କାକଟପୁରରେ ବିଜେପିର ଟିକେଟ ଘୋଷଣା ପୂର୍ବରୁ ବିଦ୍ରୋହ ନିଆଁ

କାକଟପୁର: କାକଟପୁରକୁ ଡେଇଁଲା ବିଜେପିର ବିଦ୍ରୋହ ନିଆଁ । କାକଟପୁର ପାଇଁ ଟିକେଟ ଘୋଷଣା ପୂର୍ବରୁ ହିଁ ରାଜ୍ୟ ନେତୃତ୍ବଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ତୃଣମୂଳସ୍ତରର ନେତା । ରାଜ୍ଯ ପାର୍ଟି ଅଫିସରେ ଧସେଇ ପଶିବା ସହ କରିଛନ୍ତି ଜୋରଦାର ହଙ୍ଗାମା । ବାଇଧର ମଲ୍ଲିକ ସମର୍ଥକ ରାଜ୍ଯ ମୁଖ୍ଯ କାର୍ଯ୍ୟାଳୟରେ ହଟଗୋଳ କରିଛନ୍ତି । କର୍ମୀଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ନେଦେଲେ ବିଜେପିକୁ ଧ୍ବଂସ କରିଦେବୁ ବୋଲି ଚେତାବନୀ ଦେଇଛନ୍ତି କର୍ମୀ । କର୍ମୀଙ୍କ ଅଭିଯୋଗ ଅନୁସାରେ, ଟିକେଟ ଦେବାରେ ରାଜ୍ଯର ଶୀର୍ଷ ନେତୃତ୍ବ ଟଙ୍କା କାରବାର କରୁଛନ୍ତି । ରାଜ୍ଯ ବିଜେପିରେ ଟିକେଟ କିଣାବିକା ହେଉଛି । ଗତଥର ଆମଦାନୀ ନେତାଙ୍କୁ ଟିକେଟ ଦେଇଥିଲା ବିଜେପି । ଫଳସ୍ବରୂପ ବିଜେପି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଆଗକୁ କର୍ମୀଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥୀ ନଦେଲେ ଭୋଟ ନାହିଁ ବୋଲି ସଫାସଫା ଶୁଣାଇଦେଇଛନ୍ତି କର୍ମୀ ।