ଢେଙ୍କାନାଳ: ପରଜଙ୍ଗ ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ। ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା। ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତ ହାତୀବାରି ଠାରେ ବିଜେଡିର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ମାନଙ୍କ ଜୀବନଶୈଳୀ ରେ ପରିବର୍ତ୍ତନ ଆଣିବା ସହ ସେମାନଂକୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରିଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ଉନ୍ନତିମୂଳକ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ଶହେ ରୁ ଉର୍ଦ୍ଧ ଆଦିବାସୀ ପୁରୁଷ ଓ ମହିଳା ବିଜେଡି ରେ ଯୋଗ ଦେଇଛନ୍ତି l ସ୍ଥାନୀୟ ବିଧାୟକ ଡ଼ ନୃସିଂହ ସାହୁଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।
ପତ୍ନୀକୁ ହତ୍ୟା କରିବା ପରେ ୨୨୪ ଖଣ୍ଡ କଲା ପତି
ଲଣ୍ଡନ: ବ୍ରିଟେନରେ ଲୋମହର୍ଷକ ହତ୍ଯାକାଣ୍ଡ । ପତ୍ନୀଙ୍କୁ ଛୁରୀ ଭୁସି ହତ୍ଯା କରିବା ପରେ ଶରୀରକୁ ୨୨୪ ଖଣ୍ଡ କଲା ସ୍ବାମୀ । କେବଳ ଏତିକି ନୁହେଁ ଶରୀର ଖଣ୍ଡକୁ ପ୍ଲାଷ୍ଟିକ ବ୍ଯାଗରେ ଭର୍ତ୍ତି କରି ନଦୀରେ ଭସାଇ ଦେଇଛି । ଅଭିଯୁକ୍ତ ହତ୍ଯା କରିଥିବା ସ୍ବୀକାର କରିଥିଲେ ବି କାହିଁକି ଏମିତି କାଣ୍ଡ ଭିଆଇଲା ସୂଚନା ଦେଇନି । ମାମଲାର ବିଚାର ଆସନ୍ତାକାଲି ହେବ ।
ଗତ ମାର୍ଚ୍ଚ ୨୫ ତାରିଖରେ ୨୬ ବର୍ଷ ବୟସ୍କା ହୋଲି ବ୍ରାମଲେଙ୍କ ଶରୀରର କିଛି ଅଂଶ ବାସିନଘମସ୍ଥିତ ୱିଥାମ ନଦୀରୁ ଉଦ୍ଧାର କାରଯାଇଥିଲା । କିଛି ଦିନ ଧରି ସେ ନିଖୋଜ ଥିବା ଅଭିଯୋଗ ହୋଇଥିଲା । ଲିଙ୍କନସାୟାର ପୋଲିସ କହିଛି, ୨୮ ବର୍ଷ ବୟସ୍କ ନିକୋଲାସ ମେଟସନଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଶବକୁ ନଦୀରେ ଫୋପାଡିବା ଘଟଣାରେ ଜୋସୁଆ ହାନକକ ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ବି ଅଭିଯୁକ୍ତ ମେଟସନ ୨୦୧୩, ୨୦୧୬ ଓ ୨୦୧୭ରେ ପୂର୍ବତନ ପାର୍ଟନରମାନଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଦୋଷୀ ସାବ୍ଯସ୍ତ ହୋଇଥିଲେ । ୨୦୨୧ରେ ହୋଲି ବ୍ରାମଲେଙ୍କୁ ମେଟସନ ବିବାହ କରିଥିଲେ । ତେବେ କିଛି ଦିନ ଧରି ଦୁହିଁଙ୍କ ମଧ୍ଯରେ ସମ୍ପର୍କ ଭଲ ନଥିଲା ।
ମାଇକ୍ରୋସଫ୍ଟର ଚେତାବନୀ: AI ଜରିଆରେ ନିର୍ବାଚନ ପ୍ରଭାବିତ କରିବାକୁ ଚୀନ କରୁଛି ଉଦ୍ୟମ
ନୂଆଦିଲ୍ଲୀ: ଭାରତ, ଆମେରିକା ଓ ସାଉଥ କୋରିଆ ସାଧାରଣ ନିର୍ବାଚନକୁ ନେଇ ମାଇକ୍ରୋସଫ୍ଟର ଚେତାବନୀ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ନିର୍ବାଚନ ପ୍ରଭାବିତ କରିବା ଲାଗି ଚୀନ ଉଦ୍ୟମ କରୁଥିବା କହିଲା ମାଇକ୍ରୋସଫ୍ଟ । ତାଇୱାନ ରାଷ୍ଟ୍ରପତି ନିର୍ବାଚନରେ ବି ଚୀନ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଆଇର ବ୍ୟବହାର ପରୀକ୍ଷାମୂଳକ ଭାବେ ସମ୍ପନ୍ନ କରିଥିବା ସୂଚନା ମିଳିଥିଲା । ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏଥିରେ ଉଦ୍ଯମ କରାଯାଇଥିବା ଜଣାପଡିଥିଲା ।
ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ବେଳେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ଏଆଇ ସମ୍ପର୍କରେ ଆଲୋଚନା କରିବା ସହ ଏହାର ସାମାଜିକ ଉପଯୋଗ, ମହିଳା ସମ୍ପର୍କିତ ବିକାଶ, ଆଧୁନିକ ସ୍ବାସ୍ଥ୍ଯସେବା ଓ କୃଷିରେ ଏଆଇର ବ୍ଯବହାର ସମ୍ପର୍କରେ ଆଲୋଚନା କରିଥିଲେ । ଚଳିତବର୍ଷ ବିଶ୍ବର ପ୍ରାୟ ୬୪ଟି ରାଷ୍ଟ୍ରରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଅର୍ଥାତ ବିଶ୍ବ ଜନସଂଖ୍ଯାର ପ୍ରାୟ ୪୯ ପ୍ରତିଶତ ଲୋକ ଏହି ନିର୍ବାଚନରେ ସାମିଲ ହେବେ । ତେବେ ସବୁଠାରୁ ବଡ଼ କଥା ହେଲା ଚଳିତବର୍ଷ ନିର୍ବାଚନକୁ ବିଭିନ୍ନ ଦିଗରେ ପ୍ରଭାବିତ କରିବା ଲାଗି ଚୀନ ଓ ନର୍ଥ କୋରିଆର ସାଇବର ଗ୍ରୁପ ସାମିଲ ହେବା ଆଶଙ୍କା ରହିଛି । ଏଆଇ ଜରିଆରେ ମିଥ୍ଯା ସୂଚନା ପ୍ରସାରଣ, ଡିପଫେକ ଜରିଆରେ ମନଗଢ଼ା କାହାଣୀର ପ୍ରସାର ଉପରେ ଚୀନ ଗୁରୁତ୍ବ ଦେବା ଆଶଙ୍କା ରହିଛି । ତାଇୱାନ ନିର୍ବାଚନ ସମୟରେ ବେଜିଂର ଷ୍ଟର୍ମ ୧୩୭୬ ନାମକ ସଂସ୍ଥା ବା ସ୍ପାମୋଫ୍ଲେଜ ଜରିଆରେ ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଯୋଜନା କରାଯାଇଥିଲା ।
ସମ୍ପର୍କୀୟଙ୍କ ଝଗଡ଼ା ମେଣ୍ଟାଇବାକୁ ଯିବା ହେଲା କାଳ, ଛୁରାମାଡ଼ରେ ଯୁବକ ମୃତ
ଆସିକା: ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ପଢାଳ ହରିଜନ ସାହିରେ ଅଭାବନୀୟ ଘଟଣା l ଦୁଇ ପରିବାରର ଝଗଡ଼ା ମେଣ୍ଟାଇବାକୁ ଯାଇ ଜୀବନ ହାରିଲେ ଯୁବକ । ସମ୍ପର୍କୀୟଙ୍କ ଝଗଡ଼ାର ସମାଧାନ କରିବା ବେଳେ ଛୁରା ମାଡରେ ଋଷି ନାୟକ ନାମକ ଯୁବକଙ୍କ ମୃତ୍ୟୁ । ମୃତ ଋଷି ହେଲେ ଧରାକୋଟ ତାଳପାଟଣା ଅଞ୍ଚଳର ।
ମହାବାରୁଣୀ ବୁଡ଼ ପକାଇବା ନେଇ ତାଳପାଟଣା ଗାଁର ଋଷି ସମ୍ପର୍କୀୟଙ୍କ ଘରକୁ ଆସିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ସମ୍ପର୍କୀୟଙ୍କ ମଧ୍ୟରେ ଝଗଡା ଲାଗିଥିଲା l ଝଗଡା ଛଡାଇବାକୁ ଯାଇଥିବା ଋଷିଙ୍କୁ ଛୁରୀ ଭୁସିଲେ ସମ୍ପର୍କୀୟ l ଗୁରୁତର ଅବସ୍ଥାରେ ଋଷିକୁ ସ୍ଥାନୀୟ ଲୋକେ ଆସିକା ମେଡିକାଲ ରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କୋଟିନଟା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଆକ୍ରମଣ କରି କଳାକନା ବୁଲାଇଲେ ଦୁର୍ବୃତ୍ତ
ପିପିଲି: ପିପିଲି ସରସ୍ବତୀପୁର ଅଞ୍ଚଳରେ ବଡ଼ ଧରଣର ଲୁଟ । ବିଳମ୍ବିତ ରାତିରେ ଘରେ ପଶି ଲୁଟିଲେ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ କଲେ ଆକ୍ରମଣ ।
ମିଳିଥିବା ସୂଚନା ଅନୁସାରେ ସରସ୍ୱତୀପୁର ପଞ୍ଚାୟତ ଦକ୍ଷିଣସାହି ଚକ ଖରିଜା ସାହିରେ ହୋଇଛି ଲୁଟ । ଦୁର୍ବୃତ୍ତମାନେ ଘରେ ପଶି ସୁନା, ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟିଛନ୍ତି । ପରିବାର ଲୋକେ ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଫଳରେ ରବୀନ୍ଦ୍ର ନାଥ ମହାପାତ୍ର, ତାଙ୍କ ପତ୍ନୀ, ପୁଅ ଓ ବୋହୂ ଆହତ ହୋଇଛନ୍ତି । ସମସ୍ତ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପିପିଲି ଏସଡିପିଓ ଏବଂ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

