ଭୁବନେଶ୍ବର: ଦିନ ସହ ବଢୁଛି ରାତିର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ଉପକୂଳ ଓଡିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ରେ ସନ୍ତୁଳିହେବେ ଲୋକେ। ଦିନ ୧୦ ଟାରୁ ଅପରାହ୍ନ ୩ ଟା ପିକ୍ ଆଓ୍ବାର ଘୋଷଣା କରାଯାଇଛି। ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା। ଉପକୂଳ ଓଡିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ରହିବ ଆଦ୍ରତା । ଆସନ୍ତା କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି କରାଯାଇଛି। କାଲି ଉତ୍ତର ଉପକୂଳ ଓଡିଶାରେ ବଜ୍ରପାତ ନେଇ ସତର୍କତା ଜାରି ହୋଇଛି।
ରାଜଧାନୀର ସାଇକେଲ ଚା’ବାଲା, ଝିଅକୁ ପାଠ ପଢ଼ାଇବାକୁ କରୁଛନ୍ତି ସଂଘର୍ଷ
ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଗଡୁଛି ସାଇକେଲ ଚା। ଘଣ୍ଟି ବଜାଇ ସାଇକେଲରେ ଭଳିକି ଭଳି ସ୍ଵାଦିଷ୍ଟ ଚା ବିକ୍ରି କରୁଛନ୍ତି ଘନଶ୍ୟାମ। ୧୦ ବର୍ଷ ତଳେ ବିହାର ଛାଡ଼ି ଓଡ଼ିଶା ଆସିଥିଲେ ଘନଶ୍ୟାମ। ଆଉ ସେବେଠୁ ଭୁବନେଶ୍ୱରର ଗଳି କନ୍ଦିରେ ବୁଲିବୁଲି ସାଇକେଲରେ ବିକ୍ରି କରନ୍ତି ଚା। ଘଣ୍ଟି ବାଜୁଛି ସାଇକେଲର ଚକା ଗଡୁଛି , ଆଉ ବଡପାଟିରେ ଜଣେ ଅଭାବୀ ମଣିଷ ପାଟି କରି ଡାକୁଛି ଚା ପିଇବେ ଚା। ନା ଖରା କୁ ଖାତିର ଅଛି ନା ବର୍ଷା । କାରଣ ଚା ବିକ୍ରି କଲେ ଦୁଇପାଇସା ଆସିବ ଘରେ ତାଙ୍କର ରୋଗିଣା ସ୍ତ୍ରୀ ପାଇଁ ମେଡ଼ିସିନ୍ ଆଉ ଝିଅର ପାଠପଢା ପାଇଁ ପଇସା ରୋଜଗାର କରିବାର ଅଛି । ସେଥିପାଇଁ ତ ଏ ଅଭାବୀ ବାପାକୁ ଖରା ଡରାଇ ପାରୁନି। ଆଭାବ ଅନାଟନ ରୁ ନିସ୍ତାର ପାଇଁ ବିହାର ଛାଡ଼ି ଦେଇଥିଲେ ଘନଶ୍ୟାମ ପାରିବାର। ଓଡ଼ିଶା ଚା ବିକ୍ରି କରି ଦିନକୁ ଭଲ ପଇସା ସିନା ରୋଜଗାର ହେଉଛି ହେଲେ ଭୁବନେଶ୍ବରରେ ଝିଅକୁ ପାଠ ପଢ଼ାଇବା ଖର୍ଚ୍ଚ ସହିତ ସ୍ତ୍ରୀ ର ମେଡ଼ିସିନ୍ ଖର୍ଚ୍ଚ ଉଠାଇବା ସତେ ଯେମିତି ବୋଝ ଉପରେ ଲଳିତା ବିଡା ପରି ହେଲେ ବି ହାର ମାନି ନାହାନ୍ତି ଘନଶ୍ୟାମ।
ଓାଲ୍ଡଡ ଟାଉନ ଅଞ୍ଚାଲରେ ଏକ ଭଡ଼ା ଘରେ ରୁହନ୍ତି ବଢ଼ି ଭୋରୁ ସାଇକେଲ ଚା ବିକ୍ରି କରିବା ପାଇଁ ବାହାରି ଯାଆନ୍ତି ସେ। ଦିନ ତମାମ ରାଜଧାନୀ ର ରାସ୍ତାରେ ଘୁରି ବୁଲନ୍ତି। ଦୁଃଖକୁ ଛାତିରେ ଚାପି ଧରି ମୁଣ୍ଡଫଟା ଖରାରେ ନିଜକୁ ସିଜାଇ ଗରମର ଝାଞ୍ଜି ପବନରେ ନିଜକୁ ଜଳାଇ ଆଗକୁ ବଢ଼ି ଚାଲନ୍ତି ଘନଶ୍ୟାମ। ଉଦ୍ଦେଶ୍ୟ ହେଉଛି ଝିଅ କୁ ମଣିଷ । ବାପାଙ୍କ କଷ୍ଟକୁ ବି ବେଶ୍ ଅନୁଭବ କରିଛି ଝିଅ ମଧୁ। କେମିତି ନିଜ ପାଇଁ କିଛି ବି ନକରି ତା ପାଇଁ ତା ବାପା ମା ସବୁ କିଛି ଜଳାଞ୍ଜଳି ଦେଉଛନ୍ତି ସେଥି ପାଇଁ କ୍ୟାମେରା ଆଗରେ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଗୁହାରି କରିଛି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ। ତା ମାଙ୍କ ରୋଗ ପାଇଁ ବଡ ସହାୟତା ହୋଇପାରିବ ବୋଲି।
ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍
କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିଛି ଦାରିଙ୍ଗବାଡ଼ି ଥାନା ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ନାକା କରିଥିଲା ପୋଲିସ। ପୋଲିସକୁ ଦେଖି ଏସକର୍ଟ କରୁଥିବା ଦୁଇ ମୋଟରସାଇକେଲ ଆରୋହୀ ସହ ଗଞ୍ଜେଇ ଭର୍ତ୍ତି କାର୍ ବିପରୀତ ଦିଗକୁ ଗାଡ଼ି ଚାଳନା କରିଥିଲେ । ପୋଲିସ୍ ଗଞ୍ଜେଇ ମାଫିଆଙ୍କ ପିଛା କରୁଥିବା ବେଳେ ଏସକର୍ଟ କରୁଥିବା ଗୋଟିଏ ମୋଟରସାଇକେଲ ଦାରିଙ୍ଗବାଡି ନିକଟସ୍ଥ ଆମ୍ବ କାଲିଆ ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣେ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରାସ୍ତା ନଥିବାରୁ ଉଭୟ ଦାରିଙ୍ଗିବାଡ଼ି ଓ କେ.ନୁଆଗାଁ ପୋଲିସକୁ ଚକମା ଦେଇ ଗଞ୍ଜେଇ ଭର୍ତ୍ତି କାରକୁ ସିମନବାଡି ଲାଦାମାଲାରେ ଛାଡ଼ି ଚାଲି ଯାଇଥିଲେ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ ।

