ଏପ୍ରିଲ ପହିଲାରୁ ବଢ଼ିପାରେ ଏହିସବୁ କାରର ଦାମ

ନନ୍ଦିଘୋଷ ବ୍ୟୁରୋ: ଆପଣ ନୂଆ କାର କିଣିବାକୁ ଯୋଜନା କରୁଛନ୍ତି କି ? ତେବେ ଏପ୍ରିଲ୍ ପହିଲାରୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ପହିଲାରୁ କେତେକ କାର ନିର୍ମାତା ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ରହିଛି କିଆ ଇଣ୍ଡିଆ ଏବଂ ଟୟୋଟା କିର୍ଲୋସ୍କର ଭଳି କମ୍ପାନୀ । ଟୟୋଟା କିର୍ଲୋସ୍କର ମୋଟର ଗୁରୁବାର ଘୋଷଣା କରିଛି ଯେ, ଏହାର ନିର୍ଦ୍ଦିଷ୍ଟ ମଡେଲ ଗୁଡିକର ମୂଲ୍ୟ ଏପ୍ରିଲ୍ ପହିଲାଠାରୁ ବୃଦ୍ଧି କରିବାକୁ ଯୋଜନା କରୁଛି । ଆନୁମାନିକ ଭାବେ ୧ ପ୍ରତିଶତ ବୃଦ୍ଧି ହେବା ନେଇ ସମ୍ଭାବନା କରାଯାଇଛି । ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚରେ ବୃଦ୍ଧି  କାରଣରୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।