ପୁରୁଖା ନେତାଙ୍କ ପିଲାଙ୍କୁ ମିଳିଲା ବିଜେଡି ଟିକେଟ୍

ନନ୍ଦିଘୋଷ ବ୍ୟୁରୋ: ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ୭୨ ବିଧାନସଭା ଏବଂ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ତାଲିକାରେ ନୂଆ, ଅଭିଜ୍ଞ ଏବଂ ମହିଳାଙ୍କୁ ଟିକେଟ ମିଳିଛି । ତେବେ ବହୁ ଅଭିଜ୍ଞ ନେତାଙ୍କ ପିଲାଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେଡି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦଙ୍କୁ ପାଟକୁରାରୁ ଟିକେଟ ଦେଇଛି ବିଜେଡି । ପାଟକୁରାରେ ସାବିତ୍ରୀ ଅଗ୍ରଓ୍ବାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ବିଜେଡି ସୁଭାସିନୀ ଜେନାଙ୍କୁ ପ୍ରାର୍ଥୀ କରିଛି । ସେପଟେ ଦିବଙ୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ମହେଶ୍ବର ମହାନ୍ତିଙ୍କ ସ୍ଥାନରେ ସେମାନଙ୍କ ପୁଅଙ୍କୁ ଟିକେଟ ମିଳିଛି । ବିପ୍ଲବ ପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବାବେଳେ ପୁରୀରୁ ସୁନିଲ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ମଇଦାନକୁ ଉତାରିଛି ବିଜେଡି । ସେପଟେ ଚିକିଟିରେ ଉଷା ଦେବୀଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପଦେବଙ୍କ ଉପରେ ଭରସା କରି ଟିକେଟ ଦେଇଛି ଦଳ । ସେପଟେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେଡି ।