ଓମଫେଡ୍ ପକ୍ଷରୁ ବିଶ୍ବ ଛେନାପୋଡ଼ ଦିବସ ପାଳିତ

1 min read

ଭୁବନେଶ୍ବର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍ ଫେଡ୍ ପକ୍ଷରୁ ବିଶ୍ବ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍ଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ବ ଛେନାପୋଡ ଦିବସ । ଏହି ଦିବସକୁ ଧୁମଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ବରେ ଆଦୃତ କରାଇବା ପାଇଁ ଓମ୍ ଫେଡ୍ ପକ୍ଷରୁ ପାଳିତ ହେଉଛି ଛେନାପୋଡ ଦିବସ ।ଏହାକୁ ସ୍ବାଦିଷ୍ଠ, ସାତ୍ବିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ପାରମ୍ପାରିକ ଛେନାପୋଡ କିପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟକର ହେବା ସହ ଏହାର ଗୁଣାତ୍ମକମାନ ବଜାୟ ରହିପାରିବ, ସେ ସଂପର୍କରେ ଦକ୍ଷ ଓ ତାଲିମ ପ୍ରାପ୍ତ ଛେନାପୋଡ କାରିଗର ତଥା ପ୍ଲାଣ୍ଟ ପରିଚାଳକ ମୃତ୍ୟୁଞ୍ଜୟ କୁମାର ବର୍ଣନା କରିଥିଲେ ।

ଏଥିରେ କଣ କଣ ଏବଂ କେତେ ପରିମାଣର ଅନ୍ୟ ଉପଦାନ ମିଶିଲେ ତାହା ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ହେବା ସହ ଗୁଣାତ୍ମକ ମାନ ବଜାୟ ରହିପାରିବ ସେ ସଂପର୍କରେ ବୁଝାଇଥିଲେ । ଖାଲି ସେତିକି ନୁହେଁ, ଉପସ୍ଥିତ ଅତିଥିମାନଙ୍କୁ ଓମ୍ ଫେଡ୍ ଦ୍ବାରା ପ୍ରସ୍ତୁତ ଛେନାପୋଡ ମଧ୍ୟ ଖାଇବାକୁ ଦିଆଯାଇଥିଲା । ଛେନାପୋଡର ଐତିହ ସଂପର୍କିତ ଏକ ବୃତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଗୋଷ୍ଠୀ ସହଭାଗିତାରେ ବିଶ୍ଵ ଛେନାପୋଡ ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଓମ୍ ଫେଡ୍ ପକ୍ଷରୁ ଆହ୍ବାନ ଦିଆଯାଇଛି । ପାରମ୍ପାରିକ ସ୍ବାଦ, ଗୋଷ୍ଠୀର ଆଗ୍ରହ ଆମର ଲକ୍ଷ୍ୟ ।  ଓମ୍ ଫେଡ୍ର ପ୍ରତ୍ୟେକ ଉତ୍ପାଦର ଗୁଣାତ୍ମକ ମାନ ଓ ଶୁଦ୍ଧତା ବଜାୟ ରଖିବା ସହ ସୁଲଭ ମୂଲ୍ୟରେ ଓଡିଶାର ଘରେ ଘରେ କିପରି ପହଞ୍ଚିଚ ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି I ଚାହିଦା ଯେତିକି ବୃଦ୍ଧି ପାଇବ, ଗ୍ରାମାଞ୍ଚଳ ଦୁଗ୍ଧଚାଷୀ ସମୂହର ଆର୍ଥିକ ବିକାଶ ସେହି ପରିମାଣରେ ବୃଦ୍ଧି ପାଇବ ବୋଲି କହିଛନ୍ତି ଓମ୍ଫେଡର  ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଏହି ଅବସରରେ ଓମ୍ଫେଡ୍ର ଦୁଇ ଜଣ ଛେନାପୋଡ କାରିଗରଙ୍କୁ ସମ୍ବଦ୍ଧିତ କରାଯାଇଥିଲା।