ଅପରାଜିତା ମୋତେ ଧୋକା ଦେଲେ: ଯୁଗାଂଶୁ ପଣ୍ଡା

ଭୁବନେଶ୍ବର: କମୁନି ବିଜେପି କଳି । ଟିକେଟ ବଣ୍ଟାକୁ ନେଇ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେପି କଳି । ବିଜେପି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଦଳରେ ଲାଗି ରହିଛି ବିଦ୍ରୋହ । ଟଙ୍କା ନେଇ ଟିକେଯ ବିକ୍ରି ହେଉଥିବା ଭଳି ଅଭିଯୋଗ ହୋଇଛି । ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ଯେଭଳି ଧର୍ମଶାଳା ଟିକେଟ ବଣ୍ଟାକୁ ନେଇ ହିମାଂଶୁଙ୍କ ଗୋଷ୍ଠୀ ମହାଭାରତ ସୃଷ୍ଟି କରିଥିଲେ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣେ । ତେବେ ଯୁଗାଂଶୁ ପଣ୍ଡାଙ୍କ ଟିକେଟ କଟିବା ପରେ ସେ ସାଂସଦ ଅପରାଜିତାଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେ ଖୋଲାଖୋଲି ଭାବେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି କି, ଆଗାମୀ ଦିନରେ ଉଚିତ ଜବାବ ଦେବେ । ବିଭିନ୍ନ ସ୍ଥାନରେ ସଭା ସମିତି କରି ତାଙ୍କ ବିପକ୍ଷରେ ସ୍ବର ଉଠାଇବେ । ଏହାସ ସେ କହିଛନ୍ତି କି, ମୋତେ ଧୋକା ଦେଇଛନ୍ତି ଅପରାଜିତା । ଏବେ ସେ ଜାଣିବେ କି, ଧୋକାର ପରିଣାମ କଣ ହେବ ।

ସେ ଡିଲ୍ କରି ମୋ ଟିକେଟ କରିଛନ୍ତି । ଏହି ଡିଲ୍ ତାଙ୍କୁ ମହଙ୍ଗା ପଡ଼ିବ । ଉତ୍ତର ବିଧାନସଭା ମଣ୍ଡଳୀରେ ଆମେ ତାଙ୍କୁ ଅଧିକ ଭୋଟ ଦେବାକୁ କହିଥିଲୁ । କିନ୍ତୁ ଏବେ ଯେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ କମ ଭୋଟ ମିଳିବ । ଯଦିଓ ମୋତେ ମନେଇବା ପାଇଁ ପ୍ରଚେଷ୍ଟା କରାଯାଉଛି । କିନ୍ତୁ ମୁଁ କିଛି ଶୁଣିବି ନାହିଁ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ କଥା ହେବା ପରେ ମୋର ପରବର୍ତ୍ତୀ ନିଷ୍ପତ୍ତି ନେବି । କିନ୍ତୁ ଧୋକାବାଜକୁ ଉଚିତ ଜବାବ ଦିଆଯିବ ।