ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ୱର : ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ୨୦୧୯ ରେ ବିଜେପି ଟିକେଟରୁ ଲଢି ବିଧାୟକ ହୋଇଥିଲେ । ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଦଳ ଛାଡିବା ପରେ ବିଧାୟକ ସୁକାନ୍ତ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ଦଳରେ ନୀତିନୈତିକତା ବୋଲି କିଛି ନାହିଁ । ଦଳରେ ଅଣଦେଖା କରାଯିବାରୁ ଦଳ ଛାଡିଲି । ସୁକାନ୍ତ ପୂର୍ବରୁ ଅର୍ଥାତ ୨୦୧୪ରେ ବିଜେଡିରୁ ନୀଳଗିରି ବିଧାୟକ ହୋଇଥିଲେ । ପରେ ସେ ପୁଣି ୨୦୧୯ରେ ବିଜେପିରେ ଯୋଗଦେଇ ବିଧାୟକ ହୋଇଥିଲେ । ବର୍ତ୍ତମାନ ତାଙ୍କ ଇସ୍ତଫା ନିଶ୍ଚିତ ଭାବରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । କାରଣ ଉତ୍ତର ଓଡ଼ିଶାରେ ବିଜେପିକୁ ବାଏ ବାଏ କାରିବା ଦଳ ପ୍ରତି ଏହା ବେସ ପ୍ରଭାବ ପକାଉଛି । ଠିକ ନିର୍ବାଚନ ବୈତରଣୀ ପାର ହେବା ବେଳେ ନୌକା ଛାଡିଦେଉଛନ୍ତି ନାଉରି ।