ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କେଜ୍ରିୱାଲ ଙ୍କୁ ଆଶୀର୍ବାଦ ଅଭିଯାନ। କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଜାରି କରିଛନ୍ତି ହ୍ଵାଟ୍ସଅପ୍ ନମ୍ବର। ବର୍ତ୍ତମାନ ମଦ ଅବନୀତି ମାମଲାରେ ଇଡି ରିମାଣ୍ଡରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ମଧ୍ୟରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଦିଲ୍ଲୀପବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ ଲୋକଙ୍କ ସନ୍ଦେଶ କେଜ୍ରିୱାଲଙ୍କ ପାଖକୁ ପହଞ୍ଚାଇବା ପାଇଁ ଏକ ହ୍ଵାଟସଆପ୍ ନମ୍ବର ଜାରି କରିଛନ୍ତି। ସମ୍ବୋଧନ କରି ସୁନୀତା କେଜ୍ରିୱାଲ କହିଛନ୍ତି ଯେ କୋର୍ଟରେ କେଜ୍ରିୱାଲ ଯାହା କହିଛନ୍ତି ତାହା କୋର୍ଟ ସମ୍ମୁଖରେ କହିବା ପାଇଁ ବହୁତ ସାହସ ଦରକାର। ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି। ଦେଶଭକ୍ତି ତାଙ୍କ ରକ୍ତରେ ଅଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ସୁନୀତା ଏହି ସୂଚନା ଦେଇଛନ୍ତି।
ସତ୍ୟବାଦୀ ମାଟିର ବିକାଶ ଧାରାକୁ ବଜାୟ ରଖିବି : ସଞ୍ଜୟ ଦାସବର୍ମା
ସତ୍ଯବାଦୀ : ସତ୍ଯବାଦୀରୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ସଂସ୍କୃତି ସମ୍ପନ୍ନ ସତ୍ୟବାଦୀ ମାଟିର ବିକାଶ ଧାରାକୁ ବଜାୟ ରଖିବା ଓ ବିକାଶକୁ ଆଗକୁ ନେବା ସହିତ ସତ୍ୟବାଦୀକୁ ଓଡ଼ିଶାର ବିକଶିତ ନିର୍ବାଚନ ମଣ୍ଡଳୀ ଗଢି ତୋଳିବା ପାଇଁ କାମ କରିବି ଵୋଲି କହିଛନ୍ତି ସଞ୍ଜୟ। ସବୁ ସମୟ ଭଳି ଚଳିତ ନିର୍ବାଚନ ସତ୍ୟବାଦୀ ଭୋଟର ବିଜେଡି ପ୍ରତି ସମର୍ଥନ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସଞ୍ଜୟ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବା ପାଇଁ ସଞ୍ଜୟଙ୍କୁ ଟିକେଟ ପ୍ରଦାନ କରିବା ପରେ ଆଜି ଏକ ସାଙ୍ଗଠନିକ ବୈଠକ କରିଥିଲେ । ସଞ୍ଜୟଙ୍କ ନେତୁତ୍ବ ରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ସତ୍ୟବାଦୀ ବ୍ଲକ ଚେୟାରମ୍ୟାନ ସୁନୀଲ କୁମାର ପଣ୍ଡା, ବ୍ଲକ ସଭାପତି ପ୍ରମୋଦ ରାଉତରାୟ, ବିଜେଡି ନେତା ପ୍ରେମାନନ୍ଦ ବେହେରା, ସୁଶୀଲ ରାଉତରାୟ, ପ୍ରକାଶ ପ୍ରଧାନଙ୍କ ସମେତ ବିଜେଡିର ବହୁ ନେତା ଯୋଗଥିଲେ । ବିଜେଡି ପୁଣିଥରେ ସତ୍ୟବାଦୀରେ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।
ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା
ଭୁବନେଶ୍ୱର : ହୁ ହୁ ହୋଇ ବଢ଼ୁଛି ସୁନାଦର। ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା। ଘରୋଇ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୮ ହଜାର ୭୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ରହିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ସୁନା ଦର ଦିନକୁ ଦିନ ବଢ଼ିବା ନେଇ ଚିନ୍ତାରେ ଗ୍ରାହକ। ବିବାହ ଋତୁ ଥିବାରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ସୁନାକୁ ବଳିପଡ଼ିଛି ରୁପା। ରୁପା ମୂଲ୍ୟ ୭୯ ହଜାର ଟଙ୍କା ଛୁଇଁଛି। ରୁପା ଦରରେ ଏତେ ମାତ୍ରାରେ ବୃଦ୍ଧି ମଧ୍ୟ ଆଉ ଏକ ବଡ଼ ରେକର୍ଡ। ଆଗକୁ ସୁନା ଦର ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ଷ ଶେଷ ସୁଦ୍ଧା ସୁନା ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି। ସେହିଭଳି ରୂପା ଦର ମଧ୍ୟ କିଲୋଗ୍ରାମ ପିଛା ୭୫ହଜାର ଟଙ୍କାରେ ପହଞ୍ଚିବାର ସମ୍ଭାବନା ରହିଛି।
ସମ୍ବଲପୁରରେ ଭାବବିହ୍ୱଳ ହୋଇଗଲେ ପ୍ରଣବ
ସମ୍ବଲପୁର : ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କ ନାଁ ଘୋଷଣା କରିବା ପରେ ସମ୍ବଲପୁର ଆସିଛନ୍ତି ପ୍ରଣବ ପ୍ରକାଶ । ମାଆ ସମଲେଇଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି । ପ୍ରଣବ ପ୍ରକାଶଙ୍କୁ ନେଇ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କୁ ବିପୁଳ ସ୍ଵାଗତ କରିଥିଲେ ନେତା ଓ କର୍ମୀ। ପରେ ରେଙ୍ଗାଲିରେ ଆୟୋଜିତ ସଭାରେ ବକ୍ତବ୍ୟ ରଖିଥିଲେ ପ୍ରଣବ l ଦକ୍ଷ ସଂଗଠକ, ସମସ୍ତଙ୍କର ପ୍ରିୟ ନେତା ତଥା ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ସମ୍ବଲପୁର ମୋ ପୁରୁଣା ଘର । ଆଜି ସମ୍ବଲପୁର ଆସି ମୁଁ ଭାବବିହ୍ୱଳ। ମୋ ବାପା ଏଠାରେ ୬୦ ବର୍ଷ ଧରି ଥିଲେ । ମୁଁ ମୋ ଘରକୁ ଫେରିଛି ବୋଲି କହିଛନ୍ତି ପ୍ରଣବ। ସମ୍ବଲପୁରବାସୀ ଆଜି ମୋତେ ବହୁତ୍ ଭଲ ପାଇବା ଦେଇଛନ୍ତି ଓ ବିଜେଡିର ବଡ଼ ବିଜୟ ହେବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ l ସବୁଠାରୁ ବଡ଼କଥା ହେଲା, ପ୍ରଣବଙ୍କ ସଭାରେ ସାଧାରଣ ଲୋକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଲା। ପ୍ରଣବଙ୍କର ବଡ଼ ବିଜୟ ନେଇ ଏଥିରୁ ସଂକେତ ମିଳୁଛି।
କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କ ଗିରଫ ନେଇ ପ୍ରଶ୍ନ ଉଠାଇଲେ ଜାତିସଂଘ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଇଡିର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ରିମାଣ୍ଡ ଆଉ ୪ ଦିନ ବଢିଲା। ଆସନ୍ତା ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ୭ ଦିନିଆ ରିମାଣ୍ଡ ଦାବି କରିଥିଲା ଇଡି। ଇଡିର ଦାବିକୁ ନେଇ ୪ ଦିନ ରିମାଣ୍ଡ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ। ଆଜି କେଜରିୱାଲଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ସରିଥିବାରୁ ତାଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଜେରାବେଳେ କେଜରିୱାଲଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ଇଡି ପକ୍ଷରୁ ଦିଆଯାଥିଲା। ତେବେ ତଦନ୍ତରେ କେଜରିୱାଲ ସହଯୋଗ କରୁନଥିବା କହିଥିଲା ଇଡି। କିଛି ଡିଜିଟାଲ ତଥ୍ୟ ମିଳିଥିବାରୁ ଏହାର ଛାନବିନ କରାଯାଉଛି। କେଜରିୱାଲଙ୍କୁ ଆହୁରି ଅଧିକ ତଦନ୍ତ କରିବାର ଆବଶ୍ୟକ ଅଛି ବୋଲି କହିଥିଲା ଇଡି। ଅଧିକ ତଦନ୍ତ ଲାଗି ଆଉ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ମାମଲାରେ ଗୋଆର କିଛି ନେତାଙ୍କ ସହ କେଜରିୱାଲଙ୍କୁ ସାମନା ସାମନି ଜେରା କରିବାକୁ ଚାହୁଁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ସେପଟେ ତାଙ୍କୁ କାହିଁକି ଇଡି ଗିରଫ କରିଛି ବୋଲି କୋର୍ଟରେ ପଚାରିଥିଲେ ଅରବିନ୍ଦ କେଜରିୱାଲ। ଗତ ୨ ବର୍ଷ ଧରି ଏହି ମାମଲା ଚାଲି ଆସୁଛି। ଗତ ୨୦୨୨ରେ ସିବିଆଇରେ ମାମଲା ରୁଜୁ ହୋଇଥିଲା।ମାମଲାରେ କୌଣସି ଅଦାଲତ ଦୋଷୀ ସାବ୍ୟସ୍ତ କରିନଥିବାରୁ ମୋତେ କାହିଁକି ଗିରଫ କରାଯାଇଛି ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ମୋ ସପକ୍ଷରେ ବୟାନ ଦେଇଥିବା ସାକ୍ଷୀଙ୍କୁ ଜବରଦସ୍ତ ମୋ ବିରୋଧରେ ସାକ୍ଷ ଦେବାକୁ ବାଧ୍ୟ କରାଯାଉଛି ବୋଲି କହିଥିଲେ। ଏହା ପୂର୍ବରୁ କୋର୍ଟ ଯିବା ଆଗରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଆପକୁ ଧ୍ଵଂସ କରିବାକୁ ଇଡିର ଏହି ଷଡ଼ଯନ୍ତ୍ର ବୋଲି କହିଛନ୍ତି କେଜରିୱାଲ।
ଢେଙ୍କାନାଳରେ ଏକାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ
ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ବଡ଼ ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଏକାଧିକ ଆଗଧାଡ଼ିର ନେତାଙ୍କ ସହ ହଜାର ହଜାର ବିଜେପି କର୍ମୀ । ସାଂସଦ ସସ୍ମିତ ପାତ୍ର, ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ହୋଇଛନ୍ତି ସାମିଲ । ସୂଚନା ଅନୁସାରେ ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ରରୁ ଅନେକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଢେଙ୍କାନାଳ ବିଜେଡି ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ ଓ ବିଧାୟକ ସୁଧୀର ସାମଲଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ନେତା ସାମିଲ ହୋଇଛନ୍ତି । ଜିଲ୍ଲା ସ୍ତରରେ ବିଜେପିର ଅନେକ ପଦାଧିକାରୀ, ମଣ୍ଡଳ ସଭାପତି, ଅନେକ ସରପଞ୍ଚ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ମୁଖପାତ୍ର ସସ୍ମିତ ପାତ୍ର । ଏହି ଅବସରରେ ଉପସ୍ଥିତ ଥିଲେ ରାଜ୍ଯସଭା ସାଂସଦ ସୁଲତା ଦେଓ।
ସୁନ୍ଦରଗଡ଼ ମଇଦାନରେ ଦିଲୀପ ତିର୍କୀ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ମଇଦାନରେ ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଡ଼ ଦିଲୀପ ତିର୍କି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡ଼ି ପଦ୍ମଶ୍ରୀ ଡ଼ ଦିଲୀପ ତିର୍କି ଙ୍କୁ ପ୍ରାର୍ଥୀ କରିଛି । ନାମ ଘୋଷଣା ପରେ ଆଜି ସୁନ୍ଦରଗଡ଼ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଦିଲୀପ ତିର୍କି। ପ୍ରଥମେ ସୁନ୍ଦରଗଡ଼ ସେଣ୍ଟ ମ୍ୟାରୀ ଚର୍ଚ୍ଚକୁ ଯାଇ ପ୍ରଭୁଙ୍କ ଆରାଧନା କରିବା ସହ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏହା ସହିତ ବ୍ରାହ୍ମଣ ପଡ଼ା ସ୍ଥିତ ମାଆ ମଙ୍ଗଳା ମନ୍ଦିର ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଲୋକଙ୍କ ପାଖକୁ ଯାଇ ସୁନ୍ଦରଗଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଜନ ସମ୍ପର୍କରେ ଅବଗତ କରାଇଛନ୍ତି । ଆଗମୀ ଦିନରେ ସୁନ୍ଦରଗଡ଼କୁ କିଭଳି ବିକାଶର ଶିଖରରେ ପହଞ୍ଚାଯିବ ସେ ଦିଗରେ ସୁନ୍ଦରଗଡ଼ ବାସୀଙ୍କର ସହଯୋଗ କାମନା କରିଛନ୍ତି ।
ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର : ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପି ଟିକେଟରୁ ଲଢି ବିଧାୟକ ହୋଇଥିଲେ । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡିବା ପରେ ବିଧାୟକ ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଦଳରେ ନୀତିନୈତିକତା ବୋଲି କିଛି ନାହିଁ । ଦଳରେ ଅଣଦେଖା କରାଯିବାରୁ ଦଳ ଛାଡିଲି । ସୁକାନ୍ତ ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ନୀଳଗିରି ବିଧାୟକ ହୋଇଥିଲେ । ପରେ ସେ ପୁଣି ୨୦୧୯ରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଇସ୍ତଫା ନିଶ୍ଚିତ ଭାବରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କାରଣ ଉତ୍ତର ଓଡ଼ିଶାରେ ବିଜେପିକୁ ବାଏ ବାଏ କାରିବା ଦଳ ପ୍ରତି ଏହା ବେସ ପ୍ରଭାବ ପକାଉଛି । ଠିକ ନିର୍ବାଚନ ବୈତରଣୀ ପାର ହେବା ବେଳେ ନୌକା ଛାଡିଦେଉଛନ୍ତି ନାଉରି ।
ସରକାରଙ୍କ ଯୋଜନା ସମ୍ପର୍କରେ ଭୋଟରଙ୍କୁ ବୁଝାଇବେ ବିଜେଡି ଯୁବ ନେତା
ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ। ଶଙ୍ଖ ଭବନରେ ବୈଠକ ଆରମ୍ଭ ହୋଇଛି । ରାଜ୍ଯ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବେ ବିଜେଡି ଯୁବ ନେତା ଓ କର୍ମୀ। ଫୋକସରେ ରହିବେ ନୂଆ ଭୋଟର। ଦଳର ଭୋଟ ବ୍ୟାଙ୍କ୍ ସୁଦୃଢ଼ କରିବାକୁ ଯୁବ କର୍ମୀଙ୍କୁ ବିଜେଡି ତାଲିମ ଦେଉଛି । ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ, ଉପଦେଷ୍ଟା ତଥା ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ବିଜେଡି କର୍ମୀଙ୍କୁ ତାଲିମ ଦେଉଛନ୍ତି। କିଛି ଦିନ ତଳେ ଛାତ୍ର ବିଜେଡି କର୍ମୀଙ୍କୁ ଦଳ ଟ୍ରେନିଂ ଦେଇଥିଲା।
ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ
ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ଯୋଗଦେଲେ ସୁରେନ୍ଦ୍ର ସିଂ ଭୋଇ । ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଥିଲେ ସୁରେନ୍ଦ୍ର । ସାଂସଦ ସସ୍ମିତ ପାତ୍ର, ବିଧାୟକ ଟୁକୁନି ସାହୁ ଏବଂ ଅଧିରାଜ ପାଣୀଗ୍ରାହୀଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେବା ସହ ସେ କହିୁଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ଦଳରେ ସାମିଲ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଜଣାଉଛି ଏବଂ 5t ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଜି ସାରା ରଜ୍ୟରେ ବିକାଶର ସ୍ପର୍ଶ ଲାଗିଛି । ଉପାନ୍ତରୁ ଉପକୂଳ ସବୁଠି ରୁପାନ୍ତରଣ ଦେଖିବାକୁ ମିଳୁଛି । ଏହି ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ମୁଁ ବିଧିବଧ ଭାବରେ କଂଗ୍ରେସ ଦଳକୁ ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଛି । ସାରା ରାଜ୍ୟରେ ଯେଉଁ ନୂଆ ଓଡ଼ିଶା ନବୀନ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି ସେହି କାର୍ଯ୍ୟରେ ମୁଁ ନିଜକୁ ସାମିଲ କରିବା ସହ ମୋର ହଜାର ହଜାର ସମର୍ଥକ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

