ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ । ଜିଆଇ ଟ୍ୟାଗ୍ ପ୍ରମାଣପତ୍ର ପାଇଲା ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ । ୫୩୭ ନମ୍ବରରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନୀଳମାଧବ କୃଷି ସଙ୍ଗଠନ ବାଣପୁରକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଚେନାଇରେ ଥିବା ଏହି କାର୍ଯ୍ୟାଳୟରୁ ଖଣ୍ଡପଡ଼ାର କଣ୍ଢେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ  ଓୟୁଏଟିର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଜାନୁଆରୀ ମାସ ୨ ତାରିଖରେ ଏହା ଘୋଷଣା କରାଯାଇଥିଲା । ଆଜି ପ୍ରମାଣପତ୍ର ମିଳିଛି । ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।