spot_img
Home Blog Page 2049

ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ ଏୟାର ହୋଷ୍ଟେସ କାନାଡାରେ ନିଖୋଜ। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ମରିୟମ ରଜା ନାମକ ଏୟାର ହଷ୍ଟେସ କାନାଡା ଟରୋଣ୍ଟୋ ଅବତରଣ ପରେ ନିଖୋଜ ହୋଇଯାଇଥିବା ଜଣାପଡିଛି। ସେ ଡ୍ୟୁଟିରେ ଥିବାବେଳେ ନିଖୋଜ ହୋଇ ଯାଇଛନ୍ତି। ସୋମବାର ଇସଲାମାବାଦରୁ ପାକିସ୍ତାନର ଏହି ବିମାନ ଉଡାଣ ଭରି ଟରୋଣ୍ଟୋରେ ଅବତରଣ କରିଥିଲା। ତେବେ କରାଚୀ ଅଭିମୁଖେ ବିମାନ ଯାତ୍ରା କରିବା ପୂର୍ବରୁ ଏୟାର ହଷ୍ଟେସ ମରିୟମ ରିପୋର୍ଟ କରିନଥିଲେ। ତାଙ୍କ ହୋଟେଲ ରୁମ ଖୋଲିବା ପରେ କର୍ତ୍ତୃପକ୍ଷ ତାଙ୍କ ୟୁନିଫର୍ମ ଆବିଷ୍କାର କରିଥିଲେ ଯେଉଁଥିରେ ଲେଖାଥିଲା ଧନ୍ୟବାଦ PIA।୧୫ ବର୍ଷ ଧରି ପାକିସ୍ତାନର ଏହି ବିମାନରେ ନିୟୋଜିତ ହୋଇଥିଲେ ମରିୟମ ରଜ୍ଜା।

ଏୟାରଲାଇନ୍ସ ମୁଖପାତ୍ରଙ୍କ ସୂଚନା ଅନୁସାରେ କାନାଡାରେ ପହଞ୍ଚିବା ପରେ ମରିୟମ ହୋଟେଲ ରୁମରୁ କେଉଁଆଡେ ଚାଲି ଯାଇଥିଲେ । ପାକିସ୍ତାନୀ ଇଣ୍ଟରନ୍ୟାସନାଲ ବିମାନର କ୍ରୁ ମେମ୍ବର ନିଖୋଜର ଏହା ଚଳିତ ବର୍ଷ ଦ୍ଵିତୀୟ ଘଟଣା। ଗତ ବର୍ଷ କାନାରେ ୭ ପାକିସ୍ତାନୀ କ୍ରୁ ମେମ୍ବର ନିଖୋଜ ହୋଇଯାଇଥିଲେ। ଅନେକ ସଦସ୍ୟ କାନାଡାରେ ସବୁଦିନ ପାଇଁ ଅବସ୍ଥାପିତ ହୋଇଯାଉଥିବା ଜଣାପଡିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ PIA ପରିଚାଳନା କାନାଡା କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛିନ୍ତି।

ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଘଟଣା

ନନ୍ଦିଘୋଷ ବ୍ୟୁରୋ: ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଘଟଣା । ୧୦ ଓ ୧୧ ତମ ଖେଳାଳି ଶତକ ଅର୍ଜନ କରିଛନ୍ତି । ୧୨୯ ବଲ୍ରୁ ୧୨୦ ରନର ଅପରାଜିତ ଶତକୀୟ ପାରି ଖେଳିଥିଲେ ଅଫ୍ ସ୍ପିନର ତନୁସ କୋଟିଆନ୍ । ଦ୍ରୁତ ବୋଲର୍ ତୁଷାର ଦେଶପାଣ୍ଡେ ୧୨୯ ବଲ୍ରୁ ୧୨୩ ରନ୍ ଅର୍ଜନ କରିଛନ୍ତି । ତନୁସଙ୍କ ପାଳିରେ ୧୦ ଚୌକା ସହ ୨ଟି ଛକା ରହିଥିବାବେଳେ ତୁଷାର ୧୦ଟି ଛକା ସହ ୮ଟି ଚୌକା ମାରିଛନ୍ତି । ବରୋଦା ବୋଲରଙ୍କୁ ଧୁଲାଇ କରିଥିଲେ ଏହି ଯୋଡ଼ି । ଶେଷ ଓ୍ବିକେଟ ପାର୍ଟନରସିପରେ ବଡ଼ ବଡ଼ ସଟ ଖେଳି ନୂଆ ରେକର୍ଡ ଅର୍ଜନ କରିଛନ୍ତି । ୨୪୦ ବଲରେ ଦଶମ ଓ୍ବିକେଟ ଭାଗିଦାରୀରେ ୨୩୨ ରନ୍ର ପାର୍ଟନରସିପ୍ କରିଥିଲେ । ସେପଟେ ପ୍ରଥମ ଶ୍ରେଣୀ କ୍ରିକେଟରେ ଉଭୟ ପ୍ରଥମ ଶତକ ମଧ୍ୟ ହାସଲ କରିଛନ୍ତି । ୧୧ ନମ୍ବର ସ୍ଥାନରେ ଶିବରାମକ୍ରୀଷ୍ଣାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦେଶପାଣ୍ଡେ । ୨୦୦୦-୦୧ ସିଜନରେ ତାମିଲନାଡ଼ୁ-ଦିଲ୍ଲୀ ମ୍ୟାଚରେ ୧୧୫ ରନ୍ କରିଥିଲେ ଶିବରାମକ୍ରିଷ୍ଣା ।

 

 

ଥାଇଲାଣ୍ଡ ବରକୋଳି ଚାଷ କରି ସଫଳ ଚାଷୀ ଚନ୍ଦନ

ସତ୍ୟବାଦୀ: କଥାରେ ଅଛି ଚାଷ ଅଛି ଯାହାର କି ସୁଖ ତାହାର। ଚାକିରି ଛାଡି ଚାଷ କରି ସ୍ଵାବଲମ୍ବୀ ପାଲଟିଛନ୍ତି ସତ୍ୟବାଦୀ ବ୍ଲକ ଗୁଆଳି ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ଯକୁ ଦେଉଛନ୍ତି ରୋଜଗାର। ପାଲଟିଛନ୍ତି ଅନ୍ଯ ପାଇଁ ପ୍ରେରଣା ।

ଚାଷ ଦେଉଛି ରୋଜଗାର । ଚାକିରୀ ପଛରେ ନଗୋଡେଇ କ୍ଷେତରେ ସୁନାର ଫସଲ ଫଳାଇଛନ୍ତି ସତ୍ଯବାଦୀ ବ୍ଲକ ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଥାଇଲାଣ୍ଡ ବରକୋଳି ଚାଷ କରି ହୋଇଛନ୍ତି ସଫଳ ଚାଷୀ ।  ୧୨ ବର୍ଷ ହେବ ଜୈବିକ ପଦ୍ଧତିରେ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ଯକୁ ଦେଉଛନ୍ତି ରୋଜଗାର।  କଲିକତାରୁ ୨୫୦ଟି ଥାଇଲାଣ୍ଡ ବରକୋଳି ଚାରା ଆଣି ଚାଷ କରି ଦୈନିକ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରୁଛନ୍ତି ।

ବଜାରରେ କୋଳିର ଚାହିଦା ଭଲ ରହିଛି । କୋଳି ସହିତ କାଙ୍କଡ, ପନିପରିବା ଚାରା ପ୍ରସ୍ତୁତ କରି ଚାଷ କରିବା ପାଇଁ ଅନ୍ଯ ଚାଷୀଙ୍କୁ ଦେଉଛନ୍ତି ପ୍ରୋତ୍ସାହନ । ବିଭିନ୍ନ ଟ୍ରେନିଂ ଆୟୋଜନ କରି ଚାଷୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରି ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଚନ୍ଦନଙ୍କ ଜ୍ଞାନ କୌଶଳରେ ପ୍ରେରିତ ହୋଇ ଅନେକଙ୍କର ଚାଷ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି । ତାଙ୍କୁ ଚାଷ କାର୍ଯ୍ଯ ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସାହାର୍ଯ୍ଯ ସହଯୋଗ ଯୋଗାଇଦିଆଯାଉଥିବା ନେଇ ଉଦ୍ଯାନ ବିଭାଗ ଅଧିକାରୀ କହିଛନ୍ତି ।

 

 

ବଢ଼ିଲା ଆପ୍ ବିଧାୟକ ପ୍ରକାଶ ଜରଓ୍ବାଲଙ୍କ ଅଡୁଆ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜରବାଲଙ୍କ ବଢ଼ିଲା ଅଡ଼ୁଆ । ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଡ. ରାଜେନ୍ଦ୍ର ଭାଟିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା କୁହାଯାଇଛି । IPC ଧାରା ୩୦୬ ଏବଂ ୧୨୦ ବି ହିସାବରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କହି ରଖୁଛୁ କି, ଏପ୍ରିଲ ୨୦୨୦ ମହିହାରେ ଡ. ରାଜେନ୍ଦ୍ର ଭାଟି ନିଜ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରିଥିବାବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା । ଯେଉଁଥିରେ ଆପ୍ ବିଧାୟକ ପ୍ରକାଶଙ୍କ ନାମ ରହିଥିଲା । ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଧମକାଉଥିବା ଏଥିରେ ଲେଖାଯାଇଥିଲା । ପୋଲିସ ସମସ୍ତଙ୍କୁ ଡାକି ପଚରା ଉଚରା କରୁଥିବାବେଳେ ମାମଲା ବିଚାରାଧିନ ରହିଥିଲା । କୋର୍ଟରେ ଏବେ ପ୍ରକାଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।

 

 

ICC ରାଙ୍କିଂରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ, ଜାଣନ୍ତୁ କେଉଁ ଖେଳାଳି କେତେ ନମ୍ବର ସ୍ଥାନରେ ରହିଛନ୍ତି

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଥିବା ICC ରାଙ୍କିଂରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ । ବ୍ୟାଟିଂ, ବୋଲିଂ ଏବଂ ଅଲରାଉଣ୍ଡର ତାଲିକାର ଟପ୍ ୧୦ ଲିଷ୍ଟରେ ଭାରତୀୟ ଖେଳାଳିମାନେ ପ୍ରାଦାନ୍ୟ ବିସ୍ତାର କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ବିଜୟ ପରେ ଖେଳାଳିମାନେ ଆଇସିସି ରାଙ୍କିଂରେ ଉପରକୁ ଉଠିଛନ୍ତି । ତେବେ ଚତୁର୍ଥ ଟେଷ୍ଟରେ ଖେଳିନଥିବା ଜଶପ୍ରିତ ବୁମରା କିନ୍ତୁ ବୋଲିଂ ତାଲିକାରେ ଶୀର୍ଷରେ ରହିଥିବାବେଳେ ଅଶ୍ବିନୀ ଦ୍ବିତୀୟ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି । ତେବେ ଟପ୍ ୧୦ ତାଲିକାରେ ପାକିସ୍ତାନର ଜଣେ ମଧ୍ୟ ବୋଲର ସ୍ଥାନ ପାଇନାହାନ୍ତି । ସାହିନ ଆଫ୍ରିଦ ୧୨ ନମ୍ବର ସ୍ଥାନରେ ରହିଛନ୍ତି ।

ବୁଧବାର ICC ପକ୍ଷରୁ ସଦ୍ୟ ପ୍ରକାଶିତ ଏହି ଟେଷ୍ଟ ରାଙ୍କଂରେ ଭାରତୀୟ ଖେଳାଳିମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ତେବେ ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା ୩ ନମ୍ବର ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିୟ ଖେଳାଳି ପାଟ୍ କମିନ୍ସ ଏବଂ ହାଜେଲହୁଡ୍ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି । ସେପଟେ ରବିନ୍ଦ୍ର ଜାଡେଜା ଷଷ୍ଠ ସ୍ଥାନରେ ରହିଥିବାବେଳେ ଟପ୍ ୧୦ରେ ତିନିଜଣ ଭାରତୀୟ ବୋଲର ସ୍ଥାନ ପାଇଛନ୍ତି ।

 

୪ କେଜି ସାପ ବିଷ ଜବତ, ୩ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗର ସିଲିଗୁଡି ସ୍ଥିତ ମୁରଲିଗଞ୍ଜରୁ ୪କିଲୋ ଗ୍ରାମ ସାପ ବିଷ ନେଇ ତିନିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ବାଗଡୋଗ୍ରା ବନ ବିଭାଗ ଏବଂ କରଶିଆଙ୍ଗ ଡିଭିଜନର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ସିଲିଗୁଡି ସବ-ଡିଭିଜନ ପରିଷଦ ଅନ୍ତର୍ଗତ ମୁରଲିଗଞ୍ଜରେ ଚଢାଉ କରିଥିଲେ। । ଏହା ପରେ ସେଠାରେ ଏକ ଚାରି ଚକିଆ ଯାନ ଏବଂ ଏକ ସ୍କୁଟି ଜବତ କରାଯାଇ ଖୋଜାଖୋଜି କରାଯାଇଥିଲା। ସାପର ବିଷ ଉଦ୍ଧାର କରାଯାଇଥିଲା। ବନ ବିଭାଗ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା। ଗିରଫ ବ୍ୟକ୍ତିଙ୍କ ନାମ ମହମ୍ମଦ ଶାହନେୱାଜ, ତାହିଦ୍ ଆଲାମ ଏବଂ ମହମ୍ମଦ ଅଜମଲ। ତିନିଜଣ ଗିରଫ ଉତ୍ତର ଦିନାଜପୁର ଜିଲ୍ଲାର ଇସଲାମପୁରର ବାସିନ୍ଦା। ଜଙ୍ଗଲ ବିଭାଗର ସୂତ୍ର ଅନୁଯାୟୀ ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପାତ୍ର ଉଦ୍ଧାର କରାଯାଇଛି। ସମୁଦାୟ ୪କେଜି ସାପ ବିଷ ଉଦ୍ଧାର କରାଯାଇଛି ଯାହାର ଅନ୍ତରାଷ୍ଟ୍ରୀୟ ବଜାର୍ ରେ 6 କୋଟି ଟଙ୍କା ହେବ ବୋଲି କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ବଙ୍ଗଳାଦେଶ ରୁ ସାପର ବିଷ ସ୍ଥାନାନ୍ତର ହେବା ପୂର୍ବରୁ ଗିରଫ କରାଯାଇଥିଲା। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ବନ ବିଭାଗ ଏକ୍ ଟିମ୍ କରି ତଦନ୍ତ ଆରମ୍ଭ କରୁଛି। ଗିରଫ ବ୍ୟକ୍ତିଙ୍କୁ  ଆଜି ସିଲିଗୁ ଡି ଉପ-ଡିଭିଜନାଲ କୋର୍ଟକୁ ଅଣାଯିବ।

ଅଖିଳେଶ ଯାଦବଙ୍କୁ ସିବିଆଇ ସମନ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତି ହଲଚଲ। ଏକ ବେଆଇନ ଖଣି ଖନନ ମାମଲାରେ ସାକ୍ଷୀ ଭାବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଜେରା ଲାଗି ସମନ ଜାରି କରିଛି ସିବିଆଇ। ଗୁରୁବାର ଅଖିଳେଶଙ୍କୁ ଜେରା କରିବ ସିବିଆଇ। ୨୦୧୨ରୁ ଜୁନ ୨୦୧୩ ଯାଏ ଖଣିବିଭାଗ ଦାୟିତ୍ବରେ ଥିଲେ ଅଖିଳେଶ। ଉତ୍ତରପ୍ରଦେଶର ସାମଲି, କୌସାମ୍ବି, ଫତେଫୁର, ଦେଓରିଆ, ଶାହାରନପୁର, ହମିରପୁର ଓ ସିଦ୍ଧାର୍ଥନଗର ଅଞ୍ଚଳରେ ବେଆଇନ ଖଣି ଖନନ ନେଇ ଅଭିଯୋଗ ହୋଇଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ କେତେକ ଖଣିର ଖନନ ଲାଗି ସରକାରୀ ଅଧିକାରୀମାନେ ଏନଜିଟି ନିୟମାବଳୀକୁ ଉଲ୍ଲଂଘନ କରି ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା।

ନବୀନ ନିବାସରେ ମୁଖ୍ଯମନ୍ତ୍ରୀ ଓ ବିଲ ଗେଟ୍ସ ଭେଟଘାଟ

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ଯମନ୍ତ୍ରୀ ଓ ବିଲ ଗେଟ୍ସ ଭେଟଘାଟ। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏହା ପୂର୍ବରୁ ମା ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ଯାନ କରିଛନ୍ତି ବିଲ ଗେଟସ୍ । ବିଲ ଗେଟ୍ସ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତି, ମୁକ୍ତା ଯୋଜନାରେ କାମ ପାଇଲେ ସେନେଇ ଆଲୋଚନା କରିଛନ୍ତି। ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି । ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ କିପରି ସରକାର ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ବୁଲି ଦେଖିଛନ୍ତି ବିଲ ଗେଟ୍ସ । ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ ଗେଟ୍ସ ଉଦ୍ୟମ କରିବେ। ବସ୍ତିକୁ ଆସି ଆଲୋଚନା କରିଥିବାରୁ ଖୁସି ଜାରି କରିଛନ୍ତି ବସ୍ତିବାସିନ୍ଦା।

ଖିଚିଂରେ ମାଆ କିଚକେଶ୍ବରୀଙ୍କୁ ଦର୍ଶନ କଲେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ମୟୂରଭଂଜ ଖିଚିଂରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଖିଚିଂରେ ମାଆ କିଚକେଶ୍ବରୀଙ୍କୁ ଦର୍ଶନ କଲେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ୪ ଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ।

ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ । ରାଜଭବନରେ ରାତ୍ରୀଯାପନ କରିବା ପରେ  ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ଭୁବନେଶ୍ବର ଫେରି ଅପରାହ୍ମରେ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

‘ତ୍ରିକନ୍ୟା’ ସିନେମାର କାହାଣୀ ଓ ବିଷୟବସ୍ତୁ ନେଇ ଆଲୋଚନା

ଭୁବନେଶ୍ବର: ‘ତ୍ରିକନ୍ୟା’ ସିନେମାର କାହାଣୀ ଓ ବିଷୟବସ୍ତୁ ସମ୍ପର୍କରେ ଏକ ମିଟ ଓ ଗ୍ରୀଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଜଣ ମହିଳାଙ୍କ ତନିଟି‌ କହାଣୀ କୁ ନେଇ  ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବ।  ତ୍ରିକନ୍ୟା ର ଟ୍ରେଲର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି। ତ୍ରିକନ୍ୟା ର କାହାଣୀ ସମ୍ପୂର୍ଣ୍ଣ ନିଆରା l ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ପ୍ରସ୍ତୁତ ହୋଇଛି ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ  l ଅଭିନୟ ରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି  ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି l