ବିଜେଡିରେ ସାମିଲ ହେଲେ ବରଗଡ଼ ଜିଲ୍ଲା ବିଜେପି ଉପସଭାପତି

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବଢ଼ୁଛି ବିଜେଡି ବଳ । ବିଜେଡିରେ ସାମିଲ ହେଲେ ପରିଣିତା ମିଶ୍ର ଏବଂ ସୁଶାନ୍ତ ମିଶ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ରହିଥିଲେ ସୁଶାନ୍ତ । ପଶ୍ଚିମ ଓଡ଼ିଶାରେ ସେ ଜଣେ ଟାଣୁଆଁ ନେତା ଭାବେ ଜଣାଶୁଣା । ୨୦୧୪ ସାଧାରଣ ନିର୍ବାଚନରେ ସ୍ବାଧିନ ଭାବେ ନିର୍ବାଚନ ଲଢ଼ିଥିଲେ । ସେପଟେ ମହିଳା ସଶକ୍ତିକରଣ ଦିଗରେ ପ୍ରମୁଖ ଭୂମିକା ରହିଥିବା ପରିଣିତା ମିଶ୍ର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।