ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେୟାର ବଜାରରେ ରେକର୍ଡ ଅଭିବୃଦ୍ଧି । ଲଗାତର ଭାବେ ବଢୁଛି ଷ୍ଟକ୍ ବଜାର । ଶନିବାରରେ ଥିଲା ୨ଟି ସ୍ପେସାଲ୍ ସେସନ୍ । ସକାଳ ୯ଟା ୧୫ରୁ ୧୦ଟା ଥିଲା ପ୍ରଥମ ସେସନ୍ । ଦିନ ୧୧ଟା ୩୦ରୁ ୧୨.୩୦ ରହିଥିଲା ଦ୍ବିତୀୟ ସେସନ୍ । ନିଫଟି ୨୨ ହଜାର ୩୭୮ ପଏଣ୍ଟରେ ଅଲ୍ ଟାଇମ୍ ହାଇରେ କ୍ଲୋଜ୍ । ସେନସେକ୍ସ ୭୩,୮୦୬ ପଏଣ୍ଟ ଉପରେ ରେକର୍ଡ ହାଇ ସହିତ କ୍ଲୋଜ୍ ହୋଇଛି । ଟାଟା ଷ୍ଟିଲ୍, ଆଇଇଏକ୍ସ ଏବଂ ମେଟାଲ୍ ସେକ୍ଟରରେ ବଡ଼ ବୃଦ୍ଧି । ବ୍ୟାଙ୍କିଂ, ଆଇଟି ଏବଂ ଫାଇନାନସିଆଲ୍ ସେକ୍ଟରରେ ଭଲ ବୃଦ୍ଧି । ବିଦେଶୀ ନିବେଶକଙ୍କ ସହ ଘରୋଇ ନିବେଶକଙ୍କ ବଢୁଛି ଯୋଗଦାନ ।
ଭାରତୀୟ କମ୍ପାନୀଙ୍କ ବିରୋଧରେ ଗୁଗୁଲର ଆକ୍ସନ୍
ନନ୍ଦିଘୋଷ ବ୍ୟୁରୋ: ଗୁଗୁଲର ବଡ଼ ଆକ୍ସନ । ଭାରତୀୟ କମ୍ପାନୀଙ୍କ ବିରୋଧରେ ଗୁଗୁଲର ଆକ୍ସନ୍ । ଦେଶର ୧୦ ଲୋକପ୍ରିୟ କଂପାନୀଙ୍କ ଆପ୍ ହଟାଇଲା ଗୁଗୁଲ୍ । ସାଦି ଡଟ୍ କମ୍ ଓ ଭାରତ ମ୍ୟାଟ୍ରିମୋନିର ଆପ୍ ହଟାଇଲା । ଏହାସହ ୯୯ ଏକର୍ସ, କୁକୁ ଏଫଏମ୍, ଅଲଟ୍ ବାଲାଜିର ଆପ୍ ହଟିଛି । ସେପଟେ ଅନେକ ପ୍ରତିଷ୍ଠିତ କଂପାନୀଙ୍କ ଆପ୍ ହଟାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି । ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗୁଲର ନିଷ୍ପତ୍ତି । କିଛି ଷ୍ଟାର୍ଟ ଅପ୍ ବିଲ୍ ପେମେଣ୍ଟର ହାଇ ଚାର୍ଜକୁ ବିରୋଧ କରିଥିଲେ । ପୂର୍ବ ନୀତିରେ ପରିବର୍ତ୍ତନ ହେବା ପରେ ଗୁଗୁଲ୍ ଅଧିକ ଚାର୍ଜ କରିଥିଲା । ଏହାକୁ ବିରୋଧ କରିଛନ୍ତି ପ୍ରତିଷ୍ଠିତ କଂପାନୀର ପରିଚାଳନା କର୍ତ୍ତୃପକ୍ଷ । ସରକାର ଗୁଗୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।
ଚଳିତ ସିଜିନରେ ଆଇପିଏଲ ଖେଳିବେ ତ ପନ୍ଥ? ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି
ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ଦୀର୍ଘ ବର୍ଷେରୁ ଅଧିକ ସମୟରେ କ୍ରିକେଟର କୌଣସି ଫର୍ମାଟ ଖେଳି ନାହାନ୍ତି । ଆହତ କାରଣୁ ଦଳରୁ ବାହାରେ ଥିବା ପନ୍ଥ ଚଳିତ ଆଇପିଏଲରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି କି, ଆସନ୍ତା ୫ ତାରିଖରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଖେଳାଳିଙ୍କ ଫିଟନେସ ପରୀକ୍ଷା ହେବ । ଯେଉଁଥିରେ ସେ ଫିଟ୍ ଥିବା ଘୋଷଣା କରାଯିବ । ଏନସିଏ ଫିଟନେଟ କ୍ଲିୟର କରିସାରିଛି । ତେବେ ପନ୍ଥଙ୍କ ଲମ୍ବା କ୍ୟାରିୟର ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ନିଷ୍ପତ୍ତି ନିଆଯିବ । କେବଳ ବ୍ୟାଟିଂ କରିପାରନ୍ତି ମାତ୍ର ଓ୍ବିକେଟ କିପିଂ ବିକଳ୍ପ ରଖାଯିବ ବୋଲି କହିଛନ୍ତି ଗାଙ୍ଗୁଲି । ଚଳିତ ସିଜିନରେ ସେ ପୁଣିଥରେ ବଡ଼ ବଡ଼ ସଟ ମାରିବେ ବୋଲି ଦର୍ଶକମାନେ ମଧ୍ୟ ଆଶା ରଖିଛନ୍ତି ।
ତେବେ କହି ରଖୁଛୁ କି, ଡିସେମ୍ବର ୩୦ ତାରିଖ ୨୦୨୨ ମସିହାରେ ପନ୍ଥଙ୍କ କାର ଦୁର୍ଘଟଣା ଘଟିଥିଲା । ବଡ଼ ଦୁର୍ଘଟଣା ଶିକାର ହୋଇଥିଲେ । ଯେଉଁ କାରଣରୁ ଦୀର୍ଘଦିନ ହେବ କ୍ରିକେଟ ମଇଦାନରୁ ବାହାରେ ରହିଛନ୍ତି ପନ୍ଥ । ତାଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ସେ ପୁଣିଥରେ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଆଇପିଏଲ ଖେଳୁଥିବାବେଳେ ଚଳିତ ସିଜିନରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ।
ପୁଅର ପ୍ରି-ଓ୍ବେଡିଂରେ ରାଜ କପୁରଙ୍କ ଗୀତରେ ନାଚିଲେ ମୁକେଶ ଅମ୍ବାନୀ
ନନ୍ଦିଘୋଷ ବ୍ୟୁରୋ: ପୁଅର ବିବାହକୁ ନେଇ ବେଶ ଖୁସି ଅଛନ୍ତି ମୁକେଶ ଅମ୍ବାନୀ । ପୁଅର ପ୍ରି- ଓ୍ବେଡିଂରେ ନାଚିଲେ ମୁକେଶ ଅମ୍ବାନୀ । ରୋମାଣ୍ଟିକ ଗୀତରେ ପତ୍ନୀ ନିତାଙ୍କ ସହ ରାଜ କପୁରଙ୍କ ଗୀତରେ ନାଚିଲେ । ତେବେ ହିଟ୍ ଗୀତ ପ୍ୟାର ହୁଆ ଇକରାର ହୁଆ ଗୀତରେ ନାଚିଛନ୍ତି ଅମ୍ବାନୀ ଦମ୍ପତ୍ତି । ଏହି ଦମ୍ପତ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ସେୟାର କରୁଥିବାବେଳେ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ୟୁଜର୍ସମାନେ ବିଭିନ୍ନ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳୁଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ବଲିଉଡର ବଡ଼ ବଡ଼ କଳାକାରମାନେ ଯୋଗ ଦେଇଛନ୍ତି । ସଲମାନ,ଶାହାରୁଖ,ଅମୀର,ସାରା ଅଲ୍ଲୀ ଖାନଙ୍କ ଭଳି କଳାକାରମାନେ ଯୋଗ ଦେଇଛନ୍ତି । ଗୁଜୁରାଟରେ ପ୍ରି-ଓ୍ବେଡିଂ ଚାଲିଥିବାବେଳେ କ୍ରିକେଟଷ୍ଟାର ଏବଂ ବିଦେଶରୁ ମଧ୍ୟ ବହୁ ବିଶିଷ୍ଟ ଅତିଥୀମାନେ ଯୋଗ ଦେଇଛନ୍ତି ।
https://twitter.com/Crown_Kapoor/status/1763499562235564133?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1763499562235564133%7Ctwgr%5E9ba098804aa219bc20ae5c7bb30bf9e627ae39db%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Fentertainment%2Fbollywood-news%2Fanant-ambani-pre-wedding-mukesh-ambani-dance-with-wife-nita-ambani-raj-kapoor-song-video-viral-2463767.html
ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା: ସସ୍ମିତ ପାତ୍ର
ଭୁବନେଶ୍ବର: ରାଜ୍ଯରେ ବିଜେପି କରୁଛି ମେଣ୍ଟ ଗୁଜବ । ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା । ଏନେଇ ପ୍ରେସମିଟରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି କାହିଁକି ଓ କେଉଁ ଉଦ୍ଦେଶ୍ଯରେ ଏପରି ଗୁଜବ କରୁଛି ତାହା ଜଣାନାହିଁ । ଅନ୍ଯପଟେ ରାଜ୍ଯର ସବୁ ଆସନରେ ଟିକେଟ ଦେବାକୁ ପ୍ରାର୍ଥୀ ପାଉନି ବିଜେପି । ସେଥିପାଇଁ ବିଜେଡିରୁ ବିଦା ହୋଇଥିବା ଜନବିରୋଧୀ ଓ ଦଳ ଯାହାକୁ ଟିକେଟ ଦେବନି ସେମାନଙ୍କୁ ପାଛୋଟିନେଉଛି । ଯେଉଁମାନଙ୍କୁ ବିଜେଡି ଜନବିରୋଧୀ କାର୍ଯ୍ୟପାଇଁ ବିଦା କରିଛି, ଯେଉଁ ନେତାଙ୍କୁ ଆଉ ଟିକେଟ ଦେବନି ଓ ଯାହାର ଦଳରେ ଆଉ ଭବିଷ୍ଯତ ନାହିଁ ସେମାନଙ୍କୁ ଦଳକୁ ନେଉଛି ବିଜେପି ।
କାରଣ ରାଜ୍ଯର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ଟିକେଟ ଦେବାକୁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ଏଣୁ ସେମାନଙ୍କୁ ଓଡ଼ିଶା ବିଜେପି ନେଇ ଟିକେଟ ଦେବାକୁ ମନସ୍ଥ କରିଛି । ଆଜି ବିଜେପି ଯାଉଥିବା ନେତାମାନଙ୍କ ଯଦି ବିଜେଡି ଟିକେଟ ଦେବାକୁ କହିବ ତେବେ ସେମାନେ ପୁଣି କାଲି ଦଳ ବଦଳାଇଦେବେ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଫାଇଭ-ଟି ଉପକ୍ରମରେ ରାଜ୍ଯର ରୂପାନ୍ତରଣ ଚାଲିଛି । ବିକାଶ ଦେଖି ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣିଥରେ ଷଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି । ଏହାଛଡ଼ା ଏଥର ରେକର୍ଡ ସିଟରେ ବିଜେଡି ବିଜୟ ଲାଭ କରିବ ।
ମଞ୍ଚରେ ନୀତିଶ କହିଲେ ଆଉ ଏପଟ ସେପଟେ ହେବାର ନାହିଁ, କଥା ଶୁଣି ହସିଲେ ମୋଦୀ
ନନ୍ଦିଘୋଷ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ହସିଲେ ପ୍ରଧାନମନ୍ତ୍ରୀ । ଏକ ସାଧାରଣ ସଭାରେ ନୀତିଶ କୁମାର ଭାଷଣ ଦେଉଥିବାବେଳେ ନରେନ୍ଦ୍ର ମୋଦୀ କଥା ଶୁଣି ଠୋ ଠୋ ହୋଇ ହସିଥିଲେ । କେବଳ ପ୍ରଧନାମନ୍ତ୍ରୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ହସିଥିଲେ । ନୀତିଶ କୁମାର ମଞ୍ଚ ଉପରେ କହିଥିଲେ କି, ଆଉ ଏଥର ଏପଟ ସେପଟ ହେବାର ନାହିଁ । ଏଥର କେବଳ ଗୋଟିଏ ଦଳ ସହ ମେଣ୍ଟରେ ସରକାର ଗଢ଼ାହେବ । ବିହାରର ବିକାଶ ପାଇଁ କାମ କରାଯିବ । ତେବେ ନୀତିଶଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ହସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ନୀତିଶ କହିବା ଆରମ୍ଭ କରିଥିଲେ ଆଉ କହିଥିଲେ କି, ଏବେ ବହୁତ କାମ ଚାଲିଛି । ତାହା ଆଗକୁ ଶୀଘ୍ର କରାଯିବ । ଯାହାକୁ ଶୁଣିବା ପରେ ହସିବା ଆରମ୍ଭ କରିଥିଲେ ମୋଦୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।
#WATCH | Bihar CM Nitish Kumar says, "…You (PM Modi) had come earlier as well, 'par idhar hum gayab ho gaye the. Hum phir aapke saath hai.' I assure you that I will not go here and there. 'Hum rahenge aap hi ke saath'…" pic.twitter.com/itLbLBS5rg
— ANI (@ANI) March 2, 2024
୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ । ୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦଘାଟନ କରିଛନ୍ତି ନବୀନ । ସେହିଭଳି କେନ୍ଦୁଝର ଧରଣୀ ଧର ମେଡିକାଲ୍ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ମଧ୍ୟ ଉଦଘାଟିତ ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଡିକାଲ ଗୁଡିକ ନିର୍ମାଣ କରାଯାଇଛି ।
ସେହିଭଳି କଟକ ଏ.ଏଚ୍.ପି.ଜି.ଆର.ସିର ସମ୍ପ୍ରସାରଣ, ବ୍ରହ୍ମପୁରର ଏମ୍.କେ.ସି.ଜି., ଏମ୍.ସି.ଏଚ୍ର ସମ୍ପ୍ରସାରଣ, ରାଉରକେଲା ଆର୍.ଜି.ଏଚ୍ ର ସମ୍ପ୍ରସାରଣ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି,ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତାବ ଓ ଅଭିଯୋଗ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଖୁବ୍ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ ।
ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କହିଲେ ଆପ୍ ନେତା
ନନ୍ଦିଘୋଷ ବ୍ୟୁରୋ: ରାଜନୀତିରୁ ସନ୍ୟାସ ନେବା ପରେ ଗୌତମ ଗମ୍ଭୀରଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିରୋଧୀମାନେ ବିଜେପି ସାଂସଦଙ୍କୁ ସମାଲେଚନା କରୁଥିବା ଦେଖିବାକୁ ମିଳୁଛି । କୁହାଯାଉଛି କି, ଗମ୍ଭୀରଙ୍କ ଲୋକସଭା ଟିକେଟ କଟାଯିବାକୁ ଯାଉଛି । ଯେଉଁ କାରଣରୁ ସେ ରାଜନୀତିରୁ ସନ୍ୟାସୗ ନେବେ ବୋଲି କୁହିଛନ୍ତି । ସେପଟେ ଗମ୍ଭୀର ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଗମ୍ଭୀରଙ୍କୁ ନେଇ ଆପ ନେତାମାନେ ସମାଲୋଚନା କରୁଛନ୍ତି । କୁଲଦୀପ କୁମାର କହିଛନ୍ତି କି, ଗମ୍ଭୀର କେବଳ କଥା କୁହନ୍ତି । ସେ ଲୋକଙ୍କ ପାଖକୁ ପହଞ୍ଚି ନାହିଁ କିମ୍ବା କୌଣସି ସୁଖ ଦୁଃଖ ବୁଝନ୍ତି ନାହିଁ । ଏପିକରି ସେ ଆଜି ପର୍ଯ୍ୟନ୍ତ କୌଣସି ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି ।
ସୂଚନା ଥାଉକି, ଆଇପିଏଲ୍ ପୂର୍ବରୁ ଗମ୍ଭୀରଙ୍କୁ ରାଜନୀତିରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନାଡାଙ୍କୁ ସେ ନିବେଦନ କରିଛନ୍ତି। ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଉଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ମୋର ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇବାକୁ ଅଧ୍ୟକ୍ଷ ଜେପି ନାଡା ଜୀଙ୍କୁ ଅନୁରୋଧ କରିଛି । ଫଳରେ ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ବଢ଼ିଲା ଜନଜାତି ବହୁଳ ଜିଲ୍ଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ
ଭୁବନେଶ୍ବର: ବଢ଼ିଲା ଜନଜାତି ବହୁଳ ଜିଲ୍ଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ। ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗ୍ୟତା ଭିତ୍ତିରେ ନିୟମିତ ମଧ୍ୟ କରାଯିବ। ରାଜ୍ୟର ଜନଜାତି ବହୁଳ ଜିଲ୍ଲାରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଛି।
5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତ୍ତମାନ ସେମାନଙ୍କ ଦାବୀକୁ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିତୋଷିକ 5 ହଜାର 379 ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।
ଏହା ବ୍ୟତୀତ ଯୋଗ୍ୟତା ଭିତ୍ତିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ବହୁଭାଷୀ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ସାମୟିକ କଳା ଓ କ୍ରୀଡା ଶିକ୍ଷକଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ ମିଳିବ ମାତୃତ୍ବ ଛୁଟି । ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିୟୋଜିତ ସାମୟିକ କଳା ଓ କ୍ରୀଡା ପ୍ରଶିକ୍ଷକଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ସାତ ହଜାର ଟଙ୍କାରୁ ଦଶ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଏଣିକି ସେମାନଙ୍କ ମାସିକ ପାରିଶ୍ରମିକ ବର୍ଷକୁ ୧୦ ମାସ ପରିବର୍ତ୍ତେ ପୂରା ୧୨ ମାସ ପାଇଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମାସିକ ୨୪ଟି ପରିୟଡ ପରିବର୍ତ୍ତେ ୩୦ଟି ପିରିୟଡରେ ଶିକ୍ଷା ପ୍ରଦାନ କରିବେ। ଏହାସହିତ ଅନ୍ୟ ସରକାରୀ କର୍ମଚାରୀଙ୍କ ପରି ମହିଳା କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଆବଶ୍ୟକସ୍ଥଳେ ମାତୃତ୍ବ ଛୁଟି ମଧ୍ୟ ପାଇପାରିବେ।
5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ସେମାନେ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମୁଖ୍ଯମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୪ ହଜାର ୬୦୫ ଜଣ କଳା ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ। ରାଜ୍ୟର କେତେକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ କଳା ଓ ଶାରୀ

