ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ପ୍ରଭାସ କୁମାର ପାଣିଗ୍ରାହୀ

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ବିଜେପି ନେତା ପ୍ରଭାସ କୁମାର ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ପ୍ରଭାସ ପୂର୍ବତନ ବଲାଙ୍ଗୀର ଜିଲ୍ଲା ସଭାପତି ଓ ବିଜେପିର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ଯ ସଭାପତିଙ୍କୁ ପଠେଇ ଦେଇଛନ୍ତି । ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ପ୍ରଭାସ ଆଶାୟୀ ଥିଲେ କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା । ବିଜେପିରୁ ଗୋପଳଜୀ ପାଣିଗ୍ରାହୀ ଟିକେଟ ପାଇବା ପରେ ପ୍ରଭାସ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି ।