ଢ଼େଙ୍କାନାଳ: ପରଜଙ୍ଗରେ ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ସହ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ଅବିନାଶ ସାମଲ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହେଶ ଚନ୍ଦ୍ର ସୁବାହୁସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଦୁଇ ନେତା। ଏହାପରେ ପରଜଙ୍ଗ ବ୍ଲକ ସ୍ଥିତ ଜହ୍ନପଡାଠାରେ ଢେଙ୍କାନାଳ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅବିନାଶ ସାମଲଙ୍କୁ ସମ୍ବର୍ଦ୍ଧିତ ଦିଆଯାଇଥିଲା। ହଜାର ହଜାର ସଂଖ୍ଯାରେ କର୍ମୀ ବିରୋଧୀ ଦଳ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳଖ କାର୍ଯ୍ୟକୁ ନେଇ ପରଜଙ୍ଗରେ ଶୁଭିବ ଯୋଡି ଶଙ୍ଖ। ପରଜଙ୍ଗ ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ପରଜଙ୍ଗ ବିଜୁ ଜନତା ଦଳ ତରଫରୁ ସ୍ୱାଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ସହ ଢେଙ୍କାନାଳ ସାଂସଦ ଭାବେ ଅବିନାଶ ସାମଲ ଓ ପରଜଙ୍ଗ ବିଧାୟକ ଭାବେ ନୃସିଂହ ଚରଣ ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀ ଶପଥ ଗ୍ରହଣ କରିଥିଲେl ସଭାରେ ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ଢେଙ୍କାନାଳ ଜିଲ୍ଲା -ପରିଷଦ ଉପାଧକ୍ଷା ବିଳାସିନୀ ସେଠୀ, ଯୁବନେତା ଅସିତ ରାୟ ଚୌଧୁରୀ, ପରଜଙ୍ଗ ନିର୍ବାଚନମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀଙ୍କ ସହ ଅଂଚଳର ପ୍ରମୁଖ ନେତା ଯୋଗ ଦେଇଥିଲେ। ଏହି ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଂଖ୍ଯାରେ ନେତା ଓ କର୍ମୀ ଵିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ ।
ବିଜେପିରୁ ବରଗଡ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ରଙ୍କ ଇସ୍ତଫା
ବରଗଡ଼: ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ରଙ୍କ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା। ଭଟଲି ନିର୍ବାଚନ ମଣ୍ଡଳୀର ଟାଣୁଆ ସଙ୍ଗଠକ ଭାବେ ପରିଚିତ ସୁଶାନ୍ତ ମିଶ୍ରଙ୍କୁ ବିଜେପି ଦଳ ବାରମ୍ୱାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ। ବରଗଡ଼ ବିଜେପି ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ଜରିଆରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି।
ଗତ ୨୦୧୪ ସାଧାରଣ ନିର୍ବାଚନରେ ଭଟଲି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ହୋଇ ୩୭ ହଜାର ୪୯୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ ସୁଶାନ୍ତ ମିଶ୍ର।
ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଅନ୍ଯତମ ହେଭିୱେଟ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର: ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଅନ୍ଯତମ ହେଭିୱେଟ ଭୃଗୁ ବକ୍ସିପାତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ରହିଥିବା ଭୃଗୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଓଡ଼ିଶା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜେଡି ଅଧିକ ସୁସଂଗଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।
୨୩ ବର୍ଷ ପରେ ଆଉ ଏକ ନୂଆ ଅଧ୍ଯାୟ ଆରମ୍ଭ ହେଲା। ନୂଆ ପରିବାର ସହ ମୋ ପରିବାରର ବହୁ ଦଶନ୍ଧି ଧରି ସମ୍ପର୍କ ରହି ଆସିଛି। ଓଡ଼ିଶାର ସାମୟିକ ବିକାଶ, ମାଲକାନଗିରିରୁ ମୟୂରଭଞ୍ଜ ଯାଏଁ ଯେପରି ଦ୍ରୁତ ଗତିରେ ଚାଲିଛି, ତାକୁ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ଟାଣୁଆ ଓଡ଼ିଶା ଗଠନ ପାଇଁ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ପରି ବାଲି ଝଡ଼ାଇବାକୁ ଆସିଛି ବୋଲି କହିଛନ୍ତି ଭୃଗୁ। ଯେଉଁ ଦଳରେ ଥିଲି, ତାକୁ କୃତଜ୍ଞତା ଜଣାଉଛି। କିଛି ଦିନରୁ ମନ ମାନିଲା ନାହିଁ, ତେଣୁ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲି । ବିଜେପି ଓଡ଼ିଶା ଶାଖା ଓ ଦେଶ ପାର୍ଟି ଭିତରେ ଆକାଶ ପାତାଳ ଫରକ ଅଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ଆହୁରି ବ୍ୟାପକ କରିବି ବୋଲି କହିଛନ୍ତି ଭୃଗୁ ।
ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ
ଭୁବନେଶ୍ୱର: ବିଜେଡିରେ ମିଶିଲେ ରୋହିତ ଜୋଶେଫ ତିର୍କୀ। ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ୨୦୧୯ ନିର୍ବାଚନରେ ବୀରମିତ୍ରପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ରୋହିତଙ୍କ ବାପା ଜର୍ଜ ତିର୍କୀ ଜଣେ ବିଶିଷ୍ଟ ଆଦିବାସୀ ନେତା। ତାଙ୍କର ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ। ସୁନ୍ଦରଗଡ଼ରେ ହକି, ଶିକ୍ଷା ସବୁ ବିକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ଅନୁପ୍ରାଣିତ ହୋଇ ରୋହିତ ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ସାରଦା।
୨୦୧୯ ମସିହାରୁ ସୁନ୍ଦରଗଡ଼ ଜିଲ୍ଲାର ବ୍ଯାପକ ରୂପାନ୍ତରୀକରଣ କାମ ହୋଇଛି। ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରୋହିତ ଦଳରେ ମିଶିବାକୁ ଇଛା ପ୍ରକାଶ କରିଥିଲେ। ଏହାଦ୍ବାରା ବୀରମିତ୍ରପୁରରେ ଦଳ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି ବୋଲି କହିଛନ୍ତି ରୋହିତ। ବାପାଙ୍କ ଆଶୀର୍ବାଦ ଅଛି। ମୁଖ୍ୟମନ୍ତ୍ରୀଙ୍କ ଓଡିଶା ଓ ସୁନ୍ଦରଗଡ଼ ପାଇଁ ଯାହା ନିର୍ଦ୍ଦେଶ ରହିବ, ତାକୁ ଆଗକୁ ନେବି ବୋଲି କହିଛନ୍ତି ରୋହିତ ।
ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ପରିବାର ବିରୋଧରେ କଂଗ୍ରେସ ଷଡଯନ୍ତ୍ର କରିଥିବା ଅଭିଯୋଗ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ପରିବାର ବିରୋଧରେ କଂଗ୍ରେସ ଷଡଯନ୍ତ୍ର କରିଥିବା ଅଭିଯୋଗ । ପୁଅ ଶିଶିର ଗମାଙ୍ଗ ଦଳ ବିରୋଧରେ ଏପରି ଅଭିଯୋଗ ଆଣିଲେ। କହିଲେ ମୋ ମାଆଙ୍କ ଟିକେଟ କଟିବା ଏହାର ବଡ ପ୍ରମାଣ। ଟିକେଟ ଚୟନ କେଉଁ ଆଧାରେ ହୋଇଛି। କାହିଁକି ଗୋଟିଏ ପରିବାରକୁ ୪ଟି ଟିକେଟ ଓ ଆଉ ଗୋଟେ ପରିବାରକୁ ବାପା ଓ ପୁଅକୁ ଟିକେଟ ଦିଆଗଲା। କେବଳ ମୋ ପରିବାର ନୁହେଁ, କଂଗ୍ରେସ ଦଳ ପ୍ରତି ଏହା ଷଡଯନ୍ତ୍ର। ଏକଥା ଦିଲ୍ଲୀ ଦରବାରରେ ଆମେ କହିବା ସହ ଆମ ପରିବାରକୁ ନ୍ୟାୟ ଦେବାକୁ ଦାବି କରିବୁ।

