spot_img
Home Blog Page 1981

ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା

ଭୁବନେଶ୍ୱର: ନିର୍ବାଚନ ବେଳେ ରାଜଧାନୀରେ ଗାଡି ଭିତରୁ ପୁଣି ମିଳିଲା ଟଙ୍କା। ଆସନ୍ତା ନିର୍ବାଚନକୁ ଆଖି ଆଗରେ ଏସ୍ଏସଟି ୨ ଟିମ୍ ଓ ପୋଲିସ ପାର୍ଟି ମିଳିତ ଭାବେ ନନ୍ଦନକାନନ-ବାରଙ୍ଗ ରାସ୍ତାର ଆଶୀର୍ବାଦ ଗାର୍ଡେନ ନିକଟରେ ଯାଞ୍ଚ ଅଭିଯାନ ଚାଲିଥିଲା। ଏହି ସମୟରେ ଏକ କଳା ରଙ୍ଗର ଚାରିଚକିଆ ଯାନକୁ ଅଟକାଇଥିଲେ।

ଯାଞ୍ଚ ସମୟରେ ଉକ୍ତ ଗାଡ଼ି ମଧ୍ୟରୁ ମୋଟ ୨ ଲକ୍ଷ ୫ ହଜାର ଟଙ୍କା ଜବତ କରାଯାଇଥିଲା। ପଚରାଉଚରା ବେଳେ ସଂପୃକ୍ତ ଗାଡ଼ିର ମାଲିକ ତଥା ଡ଼୍ରାଇଭର ମନୋଜ କୁମାର ଅଗ୍ରୱାଲ ଟଙ୍କା ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦାନ କରିବାରେ ଅସମର୍ଥ ପ୍ରକାଶ କରିଥିଲେ। ଫଳରେ ତାଙ୍କ ନିକଟରୁ ଏହି ଟଙ୍କା ଜବତ କରାଯାଇଥିଲା। ଏହାସହିତ ଟଙ୍କା ଫେରସ୍ତ ପାଇବା ପାଇଁ ଖୋର୍ଦ୍ଧା ସ୍ଥିତ ଡିଷ୍ଟ୍ରିକ ଗ୍ରିଭାନ୍ସ କମିଟି ନିକଟରୁ ତାଙ୍କୁ ଅନୁମତି ପତ୍ର ଆଣିବାକୁ ହେବ ବୋଲି ସୂଚିତ କରାଯାଇଥିଲା।

ସୋରଡାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, କହିଲେ- ନବୀନଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି

ସୋରଡା: ସୋରଡା ଗସ୍ତରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଠାରେ 5T ଅଧ୍ୟକ୍ଷଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ଅବସରରେ ସେ ଜନସଭାକୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଖାଲି ଏତିକି ନୁହେଁ ମିଶନ ଶକ୍ତି ମା’ ମାନଙ୍କୁ ହଇରାଣ କରିବା ବିରୋଧୀଙ୍କ ଲକ୍ଷ୍ୟ ପାଲଟିଗଲାଣି ବୋଲି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତକୁ ଚକ୍ରାନ୍ତ କରି ବନ୍ଦ କଲେ । ଏବେ ମିଶନ ଶକ୍ତିକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସୋରାଡାବାସୀ ଏହାର ମୁହଁତୋଡ ଜବାବ ଦେବାକୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ବାଇଁଙ୍କ ଭଳି ଦୁଇ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରିଛନ୍ତି । ସୋରଡାବାସୀ ବି ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ସୋରଡାରେ ଶାନ୍ତି ରହିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଅନ୍ୟ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତେ ଜାଣନ୍ତି । ସେମାନେ ନିର୍ବାଚିତ ହେଲେ ମହିଳାଙ୍କୁ ଓ ସାଧାରଣ ଗରିବ ଲୋକଙ୍କୁ ହଇରାଣ କରିବେ । ଲୋକଙ୍କୁ ଦୁର୍ବ୍ୟବହାର କରିବେ । ସୋରଡାରେ ଶାନ୍ତି ରହିବ ନାହିଁ । ଏଥିସହିତ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କ ଆବେଦନ ପତ୍ର ଉପରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପର ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ମଜୁରିଆଙ୍କ ମଜୁରୀ ୩୫୦ ଟଙ୍କାରୁ ୪୫୦ଟଙ୍କାକୁ ବୃଦ୍ଧି କଲେ । ଦେଶର କୌଣସି ଡବଲ ଇଂଜିନ ସରକାର ଏକକାଳୀନ ଦୈନିକ ମଜୁରୀ ଶହେ ଟଙ୍କା ବଢାଇନାହାଁନ୍ତି । ଏ ସରକାର ମାଆ ମାନଙ୍କ ସରକାର, ଚାଷୀ ଓ ଯୁବକଙ୍କ ସରକାର । ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି । ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି ।

ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା, ଜାଣନ୍ତୁ ଦିନ ୨ଟା ସୁଦ୍ଧା କେଉଁଠି କେତେ ରହିଛି ତାପମାତ୍ରା…

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା। ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ୨୪ ଘଣ୍ଟାର ବ୍ରେକ୍ ପରେ ରାଜଧାନୀରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା।

ଆଜି ଦିନ ସାଢେ ଦୁଇଟା ସୁଦ୍ଧା ସମ୍ବଲପୁରରେ ୪୨.୫ ଡ଼ିଗ୍ରୀ, ଝାରସୁଗୁଡାରେ ୪୨.୧ ଡ଼ିଗ୍ରୀ, ହୀରାକୁଦରେ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ, ରାଉରକେଲାରେ ୪୦.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୯.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୨ ଡ଼ିଗ୍ରୀ, ଗୋପାଳପୁରରେ ୩୫ ଡ଼ିଗ୍ରୀ, ପାରାଦୀପରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୫.୩ ଡ଼ିଗ୍ରୀ ପାରଦ ରେକର୍ଡ ହୋଇଛି।

ନିଜକୁ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ କହିଲେ କାର୍ତ୍ତିକ ପାଣ୍ଡିଆନ 

ଭୁବନେଶ୍ବର: ବିରୋଧୀଙ୍କ ଆଉଟସାଇଡର ବୟାନର ଜବାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଲ୍ୟବୋଧର ଉତ୍ତରାଧିକାରୀ ମୁଁ  । ଗୁରୁଙ୍କୁ ସାହାଯ୍ୟ କରିବା ପାଇଁ ସେ ସବୁକିଛି କରିବେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

କେନ୍ଦ୍ରରେ ସତ୍ତାରୂଢ ସରକାର ଓଡିଆ ଅସ୍ମିତା କଥା କହୁଥିବାବେଳେ ରାଜ୍ୟର ଭାଷା, କଳା ଓ ସଂସ୍କୃତି ପାଇଁ କିଛି କରିନାହାନ୍ତି  । ନବୀନ ନିବାସରେ ପିଟିଆଇକୁ ସାକ୍ଷାତକାର ଦେଇ  ୪୯ ବର୍ଷୀୟ ପୂର୍ବତନ ଆଇଏଏସ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ମୋ ଗୁରୁ ଓ ମୁଁ ତାଙ୍କ ଶିଷ୍ୟ  ।

ରିକ୍ସାରେ ବସି ନାମାଙ୍କନ ଭରିବାକୁ ଆସିଲେ ସ୍ବାଧୀନ ପ୍ରାର୍ଥୀ

ଝାରସୁଗୁଡା: ଭିନ୍ନ ଢଙ୍ଗରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା। ରିକ୍ସାରେ ଆସିଛନ୍ତି ନୋମିନେସନ। ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ ଅଫିସ ଠାରେ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜ୍ଞାନେନ୍ଦ୍ର। ଏହା ସହିତ ପରିବେଶ ପ୍ରଦୂଷଣ ପାଇଁ ସମର୍ଥକ ମାନେ ମୁହଁରେ ମାସ୍କ ଲଗାଇ ଜ୍ଞାନେନ୍ଦ୍ରଙ୍କୁ ସମର୍ଥନ ଜଣାଇଛନ୍ତି।

ସେହିପରି ଚାଷୀ ଠକାମୀର ଶିକାର ହୋଇ ଶସ୍ତାରେ ନିଜର ଦ୍ରବ୍ୟ ବିକୁଛନ୍ତି କିନ୍ତୁ ଖାଉଟି ଅଧିକ ମୂଲ୍ୟରେ ପରିବା କିଣିବାକୁ ବାଧ୍ୟ ହେଉଛନ୍ତି କହିଛନ୍ତି ଜ୍ଞାନେନ୍ଦ୍ର। ନାମାଙ୍କନ ଭରିବାକୁ ଆସୁଥିବା ବେଳେ ରିକ୍ସାରେ ବସିଥିଲେ ଜ୍ଞାନେନ୍ଦ୍ର ସେହିପରି ଆଉ ଏକ ରିକ୍ସାରେ ପରିବା ଧରି ଉପଜିଲ୍ଲାପାଳ ଅଫିସ ଯାଏଁ ଆସିଥିଲେ ଜ୍ଞାନେନ୍ଦ୍ର।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଟାର୍ଗେଟ୍

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡି ନେତା ସଞ୍ଜୟ ଦାସବର୍ମା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜାତିର ପରିଚୟ । ଆମ ସଂସ୍କୃତି ଘୃଣାର ସଂସ୍କୃତି ନୁହେଁ। ଓଡ଼ିଆ ଅସ୍ମିତା କଥା ବିରୋଧୀ ବାରମ୍ବାର ଉଠାଉଛନ୍ତି । ଓଡ଼ିଆ ଅସ୍ମିତାର ଆଧାର ହେଉଛି ଭାଷା ଓ ସଂସ୍କୃତି । ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କରିଚାଲିଛନ୍ତି ନବୀନ ସରକାର। ଓରିଶାରୁ ଓଡ଼ିଆ ହୋଇଛି।

ଏଥିପାଇଁ ରାଜ୍ଯ ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଥିଲେ ସଞ୍ଜୟ ଦାସବର୍ମା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏକ ଦୂରଦୃଷ୍ଟିସମ୍ପନ୍ନ ପ୍ରକଳ୍ପ। ଏହାର ଉଦଘାଟନ ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ସତ୍ତ୍ୱେ ଧର୍ମେନ୍ଦ୍ର ଆସିଲେନି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଅସ୍ମିତାକୁ ବିକଶିତ କରିବା ପାଇଁ କ’ଣ କରିଛନ୍ତି ବୋଲି ସଞ୍ଜୟ ଦାସବର୍ମା ପ୍ରଶ୍ନ କରିଛନ୍ତି ?

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କ’ଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ? ବିଜୁବାବୁଙ୍କୁ ଭାରତରତ୍ନ ନମିଳିବା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ପ୍ରଶ୍ନ କରିଛି ବିଜେଡି। ବିଜୁବାବୁଙ୍କୁ କାହିଁକି ଦେଉନାହାନ୍ତି ଭାରତରତ୍ନ ? ବିଜୁବାବୁଙ୍କୁ ଭାରତରତ୍ନ ପାଇଁ ବିଚାର ନକରିବା ଦୁର୍ଭାଗ୍ୟଜନକ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବିରୋଧୀ ଓଡ଼ିଆ ଅସ୍ମିତା କଥା ଉଠାଉଛନ୍ତି। ୧୦ ବର୍ଷ ଧରି କେନ୍ଦ୍ର କ୍ୟାବିନେଟରେ ରହି କ’ଣ କରିଛନ୍ତି ଧର୍ମେନ୍ଦ୍ର ? କୋଷ୍ଟାଲ ହାଇଓ୍ୱେ ନେଇ ଖାଲି ଫାଙ୍କା ବୟାନବାଜି କରୁଛନ୍ତି। କାମ କିଛି ହେଉନାହିଁ ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ଓଡିଶା ବିକାଶରେ ସହଯୋଗୀ ହେବା ଉଦ୍ଦେଶ୍ୟରେ ବିଜେଡିରେ ସାମିଲ ଜିନା

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ଜିନା ସାମଲ  । ନିର୍ବାଚନର ଠିକ୍‌ ପୂର୍ବରୁ ବିଜେପି ଛାଡିଛନ୍ତି ଜିନା । ଆଜି ସକାଳେ ସେ ବିଜେପି ଛାଡିଥିଲେ  । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ଗ୍ରହଣ କରିବାକୁ ନିବେଦନ କରିଥିଲେ ଜିନା ।

ଦୀର୍ଘଦିନ ଧରି ବିଜେପି ପାଇଁ ଝାଳରକ୍ତ ବୁହାଇ ବି ଉଚିତ ମୂଲ୍ୟ ମିଳିନାହିଁ  । ପରିଶ୍ରମର ଫଳ ମିଳିବା ତ ଦୂରର କଥା ରାଜ୍ୟ ନେତୃବୃନ୍ଦ କୌଣସି ଦାୟିତ୍ବ ଦେଉନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରି ଦଳ ଛାଡିଛନ୍ତି ଜିନା ।

ଆଜି ବିଧିବଦ୍ଧ ଭାବେ ବିଜେଡିରେ ମିଶିବା ପରେ ଜିନା କହିଛନ୍ତି  ଯେ ଓଡିଶା ବିକାଶରେ ସହଯୋଗୀ ହେବା ଉଦ୍ଦେଶ୍ୟରେ ବିଜେଡିରେ ସାମିଲ ହୋଇଛି  ।

ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଆହ୍ବାନ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି । କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି । ଭଞ୍ଜଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜଜନଗର ଏନଏସିକୁ ମ୍ଯୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି ।

ସେହିପରି ଜନବିରୋଧୀ ଓ ବିକାଶ ବିରୋଧୀ କାମ କରୁଛନ୍ତି ବିରୋଧୀ । ବିଜେଡିକୁ ଗାଳି ଦେଉଛନ୍ତି ଓ ଅପପ୍ରଚାରରେ ମାତିଛନ୍ତି । ବିରୋଧୀ ଦଳ ମିଶନ ଶକ୍ତି, ବିଏସକେୱାଇ, କାଳିଆ, ଲକ୍ଷ୍ମୀ ଭଳି ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ଜନବିରୋଧୀ ବିରୋଧୀ ଦଳକୁ ଭୋଟରେ ଜବାବ ଦେବାକୁ ପୋଲସରାବାସୀଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଦିନ ରାତି କାମ କରୁଛନ୍ତି । ତେଣୁ ପୋଲସରାବାସୀ ବିଜେଡିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୫୦ ହଜାରରୁ ଅଧିକ ମାର୍ଜିନରେ ଜିତାଇବାକୁ ସେ ଅପିଲ କରିଛନ୍ତି ।

ବିଜେପି ନେତାଙ୍କ ରାଲିରେ ଫସିଗଲା ଆମ୍ବୁଲାନ୍ସ, ବାଟ ଛାଡିଲେନି କର୍ମୀ

ଭୁବନେଶ୍ବର: ବିଜେପି ରାଲିରେ ଫସିଗଲା ୧୦୮ ଆମ୍ବୁଲାନ୍ସ। OD 02-BN- 7098 ନମ୍ବର ଥିବା ୧୦୮ ଆମ୍ବୁଲଆନ୍ସଟି ଆଜି ଭୁବନେଶ୍ବରରେ ପୁରୀ- କଟକ ରୋଡରେ ଫସିଯାଇଥିଲା। ଭୁବନେଶ୍ବର ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂଙ୍କ ନାମାଙ୍କନ ରାଲି ଯୋଗୁଁ ଗୋଟେ ପଟ ବନ୍ଦ ହୋଇ ସିଙ୍ଗଲ ୱେ ହୋଇଯାଇଥିଲା।

ଏହି ସମୟରେ ସାଇରନ ବଜାଉଥିବା ଆମ୍ବୁଲାନ୍ସକୁ ବି ବାଟ ମିଳିଲାନି। ବିଜେପି କର୍ମୀ ବାଟ ଛାଡ଼ିନଥିଲେ। ଆମ୍ବୁଲାନ୍ସଟି ଜଣେ ପେଟ ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କୁ ଆଣିବାକୁ ସାମନ୍ତରାପୁର ଯାଉଥିଲା। ହେଲେ ବହୁ ସମୟ ଧରି ଫସି ରହିଥିଲା। ଉଭୟ ପଟୁ ଆମ୍ବୁଲାନ୍ସ ଯିବାରେ ଅସୁବିଧା ହୋଇଥିଲା। ଆଜି ବିଜେପି ରାଲିରେ ଏଭଳି ଅମାନବିକତା ଦେଖିବାକୁ ମିଳିଥିଲା। ଏଭଳି କାମକୁ ସବୁ ମହଲରେ ନିନ୍ଦା କରାଯାଉଛି ।

ନବୀନ ନିବାସରେ ବିଜେଡି ବିଧାୟକ ପ୍ରାର୍ଥୀ, ମୁଖ୍ଯମନ୍ତ୍ରୀଙ୍କୁ ଭେଟି ଜଣାଇଲେ କୃତଜ୍ଞତା

ଭୁବନେଶ୍ବର: ନବୀନ ନିବାସରେ ୪ ଜଣ ବିଜେଡି ପ୍ରାର୍ଥୀ । ଗତକାଲି ଘୋଷିତ କୋରେଇ ବିଧାନସଭା ଆସନ ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ, ନୀଳଗିରି ବିଧାନସଭା ଆସନ ପ୍ରାର୍ଥୀ ସୁକାନ୍ତ ନାୟକ. ଦେବଗଡ଼ ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଖଣ୍ଡପଡ଼ା ବିଧାନସଭା ଆସନ ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ଦେଇଥବାରୁ କୃତଜ୍ଞତା ଜଣାଇଛନ୍ତି।

ନବୀନଙ୍କୁ ଭେଟିବା ପରେ ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ନେଲେ। ଏବେ ଗ୍ରାଉଣ୍ଡରେ ଲୋକଙ୍କ ଆଶୀର୍ବାଦ ଲୋଡ଼ିବୁ ବୋଲି ପ୍ରାର୍ଥୀମାନେ କହିଛନ୍ତି । ନବୀନଙ୍କ ବିକାଶଧାରା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବିଜେଡି ବଡ଼ ବିଜୟ ପାଇଁ କାମ କରିବେ ବୋଲି ପ୍ରାର୍ଥୀମାନେ କହିଛନ୍ତି।