OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଠକେଇ, ୨ ଜଣଙ୍କୁ ଗିରଫ କଲା ସହିଦନଗର ଥାନା ପୋଲିସ

1 min read

ଭୁବନେଶ୍ବର: ଆପଣ ରାଜଧାନୀରେ OLXରେ ଘର ଭଡା ଖୋଜୁଛନ୍ତି କି ? ଆପଣ ଘରଭଡା ନେବା ପୂର୍ବରୁ କାହାକୁ ପେମେଣ୍ଟ କରିଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ। ଆପଣବି ହୋଇପାରନ୍ତି ଠକେଇର ଶିକାର । ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଠକେଇ କରିଥିବା ଯାଜପୁରର ଦୁଇ ଜଣ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଦେଉଥିଲେ । ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ଘର ଦେବାକୁ ଦେବାକୁ କହି ଅଗ୍ରୀମ ୭ରୁ ୧୫ ହଜାର ନେଇ ଚମ୍ପଟ ମାରୁଥିଲେ । ଠକଙ୍କ ବିରୁଦ୍ଧରେ କମିଶନରେଟ ପୋଲିସରେ ଅଭିଯୋଗ ହୋଇଥିଲା।