ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦେବଗଡ଼ରେ ଅଦିନିଆ ଦୀପାବଳି

1 min read

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ପରେ ଦେବଗଡ଼ରେ ଅଦିନିଆ ଦୀପାବଳି l ଜିଲ୍ଲା ବିଜେଡି ପକ୍ଷରୁ ବାଜା ବଜାଇ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହ ବାଣ ଓ ଆତସ ବାଜିରେ ସହର ଆଲୋକିତ ହୋଇଥିଲା l ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ । ସଂଧ୍ଯାରେ ଜିଲ୍ଲା ଯୁବ, ଛାତ୍ର, ମହିଳା ସମେତ ବିଜେଡିର ସମସ୍ତ ସଂଗଠନର କାର୍ଯ୍ୟକର୍ତ୍ତା ଓ କର୍ମୀ ଏକାଠି ହୋଇ ଖୁସି ମନାଇବା ସହ ବବି ଭାଇ ସ୍ବାଗତମ ଓ ଆମେ ଆପଣଙ୍କ ସାଥିରେ, ନାରା ଦେଇ ସହର ସାରା ପରିକ୍ରମା କରିଥିଲେ l ଆଗାମୀ ମେ ୨୫ ତାରିଖ ମତଦାନରେ ଦେବଗଡ଼ ବିଧାନସଭା ଆସନରୁ ପ୍ରଣବ ପ୍ରକାଶଙ୍କ ବିଜୟ ସୁନିଶ୍ଚିତ ବୋଲି ଦଳୀୟ ନେତୃ ମଣ୍ଡଳୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।