spot_img
Home Blog Page 2069

ବିଳମ୍ବିତ ରାତିରେ ଘରେ ପଶି ତିନି ଜଣଙ୍କୁ ହାଣିଲେ, ମା ମୃତ ପୁଅ ବୋହୂ ଗୁରୁତର

ଜଗତସିଂହପୁର: ଘରେ ପଶି ମାଆ, ପୁଅ ଓ ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ । ମାଆ ମୃତ, ପୁଅ-ବୋହୂ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କଳା କପଡ଼ା ମୁହଁରେ ବାନ୍ଧି ସିଲୁ ବିଶ୍ବାଳଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ସିଲୁ, ତାଙ୍କ ସ୍ତ୍ରୀ ଟିକିନା ଓ ମାଆ ମାନିଆ ବିଶ୍ୱାଳଙ୍କୁ ଅତି ନୃଶଂସ ଭାବେ ହାଣି ପକାଇଥିଲେ।

ଗୁରୁତର ଅବସ୍ଥାରେ ମାଆ ମାନିଆ ବିଶ୍ୱାଳ, ପୁଅ ସିଲୁ ବିଶ୍ୱାଳ ଓ ବୋହୂ ଟିକିନା ବିଶ୍ୱାଳଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଆ ମାନିଆ ବିଶ୍ୱାଳଙ୍କ ମୃତ୍ଯୁ ହୋଇଛି। ପୁଅ ସିଲୁ ଓ ବୋହୂ ଟିକିନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଜମିବାଡ଼ି କିମ୍ବା ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ସିଲୁଙ୍କର କିଛି ମାସ ତଳେ ନାଉଗାଁ କୁଣ୍ଡେଶ୍ୱର ଅଞ୍ଚଳରେ ଟିକିନାଙ୍କ ସହ ବିବାହ ହୋଇଥିଲା। ସିଲୁ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ରବିବାର ସନ୍ଧ୍ୟାରେ ସେ ଘରକୁ ଆସିଥିଲେ । ବାଲିକୁଦା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରିୁଛନ୍ତି ।

ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ

0

ଲକ୍ଷ୍ନୌ: ମାନିହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍। କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ମାନହାନିକର ମନ୍ତବ୍ୟ ଦେଇଥିବାରୁ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଆଜି ଉତ୍ତରପ୍ରଦେଶ ସୁଲତାନପୁର ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ହାଜର ହୋଇଥିଲେ ରାହୁଲ ଗାନ୍ଧୀ। କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ରହିଥିଲା। କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ।

ମାର୍ଚ୍ଚ ୯ ପରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପ୍ରସ୍ତୁତିରେ ଭାରତର ନିର୍ବାଚନ ଆୟୋଗ (ECI) । ବିଶେଷ ସୁତ୍ରରୁ ଜଣାପଡିଛି ଯେ ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ  । ନିର୍ଦ୍ଧାରିତ ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀ ବିଭିନ୍ନ ରାଜ୍ୟ ଗସ୍ତ କରିବା ଅର୍ଥ ୨୦୨୪ ନିର୍ବାଚନ ତାରିଖ କ୍ୟାଲେଣ୍ଡର ୨୦୧୯ ସହ ସମାନ ହୋଇପାରେ  ।

ଗତ ୨୦୧୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା  । ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ସାତୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା  । ମେ ୨୩ରେ ଭୋଟ ଗଣନା ହୋଇଥିଲା ।

ଚଳିତବର୍ଷ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି  । ଏହି କାରଣରୁ ନିର୍ବାଚନ ଆୟୋଗର କିଛି ଅଧିକାରୀ ଲଗାତର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସୁତ୍ର ଅନୁସାରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଜମ୍ମୁ କାଶ୍ମୀରର ସୁରକ୍ଷା ଯାଞ୍ଚ ପାଇଁ ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖ ମଧ୍ୟରେ ଗସ୍ତ କରିବେ

ଆକ୍ସନ ମୋଡରେ ଗଞ୍ଜାମ ପୋଲିସ, NSA ବଳରେ ୩ ଜଣ ବନ୍ଧାହେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ। ବନ୍ଧା ହେଲେ ୩ ଜଣ ହାର୍ଡକୋର୍ ଅପରାଧୀ। ଆସିକା ଥାନା ଅଞ୍ଚଳର ସୁଲତାନ ଓରଫ ସୁନିଲ ନାୟକ, ପୋଲସରା ଥାନା ଅଞ୍ଚଳରେ ଯଜ୍ଞ ପ୍ରଧାନ ଓ ଗାଙ୍ଗପୁର ଥାନା ଅଞ୍ଚଳର ବାବୁ ସ୍ବାଇଁକୁ ପୋଲିସ ଏନଏସଏ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ହତ୍ୟା ଓ ରାହାଜାନୀ ଭଳି ସଙ୍ଗୀନ ଅଭିଯୋଗ ରହିଛି।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ପୋଲିସ ଆକ୍ସନ ମୋଡରେ ରହିଛି । ଜିଲ୍ଲାରେ ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ଦିଗରେ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି। ସେପଟେ ଆଉ କିଛି ଅପରାଧୀ ଏନଏସଏ ତାଲିକାରେ ଥିବା ଜଣାପଡିଛି।

ହୃଦଘାତରେ ଚାଲିଗଲେ ଅନୁପମା ଅଭିନେତା, ଟିଭି ଜଗତରେ ଶୋକ

ମୁମ୍ବାଇ: ଟିଭିରୁ ଓଟିଟି ଯାଏଁ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ଋତୁରାଜ ଏବେ ଆରପାରିରେ  । ମାତ୍ର ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି  । ଟିଭି ଦୁନିଆର ଲୋକପ୍ରିୟ ଶୋ ଅନୁପମାରେ ନଜର ଆସୁଥିଲେ ଋତୁରାଜ  । ଅଭିନେତାଙ୍କ ଅଚାନକ ନିଧନ ଖବର ଶୁଣି ଟିଭି ଜଗତ ଶୋକପ୍ରକାଶ କରିଛି  ।

ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହୋଇଥିଲା  । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ  । ଅଗ୍ନାଶୟ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ  ।ଅଭିନେତାଙ୍କ ବିୟୋଗ ବିଷୟରେ ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି  ।

ଟିଭି ଜଗତର ଅନେକ ଲୋକପ୍ରିୟ ଶୋରେ ଋତୁରାଜ ନଜର ଆସିଛନ୍ତି  । ଅପନି ବାତ, ଜ୍ୟୋତି, ହିଟଲର ଦିଦି, ଶପଥ, ୱାରିଅର ହାଇ, ଆହଟ, ଅଦାଲତ, ଦିୟା ଔର ବାତି ହମ ଭଳି ଲୋକପ୍ରିୟ ଶୋରେ ସେ କାମ କରିସାରିଛନ୍ତି  । ସେହିପରି ରାଜନୀତି ଓ ବଦ୍ରିନାଥ କି ଦୁଲହନିଆଁ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ଋତୁରାଜ  ।

 

ବାହାନଗା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଲେ ୧୮୯ ପରୀକ୍ଷାର୍ଥୀ

0

ସୋର: ବାହାନଗା ହାଇସ୍କୁଲରେ ପରୀକ୍ଷା ଦେଲେ ୧୮୯ ଶିକ୍ଷାର୍ଥୀ। ଆରମ୍ଭ ହୋଇଛି ଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା। ବାଲେଶ୍ଵର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଏବେ ବି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭୟ ରହିଛି । ବାହାନଗା ହାଇସ୍କୁଲ ପରିସରରେ ଶ୍ରେଣୀ ଗୃହରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ଯକ୍ତିଙ୍କର ମୃତ ଦେହ ରଖାଯାଇଥିଲା।

ଏଥିପାଇଁ ଅଭିଭାବକଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଶାସନ ସେହି ଶ୍ରେଣୀ ଗୃହ ଗୁଡିକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିଥିଲା। ଏବେ ବାହାନଗା ହାଇସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ଖୋଲା ଯାଇ ୧୮୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁସାରେ ପରୀକ୍ଷା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୌଣସି ଭୟ ନାହିଁ ବୋଲି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ।

ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଘଟଣ, ହଷ୍ଟେଲ ପାଇଖାନାରେ ଝୁଲି ପଡିଲେ ମେଧାବୀ ଛାତ୍ର

ବଲାଙ୍ଗୀର: ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଘଟଣ  । ସ୍କୁଲ ହଷ୍ଟେଲ ପାଇଖାନାରୁ ମାଟ୍ରିକ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର  । ମୃତ ଛାତ୍ର ହେଲେ ସଦର ଥାନା ଅନ୍ତର୍ଗତ ତଲିଉଡାର ଗାଁର ବିନାୟକ ପ୍ରଧାନ  । ସେ ବଲାଙ୍ଗୀର କାମାକ୍ଷାନଗର ବିଶ୍ବାତ୍ମା ବିଦ୍ୟା ମନ୍ଦିର ସ୍କୁଲର ଦଶମ ଶ୍ରେଣୀର ଛାତ୍ର  । ସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ  ।

ବିନାୟକ ଜଣେ ମେଧାବୀ ଛାତ୍ର ଥିଲେ  । ଭଲ ପାଠ ପଢୁଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲେ  । ପରୀକ୍ଷା ଥିବାରୁ ରବିବାର ଦିନ ବାପା ରାତ୍ର ପ୍ରଧାନ ତାଙ୍କୁ ଦେଖିବାକୁ ଆସିଥିଲେ  । ସେ କୌଣସି ଚାପରେ ନଥିଲେ  । ପରୀକ୍ଷାରେ 95 ପ୍ରତିଶତ ମାର୍କ ଆସିବ ବୋଲି କହିଥିଲେ ଯ ତେବେ ସେ କାହିଁକି ଆତ୍ମହତ୍ୟା କରିବ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  ।

ବିନାୟକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତେ, ହେଲେ ତାପୂର୍ବରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ଛାତ୍ର  । ହଷ୍ଟେଲ ବାଥରୁମରେ ବିନାୟକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଗାମୁଛାରେ ବେକରେ ଫାଶ ଲଗାଇ ବିନାୟକ ଆତ୍ମହତ୍ୟା କରିଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ  । ଟାଉନ ଥାନା ପୋଲିସ ମୃତଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଛି  ।

ସାମୟିକ ବନ୍ଦ ଭାରତ ଯୋଡ ନ୍ୟାୟ ଯାତ୍ରା, କୋର୍ଟରେ ଆଜି ହାଜର ହେବେ ରାହୁଲ ଗାନ୍ଧୀ

0

ଲକ୍ଷ୍ନୌ: ଏକ ମାନିହାନି ମାମଲା କ୍ରମେ ଉତ୍ତରପ୍ରଦେଶ ସୁଲତାନପୁର ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସିଭିଲ କୋର୍ଟରେ ଆଜି ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୋର୍ଟ ହାଜିରା କାରଣରୁ ଉତ୍ତରପ୍ରଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ସାମୟିକ ଭାବେ ବନ୍ଦ ହେବ ବୋଲି କହିଛନ୍ତି କଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ। ବର୍ତ୍ତମାନ ଭାରତ ଯୋଡ ନ୍ୟାୟ ଯାତ୍ରା ୩୭ ଦିନରେ ପହଞ୍ଚିଛି।

କୋର୍ଟ ହାଜିରା ପରେ ଆମେଥିର ଫୁରସତଗଞ୍ଜରୁ ପୁଣି ଯାତ୍ରା ଆରମ୍ଭ ହେବ। ଗତ ୨୦୧୮ ଅଗଷ୍ଟ ୪ ତାରିଖରେ ରାହୁଲଙ୍କ ବିରୋଧରେ ଜଣେ ବିଜେପି ନେତା ମାନହାନି ମାମଲା ଦାୟର କରିଥିଲେ। ବେଙ୍ଗାଳୁରୁରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇଥିବାରୁ ରାହୁଲଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ସେହି ମାମଲାର ଶୁଣାଣି ଲାଗି ୨୦ ତାରିଖ ଧାର୍ଯ୍ୟ ହୋଇଛି।

ପଞ୍ଜାବ ଚାଷୀଙ୍କ ନୂଆ ଉପାୟ, ଆଜିଠାରୁ ରାଜ୍ୟ ବିଜେପି ନେତାଙ୍କ ବାସଭବନ ଘେରାଉ

0

ନୂଆଦିଲ୍ଲୀ: କେନ୍ଦ୍ରର ସମସ୍ତ ଉଦ୍ୟମ ପରେ ବି ଥମୁନି ଚାଷୀ ଆନ୍ଦୋଳନ। ଜିଦରେ ଅଟଳ ଅନ୍ନଦାତା। ଆସନ୍ତା ୨୧ରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଡାକରା।
MSP ଗ୍ୟାରେଣ୍ଟି ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ ସଂଗଠନ। ୪ ଫସଲ ଉପରେ ଏମଏସପି ନେଇ ୫ ବର୍ଷର ଚୁକ୍ତି ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛନ୍ତି ଚାଷୀ ସଂଗଠନ। ସେପଟେ ଦାବି ପୂରଣ ଲାଗି ପଞ୍ଜାବ ଚାଷୀଙ୍କ ନୂଆ ତରିକା ।

ରାଜ୍ୟ ବିଜେପି ନେତାଙ୍କ ବାସଭବନକୁ ଆଜିଠାରୁ ଘେରାଉ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । କୃଷକ ନେତା ବଲବୀର ସିଂ ରାଜେଓ୍ବାଲଙ୍କ ଘୋଷଣା ଅନୁସାରେ ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ବାସଭବନ ସମ୍ମୁଖରେ ଚାଷୀମାନେ ଘେରାଉ କରିବେ । ଏହା ସହ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ଥିବା ସମସ୍ତ ଟୋଲଗେଟକୁ ଟୋଲ ଫ୍ରି କରିଦିଆଯିବ ।

37ଟି ଚାଷୀ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଘୋଷଣା କେନ୍ଦ୍ର ଉପରେ ଅଧିକ ଚାପ ପକାଇବା ଆଶା କରାଯାଉଛି । ତେଣେ କୃଷକ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଆସନ୍ତା ୨୨ ତାରିଖରେ ଦିଲ୍ଲୀରେ ବୈଠକ ବସିବ ବୋଲି ଘୋଷଣା କରାଯାଇଛି । ତେଣେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି- ଗତ ୧୮ ତାରିଖରେ ଚାଷୀ ନେତାଙ୍କ ସହ ସକାରାତ୍ମକ ଆଲୋଚନା ହୋଇଥିଲା ।

କୃଷକ ନେତାମାନେ କେତେକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଯାହାକି ପଞ୍ଜାବ ଓ ହରିଆଣା ଚାଷୀଙ୍କ କଲ୍ଯାଣ କରିବ । ଏହା ସହ ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କିଣିବା ଲାଗି ଚାଷୀଙ୍କ ସହ ଏକ ୫ ବର୍ଷିଆ ଆଇନଗତ ରାଜିନାମା କରିବା ଲାଗି ଭାରତର କପା ନିଗମ ପଦକ୍ଷେପ ନେବ । ସେହିପରି ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ 5 ବର୍ଷିଆ ଚୁକ୍ତି କରିବେ । ସଂଗ୍ରହ ହେଉଥିବା ସାମଗ୍ରୀ ପରିମାଣରେ କୌଣସି ସୀମା ରହିବ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।

ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ, ଆଜି ସୁପ୍ରିମକୋର୍ଟରେ ଭିଡିଓ ଦାଖଲ

0

ଚଣ୍ଡିଗଡ: ବଢିଲା ଚଣ୍ଡିଗଡ଼ ମେୟର ନିର୍ବାଚନ ଅଡୁଆ। ଗଣତି ବେଳେ ରଦ୍ଦ ହୋଇଥିବା ୮ଟି ବାଲଟ ପେପର ଓ ଗଣତି ବେଳର ଭିଡିଓ ଆଜି ସୁପ୍ରିମକୋର୍ଟରେ ହେବ ଦାଖଲ। ଏହାକୁ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ଦେଇଥିଲେ ନିର୍ଦ୍ଦେଶ। ମାମଲାର ଶୁଣାଣି କରି ସିଜେଆଇ ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ କୌଣସି ରାଜନୈତିକ ଦଳ ସହ ସମ୍ପୃକ୍ତ ନଥିବା ଜଣେ ନୂଆ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କରିବା ଲାଗି ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସାନି ନିର୍ବାଚନ କରିବାକୁ ଅଗ୍ରାହ୍ଯ କରିଥିଲେ କୋର୍ଟ।

ଗତ ଜାନୁଆରୀ ୩୦ ତାରିଖରେ ହୋଇଥିବା ଚଣ୍ଡିଗଡ ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ଜାଲିଆତି କରି ୮ଟି ଭୋଟକୁ ନାକଚ କରିଦେବା ନେଇ ଅଭିଯୋଗ କରିଥିଲା ଆପ। ଭୋଟଗଣତି ବେଳେ ବାଲଟ ପେପର ଉପରେ ଟିକ୍ ମାର୍କିଂ କରିବାବେଳେ ଅନିଲ ସିସିଟିଭି ଆଡକୁ ଚାହିଁଥିବା ଭିଡିଓ ଭାଇରାଲ ହୋଇଥିଲା।

କାହିଁକି ସିସିଟିଭି ଆଡକୁ ମୁହଁ କରିଥିଲେ ଏବଂ କାହିଁକି ବାଲଟ ପେପର ଉପରେ ମାର୍କିଂ କରିଥିଲେ ବୋଲି ଶୁଣାଣି ବେଳେ ଅନିଲଙ୍କୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ଏଣୁ ତାଙ୍କ ବିରୋଧରେ ମାମଲା ଦାୟର ହେବା ଆବଶ୍ଯକ ବୋଲି ସୁପ୍ରିମକୋର୍ଟ କହିଥିଲେ। ନିର୍ବାଚନଭିତ୍ତିକ ଗଣତନ୍ତ୍ରରେ ଏହା ଅଗ୍ରହଣୀୟ ବୋଲି କହିଛନ୍ତି କୋର୍ଟ। ସେପଟେ ଚଣ୍ଡୀଗଡ଼ ମେୟର ପଦରୁ ବିଜେପିର ମନୋଜ ଶଙ୍କର ଇସ୍ତଫା ଦେଇଥିବାବେଳେ ଆପର ୩ କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି।

ଗତ ଜାନୁଆରୀ ୩୦ରେ ହୋଇଥିବା ମେୟର ନିର୍ବାଚନରେ ଆପର କୁଲଦୀପ କୁମାରଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ବିଜେପିର ମନୋଜ ଶଙ୍କର। ମନୋଜ ୧୬ ଭୋଟ ପାଇଥିବାବେଳେ କୁଲଦୀପ ୧୨ଟି ଭୋଟ ପାଇଥିଲେ। ୮ଟି ଭୋଟ ଆପ୍ ସପକ୍ଷରେ ଯାଇଥିଲେ ବି ତାହାକୁ ରଦ୍ଦ କରିଥିଲେ ପ୍ରିଜାଇଡିଂ ଅଫିସର।