଆନ ନିକଟରେ ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ଏକ ସାକ୍ଷାତକାର ଦେଇ ତାଙ୍କ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ପାଣ୍ଡିଆନଙ୍କ ବକ୍ତବ୍ୟକୁ ନେଇ ବିଜେପିର କର୍ତ୍ତୃତ୍ବ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରୋକ୍ଷ କର୍ତ୍ତୃତ୍ବରେ ଥିବା ଏକ ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ମୁହଁରେ ବିଭିନ୍ନ ପ୍ରଶ୍ନ ଉଠାଉଛି ।

 

ନିଜ ବାସଭବନରେ ବିଧାୟକଙ୍କୁ ନଜରବନ୍ଦୀ କଲେ ତେଜସ୍ୱୀ

ପାଟନା: ରୋଚକ ହେଉଛି ବିହାର ରାଜନୀତି । ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି ବିହାରରେ ଆସ୍ଥା ଭୋଟ୍ । ପାଟନାସ୍ଥିତ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବାସ ଭବନକୁ ଆରଜେଡି ବିଧାୟକ ଏବଂ ବାମପନ୍ଥୀ ବିଧାୟକମାନେ ଯାଉଛନ୍ତି । ତେବେ ଏହି ଫ୍ଲୋରଟେଷ୍ଟ ପୂର୍ବରୁ ବିଧାୟକଙ୍କୁ ନିଜ ଘରେ ନଜରବନ୍ଦୀ କରିଛନ୍ତି ତେଜସ୍ବୀ । କୁହାଯାଇଛି କି, ସମସ୍ତ ବିଧାୟକଙ୍କୁ କୁହାଯାଇଛି କି, ସେମାନେ ନିଜର ପୋଷାକ ନେଇ ସେଠାକୁ ଆସିବେ । ଏଣୁ ସମସ୍ତେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ । ଏହି ସମସ୍ତ ବିଧାୟକ ଆସନ୍ତା ଦୁଇ ଦିନ ଏଠାରେ ରହିବେ ଏବଂ ସେମାନଙ୍କ ରହଣି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଉଛି।  ତେଜସ୍ୱୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗଣମାଧ୍ୟମ କର୍ମୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସମସ୍ତ ବିଧାୟକଙ୍କୁ ବିଧାୟକମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ।

ଶଙ୍ଖ ଭବନରେ ରାଣୀ ମାଆଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ରାଣୀ ମାଆଙ୍କୁ ଅନ୍ତିମ ବିଦାୟ। ପ୍ରଖ୍ୟାତ ରାଜନୀତିଜ୍ଞ, ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ ପାର୍ଥିବ ଶରୀର ଓଡ଼ିଶାରେ ପହଞ୍ଚିଛି। ମରଶରୀର ଏୟାରପୋର୍ଟରେ ପହଞ୍ଚିବା ପରେ ଶେଷ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ । ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର । ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ରାଣୀଙ୍କର ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଜେଡି ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେଠାରୁ ବିଧାନସଭା ପରିସରକୁ ନିଆଯାଇ ସେଠାରେ ଗାର୍ଡଅଫ ଅନର ପ୍ରଦାନ କରାଯାଇଛି । ବିଧାୟକ ଓ ଅନେକ ଦଳର ନେତାମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ପିତା ରାଜା ଆର.ଭି.ଏମ ନୀଳାଦ୍ରି ଦେଓଙ୍କ କନ୍ଯା ଭାବେ ସେ ରାଜକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ।  ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଇହଲୀଳା ସାଂଗ କରିଥିଲେ। ୧୯୬୧ ମସିହାରେ ଭି. ସୁଜ୍ଞାନ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ।  ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ।