spot_img
Home Blog Page 2029

ନେପାଳରେ ଶିବଙ୍କ ବିଶାଳ ପ୍ରତିମୂର୍ତ୍ତି, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କାଠମାଣ୍ଡୁ: ଆଜି ପବିତ୍ର ଏକାଦଶୀ। ଆଉ ଆଜିର ଦିନରୁ ଆରମ୍ଭ ହୋଇଛି ଶିବରାତ୍ରିର ପ୍ରଥମ ପୂଜା। ନେପାଳ କାଠମାଣ୍ଡୁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀପଶୁପତିନାଥଙ୍କ ପୀଠରେ ଆରମ୍ଭ ହୋଇଛି ଶିବରାତ୍ରୀର ପ୍ରଥମ ପୂଜା। ଯେଉଁଠି ଶତାଧିକ ନାଗା ବାବା ସାମିଲ ହୋଇଛନ୍ତି। ବିଧି ଅନୁଯାୟୀ ଆଜି ଏକାଦଶୀ ଠାରୁ ଏଠାରେ ଆରମ୍ଭ ହୁଏ ଶିବରାତ୍ରିର ପ୍ରଥମ ପୂଜା । ଯାହା କେବଳ ନାଗା ବାବା ସାଧୁଙ୍କ ଦ୍ବାରା କରାଯାଇଥାଏ।

ପ୍ରଥମେ ମନ୍ଦିର ଭିତରେ ପଶି ନାଗା ବାବା ମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହାସହ ନେପାଳ ଆର୍ମି ବ୍ୟାଣ୍ଡ, ନେପାଳ ସୁରକ୍ଷା କର୍ମୀଙ୍କ ସହ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ଛାତ୍ର ଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ନେପାଳର ଭକ୍ତପୁର ଜିଲ୍ଲା ସୂର୍ଯ୍ୟ ବିନାୟକ ନିକଟ ପାହାଡ ଉପରେ ରହିଛି ବିଶାଳ ଷ୍ଟାଡିଂ ଶିବ ଷ୍ଟାଚୁ। ଏହା ନେପାଳ ରାଜଧାନୀ କାଠମାଣ୍ଡୁଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ୨୦୦୩ରେ ଆରମ୍ଭ ହୋଇଥିବା ଏହି ଷ୍ଟାଚୁ କାମ ୨୦୧୧ରେ ଶେଷ ହୋଇଥିଲା। ଏହାର ମୂଳଦୁଆକୁ ମଜଭୁତ କରିବା ପାଇଁ ୧୦୦ ଫୁଟ ତଳକୁ ଖୋଳା ଯାଇଛି। ମୂର୍ତ୍ତିର ଉଚ୍ଚତା ୧୪୩ ଫୁଟ। ହିଲିଟେକ୍ ନାମକ ଏକ କମ୍ପାନୀ ଏହି ମୂର୍ତ୍ତିକୁ ଗଢ଼ିଛି। ପ୍ରତିଦିନ ଏଠାରେ ୫୦୦୦ ଭକ୍ତଙ୍କ ସମାଗମ ହୁଏ।

BSKY ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ BSKY ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ । ବୁଧବାରଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ’ ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି। ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି।

ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, cashless ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ଦ୍ୱାରା ଆହୁରି ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇପାରିବେ।

କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେ ରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ 5T ରେ କାର୍ଯ୍ୟକାରୀ ହେଉଥିବା BSKY ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର  ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। 5T ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା। ଲୋକଙ୍କୁ ସେବା ଦେବାର କଳ୍ପନା। ଆଜି 5T  ମନ୍ତ୍ର ଉପରେ ରାଜ୍ୟାବାସୀଙ୍କ ଆସ୍ଥା ବଢିଛି। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ BSKY Nabin  card ରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସେ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଗ୍ରାମାଞ୍ଚଳର BSKY Card ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ  ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ବଲପୁର ବାମଡା ବ୍ଲକରେ ଜିଲ୍ଲା ପରିଷଦ ସଭାପତି କୁମୁଦିନୀ ନାୟକ, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ରେଢାଖୋଲରେ ବିଧାୟକ ରୋହିତ ପୁଜାରୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜିକା ଶ୍ରୀମୟୀ ଶ୍ୱେତସ୍ନିଗ୍ଧା ମିଶ୍ର, ବୋଲଗଡରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧାରେ ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ଆମ ରାଜ୍ୟ ଆଗକୁ ବଢିଛି। ସମାଜର ସବୁଠାରୁ ତଳ ଧାଡିରେ ରହୁଥିବା ବ୍ୟକ୍ତିର କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଇଥାନ୍ତି। BSKY ଆଜି ରାଜ୍ୟବାସୀଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ ହୋଇଛି। ସ୍ୱାସ୍ଥ୍ୟସେବା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଓଡିଶାବାସୀ ସବୁବେଳେ ମନେ ରଖିବେ ବୋଲି ସେମାନେ କହିଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ BSKY Societyର CEO ଧନ୍ୟବାଦ ଅର୍ପଣ କରିଥିଲେ।

ଅନୁଗୁଳରେ 5T ଅଧ୍ୟକ୍ଷ, କହିଲେ- ସନ୍ଧ୍ୟା ସୁଦ୍ଧା ମିଳିବ ଖୁସି ଖବର

କିଶୋରନଗର: ଅନୁଗୁଳ କିଶୋରନଗର ବଡ଼ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ମିଳିଥିବା ଦରଖାସ୍ତ ଓ ଅଭିଯୋଗ ପତ୍ରର ସନ୍ଧ୍ୟା ସୁଦ୍ଧା ଖୁସି ଖବର ପାଇବେ ବୋଲି କହିଛନ୍ତି 5T ଅଧ୍ଯକ୍ଷ। ମନ୍ଦିର, ମସଜିଦ, କମ୍ଯୁନିଟି ସେଣ୍ଟର ଉନ୍ନତି ପାଇଁ ଖୁସି ଖବର ପାଇବେ । ଆଜି ସନ୍ଧ୍ୟା ସୁଦ୍ଧା ଅନୁମୋଦନ ଅର୍ଡର ଆସିବ ।

ପୂର୍ବରୁ ସାତ ଦିନରେ ଖୁସି ଖବର ମିଳୁଥିଲା । ଏବେ ସଂଧ୍ଯା ସୁଦ୍ଧା ଖୁସି ଖବର ମିଳିବ ବୋଲି କହିଛନ୍ତି 5T ଅଧ୍ଯକ୍ଷ । ମିଳୁଥିବା ଅର୍ଥକୁ ସ୍ୱଚ୍ଛତାର ସହ ଖର୍ଚ୍ଚ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସେହିପରି ଆସନ୍ତାକାଲି ଆଶା ଦିଦି ଭଲ ଖବର ପାଇବେ । ୯ ତାରିଖରେ ମିଶନ ଶକ୍ତି ମାଆ, ଚର୍ଚ୍ଚ, ବ୍ୟାଙ୍କ ମିତ୍ର ଖୁସି ଖବର ପାଇବେ । ୧୦ ଲକ୍ଷ ଯାଏ ଋଣ ପାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଅଙ୍ଗନବାଡି, ଗର୍ଭବତୀ ସମସ୍ତଙ୍କ ଦରମା ବଢିଛି । ସମସ୍ତେ ମିଶି ସଶକ୍ତ ଓଡ଼ିଶା ଗଢିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାପୂର୍ବରୁ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଓଡ଼ିଶାକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହାର ଆଜି ସୁଫଳ ମିଳୁଛି ବୋଲି କହିଥିଲେ ସାଂଗଠନିକ ସଂପାଦକ ।

ମୋଇଜୁଙ୍କ କଡ଼ା ଆଭିମୁଖ୍ୟ, ୧୦ ସୁଦ୍ଧା ମାଳଦ୍ୱୀପ ଛାଡିବେ ଭାରତୀୟ ସୈନ୍ୟ

ନୂଆଦିଲ୍ଲୀ: ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟବାହିନୀ। ରାଷ୍ଟ୍ରପତି ମହମ୍ମଦ ମୋଇଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ପୁଣିଥରେ ପଦାରେ ପଡିଛି। ସାଧାରଣ ପୋଷାକଧାରୀଙ୍କ ସମେତ କୌଣସି ଭାରତୀୟ ସୈନ୍ୟଙ୍କୁ ତାଙ୍କ ଦେଶରେ ରହିବାକୁ ଅନୁମତି ଦିଆଯିବ ନାହିଁ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ , ମାଳଦ୍ୱୀପରେ ଥିବା ତିନୋଟି ବିମାନ ଚଳାଚଳ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏକୁ ନିୟନ୍ତ୍ରଣ କରିବା ପାଇଁ ମଙ୍ଗଳବାର ଏକ ଭାରତୀୟ ସୈନ୍ୟବାହିନୀ ସେଠାରେ ପହଞ୍ଚିବା ପରେ ମୋଇଜୁ ଏହି ଘୋଷଣା କରିଛନ୍ତି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖାଯାଇଛି ।

ଆଟୋଲ ଗସ୍ତ ସମୟରେ ମୋଇଜୁ ଲୋକଭ୍କୁ ସମ୍ବୋଧନ କରି କହିଛନ୍ତି, ଭାରତୀୟ ସେନାବାହିନୀକୁ ଦେଶରୁ ବିତାଡିତ କରିବାରେ ତାଙ୍କ ସରକାରଙ୍କ ସଫଳତାକୁ ନେଇ ଅପପ୍ରଚାର କରାଯାଉଛି । ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେବେ ନିକଟ ଅତୀତରେ ଚୀନ୍ ସହିତ ମାଗଣା ସାମରିକ ସହାୟତା ପାଇବାକୁ ମାଳଦ୍ୱୀପ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଯାହାପରେ ଭାରତ ପ୍ରତି ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି ମାଳଦ୍ୱୀପ।

ଫେବୃଆରୀ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଏକ ବୈଠକରେ ମାଳଦ୍ୱୀପ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା । ଯାହାପରେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି ଯେ ବିମାନ ଚଳାଚଳ ପ୍ଲାଟଫର୍ମ ପରିଚାଳନାରେ ନିୟୋଜିତ ସୈନ୍ୟଙ୍କୁ ଭାରତ ମେ ୧୦ ସୁଦ୍ଧା ପ୍ରତ୍ୟାବର୍ତ୍ତନ କରାଇନେବ ।

ଆହୁରି ମଧ୍ୟ ମାର୍ଚ୍ଚ ୧୦ ସୁଦ୍ଧା ଏହି ପରିବର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟ ସମ୍ପନ୍ନ ହେବ। ସୂଚନାଯୋଗ୍ୟ, ମାଳଦ୍ୱୀପରେ ଥିବା ୩ ଭାରତୀୟ ପ୍ଲାଟ୍‌ଫର୍ମରେ ୮୮ ସୈନ୍ୟ ଅଛନ୍ତି। ସେମାନେ ଗତ କିଛି ବର୍ଷ ହେଲା ସ୍ଥାନୀୟ ଲୋକଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସୁବିଧା ଯୋଗାଇ ଆସୁଛନ୍ତି। 

 

 

 

ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ ହୋଇଛି । ପଶ୍ଚିମବଙ୍ଗର ହାୱଡା ହୁଗୁଳି ଗଙ୍ଗା ନଦୀ ତଳେ ନିର୍ମିତ ଏହି ଅତ୍ୟାଧୁନିକ ମେଟ୍ରୋ ରେଳ ସେବାକୁ ଉଦଘାଟିତ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜି ଭାରତ ବର୍ଷ ପାଇଁ ଏକ ଐତିହାସିକ ଦିନ । ହୁଗୁଳିର ଗଙ୍ଗା ନଦୀ ତଳେ ପ୍ରଥମ ମେଟ୍ରୋ ରେଳ ଆଜି ଠାରୁ ଆରମ୍ଭ ହୋଇଛି । ମେଟ୍ରୋ ଟ୍ରେନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନରେ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଥିଲେ।

ହାୱଡା ମୈଦାନ ଓ ଏସପ୍ଲେନଡ ଭଳି ଦୁଇଟି ଷ୍ଟେସନ ମଧ୍ୟରେ ନିର୍ମିତ ଏହି ଟନେଲର ମୋଟ ଲମ୍ବା ୪.୮ କିଲୋମିଟର ରହିଛି । ଯାହା ପାଇଁ ଖର୍ଚ୍ଚ ହୋଇଛି ୪୯୬୫ କୋଟି ଟଙ୍କା । ଏଥିରେ ୧.୨ କିଲୋମିଟର ଟନେଲ୍ ହୁଗଲି ନଦୀଠାରୁ ୩୦ ମିଟର ତଳେ ଅବସ୍ଥିତ ଏବଂ ଏହାକୁ ଦେଶର ପ୍ରଥମ ପରିବହନ ଟନେଲ୍ ବୋଲି କୁହାଯାଉଛି। ଏହା ବ୍ୟତୀତ ହୁଗଲି ନଦୀ ତଳେ ଅବସ୍ଥାପିତ ହାୱଡା ମେଟ୍ରୋ ଷ୍ଟେସନକୁ ମଧ୍ୟ ଦେଶର ଗଭୀରତମ ଷ୍ଟେସନ କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ହାୱାଡା ମଇଦାନରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ୪ଟି ଷ୍ଟେସନ ରହିଛି। ହାୱଡା ମଇଦାନ, ହାୱଡା ଷ୍ଟେସନ, ମହାକରଣ ଏବଂ ଏସପ୍ଲାନେଡ୍ ହାୱଡା ଷ୍ଟେସନ ରହିଛି। ଏହା ପୂର୍ବରୁ ଲଣ୍ଡନ ଏବଂ ପ୍ଯାରିସରେ ନଦୀ ତଳେ ଏଭଳି ମେଟ୍ରୋ ଟ୍ରେନ ନିର୍ମିତ ହୋଇସାରିଛି। ୨୦୧୦ରେ ଏହି ପ୍ରକଳ୍ପର ଆରମ୍ଭ ହୋଇଥିଲା।

ଡିଭାଇଡର ଭାଙ୍ଗି ଓଲଟିଲା ଯାତ୍ରୀବାହୀ ବସ, ୨୦ ଆହତ

ବୌଦ୍ଧ: ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଦୁର୍ଘଟଣା। ଡିଭାଇଡର ଭାଙ୍ଗି ଓଲଟିଲା ଯାତ୍ରୀବାହୀ ବସ। ବସରେ ଥିବା ୪୦ ଜଣଙ୍କ ଯାତ୍ରୀ ମଧ୍ୟରୁ ୨୦ ଯାତ୍ରୀ ଆହତ। ଅନୁଗୁଳରୁ ଫୁଲବାଣୀ ଯାଉଥିଲା ସରକାରୀ ବସ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁଦ୍ରୁକୁମ୍ପା ପୋଲିସ ତଦନ୍ତ ଜାରି ରଖିଛି।

ବସଟି ସୁଦ୍ରୁକୁମ୍ପା ଘାଟି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଭାଙ୍ଗି ଓଲିଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ୪୦ ଜଣ ଯାତ୍ରୀ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ

ଭୁବନେଶ୍ୱର: ଆସନ୍ତା ସପ୍ତାହରୁ ସାଙ୍ଘାତିକ ତାତି। ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ। ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ। ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ଥିବା ବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେ ଖେଳ ଦେଖିବାକୁ ମିଳିବ।

ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପୂର୍ବାହ୍ନରେ ପ୍ରବଳ ତାତି ଏବଂ ଅପରାହ୍ନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ଆଜି କେନ୍ଦୁଝର ଏବଂ ମୟୂରଭଞ୍ଜ ସମେତ କନ୍ଧମାଳ, କଳାହାଣ୍ଡି, ନୂଆପଡା, ନବରଙ୍ଗପୁର, ରାୟଗଡା ଏବଂ କୋରାପୁଟରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଛି । ଯେଉଁ ଜିଲ୍ଲା ଗୁଡିକରେ ବର୍ଷା ହେବ ସେହି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ। ବାକି ଶୁଖିଲା ଥିବା ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ଏହାସହ ୫୦ ରୁ ୬୦ ପ୍ରତିଶତ ହ୍ୟୁମିଡିଟି ରହିବ। ଫଳରେ ଅସହ୍ୟ ଗରମ ଗୁଳୁଗୁଳି ହେବାର ସମ୍ଭାବନା ରହିଛି ।

୯ ତାରିଖ ପର୍ଯ୍ୟନ୍ତ ଏଭଳି ଭାବରେ ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ୧୨ ତାରିଖ ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା ବଢିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ।

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଜାରି ହେଲା ଆଡଭାଇଜରୀ। ଯୁଦ୍ଧରେ ଭାରତୀୟ ନାଗରିକଙ୍କ ପ୍ରତି ବିପଦ ଥିବାରୁ ଏହି ଆଡଭାଇଜରୀ ଜାରି ହୋଇଛି। ଇସ୍ରାଏଲରେ ଲେବାନନ ପଟୁ ହୋଇଥିବା ହମଲାରେ କେରଳର ଜଣେ ବ୍ଯକ୍ତିଙ୍କ ମୃତ୍ଯୁ ହୋଇଛି। ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ଲାଗି ଏହି ଆଡଭାଇଜରୀ ଜାରି କରାଯାଇଛି।

ଭାରତୀୟ ନାଗରିକଙ୍କୁ ତୁରନ୍ତ ସୀମା ଅଂଚଳ ଛାଡି ଦୂରକୁ ଚାଲିଯିବାକୁ କୁହାଯାଇଛି। ଇସ୍ରାଏଲ ସୀମାନ୍ତ ମାର୍ଗଲିଅଟ୍ ଅଂଚଳରେ ହୋଇଥିଲା ହିଜବୁଲ୍ଲା ଆତଙ୍କୀ ହମଲା। ଲେବାନନ ପଟୁ ହିଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଆଣ୍ଟି ଟ୍ଯାଙ୍କ ମିସାଇଲ ହମଲାରେ ଭାରତୀୟଙ୍କ ମୃତ୍ଯୁ ଘଟିଛି। ଏଥିରେ ଅନ୍ଯ ୨ ଜଣ ଆହତ ହୋଇଛନ୍ତି। ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ଅଛନ୍ତି।

ଆଡଭାଇଜରୀରେ ହେଲ୍ପଲାଇନ ନମ୍ବର ଏବଂ ଇମେଲ୍ ଜାରି କରାଯାଇଛି। ସୋମବାର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ଯୁ ଘଟିଥିଲା। ମୃତକ ହେଲେ କେରଳ କୋଲମ ଅଂଚଳର ୩୦ ବର୍ଷୀୟ ଯୁବକ ପ୍ଯାଟନିବିନ ମ୍ଯାକୱେଲ। ଆକ୍ରମଣରେ ଅନ୍ଯ ଦୁଇ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା କରିଥିଲେ ହମାସ ଆତଙ୍କବାଦୀ। ଏହାପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ।

ଆଜିଠୁ ପୁଣି ଚାଷୀଙ୍କ ‘ଦିଲ୍ଲୀ ଚଲୋ ଅଭିଯାନ’

ନୂଆଦିଲ୍ଲୀ: ଦାବିରେ ଅଟଳ ଅନ୍ନଦାତା। ଆଜିଠୁ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନ। ସାରା ଦେଶରୁ ଆସିଥିବା ଚାଷୀମାନେ ଦିଲ୍ଲୀରେ ସମବେତ ହେବେ। ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରଖାଯିବ ବୋଲି କହିଛନ୍ତି କୃଷକ ନେତା ଜଗଜିତ ସିଂ ଦାଲେୱାଲ। ଏହାଛଡ଼ା ୧୦ ତାରିଖରେ କରାଯିବ ଦେଶବ୍ଯାପୀ ରେଳରୋକ ଆନ୍ଦୋଳନ।

ଚାଷୀଙ୍କ ଦାବି ପ୍ରସଙ୍ଗରେ ସାରା ଦେଶରେ ଦିନ ୧୨ଟାରୁ ଅପରାହ୍ଣ ୪ଟା ଯାଏ ରେଳରୋକ କରାଯିବ। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, ୬୦ ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ ୧୦ ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ୨୦୨୦-୨୧ରେ ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ।

ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ, ଶ୍ରୀଲୋକନାଥ ପୀଠରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ। ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ଦିବ୍ୟ ଦର୍ଶନ ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବର୍ଷ ତମାମ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରଦତ୍ତ ଭୋଗ ନୈବେଦ୍ୟ କଢ଼ା ଯାଇନଥିବା ବେଳେ ଆଜି ଏକାଦଶୀରେ ଏସବୁକୁ ବାହାର କରାଯାଇଛି।

ଏ ନେଇ ଆଜି ବଡି ଭୋରରୁ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମନ୍ଦିର ଦ୍ବାର ଖୋଲିଥିଲା। ପରେ ନୀତି କରାଯାଇ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଚାଲିଛି।