spot_img
Home Blog Page 2035

ବିଜେପିର ‘ଫୁସକି’ ଯାଇଥିବା ସ୍ଲୋଗାନର ଇତିହାସ,ଯେତେବେଳେ ଭୋଟର ହଜମ କରି ପାରିନଥିଲେ ବିଜେପିର ବଡ଼ବଡ଼ ସ୍ଲୋଗାନ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲର ଖରାଠରୁ ରାଜନୀତିର ତାତି ଅଧିକା । କାରଣ ଇଏ ହେଉଛି ନିର୍ବାଚନୀ ଋତୁ । ଦଳ ବଳ ଧରି ମୈଦାନରେ ନେତା କଶୁଛନ୍ତି ବଳ । ସ୍ଲୋଗାନବାଜୀ ଆରମ୍ଭ ହୋଇ ଚରମରେ ପହଂଚିଲାଣି । ବିଜେପିର ମହତ୍ୱାକାଂକ୍ଷା ତାକୁ ଦେଇଛି ବିରାଟ ଟାର୍ଗେଟ୍ । ଅବ୍ କି ବାର ୪ ଶୋ’ ପାର.. କିନ୍ତୁ ୪ଶହ ପାର କରିବା କ’ଣ ଏତେ ସହଜ ? ବିଜେପିର ଏହି ସ୍ଲୋଗାନକୁ ନେଇ ତାକୁ ଟାର୍ଗେଟ୍ କରିଛି କଂଗ୍ରେସ । ଇତିହାସର ପୃଷ୍ଠା ଓଲଟାଇ ବିଜେପିକୁ ସତର ଆଇନା ଦେଖାଇଛି କଂଗ୍ରେସ । ଦେଇଛି ସେହି ହିସାବର ଲେଖାଯୋଖା,ଯେତେବେଳେ ଗେରୁଆ ଦଳର ସ୍ଲୋଗାନର ହାୱା ବାହାର କରି ଦେଇଛନ୍ତି ଭୋଟର । କେବେ ଓଡିଶାରେ ଏଥ ୧୨୦ ପାର ସ୍ଲୋଗାନ ଦେଇ କଷ୍ଟେମଷ୍ଟେ ଦୁଇ ଅଙ୍କ ଛୁଇଁଥିବା ବିଜେପିକୁ କଂଗ୍ରେସ ଦେଇଛି ଅତୀତର ଫ୍ଲପ୍ ସୋ’ ହିସାବ ।

ମିଶନ ୪୦୦ ପାରକୁ ଭୟର ଆକ୍ଷା ଦେଇଛି କଂଗ୍ରେସ । ବିଜେପି ପରାଜୟକୁ ଲୁଚାଇବା ପାଇଁ ଏଭଳି ନାରା ଦେଉଛି ବୋଲି କହିଛି କଂଗ୍ରେସ ।  ଯେବେ ବି ବିଜେପି ଏଭଳି ନାରା ଦେଇଛି ସେବେ ଫେଲ ମାରିଛି । ସେ ବିଧାନସଭା ହେଉ ବା ଲୋକସଭା । ପ୍ରଧାନମନ୍ତ୍ରୀଙ୍କ ନେତୃତକବରେ ବିଜେପି ଯେଉଁ ରାଜ୍ୟରେ ଏଭଳି ସିଟକୁ ନେଇ ସ୍ଲୋଗାନ ଦେଇଛି କେଉଁଠି ମଧ୍ୟ ସଫଳ ହୋଇନାହିଁ । ବିଜେପିର ସ୍ଲୋଗାନ ବୋମା ଆଗରୁ ବହୁତ ଥର  ଫୁସକି ଯାଇଛି  । ନିଜ ପରାଜୟର ଭୟ ଏବଂ ଅଧିକ ଆତ୍ମବିଶ୍ବାସ ପାଇଁ ଏଭଳି ବିଜେପି କହୁଛି ବିଜେପି । କଂଗ୍ରେସ କହିଛି ବିଜେପିର ଏଭଳି ଆତ୍ମବିଶ୍ବାସ ପାଇଁ ଏଥରକ ନିଶ୍ଚିତ ହାରିବ । ଯେବେ ବି ଏଭଳି ସ୍ଲୋଗାନ ଦେଇଛି ବିଜେପି ସେବେ ଫେଲ୍ ମାରିଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାରେ ମଧ୍ୟ ୧୨୦ ପାରର ନାରା ଦେଇଥିବା ବିଜେପି ମାତ୍ର ୨୩ ଆସନ ପାଇବାରେ ସକ୍ଷମ ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା କିଛି ରାଜ୍ୟର ନିର୍ବାଚନରେ ବିଜେପି କେତେ ଆସନର ସ୍ଲୋଗାନ ଦେଇ ହାତେଇଥିଲା କେତେ ଆସନ ।

୨୦୧୭ ଗୁଜୁରାଟ ନିର୍ବାଚନରେ ୧୫୦ ପାରର ନାରା ଦେଇଥିଲା ବିଜେପି ମାତ୍ର ୯୯ ଆସନ ପାଇଥିଲା

୨୦୧୮ ଛତିଶଗଡ଼ ନିର୍ବାଚନରେ ୫୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୧୫ ଆସନ

୨୦୧୮ ମିଜୋରାମ ନିର୍ବାଚନରେ ୨୧ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ

୨୦୧୯ ହରିୟାଣା ନିର୍ବାଚନରେ ୭୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪୦ ଆସନ

୨୦୧୯ ଝାଡ଼ଖଣ୍ଡ ନିର୍ବାଚନରେ ୬୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

୨୦୧୯ ଓଡ଼ିଶାରେ ୧୨୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ୨୩ ଆସନ

୨୦୨୦ ଦିଲ୍ଲୀ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୮ ଆସନ

୨୦୨୧ ତାମିଲନାଡ଼ୁ ନିର୍ବାଚନରେ ୧୧୮ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪ ଆସନ

୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ ୨୦୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୭୭ ଆସନ

୨୦୨୨ ହିମାଚଳ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

ଏଥରକ ବିଜେପି,ଏଥର ବାଜପେୟୀ,ଏମିତି ଅନେକ ସ୍ଲୋଗାନ ଅତୀତର ବିଜେପି ଦେଇଛି । କିନ୍ତୁ ସେତେବେଳେ ଏଥରକ,ଆରଥରକୁ ଘୁଂଚି ଯାଇଛି । ବିଜେପିର ହିଟ୍ ନାରା ଦେଇଛି ଫ୍ଲପ୍ ସୋ’ । ବୁଥରେ ଭୋଟର ବିଜେପିକୁ ଆଙ୍ଗୁଠି ଦେଖାଇ ଅନ୍ୟଦଳର ଚିହ୍ନ ଉପରେ ବଟନ ଦାବିଛନ୍ତି । ଏସବୁର ସବୁଠାରୁ ବଡ଼ ଉଦାହରଣ ହେଉଛି ୨୦୦୪ରେ ବିଜେପିର ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ । ସାଇନିଂ ଇଣ୍ଡିଆର ସ୍ଲୋଗାନ ବି ବାଜପାଇଙ୍କୁ କ୍ଷମତାକୁ ଫେରାଇ ଆଣି ପାରିନଥିଲା । ଏଣୁ ଅବକି ବାର ୪ଶୋ ପାରର ଭାଗ୍ୟ କ’ଣ ତାହା ଗଣତି ଦିନ ଜଣା ପଡ଼ିବ । କିନ୍ତୁ ବିରୋଧୀ ଏହାକୁ ବିଜେପିର ଭୟକୁ ଲୁଚାଇବା ଓ ହାୱା ବନାଇବାର ରଣନୀତି ବୋଲି ଦେଖୁଛନ୍ତି ।

 

ବିଜେପି ଛାଡ଼ିଲେ ପିପିଲିର ଯୁବନେତା ରାଧାମୋହନ

ପିପିଲି: ପିପିଲି ରାଜନୀତିରେ ସକ୍ରିୟ ଥିବା ଯୁବନେତା ରାଧାମୋହନ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା। ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ରାଧାମୋହନ। ଏହାସହ ରାଧାମୋହନ ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବେ ଲଢ଼ିବେ ବୋଲି ଜଣାପଡିଛି। ବିଜେପିରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ରାଧାମୋହନ କିନ୍ତୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପରେ ରାଧାମୋହନ ବିଜେପିଠୁ ଦୂରେଇଛନ୍ତି। ପିପିଲି – ଡେଲାଙ୍ଗରେ ଦୀର୍ଘ ଦିନ ଧରି ନିଜର ସଙ୍ଗଠନ ଚଳାଇଛନ୍ତି ରାଧା ମୋହନ।

କେରଳରେ ପ୍ରେମିକାକୁ ହତ୍ୟା , କୋଟଗଡ଼ ଥାନା ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ

କନ୍ଧମାଳ: କେରଳରେ ପ୍ରେମିକାକୁ ହତ୍ୟା, କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରୁ ଅଭିଯୁକ୍ତ ପ୍ରେମିକ ଗିରଫ । କୋଟଗଡ଼ ପୋଲିସ୍ ସହାୟତାରେ ଅଭିଯୁକ୍ତକୁ ବାନ୍ଧିଲା କେରଳ ପୋଲିସ୍ । ମୃତକ ରାଇକିଆ ଥାନା ଚାଞ୍ଚେଡ଼ି ଅଞ୍ଚଳର ରୀତିକା ସାହୁ ହୋଇଥିବା ବେଳେ ହତ୍ୟାକାରୀ ପ୍ରେମିକ କୋଟଗଡ଼ ଥାନା ସୁବର୍ଣ୍ଣଗିରି ପଞ୍ଚାୟତର ରାମନିଗୁଡ଼ା ଅଞ୍ଚଳର ସାମୁଏଲ ବଡ଼ମାଝୀ। ଉଭୟ କେରଳର ଆଲପୁଟ ଜିଲ୍ଲା ପିଚୁଲା ଥାନା ଅଞ୍ଚଳରେ ରହି ରାମନିଗୁଡ଼ାର ସାମୁଏଲ ବଡ଼ମାଝି ଓ ରାଇକିଆ ଛାଞ୍ଚଚେଡ଼ିର ରୀତିକା ସାହୁ ଦାଦନ ଖଟିବାକୁ ଯାଇଥିଲେ  । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସାମୁଏଲ ବଡ଼ମାଝି ପୂର୍ବରୁ ବିବାହିତ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ସହ ବଚସା ହୋଇଥିଲା ।

ସେଥିରେ ଉତ୍‌କ୍ଷିପ୍ତ ହୋଇ ସାମୁଏଲ ପ୍ରେମିକା ରୀତିକାକୁ ଛୁରୀ ଭୁଷି ହତ୍ୟା କରିଥିଲା । ଏ ନେଇ କେରଳର ପିଚୁଲା ଥାନାରେ ଏକ ମାମଲା ହୋଇଥିଲା । ଘଟଣା ପରେ ଅଭିଯୁକ୍ତ କେରଳରୁ ଆସି କୋଟଗଡ଼ ସୁବର୍ଣ୍ଣଗିରୀ ପଞ୍ଚାୟତର ରଙ୍ଗାପଙ୍ଗା ଗାଁରେ ନିଜ ଶ୍ୱଶୁର ଘରେ ରହୁଥିଲା । କେରଳର ପିଚୁଲା ଥାନା କେସ୍ ନଂ ୨୬୮/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା କେରଳ ପୋଲିସ୍ । ହତ୍ୟାକାରୀ ସାମୁଏଲ୍ କୋଟଗଡ଼ ଅଞ୍ଚଳରେ ଥିବା ଖବର ପାଇ କେରଳ ପୋଲିସ୍ ଜାଣିବା ପରେ ଏକ ଟିମ୍ ଆସି କୋଟଗଡ଼ରେ ପହଁଚି ଥିଲା । କୋଟଗଡ଼ ପୋଲିସ୍ ସହାୟତାରେ ହତ୍ୟାକାରୀ ପ୍ରେମିକକୁ ଗିରଫ କରିବାରେ ସକ୍ଷମ ହୋଇଛି କେରଳ ପୋଲିସ୍ । କୋଟଗଡ଼ ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ନେତୃତ୍ୱରେ ଏକ ଟିମ୍ ସାମୁଏଲ୍‌କୁ କାବୁ କରି କେରଳ ପୋଲିସକୁ ହସ୍ତାନ୍ତର କରିଥିବା କହିଛନ୍ତି କୋଟଗଡ଼ ଥାନା ଅଧିକାରୀ ଦିପ୍ତି ରଞ୍ଜନ ବେହେରା ।

ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ପ୍ରଭାସ କୁମାର ପାଣିଗ୍ରାହୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ପ୍ରଭାସ କୁମାର ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ପ୍ରଭାସ ପୂର୍ବତନ ବଲାଙ୍ଗୀର ଜିଲ୍ଲା ସଭାପତି ଓ ବିଜେପିର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ଯ ସଭାପତିଙ୍କୁ ପଠେଇ ଦେଇଛନ୍ତି । ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ପ୍ରଭାସ ଆଶାୟୀ ଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା । ବିଜେପିରୁ ଗୋପଳଜୀ ପାଣିଗ୍ରାହୀ ଟିକେଟ ପାଇବା ପରେ ପ୍ରଭାସ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି ।

ଅମରେନ୍ଦ୍ର ଦାସଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ବକୁ ବିରୋଧ

ଭୁବନେଶ୍ବର: ବିଜେପିରେ ଟିକେଟ ଟେନସନ ଜାରି। ଅସନ୍ତୋଷ ଏବେ ଆକ୍ରୋଶରେ ପରିଣତ ହେଲାଣି । ବୁଧବାର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ନେତା ବିଜେଡି ଛାଡି ବିଜେପିରେ ମିଶିଥିବା ଅମରେନ୍ଦ୍ର ଦାସଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ବିରୋଧ କରୁଛନ୍ତି । ଯିଏ ସଂଗଠନ ସଜାଡ଼ିଛି, ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଛି, ତାଙ୍କୁ ହତାଦର କରାଯାଉଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ଜଗତସିଂହପୁର ବିଧାନସଭା ଆସନରେ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ ସତ୍ୟବ୍ରତ । ଏଥର ତାଙ୍କ ଟିକେଟ କଟିବା ନେଇ ଆଶଙ୍କା କରୁଥିବାରୁ ସେ ନେଇ ଦଳୀୟ ମୁଖ୍ଯାଳୟରେ ପ୍ରତିବାଦ କରୁଛନ୍ତି ।

ବିଜେଡିରେ ଯୋଗଦେଲେ ଭଦ୍ରକ ପୌରାଧ୍ୟକ୍ଷା

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ। ତାଙ୍କ ସହ ଶତାଧିକ କର୍ମୀଙ୍କ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ସଞ୍ଜୟ ଦାସବର୍ମା ଏବଂ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।

କାଳବୈଶାଖୀ ବର୍ଷା ପ୍ରଭାବରେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ତାତିରୁ ମିଳିପାରେ ତ୍ରାହି

ଭୁବନେଶ୍ବର: କାଳବୈଶାଖୀ କମାଇଲା ତାତି। ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୭ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମିଛି । କାଳବୈଶାଖୀ ବର୍ଷା ପ୍ରଭାବରେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲିଠୁ ରାଜ୍ୟରେ ପାଗ ବଦଳିବା ସହ ଧିରେ ଧିରେ ତାପମାତ୍ରା ବଢିବ । ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବଜ୍ରପାତ ଜନିତ ବର୍ଷା ପବନ ସମୟରେ ଯଥା ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

’ଟାର୍ଗେଟ୍ କିଲିଂ’ ପଛରେ ଭାରତ । ଜାଣନ୍ତୁ ପାକିସ୍ତାନର ଏଭଳି ମନ୍ତବ୍ୟକୁ ନେଇ କଣ ଜବାବ ରଖିଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ: ଭାରତ ଉପରେ ସାଙ୍ଘାତିକ ଆରୋପ ଲଗାଇଛି ପାକିସ୍ତାନ । ଭାରତ କରୁଛି ଟାର୍ଗେଟ କିଲିଂ । ଏଭଳି ଅଭିଯୋଗ ଆଣିଛି ପାକିସ୍ତାନ । ବ୍ରିଟିସ୍ ଖବରକାଗଜ ’ ଦ ଗାର୍ଜିୟନ’ରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ ,ଭଳି ଆରୋପ ଲଗାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ମୁହଁ ଖୋଲିଛି ଆମେରିକା ଆମେରିକାର ବୈଦେଶିକ ବିଭାଗ ପ୍ରବକ୍ତା ମ୍ୟାଥୁ ମିଲର କହିଛନ୍ତି କି, ଆମେ ଏହି ଘଟଣାକୁ ବିଚାର କରୁଛୁ ଏବଂ ବୁଝୁଛୁ । ତେବେ ଏହା ଉପରେ ଆମର କୌଣସି ପ୍ରତିକ୍ରିୟା ରହିବ ନାହିଁ । ଆମେ କାହାକୁ ସମର୍ଥନ କରୁନାହୁଁ । ଏଥିରେ ଆମର ପଡ଼ିବାର ନାହିଁ । ସେପଟେ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତ ୨୦୨୦ରୁ ଏଯାବତ ୨୦ ଟାର୍ଗେଟ କିଲିଂ କରିଛି । ତେବେ ଏହାର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛି । ଟାର୍ଗେଟ କିଲିଂ କରିବା ଭାରତର ନୀତି ନୁହେଁ । ଅନ୍ୟପଟେ ଏହାର ଉତ୍ତର ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି, ଭାରତ ସବୁବେଳେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଭାରତ କେବେ କେଉଁ ଦେଶ ଉପରେ ଆକ୍ରମଣ କରିନାହିଁ । କିନ୍ତୁ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରିଛି । ତେବେ ଯଦି କେହି ଭାରତର ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରେ ତାହେଲେ ଭାରତ କେବେ ଛାଡ଼େ ନାହିଁ ।

ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ । ଜିଆଇ ଟ୍ୟାଗ୍ ପ୍ରମାଣପତ୍ର ପାଇଲା ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ । ୫୩୭ ନମ୍ବରରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନୀଳମାଧବ କୃଷି ସଙ୍ଗଠନ ବାଣପୁରକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଚେନାଇରେ ଥିବା ଏହି କାର୍ଯ୍ୟାଳୟରୁ ଖଣ୍ଡପଡ଼ାର କଣ୍ଢେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ  ଓୟୁଏଟିର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଜାନୁଆରୀ ମାସ ୨ ତାରିଖରେ ଏହା ଘୋଷଣା କରାଯାଇଥିଲା । ଆଜି ପ୍ରମାଣପତ୍ର ମିଳିଛି । ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ନବୀନ ନିବାସରେ ବିଭିନ୍ନ ସଂଗଠନର ଭିଡ଼ l ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ  ମୟୂରଭଞ୍ଜ ଓ ସମ୍ବଲପୁରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି l ମୟୂରଭଞ୍ଜ ଜିଲ୍ଲାର ଭୁଇଆ, ହୋ, ସାନ୍ତାଳ, ଭୂମିଜ, ବାଥୁଡ଼ି, ମୁଣ୍ଡା ଆଦି ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ଆଗାମୀ ନିର୍ବାଚନ ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛନ୍ତି l ସେହିପରି ସମ୍ୱଲପୁର ଗଣ୍ଡ ଆଉ କିଶlନ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି l ଓଡ଼ିଶାରେ ରୂପାନ୍ତରଣ ନୂଆ ଯୁଗ ଆରମ୍ଭ ହେବା ସହ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହୋଇଥିବାରୁ ସମ୍ବଲପୁରବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି l