spot_img
Home Blog Page 2091

ବିଜେଡିର ଗଡ଼ ସୋନପୁର ନିର୍ବାଚନ ମଣ୍ଡଳୀ

ସୋନପୁର: ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟରେ ରାଜନୈତିକ ପରିବେଶ ସରଗରମ ହୋଇ ଉଠିଛି । ତିନି ପ୍ରମୁଖ ରଜନୈତିକ ଦଳ ବିଜେଡି , ବିଜେପି ଓ କଂଗ୍ରେସ ବିଜୟ ବାନା ଉଡାଇବାକୁ ପ୍ରସ୍ତୁତି ଆରମ୍ଭ କଲେଣି । ଏହାରି ଭିତରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବେଶ ଉଷ୍ମତା ଅନୁଭୂତ ହେଉଛି ।

୨୦୦୦ ମସିହାରୁ ବିଜେଡିର ଗଡ ଭାବରେ ପରିଚିତ ହୋଇଆସିଛି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ତିନୋଟି ବ୍ଲକ ସୋନରପୁର ,ତରଭା, ଡୁଙ୍ଗୁରିପାଲି ଏବଂ ତରଭା ବିଜ୍ଞାପିତ ଅଚଂଳ ପରିଷଦ ଓ ସୋନପୁର ପୌରାଞ୍ଚଳକୁ ନେଇ ଗଠିତ ଏହି ନର୍ବାଚନ ମଣ୍ଡଳୀ । ଏଠାରେ ମୋଟ ୨ଲକ୍ଷ ୫୪ହଜାର ୬୯୬ ଭୋଟର ଥିବା ବେଳେ ପୁରୁଷ ଭୋଟର ହେଲେ ୧ଲକ୍ଷ ୩୧ହଜାର ୪୪୦ , ମହିଳା ଭୋଟର ୧ଲକ୍ଷ ୨୩ହଜାର ୨୪୪ ଓ ତୃତିୟ ଲିଙ୍ଗୀ ଭୋଟରଙ୍କ ସଂଖ୍ଯା ୧୨ଜଣ ।

ସେହିପରି ୬ହଜାର ୮୩୬ ଜଣ ନୂତନ ଯୁବ ଭୋଟର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଭୋଟରଙ୍କ ମନ ଜିଣିବାକୁ ସବୁ ଦଳ ପ୍ରୟାସ କରୁଛନ୍ତି । ବିଜୁ ଜନତା ଦଳ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା  ସୁଉଚ୍ଚ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଲଡିଂ , ରାସ୍ତାଘାଟର ଉନ୍ନତିକରଣ , ବିଜୁସେତୁ , ଜଳ ସେଚନ ସୁବିଧା ଓ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନା ଓ ନବୀନ କାର୍ଡକୁ ନେଇ ନିର୍ବାଚନ ଜିତିବାର ଆଶା ରଖିଛି । ସେହିପରି ଭାରତୀୟ ଜନତା ପାର୍ଟି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବର୍ଣ୍ଣପୁର ଜିଲ୍ଲାର ସ୍ୱପ୍ନ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ ସୋନପୁର ପର୍ଯନ୍ତ ପହଞ୍ଚାଇବାକୁ ମୁଖ୍ୟ ମୁଦା କରି ଏଥର ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବ ବୋଲି କହିଛି । ସେହିପରି କଂଗ୍ରେସ ନିଜ ପ୍ରସଙ୍ଗ ନେଇ ମଇଦାନକୁ ଓହ୍ଲାଇବ।

୨୦୦୦ମସିହାରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମେଣ୍ଟରେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର କୁନ୍ଦୁରୁ କୁଶଳ ୬୪୧୪ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ୨୦୦୪ ମସିହାରେ ପୁଣି ମିଳିତ ପ୍ରାର୍ଥି ଭାବରେ ବିଜେଡିର କୁନ୍ଦୁରୁ କୁଶଳ ୪୫,୯୭୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ବିନୋଦ ପାତ୍ର ୪୬,୬୫୫ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ର ବିନୋଦ ପାତ୍ର ମାତ୍ର ୬୭୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଓ ବିଜେଡି ଅଲଗା ନିର୍ବାଚନ ଲଢିଥିଲେ ।

ଏହି ନିର୍ବାଚନରେ ବିଜେଡିର ନିରଞନ ପୂଜାରୀ ୬୮,୮୪୪ ,ବିଜେପିର ନବକୃଷ୍ନ ଦନ୍ତା ୪୦,୫୩୭ ,  ଓ କଂଗ୍ରେସର ଜିତେନ୍ଦ୍ର ପଟ୍ଟନାୟକ ୩୬,୦୪୪ଖଣ୍ଡ ଭୋଟ ପାଇଥିଲେ । ବିଜେଡିର ନିରଞନ ପୁଝାରୀ ୨୮,୩୦୭ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ । ୨୦୧୪ ମସିହାରେ ବିଜେଡିର ନିରଞନ ପୂଝାରୀ ୯୩,୫୩୪ , ବିଜେପିର ପ୍ରମୋଦ ମହାପାତ୍ର ୪୨,୦୪୯ , କଂଗ୍ରେସର ସର୍ବେଶ୍ୱର ପୁରୋହିତ ୩୫,୭୯୫ ଖଣ୍ଡ ଭୋଟ ପାଇଥିଲେ। ବିଜେଡିର ନିରଞ୍ଜନ ପୂଜାରୀ ୫୧,୪୮୫ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ୨୦୧୯ ନିର୍ବାଚନରେ ବିଜେଡିର ନିରଞ୍ଜନ ପୂଜାରୀ ୯୯,୦୭୩ , ବିଜେପିର ଅଶୋକ ପୂଜାରୀ ୭୩,୩୪୭ ,କଂଗ୍ରେସର ଚିତରଞନ ମିଶ୍ର ୨୩, ୩୨୬ଖଣ୍ଡ ଭୋଟ ପାଇଥିଲେ । ବିଜେଡିରୁ ପୁଣି ନିରଞ୍ଜନ ପୂଜାରୀ ୨୫ ହଜାର ୭୨୬ ଖଣ୍ଡ ଭୋଟ ବ୍ଯବଧାନରେ ବିଜୟୀ ହୋଇଥିଲେ । ଏଥର ନୂଆ ଭୋଟର ନିର୍ଣ୍ଣୟକ ହେବେ। ବିକାଶ ହିଁ ମୁଖ୍ଯ ପ୍ରସଙ୍ଗ ହେବ ।

 

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା। ଯୁବକର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି ପୁଲିସ। ବିବିଶି ପଡା ସେବକ କୋଳନିର ପରମେଶ୍ୱର ନାଏକଙ୍କ ବଡ଼ପୁଅ ସାଗର ନାଏକ ବିଳମ୍ବିତ ରାତିରେ ମଧ୍ୟ ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଆବାସ ଘରେ ମୃତ ଦେହ ଥିବା ଜାଣିବାକୁ ପାଇଥିଲେ।  ଟାଉନ ଥାନା ପୁଲିସକୁ ଖବର ଦିଆଯାଇଥିଲା। ଘଟଣାରେ ପୁଲିସ ରାମ ସାଗର ପଦର ଇଲୁ ସରାପ ନାମକ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି।

ଶ୍ରୀକ୍ଷେତ୍ରରେ କଂଗ୍ରେସର ମାନସ ମନ୍ଥନ

ପୁରୀ: ଗତ ଦୁଇ ଦିନଧରି ପୁରୀରେ କଂଗ୍ରେସ ଦଳ ତାର ମାନସ ମନ୍ଥନ ଜାରି ରଖିଥିବା ଜଣାପଡିଛି। ଖୁବ ଶୀଘ୍ର କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି PCC ସଭାପତି ମତ ରଖିଛନ୍ତି।AICC ର ମାର୍ଗଦର୍ଶିକା ଅନୁସାରେ ସ୍ୱତନ୍ତ୍ର ପ୍ରଗମନ ଆପ ଦ୍ୱାରା କର୍ମୀ ମାନେ ଯୋଡି ହେବ ସହ ସେମାନଙ୍କର ନିର୍ବାଚନ ଲଢ଼ିବା ନେଇ ଦକ୍ଷତା ଓ ଲୋକ ସମ୍ପର୍କ ଆଦି କୁ ଦେଖି ପ୍ରାର୍ଥୀ ଚୟନ କରାଯିବ।ତେବେ କେନ୍ଦ୍ରୀୟ କଂଗ୍ରେସ କମିଟିର ନିଷ୍ପତି ଓ ଗାଇଡ଼ ଲାଇନ ଆଧାରରେ ପଚାଶ ହଜାର ଟଙ୍କା ମଗାଯାଇଥିବା କଥା ସ୍ପଷ୍ଟ କରିଛନ୍ତି PCC ସଭାପତି ।ବିଗତ ଦିନରେ ଟିକେଟ ଆବଣ୍ଟନ କୁ ନେଇ ଅନେକ ଅସୁବିଧା ଥିବା ସହ ଟିକେଟ ଫେରସ୍ତ,ଟିକେଟ ବିକ୍ରି ଓ ସୁପରିସ ଭିତ୍ତିରେ ଟିକେଟ ମିଳୁଥିଲା।ମାତ୍ର ବର୍ତମାନ ପ୍ରଗମନ ଆପ ଦ୍ୱାରା ସବୁ କିଛି ଗାଇଡ଼ ଲାଇନ ଅନୁସାରେ କରାଯାଉଥିବା ମତ ରଖିଛନ୍ତି ଶରତ।ଦଳ ଦେଇଥିବା ଗ୍ୟାରେଣ୍ଟି କୁ ଆଧାର କରି ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା କୁ ଆଶା ରଖିଥିବାବେଳେ କଂଗ୍ରେସ ନିର୍ବାଚନ ରେ ବିଜୟୀ ନେଇ ସ୍ୱତନ୍ତ୍ର ନେଟୱର୍କ କରିଥିବା କହିଛନ୍ତି ଶରତ।

ଆସନ୍ତାକାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା

ଭୁବନେଶ୍ବର: ଦିନ ସହ ବଢୁଛି ରାତିର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଉପକୂଳ ଓଡିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ରେ ସନ୍ତୁଳିହେବେ ଲୋକେ। ଦିନ ୧୦ ଟାରୁ ଅପରାହ୍ନ ୩ ଟା ପିକ୍ ଆଓ୍ବାର ଘୋଷଣା କରାଯାଇଛି। ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା। ଉପକୂଳ ଓଡିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆଦ୍ରତା । ଆସନ୍ତା କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି ହୋଇଛି।

ରଣବୀର- ଆଲିଆଙ୍କ ଝିଅ ଦୁନିଆର ଧନୀ ଛୁଆ

ନନ୍ଦିଘୋଷ ବ୍ୟୁରୋ: ଦୁନିଆର ଧନୀ ଛୁଆ ହେଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଝିଅ । ସେ ୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ । କିଛିଦିନ ପୂର୍ବେ ଇନଫୋସିଟି ମାଲିକ ନାରାୟଣ ମୂର୍ତ୍ତି ତାଙ୍କ ନାତିକୁ ୨୪୦ କୋଟି ଟଙ୍କାର ଉପହାର ଦେଇଥିଲେ । ଯାହାକି ଏହି କମ୍ପାନୀର ୧୫ ପ୍ରତିଶତ ବୋଲି କୁହାଯାଇପାରେ । ତେବେ ସେ ଦୁନିଆର ସବୁଠାରୁ ଧନୀ ଛୁଆ ରହିଥିଲେ । ମାତ୍ର ରଣବୀର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି । ସେ ତାଙ୍କ ଝିଅ ନାମରେ ୨୫୦ କୋଟି ଟଙ୍କାର ଏକ ବଙ୍ଗଳା କରି ଦେଇଛନ୍ତି । କୃଷ୍ଣରାଜ ବଙ୍ଗଳା ରଣବୀରଙ୍କ ଝିଅ ରାହାରେ ନାମରେ କରାଯାଇଛି । ଏହା ପୂର୍ବରୁ ତାଙ୍କ ଜେଜେବାପା ରାଜ କପୁରଙ୍କ ନାମରେ ଥିଲା । ପରେ ଏହା ରଣବୀର କପୁରଙ୍କ ନାମରେ ରହିଥିଲା । ମାତ୍ର ଏବେ ରଣବୀର ଏହି ବଙ୍ଗଳାକୁ ତାଙ୍କ ଝିଅଙ୍କ ନାମରେ କରି ଦେଇଛନ୍ତି । ରଣବୀରଙ୍କ ଝିଅ ଏବେ ଏକ ବର୍ଷ ୪ ମାସର ହୋଇଛନ୍ତି । ବଲିଉଡର ସବୁଠାରୁ ଧନୀ ଛୁଆ ଭାବେ ରାହାଙ୍କୁ କୁହାଯାଇପାରେ ।

ହରଡ଼ଘଣାରେ ସୀମା ଓ ସଚିନ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ପାକିସ୍ତାନରୁ ଭାରତକୁ ଆସି ସୀମାଙ୍କ ନାଁରେ କେସ୍ ଦେଇଛନ୍ତି । କେବଳ ସୀମାଙ୍କ ନାମରେ ନୁହଁ ତାଙ୍କ ସ୍ୱାମୀ ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଗୋଟିଏ କି ଦୁଇଟି ନୁହେଁ ୨୦ ଟି ଧାରା ଅନୁଶାରେ ମାମଲା ଦାୟର ହୋଇଛି ।

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦାରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଏବଂ ତାଙ୍କ ଓକିଲ ସୁରଜପୁର ଜିଲ୍ଲା କୋର୍ଟରେ ପହଞ୍ଚିଛନ୍ତି। ସୀମା, ତାଙ୍କ ସ୍ୱାମୀ ସଚିନ ମୀନା ଏବଂ ପିତା ନେତ୍ରପାଳଙ୍କ ବିରୋଧରେ ଏଫଆଇଆର ଦେବା ପାଇଁ କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ କରାଯାଇଛି।

ଗୁଲାମଙ୍କ ଆବେଦନକୁ ନେଇ କୋର୍ଟ ଜେବର ପୋଲିସକୁ ନୋଟିସ ଜାରି କରିଛନ୍ତି । କୋର୍ଟଙ୍କ ନୋଟିସରେ ଜେବର ପୋଲିସକୁ ଏପ୍ରିଲ ୧୮ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨୦ ଟି ଧାରା ଅଧୀନରେ ଏକ ମାମଲା ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି । ସୀମା ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ଗୁଲାମ ହାଇଦର କହିଛନ୍ତି । ସୀମା ଓ ସଚିନଙ୍କ ବିବାହକୁ ସେ ଖଣ୍ଡନ କରିଛନ୍ତି ।

ଗୁଲାମ ହାଇଦରଙ୍କ ଆଇନଗତ କାର୍ଯ୍ୟ ପ୍ରକ୍ରିୟା ପରେ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପାଇଁ ସମସ୍ୟା ବଢିପାରେ । କାରଣ ଗୁଲାମ ହାଇଦର ତାଙ୍କ ଚାରି ସନ୍ତାନଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଭାରତ ସରକାରଙ୍କ ନିକଟରେ ନିବେଦନ କରିସାରିଛନ୍ତି।

ଏହାପୂର୍ବରୁ ଗୁଲାମ ହାଇଦରଙ୍କ ଓକିଲ ସୀମା ଏବଂ ସଚିନଙ୍କୁ ୩ କୋଟି ଟଙ୍କାର ନୋଟିସ ପଠାଇଥିଲେ। ଜରିମାନା ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ସୂଚନା ଥାଉକି, ସୀମା ହାଇଦାର ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ନେପାଲ ଦେଇ ଗ୍ରେଟର ନୋଏଡାର ରବୁପୁରା ଗାଁର ତାଙ୍କ ପ୍ରେମିକ ସଚିନଙ୍କ ପାଖକୁ ଚାଲି ଆସିଥିଲେ ଏଠାରେ ଉଭୟଙ୍କର ବିବାହ ହୋଇଥିଲା ।

ଜୋମାଟୋ ବୟଙ୍କ ଦୁଃଖ କାହାଣୀ, ଜୋମାଟୋ କହିଲା..

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଯାହାକି ଜଣାକୁ ରାତାରାତି ଷ୍ଟାର ବନାଇ ଦେଇଥାଏ । ଏବଂ କାହାକୁ ମଧ୍ୟ ରାତାରାତି ବଦନାମ କରି ଦେଇଥାଏ । ତେବେ ଜଣେ ଜୋମାଟେ ବୟ କାନ୍ଦୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରୋହମ ଭଟ୍ଟାଚାର୍ଯ୍ୟଙ୍କ ନାମରେ ଜଣେ ୟୁଜର ଜଣେ ଜୋମାଟୋ ଡେଲିଭରି ବୟଙ୍କ କାନ୍ଦୁଥିବାର ଫଟୋକୁ ପୋଷ୍ଟ କରିଥିଲେ । ଡେଲିଭରି ବୟଙ୍କ ଭଉଣୀର ବିବାହ ହେବାକୁ ଥିବାବେଳେ ଜୋମାଟୋ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ବ୍ଲକ ରାଯାଇଥିଲା । ନିଜେ ଜଣେ ଛାତ୍ର ହୋଇଥିବାବେଳେ ଭଉଣୀ ବାହାଘର ପାଇଁ ଟଙ୍କା ମଧ୍ୟ ଜମା କରୁଥିଲେ । ଦିଲ୍ଲୀର ଡିଟିବି ନଗରରେ ରାସ୍ତାକଡ଼ରେ ଛିଡ଼ା ହୋଇ କାନ୍ଦୁଥିଲେ । ରୋହମ ତାଙ୍କର ଏକ ଫଟୋକୁ ପୋଷ୍ଟ କରିବା ସହ ଦୁଃଖ ସମ୍ପର୍କରେ ଲେଖି ପୋଷ୍ଟ କରିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଥିଲା ।

https://twitter.com/Sohamllb/status/1773402790104322085?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1773402790104322085%7Ctwgr%5Eea0c2c0b9d978db73fe3827c3ef21d2ee66fe3d3%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fzomato-delivery-agent-left-in-tears-claims-his-account-blocked-days-before-sisters-wedding-2517976.html

ଏହି ପୋଷ୍ଟଟି ଭାଇରାଲ ହେବାପରେ ବହୁ ଲୋକ ତାଙ୍କୁ ସହଯୋଗର ହାତ ମଧ୍ୟ ବଢ଼ାଇଥିଲେ । ତେବେ ସେ ଜୋମାଟୋକୁ ହାଜ୍ ଟ୍ୟାଗ୍ କରି ଏହି ପୋଷ୍ଟ କରିଥିବାବେଳେ ଜୋମାଟୋ ଏହା ଉପରେ ପ୍ରକିକ୍ରିୟା ରଖିଛି । ଯଦି କୌଣସି ଭୁଲ ହୋଇଥାଏ ତାହେଲେ ଏହାକୁ ସଂଶୋଧନ କରାଯିବ । ଜୋମାଟେ ସର୍ବାଦା ତାର ଡେଲିଭରି ବୟଙ୍କୁ ଗୁରୁତ୍ବ ଦେଇଥାଏ ବୋଲି କୁହାଯାଇଛି ।

ରାଜଧାନୀର ସାଇକେଲ ଚା’ବାଲା, ଝିଅକୁ ପାଠ ପଢ଼ାଇବାକୁ କରୁଛନ୍ତି ସଂଘର୍ଷ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଗଡୁଛି ସାଇକେଲ ଚା। ଘଣ୍ଟି ବଜାଇ ସାଇକେଲରେ ଭଳିକି ଭଳି ସ୍ଵାଦିଷ୍ଟ ଚା ବିକ୍ରି କରୁଛନ୍ତି ଘନଶ୍ୟାମ। ୧୦ ବର୍ଷ ତଳେ ବିହାର ଛାଡ଼ି ଓଡ଼ିଶା ଆସିଥିଲେ ଘନଶ୍ୟାମ। ଆଉ ସେବେଠୁ ଭୁବନେଶ୍ୱରର ଗଳି କନ୍ଦିରେ ବୁଲିବୁଲି ସାଇକେଲରେ ବିକ୍ରି କରନ୍ତି ଚା। ଘଣ୍ଟି ବାଜୁଛି ସାଇକେଲର ଚକା ଗଡୁଛି , ଆଉ ବଡପାଟିରେ ଜଣେ ଅଭାବୀ ମଣିଷ ପାଟି କରି ଡାକୁଛି ଚା ପିଇବେ ଚା। ନା ଖରା କୁ ଖାତିର ଅଛି ନା ବର୍ଷା । କାରଣ ଚା ବିକ୍ରି କଲେ ଦୁଇପାଇସା ଆସିବ ଘରେ ତାଙ୍କର ରୋଗିଣା ସ୍ତ୍ରୀ ପାଇଁ ମେଡ଼ିସିନ୍ ଆଉ ଝିଅର ପାଠପଢା ପାଇଁ ପଇସା ରୋଜଗାର କରିବାର ଅଛି ।  ସେଥିପାଇଁ ତ ଏ ଅଭାବୀ ବାପାକୁ ଖରା ଡରାଇ ପାରୁନି। ଆଭାବ ଅନାଟନ ରୁ ନିସ୍ତାର ପାଇଁ ବିହାର ଛାଡ଼ି ଦେଇଥିଲେ ଘନଶ୍ୟାମ ପାରିବାର।  ଓଡ଼ିଶା ଚା ବିକ୍ରି କରି ଦିନକୁ ଭଲ ପଇସା ସିନା ରୋଜଗାର ହେଉଛି ହେଲେ ଭୁବନେଶ୍ବରରେ ଝିଅକୁ ପାଠ ପଢ଼ାଇବା ଖର୍ଚ୍ଚ ସହିତ ସ୍ତ୍ରୀ ର ମେଡ଼ିସିନ୍ ଖର୍ଚ୍ଚ ଉଠାଇବା ସତେ ଯେମିତି ବୋଝ ଉପରେ ଲଳିତା ବିଡା ପରି ହେଲେ ବି ହାର ମାନି ନାହାନ୍ତି ଘନଶ୍ୟାମ।

ଓାଲ୍ଡଡ ଟାଉନ ଅଞ୍ଚାଲରେ ଏକ ଭଡ଼ା ଘରେ ରୁହନ୍ତି  ବଢ଼ି ଭୋରୁ ସାଇକେଲ ଚା ବିକ୍ରି କରିବା ପାଇଁ  ବାହାରି ଯାଆନ୍ତି ସେ। ଦିନ ତମାମ ରାଜଧାନୀ ର ରାସ୍ତାରେ ଘୁରି ବୁଲନ୍ତି। ଦୁଃଖକୁ ଛାତିରେ ଚାପି ଧରି ମୁଣ୍ଡଫଟା ଖରାରେ ନିଜକୁ ସିଜାଇ ଗରମର ଝାଞ୍ଜି ପବନରେ ନିଜକୁ ଜଳାଇ ଆଗକୁ ବଢ଼ି ଚାଲନ୍ତି ଘନଶ୍ୟାମ। ଉଦ୍ଦେଶ୍ୟ ହେଉଛି ଝିଅ କୁ ମଣିଷ । ବାପାଙ୍କ କଷ୍ଟକୁ ବି ବେଶ୍ ଅନୁଭବ କରିଛି ଝିଅ ମଧୁ। କେମିତି ନିଜ ପାଇଁ କିଛି ବି ନକରି ତା ପାଇଁ ତା ବାପା ମା ସବୁ କିଛି ଜଳାଞ୍ଜଳି ଦେଉଛନ୍ତି ସେଥି ପାଇଁ କ୍ୟାମେରା ଆଗରେ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଗୁହାରି କରିଛି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ। ତା ମାଙ୍କ ରୋଗ ପାଇଁ ବଡ ସହାୟତା ହୋଇପାରିବ ବୋଲି।

ରସେଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକି ପାରିବେ ତ ସିରାଜ? ରସେଲଙ୍କ ବିପକ୍ଷରେ ଏମିତି ରହିଛି ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଆଇପିଏଲ ୨୦୨୪ର ୧୦ ନମ୍ବର ମ୍ୟାଚରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରହିଛି । କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଏହି ମ୍ୟାଚଟି ଚିନାସ୍ବାମୀରେ ଖେଳାଯିବାକୁ ଯାଉଛି । ଉଭୟ ଦଳ ନିଜର ଅନ୍ତିମ ମ୍ୟାଚରେ ବିଜୟୀ ହୋଇଛନ୍ତି । ପଞ୍ଜାବ ବିପକ୍ଷରେ ବାଙ୍ଗାଲୋର ଜିତିଥିବାବେଳେ ହାଇଦ୍ରାବାଦକୁ ହରାଇ ଚଳିତ ବର୍ଷର ସିଜିନ ବିଜୟ ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ । ଉଭୟ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

ପ୍ରଥମ ମ୍ୟାଚରେ ରସେଲ ବ୍ୟାଟିଂ କରିଥିଲେ । କୋଲାକାତା ନାଇଟ ରାଇଡର୍ସ ଏକ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା ।  ଛକା, ଚୌକା ମାଡ଼ ମାରିଥିବା ରସେଲଙ୍କ ଉପରେ ଆଜିର ମ୍ୟାଚରେ ନଜର ରହିବ ନିଶ୍ଚୟ । ସେପଟେ କୋହଲି, ମ୍ୟାକ୍ସଓ୍ବେଲ ଏବଂ ଡୁପ୍ଲେସି ବ୍ୟାଟିଂରେ ବଡ଼ ପାଳି ଖେଳିପାରନ୍ତି । କୋଲକାତା ନାଇଟ ରାଇଡର୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ପ୍ରଥମ ମ୍ୟାଚରେ ଆଖି ଦୃଷ୍ଟିଆ ଖେଳିପାରିନଥିଲେ । କେବଳ ସଲ୍ଟ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂ ମଧ୍ୟ ଭଲ ଖେଳିଥିଲେ । ତେବେ ରସେଲ ଯଦି ପଡ଼ିଆରେ ଅଧିକ ସମୟରେ ରୁହନ୍ତି ତାହେଲେ ଏହା ବାଙ୍ଗାଲୋର ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଏଣୁ ବାଙ୍ଗାଲୋର ରସେଲଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିପାରେ ।

ରସେଲଙ୍କ ବିପକ୍ଷରେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର ପାଲଟି ପାରନ୍ତି ସିରାଜ । ରସେଲ ଏଯାବତ ସିରାଜଙ୍କ ସହ ୬ଟି ମ୍ୟାଚରେ ସାମନା କରିଛନ୍ତି । ଯେଉଁଥିରୁ ମାତ୍ର ୧୯ ବଲର ସାମନା କରି ରସେଲ ୨୨ ରନ କରିପାରିଛନ୍ତି । ଏଣୁ ରସେଲ ସିରାଜଙ୍କ ବଲ ଖେଳି ସ୍କୋର କରିପାରିନାହାନ୍ତି । ଯାହାର ଫାଇଦା ଉଠାଇବ ବାଙ୍ଗାଲୋର ।

ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍

କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିଛି ଦାରିଙ୍ଗବାଡ଼ି ଥାନା ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ନାକା କରିଥିଲା ପୋଲିସ। ପୋଲିସକୁ ଦେଖି ଏସକର୍ଟ କରୁଥିବା ଦୁଇ ମୋଟରସାଇକେଲ ଆରୋହୀ ସହ ଗଞ୍ଜେଇ ଭର୍ତ୍ତି କାର୍ ବିପରୀତ ଦିଗକୁ ଗାଡ଼ି ଚାଳନା କରିଥିଲେ ।  ପୋଲିସ୍ ଗଞ୍ଜେଇ ମାଫିଆଙ୍କ ପିଛା କରୁଥିବା ବେଳେ ଏସକର୍ଟ କରୁଥିବା ଗୋଟିଏ ମୋଟରସାଇକେଲ ଦାରିଙ୍ଗବାଡି ନିକଟସ୍ଥ ଆମ୍ବ କାଲିଆ ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣେ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରାସ୍ତା ନଥିବାରୁ ଉଭୟ ଦାରିଙ୍ଗିବାଡ଼ି ଓ କେ.ନୁଆଗାଁ ପୋଲିସକୁ ଚକମା ଦେଇ  ଗଞ୍ଜେଇ ଭର୍ତ୍ତି କାରକୁ ସିମନବାଡି ଲାଦାମାଲାରେ ଛାଡ଼ି  ଚାଲି ଯାଇଥିଲେ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ ।