spot_img
Home Blog Page 1972

ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମହାପ୍ରଭୁଙ୍କ ତିନି ରଥର ଚକ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ଶ୍ରୀକ୍ଷେତ୍ର। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥ ଚକ ନିର୍ମାଣ କାର୍ଯ୍ୟ l ଆଜି  ୪୨ ଚକ ନିର୍ମାଣ କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ।  ତିନି ରଥର ୩୯ ଗୋଟି ଚକ ନିର୍ମାଣ ସରିଛି। ବାକି ତିନି ଚକ ନିର୍ମାଣ ପାଇଁ ଯନ୍ତାଗାଡ଼ ଠାରେ ଚାଲିଛି ନିର୍ମାଣ କାର୍ଯ୍ୟ। ତିନି ତୁମ୍ବ ରେ ଅର ସଂଯୋଗ ହୋଇ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ,  ମୁହାଁଟ ବିନ୍ଧ ଏବଂ ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ କରାଯାଉଛି। ଆଜି ତିନି ରଥର ବାକି ରହିଥିବା ଗୋଟିଏ ଗୋଟିଏ ଚକ ର ଅଖ ବିନ୍ଧ ତୁଲିଆ କାର୍ଯ୍ୟ ସହ ପଇ କଳସା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଗରଗରା ଏବଂ ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କରା । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା । ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା । ନବୀନ ନିବାସରେ ପହଞ୍ଚିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା କେମତି ବିଜୁ ଜନତା ଦଳ ଆଗକୁ ବଢିବ ପୁଣି ଶକ୍ତିଶାଳୀ ହେବ । ସମସ୍ତେ ଦଳ ସହିତ ରହିବେ ଏବଂ ଆଗକୁ ବଢିବେ ବୋଲି କହିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ଆଗକୁ ବଢିବ । ମୁଖ୍ୟତଃ ଦଳର ସଂଗଠନକୁ ଆହୁରି ମଜବୁତ କରାଯିବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କଳୀକେଶ ସିଂହଦେଓ କହିଥିଲେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ କୌଣସି ସୂଚନା ନ ଥିଲେବି ସମୟ ଅନୁସାରେ ଜଣାଇ ଦିଆଯିବ । ସେହିପରି ସଂଜୟ ଦାସବର୍ମା କହିଥିଲେ କିଭଳି ଆଗକୁ ସଂଗଠନକୁ ଶକ୍ତୀଶାଳି କରାଯିବ ସେନେଇ ଆଲୋଚନା ହୋଇଛି ।

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଭିଡ଼

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡ଼କରା । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲିଛି ଆଲୋଚନା । ପହଞ୍ଚୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା । ନବୀନ ନିବାସରେ ପହଞ୍ଚିଥିଲେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରତାପ ଦେବ, କଳିକେଶ ସିଂହଦେଓ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ଅନେକ ବରିଷ୍ଠ ନେତା । ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା କେମତି ବିଜୁ ଜନତା ଦଳ ଆଗକୁ ବଢିବ ପୁଣି ଶକ୍ତିଶାଳୀ ହେବ । ସମସ୍ତେ ଦଳ ସହିତ ରହିବେ ଏବଂ ଆଗକୁ ବଢିବେ ବୋଲି କହିଛନ୍ତି । ଦଳର ସଭାପତିଙ୍କ ନିର୍ଦ୍ଦେଶରେ ବିଜୁ ଜନତା ଦଳ ଆଗକୁ ବଢିବ । ମୁଖ୍ୟତଃ ଦଳର ସଂଗଠନକୁ ଆହୁରି ମଜବୁତ କରାଯିବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କଳୀକେଶ ସିଂହଦେଓ କହିଥିଲେ ବିରୋଧୀ ଦଳର ନେତା କିଏ ହେବେ ସେ ନେଇ କୌଣସି ସୂଚନା ନ ଥିଲେବି ସମୟ ଅନୁସାରେ ଜଣାଇ ଦିଆଯିବ । ସେହିପରି ସଂଜୟ ଦାସବର୍ମା କହିଥିଲେ କିଭଳି ଆଗକୁ ସଂଗଠନକୁ ଶକ୍ତୀଶାଳି କରାଯିବ ସେନେଇ ଆଲୋଚନା ହୋଇଛି ।

ଛତିଶଗଡ଼ରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ଜଣ ଯବାନଙ୍କୁ ଏୟାର ଲିଫ୍ଟ

ଛତିଶଗଡ଼ : ଛତିଶଗଡ଼ରେ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆହତ ହୋଇଥିବା ୩ଜଣ  ଯବାନଙ୍କୁ ଏୟାର ଲିଫ୍ଟ କରାଯାଇଛି। ହେଲିକପ୍ଟର ଯୋଗେ ଅନ୍ଯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ନାରାୟଣପୁର, କୋଣ୍ଡାଗାଓଁ, ଦାନ୍ତେୱାଡା, ବସ୍ତର ଅଞ୍ଚଳର ଡିଆରଜି ଏବଂ ଆଇଟିବିପି ୪୫ ବାଟାଲିୟନ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ସମୟରେ ପ୍ରଥମ ଗୁଳିମାଡ଼ କରିଥିଲେ ନକ୍ସଲ । ଆଉ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳିମାଡ଼ କରିଥିଲା । ଦୀର୍ଘ ସମୟ ଧରି ଉଭୟ ପକ୍ଷ ପକ୍ଷରୁ ଗୁଳିବିନିମୟ ଜାରି ରହିଥିଲା । ଯେଉଁଥିରେ ୭ ମାଓବାଦୀ ନିହତ ହୋଇଥିଲେ। କିଛି ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ ଏୟାରଲିଫ୍ଟ କରାଯାଇଛି ।

ରାଜଧାନୀ ଦିଲ୍ଲୀରେ ଉତ୍କଟ ରୂପ ନେଉଛି ଜଳ ସଂକଟ

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଉତ୍କଟ ରୂପ ନେଉଛି ଜଳ ସଂକଟ। ଚାଣକ୍ୟପୁରୀ ଅଞ୍ଚଳରେ ପାଣି ପାଇଁ ହାହାକାର ପରିସ୍ଥିତି। ଟ୍ଯାଙ୍କର ଯୋଗେ ଲୋକମାନଙ୍କୁ ପାଣି ଯୋଗାଉଛି ଦିଲ୍ଲୀ ସରକାର। ତେବେ ଗୋଟିଏ ଟ୍ଯାଙ୍କରରୁ ପାଣି ନେବାକୁ ଲୋକଙ୍କ ଲାଇନ ଲାଗିଛି।   ପାଇପ ପକାଇ ଟ୍ୟାଙ୍କରରୁ ପାଣି ନେଉଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ। ଟ୍ୟାଙ୍କର ପାଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।। ପାଣି ପାଇପରେ ଆସୁନଥିବାରୁ ଲୋକଙ୍କୁ ସମସ୍ଯାର ସମୁଖୀନ ହେବାକୁ ମଧ୍ୟ ପଡୁଛି। ସପ୍ତାହେରୁ ଅଧିକ ସମୟ ହୋଇସାରିଥିଲେ ମଧ୍ୟ ପାଣି ସମସ୍ଯାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। କେଉଁଠାରେ ଟ୍ୟାଙ୍କର ବିଳମ୍ବରେ ଆସୁଛି ତ ଆଉ କେଉଁଠି ବିଲକୁଲ ଆସୁନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପାଣି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦିଲ୍ଲୀବାସୀ ଦାବି କରିଛନ୍ତି।

ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ପ୍ରତିକ୍ରିୟା ଦେଲେ ମୁକେଶ ଖାନ୍ନା

ନନ୍ଦିଘୋଷ ବ୍ୟୁରୋ : ଅଭିନେତା ମୁକେଶ ଖାନ୍ନା ଅର୍ଥାତ ଯିଏ ଶକ୍ତୀମାନ ଏବଂ ବେଳେବେଳେ ଛୋଟ ପରଦାରେ ଭୀଷ୍ମ ପିତାମହ ଭଳି ଚରିତ୍ରରେ ଦର୍ଶକଙ୍କୁ ମନୋରଞ୍ଜନ କରନ୍ତି । ସେ ପ୍ରାୟତଃ ଲୋକପ୍ରିୟ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରନ୍ତି । ସେ ଚଳିତ ଲୋକସଭା ନିର୍ବାଚନ ​​୨୦୨୪ରେ ବିଜେପି ଅଯୋଧ୍ୟା ଆସନ ଜିତିନଥିବା ଉପରେ ମନ୍ତବ୍ୟ ଦେଇଛନ୍ତି । ବିଜେପି ପ୍ରାର୍ଥୀ ଲାଲୁ ସିଂଙ୍କ ପରାଜୟ ଏବଂ ସମାଜବାଦୀ ପାର୍ଟିର ଅଭଦେଶ ପ୍ରସାଦଙ୍କ ବିଜୟକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।ସେ କହିଛନ୍ତି ଅଯୋଧ୍ୟା ନାମରେ ପରିଚିତ ଏହି ସହର ରାମ ମନ୍ଦିର ଯୋଗୁଁ ଏହି ବର୍ଷ ଚର୍ଚ୍ଚାରେ ଥିଲା | ସମସ୍ତେ ଆଶା କରୁଥିଲେ ଯେ ଏହି ମନ୍ଦିର ନିର୍ମାଣରେ ବିଜେପି ଫାଇଦା ପାଇବ। ଜନସାଧାରଣ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାରଙ୍କୁ ଭୋଟ୍ ଦେବେ। କିନ୍ତୁ ଏହା ଘଟିଲା ନାହିଁ । ଏହାପୂର୍ବରୁ ସୁନୀଲ ଲାହିରି ଏକ ଭିଡିଓ ପ୍ରସ୍ତୁତ କରି ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଲମ୍ବା ଧାଡ଼ି ଲେଖି ନିଜର କ୍ଷୋଭ ପ୍ରକାଶ କରିଥିଲେ। ଏବଂ ବର୍ତ୍ତମାନ ମୁକେଶ ଖାନ୍ନା ମଧ୍ୟ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କଣ ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ ?

ଅଯୋଧ୍ୟା ଉପରେ ମୁକେଶ ଖାନ୍ନାଙ୍କ ପ୍ରତିକ୍ରିୟା

ମୁକେଶ ଖାନ୍ନା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଅଯୋଧ୍ୟା ନିର୍ବାଚନ ପରାଜୟରୁ ଜଣେ ଶିଖିବା ଉଚିତ୍ ଯେ ମହାନ ମନ୍ଦିର ସହିତ ନିକଟସ୍ଥ ସହରବାସୀଙ୍କ ଜୀବନକୁ ମହାନ କରିବା ପାଇଁ ଉଦ୍ୟମ କରାଯିବା ଉଚିତ୍ । କୋଟି କୋଟି ବଜେଟ୍ ମଧ୍ୟରେ ସେଠାରେ ଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ କିଛି କୋଟି ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକ ଥିଲା | ସେ ରାମ ମନ୍ଦିର ହେଉ, ଚାରି ଧାମ ହେଉ କିମ୍ବା ଜୟପୁର ନିକଟ ଖାତୁ ଶ୍ୟାମ ମନ୍ଦିର । ସାଧାରଣ ଲୋକଙ୍କର ଆସ୍ଥାର ସ୍ଥାନଗୁଡିକ ପର୍ଯ୍ୟଟନ ସ୍ଥଳୀ ହେବାକୁ ଦିଅନ୍ତୁ ନାହିଁ । ଲୋକମାନେ ସେଠାରେ ରୁହନ୍ତି, ସେହି ସ୍ଥାନଗୁଡ଼ିକର ଯତ୍ନ ମଧ୍ୟ ନିଅନ୍ତି । ଅନ୍ୟପଟେ ମୁଖେଶ ଖାନ୍ନାଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଥରେ ଆପଣ ଅଯୋଧ୍ୟାକୁ ଯାଇ ଦେଖିବେ କେତେ ବିକାଶ ଏବଂ ରୋଜଗାର ଯୋଗାଇ ଦିଆଯାଇଛି, ତାପରେ କିଛି କୁହନ୍ତୁ ଭଲ ହେବ ।’  ଜଣେ କହିଛନ୍ତି, ‘ତୁମେ ଆଜି ଏହା କହୁଛ କାରଣ ସେଠାରେ ବିଜେପି ହାରିଗଲା । ଯଦି ବିଜେପି ଜିତିଥାନ୍ତା, ତୁମେ କଣ କହିଥାନ୍ତ । ସେହିପରି ଅନ୍ୟଜଣେ ଲେଖିଛନ୍ତି, ‘ଅନଫୋଲଇଙ୍ଗ୍, କ୍ଷମା କରିବେ ଶକ୍ତିମାନ।’ ଜଣେ କହିଛନ୍ତି, ‘ତୁମେ କେବଳ ଚୁପ୍ ରୁହ ଏବଂ ତୁମର ଏସି ରୁମ୍ ଏବଂ ଷ୍ଟୁଡିଓରେ ବସି ଜ୍ଞାନ ଦିଅ ନାହିଁ | ତୁମ ଭଳି ଲୋକଙ୍କର ଜ୍ଞାନ ଦେବାର ଅଧିକାର ନାହିଁ । ଅନ୍ୟଜଣେ କହିଛନ୍ତି ତୁମେ ପଲ୍ଟୁ ରାମ କ୍ଷଣିକରେ ଶକ୍ତିମାନ, କ୍ଷଣିକରେ ଗଙ୍ଗାଧର ।

ଦିଲ୍ଲୀ ନରେଲା ଶିଳ୍ପାଅଂଚଳରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ : ଦିଲ୍ଲୀ ନରେଲା ଶିଳ୍ପାଅଂଚଳରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଫୁଡ୍ ପ୍ରୋସେସିଂ ୟୁନିଟ। ନିଆଁରେ ପୋଡ଼ି ୩ କର୍ମଚାରୀଙ୍କ ମୃତ୍ଯୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନରେଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଭୋର ସମୟରେ ଲାଗିଥିଲା ନିଆଁ। ଭୋର ପ୍ରାୟ ସାଢେ ୩ ସମୟରେ ନିଆଁ ଲାଗିଥିବା ଅଗ୍ନିଶମବାହିନୀକୁ ସୂଚନା ମିଳିଥିଲା। ଖବର ପାଇ ତୁରନ୍ତ ପହଞ୍ଚିଥିଲେ ଗୋଟି ଗୋଟି କରି ୧୪ଟି ଦମକଳ ଗାଡି। ଘଣ୍ଟାଏରୁ ଅଧିକ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଏହି ଫ୍ଯାକ୍ଟ୍ରିରେ ଭଜା ମୁଗଡାଲି ପ୍ରସ୍ତୁତ କରାଯାଉଥିଲା। ଗ୍ଯାସରେ ମୁଗଡାଲି ଭାଜିବା ସମୟରେ ପାଇପରୁ ଗ୍ଯାସ ଲିକ୍ ହୋଇ ନିଆଁ ଲାଗିଥିବା ଜଣାପଡିଛି। ଏହାପରେ କମ୍ପ୍ରେସର ଗରମ ହୋଇ ବିସ୍ଫୋରଣ ଘଟିଥିଲା। ନିଆଁ ବ୍ଯାପୀ ପୂରା ଫ୍ଯାକ୍ଟ୍ରିରେ ଲାଗିଯାଇଥିଲା। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।

ଅନୁଗୁଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଗଲା ଜୀବନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।  ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ଅଁଳାବେରେଣି ଗାଁରେ ଘଟିଛି ଅଘଟଣ। ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ହଠାତ ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଆଶା ଦେହୁରୀ । ହାତୀ ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିବା ବେଳେ ସେମାନଙ୍କୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ସେପଟେ କରଞ୍ଜିଆ ବନଖଣ୍ଡ ଛାଡ଼ିଲେ ୨୭ ଟିକିଆ ହାତୀପଲ। କେନ୍ଦୁଝରରୁ ଆସିଥିଲେ ପୁଣି କେନ୍ଦୁଝରକୁ ଚାଲିଗଲେ। ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରୁ ଆସିଥିଲେ l

ଦିନ ତମାମ ଉତ୍ପାତ କଲେ। ରାଜରାସ୍ତା ଉପରେ ଠିଆ ହୋଇ ରହିଲେ, ଯାତାୟାତରେ ବାଧା ସୃଷ୍ଟି କଲେ। ରାତି ପ୍ରାୟ ଏଗାରଟା ସମୟରେ ବୈତରଣୀ ପାର ହୋଇ ଚମ୍ପୁଆ ବନlଞ୍ଚଳକୁ ଫେରିଗଲେ ୨୭ ଟିକିଆ ହାତୀପଲ। ତେବେ କାହାର କିଛି କ୍ଷୟ କ୍ଷତି କରିନାହାନ୍ତି ଏହି ହାତୀପଲ । କରଞ୍ଜିଆବାସୀଙ୍କୁ ହାତୀ ଭୟରୁ ଅlଶ୍ଵସ୍ତି ମିଳିଥିବା ବେଳେ ଏବେ ଚମ୍ପୁଆ ବନlଞ୍ଚଳ ବୈତରଣୀ ନଦୀ କୁଳରେ ରବି ଫସଲରେ ହୋଇଥିବା ଧାନ ଫସଲ ଖାଇବା ସହିତ ନଷ୍ଟ କରିବାର ସମ୍ଭାବନା ଅଧିକ ରହିଛି।

ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ

ଆରଡ଼ି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ଆସନ୍ତା ୧୧ରେ ମହା ଆଡମ୍ବର ସହ ପାଳିତ ହେବ।  ଦେବଦମ୍ପତିଙ୍କ  ବିବାହ ଉତ୍ସବ ଲୌକିକ ଓ ବୈଦିକ  ରୀତିନୀତିରେ ଅନୁଷ୍ଠିତ ହେବ।  ଚଳିତବର୍ଷ ମନୋନୀତ ହୋଇଥିବା  ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜ୍ଜସଜ୍ଜା ଚାଲିଥିବା ବେଳେ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା  ଗୁଆ ବଣ୍ଟା ସରିଛି। ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ  ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି। ଭଦ୍ରକ  ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଁଚି ସମସ୍ତ ପ୍ରସ୍ତୁତି କାର୍ଯ୍ଯର ସମୀକ୍ଷା କରିଥିଲେ। ବିଶେଷକରି ବିବାହ ଉତ୍ସବ ଦିନ ବରଧରା ଶୋଭାଯାତ୍ରାରେ ଅଧିକ ସଂଖ୍ଯକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ।

ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବସ ଓଲଟିଲା ୬ ଗୁରୁତର, ୧୫ ଆହତ

ମେଦିନିପୁର : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ଗୁରୁତର, ୧୫ ଆହତ । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା ଘରୋଇ ବସ୍। ପଶ୍ଚିମବଙ୍ଗ ନାରାୟଣଗର ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ । ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ଗୋଡ କଟି ଯାଇଥିବା ବେଳେ  ସମସ୍ତ ୬ ଜଣ ଗୁରୁତରଙ୍କୁ‌ ପ୍ରଥମେ ସ୍ଥାନୀୟ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ସେମାନଙ୍କୁ ମେଦିନିପୁର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ନାରାୟଣ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ ।