ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦେବଗଡ଼ରେ ଅଦିନିଆ ଦୀପାବଳି l ଜିଲ୍ଲା ବିଜେଡି ପକ୍ଷରୁ ବାଜା ବଜାଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ବାଣ ଓ ଆତସ ବାଜିରେ ସହର ଆଲୋକିତ ହୋଇଥିଲା l ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ । ସଂଧ୍ଯାରେ ଜିଲ୍ଲା ଯୁବ, ଛାତ୍ର, ମହିଳା ସମେତ ବିଜେଡିର ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମୀ ଏକାଠି ହୋଇ ଖୁସି ମନାଇବା ସହ ବବି ଭାଇ ସ୍ବାଗତମ ଓ ଆମେ ଆପଣଙ୍କ ସାଥିରେ, ନାରା ଦେଇ ସହର ସାରା ପରିକ୍ରମା କରିଥିଲେ l ଆଗାମୀ ମେ ୨୫ ତାରିଖ ମତଦାନରେ ଦେବଗଡ଼ ବିଧାନସଭା ଆସନରୁ ପ୍ରଣବ ପ୍ରକାଶଙ୍କ ବିଜୟ ସୁନିଶ୍ଚିତ ବୋଲି ଦଳୀୟ ନେତୃ ମଣ୍ଡଳୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପ୍ରଣବଙ୍କ ବିଜୟ ପାଇଁ ମାଆ ବିରଜାଙ୍କ ମନ୍ଦିରରେ ଦୀପ ଜାଳି ଆଶିଷ କାମନା ଯାଜପୁରବାସୀ
ଯାଜପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ସବୁଠି ଉତ୍ସାହ। ପ୍ରଣବଙ୍କ ବିଜୟ ପାଇଁ ମାଆ ବିରଜାଙ୍କ ମନ୍ଦିରରେ ଦୀପ ଜାଳି ଆଶିଷ କାମନା କରିଛନ୍ତି ଯାଜପୁରବାସୀ । ପ୍ରଣବଙ୍କ ବିଜୟ ପାଇଁ ସମସ୍ତେ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମ୍ବଲପୁରରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଟକ୍କର ଦେବେ ପ୍ରଣବ। ପ୍ରଣବଙ୍କ ବିଜୟ ପାଇଁ ସମସ୍ତେ ମାଆଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ପୁରୁଖା ନେତାଙ୍କ ପିଲାଙ୍କୁ ମିଳିଲା ବିଜେଡି ଟିକେଟ୍
ନନ୍ଦିଘୋଷ ବ୍ୟୁରୋ: ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ୭୨ ବିଧାନସଭା ଏବଂ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ନୂଆ, ଅଭିଜ୍ଞ ଏବଂ ମହିଳାଙ୍କୁ ଟିକେଟ ମିଳିଛି । ତେବେ ବହୁ ଅଭିଜ୍ଞ ନେତାଙ୍କ ପିଲାଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେଡି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ପାଟକୁରାରୁ ଟିକେଟ ଦେଇଛି ବିଜେଡି । ପାଟକୁରାରେ ସାବିତ୍ରୀ ଅଗ୍ରଓ୍ବାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ବିଜେଡି ସୁଭାସିନୀ ଜେନାଙ୍କୁ ପ୍ରାର୍ଥୀ କରିଛି । ସେପଟେ ଦିବଙ୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ମହେଶ୍ବର ମହାନ୍ତିଙ୍କ ସ୍ଥାନରେ ସେମାନଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିପ୍ଲବ ପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବାବେଳେ ପୁରୀରୁ ସୁନିଲ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ମଇଦାନକୁ ଉତାରିଛି ବିଜେଡି । ସେପଟେ ଚିକିଟିରେ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କ ଉପରେ ଭରସା କରି ଟିକେଟ ଦେଇଛି ଦଳ । ସେପଟେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି ।
ପ୍ରଣବ ପ୍ରକାଶ ଦାସଙ୍କୁ ଟିକେଟ ମିଳିବା ପରେ ସମ୍ବଲପୁରରେ ଉତ୍ସବର ମାହୋଲ
ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ଦେଖାଇଦେଇଛି ଉତ୍ସବର ମାହୋଲ । ବାଣ ଫୁଟାଇ ବାଜା ବଜାଇ କର୍ମୀମାନେ ପ୍ରଣବଙ୍କ ପ୍ରାର୍ଥିତ୍ବକୁ ସ୍ବାଗତ କରିଛନ୍ତି । ପ୍ରଣବଙ୍କୁ ପ୍ରାର୍ଥୀ କରିଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମ୍ବଲପୁରରେ ପ୍ରଣବ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ରଙ୍କୁ କଡ଼ା ଟକ୍କର ଦେବେ । ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଏଥର ବିଜେଡି ଦଖଲ କରିବ ବୋଲି କର୍ମୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେଡ଼ିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକାରେ ୨ ନୂଆ ମୁହଁ
ଭୁବନେଶ୍ବର: ବିଜେଡି ବୁଧବାର ସଂଧ୍ୟାରେ ତା’ର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମଧ୍ୟାହ୍ନରେ ୯ ପ୍ରାର୍ଥୀଙ୍କ ନାମ ବିଜେଡି ଘୋଷଣା କରିଥିଲା । ସଂଧ୍ୟାରେ ୬ ପ୍ରାର୍ଥୀଙ୍କ ନାମ ଘୋଷଣା ସହିତ ମୋଟ ଘୋଷିତ ପ୍ରାର୍ଥୀଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନଙ୍କ ନାମ ଘୋଷଣା ହୋଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ସଂତୃପ୍ତ ମିଶ୍ର,ରାଜଶ୍ରୀ ମଲ୍ଲିକ,ଅରୁପ ପଟ୍ଟନାୟକ,ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ଅବିନାଶ ସାମଲ ।
ବିଜେଡ଼ି କଟକରୁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ,ପୁରୀରୁ ଅରୁପ ପଟ୍ଟନାୟକ,କନ୍ଧମାଳରୁ ଅଚ୍ୟୁତ ସାମନ୍ତ,ଯାଜପୁରରୁ ଶର୍ମିଷ୍ଠା ସେଠୀ ଓ ଢେଙ୍କାନାଳରୁ ଅବିନାଶ ସାମଲଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିଛି ।
ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରୁ ଡେଙ୍କାନାଳରୁ ଅବିନାଶ ସାମଲ ଓ କଟକରୁ ସଂତୃପ୍ତ ମିଶ୍ର ନୂଆକରି ଲୋକସଭା ନିର୍ବାଚନ ଲଢିବେ । ଅନ୍ୟପକ୍ଷରେ ଅଚ୍ୟୁତ ସାମନ୍ତ,ଶର୍ମିଷ୍ଠା ସେଠୀ ଓ ରାଜଶ୍ରୀ ମଲ୍ଲିକଙ୍କ ଉପରେ ଦଳ ପୁନଃ ବିଶ୍ୱାସ କରି ସେମାନଙ୍କ ପ୍ରାର୍ଥିତ୍ୱକୁ ଦୋହରାଇଛି । ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢିଥିବା ଅରୁପ ପଟ୍ଟନାୟକଙ୍କୁ ଦଳ ଏଥର ପୁରୀରୁ ପ୍ରାର୍ଥୀ କରିଛି ।
ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟିକେଟ
ଭୁବନେଶ୍ବର: ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।
ପୁରୀ- ଅରୁପ ପଟ୍ଟନାୟକ
ଯାଜପୁର- ଶର୍ମିଷ୍ଠା ସେଠୀ
ଢ଼େଙ୍କାନାଳ- ଅବିନାଶ ସାମଲ
ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ
କନ୍ଧମାଳ- ଅଚ୍ୟୁତ ସାମନ୍ତ
କଟକ – ସଂତୃପ୍ତ ମିଶ୍ର
ଦ୍ବିତୀୟଥର ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଲେ ରମେଶ ବେହେରା
ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଦ୍ବିତୀୟ ଥର ଲାଗି ବିଜେଡିରୁ ଟିକେଟ ପାଇଛନ୍ତି ରମେଶ ବେହେରା । ଦଳର ସୁପ୍ରିମୋ ତାଙ୍କ ଉପରେ ଭରସା କରି ପୁଣିଥରେ ଟିକେଟ୍ ଦେଇଛନ୍ତି । ୨୦୦୯ ମସିହାରୁ ଏହି ଆସନ ବିଜେଡି ହାତରେ ରହିଛି । ତେବେ ୨୦୦୯ ମସିହାରେ କାଶୀନାଥ ମଲ୍ଲିକ, ୨୦୧୪ରେ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ୨୦୧୯ରେ ରମେଶ ବେହେରାଙ୍କୁ ଟିକେଟ ଦେଇଥିଲା ଦଳ । ଦୁଇଟି ଟର୍ମ ଏଠାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିବାବେଳେ ପ୍ରଥମଥର ଲାଗି ଦ୍ବିତୀୟଥର ରମେଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ଏଠାରେ ଶ୍ରୀହରି ନାୟକ ଏବଂ ରବିନ୍ଦ୍ର ସେଠୀ ବିଜେଡିରୁ ଟିକେଟ ଆଶାୟୀ ଥିଲେ । ମାତ୍ର ରମେଶଙ୍କ ଉପରେ ଭରସା କରି ପୁଣିଥରେ ଟିକେଟ ଦେଇଛନ୍ତି ଦଳର ସୁପ୍ରିମୋ । ନୟାଗଡ଼ ଜିଲ୍ଲା ବିଜେଡି ସଭାପତିଭାବେ ସଂଗଠନକୁ ଦୃଢ଼ କରିଥିଲେ ରମେଶ । ନିର୍ମଳ ଭାବମୂର୍ତ୍ତି ଥିବା ରମେଶ ବେହେରାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦବଦବା ରହିଥିବାବେଳେ ହଜାର ହଜାର ସମର୍ଥକ ମଧ୍ୟ ରହିଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ହରାଇଥିଲେ ରମେଶ ବେହେରା ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ
ଭୁବନେଶ୍ବର: ବିରୋଧ । ପୁଣିଥରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କଲେ ଲିଙ୍ଗରାଜ ମନ୍ଦିର ସେବାୟତ । ଲିଙ୍ଗରାଜ ମନ୍ଦିର ଉନ୍ନୟନ ପାଇଁ ଉଦିଷ୍ଟ ଆଇନକୁ ସାଂସଦ ବିରୋଧ କରୁଥିବା ଅଭିଯୋଗ କରି ସେବାୟତମାନେ ପ୍ରତିବାଦ କରିଛନ୍ତି। ସେବାୟତଙ୍କ ପ୍ରଶ୍ନରେ ଘାଇଲା ହୋଇଥିଲେ ସାଂସଦ । ତେବେ ସାଂସଦଙ୍କ ସହଯୋଗୀମାନେ ସେବାୟତଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଶିବରାତ୍ରୀ ବେଳେ ସାଂସଦଙ୍କ ଦେଖା ମିଳିନଥିବାବେଳେ ଏବେ କାହିଁକି ଆସୁଛ ବୋଲି କରିଥିଲେ ପ୍ରଶ୍ନ । ଏହାସହ ଲିଙ୍ଗରାଜ ମନ୍ଦିର ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଥିଲେ ସେବାୟତ । ତେବେ ଏହା ପ୍ରଥମଥର ନୁହେଁ ଏହା ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିର ସେବାୟତମାନେ ଅପରାଜିତାଙ୍କୁ ବିରୋଧ କରିଥିଲେ । ଏହାସହ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠିଥିବା ପ୍ରତିଦିନ ନଜରକୁ ଆସୁଛି ।
ଜାଣନ୍ତୁ କଟକ ଜିଲ୍ଲାରେ କିଏ କେଉଁ ଆସନରୁ ପାଇଲେ ବିଜେଡି ଟିକେଟ
ନନ୍ଦିଘୋଷ ବ୍ୟୁରୋ: ୭୨ ବିଧାନସଭା ଆସନ ଏବଂ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଓଡ଼ିଶା ବିଧାନସଭା ଆସନ ପାଇଁ ପ୍ରଥମ ଦଳ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିରୋଧୀ କଂଗ୍ରେସ ଏବଂ ବିଜେପି ଏଯାବତ ଟିକେଟ ଘୋଷଣା କରିନାହାନ୍ତି । ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ କଟକ ଜିଲ୍ଲାର ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତୁ ନଜର ପକାଇବା କଟକ ଜିଲ୍ଲାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ ।
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ବାଇଁ
କଟକ ଚୌଦ୍ବାର: ସୌଭିକ ବିଶ୍ବାଳ
ନିଆଳି: ପ୍ରମୋଦ ମଲ୍ଲିକ
କଟକ ସଦର: ପାର୍ଥ ସାରଥୀ ବେହେରା
ବିଜେଡି଼ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡ଼ି ବୁଧବାର ଦିନ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣ କରିଛନ୍ତି । ଏହି ତାଲିକାରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୧୩ ନୂଆ ମୁହଁ ରହିଛନ୍ତି । ବିଧାନସଭା ପାଇଁ ବିଜେଡି ୧୩ ଜଣ ନୂଆ ଚେହେରାଙ୍କ ଉପରେ ଭରସା କରିଛି । ସେହିଭଳି ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଦଳ ଏଥରକ ବିଧାନସଭା ଟିକେଟ୍ ଦେଇଛି ।
ପ୍ରାର୍ଥୀ ତାଲିକାରେ ୧୩ ନୂଆ ମୁହଁ
ବିଜେଡ଼ିର ଏଥରକ ୧୩ ଜଣ ନୂଆ ମୁହଁଙ୍କୁ ବିଧାନସଭା ଟିକେଟ୍ ଦେଇଛି । ଦଳ ଯେଉଁ ୧୩ ଜଣଙ୍କ ଉପରେ ଭରସା କରିଛି ସେମାନେ ହେଲେ ରାୟଗଡା ଲାଗି ଅନୁସୟା ମାଝି,ବସ୍ତା ପାଇଁ ସୁଭାସିନୀ ଜେନା । ସେହିଭଳି ଧାମନଗରରୁ ଡ.ସଂଜୟ ଦାସ,ଯାଜପୁରରରୁ ସୁଜାତା ସାହୁ,ଲୋଇସିଙ୍ଗାରୁ ନିହାର ବେହେରା,ଉମରକୋଟରୁ ନବୀନ ନାୟକ,ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ,ଭବାନୀପାଟନାରୁ ଲଟିକା ନାୟକ,ପାଟକୁରାରୁ ଅରବିନ୍ଦ ମହାପାତ୍ର,ପୁରୀରୁ ସୁନିଲ ମହାନ୍ତି,ସୋରୋଡା଼ରୁ ସଂଘମିତ୍ରା ସ୍ୱାଇଁ,ଦିଗପହଣ୍ଡିରୁ ବିପ୍ଲବ ପାତ୍ର ଓ ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ନୂଆମୁହଁ ଭାବେ ଟିକେଟ୍ ପାଇଛନ୍ତି ।
ଗଲାଥର ଲୋକସଭା,ଏଥରକ ବିଧାନସଭା
ବୁଧବାର ଜାରି ବିଜେଡ଼ିର ପ୍ରାର୍ଥୀ ତାଲିକାରେ ଆଉ ଗୋଟିଏ ବିଶେଷକଥା ଦେଖିବାକୁ ମିଳିଛି । ତା’ହେଲା ଗତଥର ଲୋକସଭା ନିର୍ବାଚନ ଲଢିଥିବା ୩ ଜଣ ପ୍ରାର୍ଥୀଙ୍କୁ ଚଳିତ ଥର ଦଳ ବିଧାନସଭା ଟିକେଟ୍ ଦେଇଛି । କଳିକେଶ ନାରାୟଣ ସିଂଦେଓ ଏଥରକ ଦଳ ଟିକେଟରେ ବଲାଙ୍ଗିର ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିଭଳି ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ ବିଧାନସଭା ଆସନ ପାଇଁ ଲଢିବେ । ଅନ୍ୟପକ୍ଷରେ ରମେଶ ମାଝି ମଧ୍ୟ ଝରିଗାଁରୁ ବିଧାନସଭା ପାଇଁ ନିର୍ବାଚନ ଲଢିବେ ।

