spot_img
Home Blog Page 1971

ପାରଳାଖେମୁଣ୍ଡିରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ସିନେଷ୍ଟାର ମୁନ୍ନା ଖାଁ

ଗଞ୍ଜାମ: ଗଞ୍ଜାମରେ ଜମୁଛି ନିର୍ବାଚନୀ ପ୍ରଚାର। ପାରଳାଖେମୁଣ୍ଡିରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ସିନେଷ୍ଟାର ତଥା ବିଜେଡ଼ି ସଂଖ୍ୟାଲଘୁ ସେଲର ସଭାପତି ମୁନ୍ନା ଖାଁ। ଦଳର ନେତା ଓ କର୍ମୀ ତାଙ୍କୁ ସ୍ବାଗତ କରିବା ପରେ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ସମର୍ଥନରେ ଏକ ବିଶାଳ ଶୋଭାଯାତ୍ରା ବାହାରି କେସିପୁର, ଗୁମ୍ମା, ଆଶ୍ରୟଗଡ଼, କଳାକୋଟ, ସେରଙ୍ଗ ଆଦି ଅଞ୍ଚଳରେ ପରିକ୍ରମା କରାଯାଇଛି। ଜନସାଧାରଣଙ୍କୁ ବିଜେଡିର ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ସମର୍ଥନ କରିବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ରୂପେଶ। ମୁନ୍ନା ଖାଁଙ୍କୁ ନିକଟରେ ଦେଖି ଅଞ୍ଚଳର ଆଦିବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଛି। ଲୋକଙ୍କ ସହ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା ଅଞ୍ଚଳରେ କିଭଳି କାର୍ଯ୍ୟକାରୀ ହୋଇଛି ସେନେଇ ଲୋକଙ୍କୁ ବୁଝାଇଛନ୍ତି। ପୁଣି ଯେପରି ଏହି ବିକାଶ ଧାରା ଆଗକୁ ବଢ଼ିବ ସେଥିପାଇଁ ବିଜେଡ଼ିକୁ ସମର୍ଥନ କରିବାକୁ ଉଭୟ ନିବେଦନ କରିଛନ୍ତି।

ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାସ୍ତା ଘାଟର ବିକାଶ ହେବା ସହ ସୁଗମ ହୋଇଛି ଗମନାଗମନ। ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ଚର୍ଚ୍ଚ, ମନ୍ଦିର ମଠ ଆଦି କ୍ଷେତ୍ରରେ ଉନ୍ନତି ହୋଇଛି । ଯେଉଁଥିପାଇଁ ବିପୁଳ ସମର୍ଥନ ମିଳୁଥିବା କହିଛନ୍ତି ମୁନ୍ନା ଖାଁ।

କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

କବିସୂର୍ଯ୍ୟନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ରାତି ଓଡିଶାବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ପାଞ୍ଚ ବର୍ଷକୁ ଥରେ ଆମକୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି। ୯୫ ପ୍ରତିଶତରୁ ଅଧିକ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିବାକୁ କବିସୂର୍ଯ୍ୟନଗରବାସୀଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। କବିସୂର୍ଯ୍ୟନଗର ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ସେନାପତି। ସେମାନେ ସବୁବେଳେ ଲୋକଙ୍କ ସହ ଅଛନ୍ତି ଓ ରହିବେ। ସେମାନଙ୍କୁ ବଡ ଭୋଟ ବ୍ୟବଧାନରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ମମତା ଯୋଜନାଠାରୁ ମିଶନ ଶକ୍ତି, BSKY, ଲକ୍ଷ୍ମୀ, ମାଗଣା ଚାଉଳ ଯୋଜନା, ନୂଆ-ଓ ଓ କାଳିଆ ଯୋଜନା ସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଶଙ୍ଖ ଚିହ୍ନ ଓଡିଶା ପ୍ରଗତି ଓ ଉନ୍ନତିର ଚିହ୍ନ। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସେ ଅପିଲ କରିଛନ୍ତି। ଏହାସହ କବିସୂର୍ଯ୍ୟନଗରରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କବିସୂର୍ଯ୍ୟନଗରରେ ବିରୋଧୀ ନାହାଁନ୍ତି ବୋଲି ସେ କହିଛନ୍ତି।

ଛଅ ମାସ ତଳେ କବିସୂର୍ଯ୍ୟନଗରରୁ ମିଳିଥିବା ଆବେଦନର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଲୋକଙ୍କ ଆବେଦନ ଆଧାରରେ ଛଅ ମାସରେ ମୁଖ୍ୟମନ୍ତ୍ରୀ କବିସୂର୍ଯ୍ୟନଗର ବିଧାନସଭା କ୍ଷେତ୍ର ପାଇଁ ୬୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଠଗଡ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ଗୁପ୍ତେଶ୍ବର ମନ୍ଦିର ପାଇଁ କୋଟିଏ ୨୦ ଲକ୍ଷ, ସିଦ୍ଧେଶ୍ବର ମନ୍ଦିର ରୂପାନ୍ତରଣ ପାଇଁ ଏକ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ପୁରୁଷୋତ୍ତମପୁରର ନଦୀ ବନ୍ଧ ନିର୍ମାଣ ପାଇଁ ୩୦ କୋଟି ଏବଂ କବିସୂର୍ଯ୍ୟନଗରର ପାନୀୟ ଜଳ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ଲତିକା ପ୍ରଧାନ ଓ ରଂଜିତା ସାହୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। କବିସୂର୍ଯ୍ୟନଗରରେ ଡବଲ ଚାଲ ଚଳିବ ନାହିଁ ବୋଲି କହିଛନ୍ତି ଲତିକା ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

ମାଲକାନଗିରି: କେନ୍ଦ୍ରମନ୍ତ୍ରୀ ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନକୁ କଡାକଡି ଯାଞ୍ଚ କରାଯାଇଛି। କଡାକଡି ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ଫ୍ଲାଇଂ ସ୍କ୍ବାଡ। ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାର ଏୟାରଷ୍ଟ୍ରିପରେ ତାଙ୍କ ବିମାନକୁ ଯାଞ୍ଚ କରାଯାଇଥିଲା। ଦଳୀୟ କାର୍ଯ୍ୟକ୍ରମରେ ଯାଇଥିବା ବେଳେ ତାଙ୍କ ବିମାନକୁ ଯାଞ୍ଚ କରାଯାଇଛି।

ସରକାରୀ ଅଧିକାରୀଙ୍କୁ ଧମକାଉଛି ବିଜେପି

ଭୁବନେଶ୍ୱର: ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି। ଏନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ରାଜ୍ୟ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି ବିଜେପି। ପିଲାମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ହେଉ କି ଲୋକଙ୍କୁ ଧମକାଇବା ପରି କାମ କରୁଛନ୍ତି ବିଜେପି ନେତା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । ଯେପରି BDO, ତହସିଲଦାର ଓ ପୋଲିସଙ୍କୁ ଧମାକାଉଛନ୍ତି ।

କିଛି ଦିନ ତଳେ ନିର୍ବାଚନ କମିଶନ କିଛି IAS, IPS ଓ OAS ଙ୍କ ବଦଳି କରିଥିଲେ। ସେହି ନାଁ ନେଇ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ବଦଳି କରିଦେବାକୁ କହି ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ଟ୍ରାନ୍ସଫର କରି ଦେବେ। ନିର୍ବାଚନ ଆସିବ ନିର୍ବାଚନ ଯିବ ହେଲେ ସରକାରୀ ଅଧିକାରୀଙ୍କ ମନୋବଳ ଯେପରି ସୁଦୃଢ ରହିବ, ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି । ପୂର୍ବରୁ ମଧ୍ୟ ଏ ସବୁ ତଥ୍ୟ ନେଇ CEO ଙ୍କ ପାଖରେ ଦାଖଲ କରିସାରିଛି ବିଜେଡି ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଲେନିନ୍ ମହାନ୍ତି

ବ୍ୟୁରୋ ରିପୋର୍ଟ: ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନ ଉଠାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ କରିଛନ୍ତି କଣ ? ଓଡିଶାବାସୀ ପ୍ରତ୍ୟାକ୍ଷିତ କରିଥିବାରୁ ରାଗରେ ଓଡିଶାର ଯୁବକଙ୍କୁ ଉପେକ୍ଷିତ କରି ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଯୁବକଙ୍କୁ ନିଯୁକ୍ତିି ଦେଇଛନ୍ତି ଧର୍ମେନ୍ଦ୍ର। ସମ୍ବଲପୁରରେ ନାମାଙ୍କନ ଦାଖଲ ପୂର୍ବରୁ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଯଦି ସତ ସାହାସ ଅଛି ତେବେ ଦାୟିତ୍ୱ ନେବା ପରଠାରୁ ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଇଛ, ତାହାର ଉତ୍ତର ଦେବାକୁ ଧର୍ମେନ୍ଦ୍ରଙ୍କୁ ଆହ୍ବାନ ଦେଇଛନ୍ତି ଲେନିନ୍। ଏହାସହ ଓଡିଶା ପାଇଁ କେତେ ସିଏସଆର ଫଣ୍ଡ ଦେଇଛ ? ପଦ୍ମ କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ରଙ୍କ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଘେରିଛନ୍ତି ଲେନିନ୍।

ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ନିକଟତର ହେବାର ନାଟକ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସଲ ମୁଖା ଖୋଲିଦେଇଛି ବିଜେଡି। କେନ୍ଦ୍ରରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ସମୟରେ ଓଡିଆଙ୍କ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଛନ୍ତି। ଯଦି ସତ୍ ସାହାସ ଅଛି ଆସନ୍ତାକାଲି ସମ୍ବଲପୁରରେ ନାମାଙ୍କନ ପାତ୍ର ଦାଖଲ କରିବା ପୂର୍ବରୁ ଏହାର ଉତ୍ତର ଦେବାକୁ ଦାବି କରିଛି ବିଜେଡି। ମନ୍ତ୍ରୀ ଥାଇ ଓଡିଶା ପାଇଁ କିଛି କରିବାକୁ ସୁଯୋଗ ଥିବା ସମୟରେ କରିପାରିଲେନି।  ନିଜ ଅଞ୍ଚଳରେ ଫୁଟ ଓଭର ବ୍ରିଜ୍ କରିପାରୁନାହାନ୍ତି। ଏବେ ସେ ସମ୍ବଲପୁରବାସୀଙ୍କ ପାଇଁ କଣ କରିବେ। ଏନଏଚ – ୫୫ ପ୍ରସଙ୍ଗରେ ପୂର୍ବରୁ ବାଃହା ବାଃ ନେଉଥିଲେ। ଏବେ କିନ୍ତୁ ଏନଏଚ- ୫୫ର କାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ବିଳମ୍ବ ହେଉଛି । ପୂର୍ବରୁ ବାଃହା ବାଃ ନେଉଥିବା ବ୍ୟକ୍ତି ଏବେ କହୁଛନ୍ତି ମୁଁ ରାସ୍ତା ବିଭାଗର ମନ୍ତ୍ରୀ ନୁହେଁ ବୋଲି। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସମ୍ବଲପୁରବାସୀଙ୍କ ଅବଦାନ ଅନେକ। କିନ୍ତୁ ଓଡିଶାକୁ ଉପେକ୍ଷିତ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବୁଲିବୁଲି ସମ୍ବଲପୁରରେ ନିର୍ବାଚନ ଲଢିବାକୁ ଭୋଟ ଭିକ୍ଷା କରୁଛନ୍ତି। ସମ୍ବଲପୁର ଅଞ୍ଚଳର ବାମରାକୁ ଯାଇ ଧର୍ମେନ୍ଦ୍ର ବାବୁ ଭୋଟ ମାଗୁଛନ୍ତି। କିନ୍ତୁ ବାମରାରେ ଥିବା ରେଳ ଷ୍ଟେସନର ଦୁର୍ଗତି ବିଷୟରେ କେବେ ଥରେ ହେଲେ ଚିନ୍ତା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଲେନିନ୍ ମହାନ୍ତି । ସମ୍ବଲପୁରବାସୀ ଜ୍ଞାନୀଗୁଣି ଲୋକ। ଉଚିତ ସମୟରେ ଜନତା ଉଚିତ ଜବାବ ଦେବେ ବୋଲି କହିଛନ୍ତି ଲେନିନ୍ ମହାନ୍ତି।

ଆମେରିକାରେ ଜୋରଧରିଲା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ, କଲମ୍ବିଆ ୟୁନିଭରସିଟି କ୍ଯାମ୍ପସ ଅଶାନ୍ତ

ବ୍ୟୁରୋ ରିପୋର୍ଟ: ନ୍ୟୁୟର୍କରେ ଜୋର ଧରିଲା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନ। କଲମ୍ବିଆ ୟୁନିଭରସିଟି କ୍ଯାମ୍ପସ ଅଶାନ୍ତ। ୟୁନିଭରସିଟିର ହାମିଲଟନ ହଲକୁ ଅକ୍ତିଆର କରିଛନ୍ତି ପାଲେଷ୍ଟାଇନ ସପକ୍ଷବାଦୀ। ସେମାନଙ୍କୁ କବଜା କରିବା ଲାଗି ୟୁନିଭରସିଟି କ୍ଯାମ୍ପସରେ ପ୍ରବେଶ କରିଛି ନ୍ୟୁୟର୍କ ସିଟି ପୋଲିସ। ଇସ୍ରାଏଲ ବିରୋଧୀ ଆନ୍ଦୋଳନକାରୀଙ୍କୁ ବହିଷ୍କାର କରାଯିବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତାବନୀ ସତ୍ତ୍ବେ ସେମାନେ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେକଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି। କ୍ଯାମ୍ପସ ବାହାରେ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟର ଷ୍ଟ୍ରାଟେଜିକ ରେସପନସ ଗ୍ରୁପ ମୁତୟନ କରାଯାଇଛି।

ସୂଚନା ମୁତାବକ, ଗତ ଏପ୍ରିଲ ୧୮ ତାରିଖରେ କଲମ୍ବିଆ ୟୁନିଭରସିଟିରେ ହୋଇଥିବା ପାଲେଷ୍ଟାଇନ ସପକ୍ଷବାଦୀ ଆନ୍ଦୋଳନରେ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା ପୋଲିସ। ଟେକ୍ସାସ, ଉଟାହ, ଭିର୍ଜିନିଆ, ନର୍ଥ କାରୋଲିନା, ନ୍ୟୁ ମେକସିକୋ, କନେକ୍ଟିକଟ, ଲୁଇସିଆନା, କାଲିଫର୍ଣ୍ଣିଆ ଓ ନ୍ୟୁଜର୍ସିର ବିଭିନ୍ନ କ୍ଯାମ୍ପସରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ହ୍ବାଇଟ ହାଉସ ପକ୍ଷରୁ ନିନ୍ଦା କରାଯାଇଛି। ଛାତ୍ରଛାତ୍ରୀମାନେ ଭୁଲ୍ ପଦକ୍ଷେପ ନେଉଥିବା ରାଷ୍ଟ୍ରପତି ଜୋ ବାଇଡେନ କହିଥିବା ନେଇ ସୂଚନା ଦେଇଛନ୍ତି ନ୍ଯାସନାଲ ସିକ୍ଯୁରିଟି କାଉନସିଲ ମୁଖପାତ୍ର ଜନ କିର୍ବି।

ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ: ପୋଲିସର ଛାନଭିନ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳିପାରି ନାହିଁ।

ଦିଲ୍ଲୀର ହାଇ ପ୍ରୋଫାଇଲ ସ୍କୁଲକୁ ଧମକ ଯିଆଯାଇଥିବା ସୂଚନା ମିଳିଛି। ଏଥିରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ଭଳି ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଛି। ଏହା ପରେ ପୋଲିସ ଏବଂ ସ୍କୁଲ କର୍ତ୍ତୁପକ୍ଷ ସତର୍କ ହୋଇଛନ୍ତି। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଜଣା ସୂତ୍ରରୁ ଏହି ଇମେଲ ଆସିବା ପରେ ଆତଙ୍କ ଖେଳିଥିଲା। କ୍ଯାମ୍ପସ ଭିତରେ ବିସ୍ଫୋରଣ ରହିଛି ବୋଲି ଇମେଲରେ ସୂଚନା ଦିଆଯାଇଥିଲା। ମଦର ମ୍ଯାରି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ଏହି ସୂଚନା ଆସିବାରୁ ପରୀକ୍ଷା ବାତିଲ କରାଯାଇଛି। ଯେଉଁ ସ୍କୁଲରେ ଧମକ ଆସିଛି ସେଠାରେ ସ୍କୁଲ ଛୁଟି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି।

 

ରାଜଧାନୀରେ ଭୋର ପର୍ଯ୍ୟନ୍ତ ଖୋଲୁଛି ଡ୍ୟାନ୍ସ ବାର ଓ ପବ

ଭୁବନେଶ୍ୱର: ନିର୍ବାଚନ ସମୟରେ ଅବକାରୀ ନିୟମ ଉଲ୍ଲଘଂନ। ସହିଦନଗରରେ ଭୋର ପର୍ଯ୍ୟନ୍ତ ଖୋଲା ରହୁଛି ଡ୍ୟାନ୍ସ ବାର ଓ ପବ।  ସହିଦନଗରରେ ଥିବା ସାଇନ ଏକ୍ସ ନାମକ ଡ୍ୟାନ୍ସ ପବ ଖୋଲିଥିବା ଦେଖିବାକୁ ମିଳିଛି। ପବ୍ ଭିତରର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଯୁବପୀଢ଼ିମାନେ ନିଶାରେ ଚୁର ହୋଇ ମସଗୁଲ ଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ନାଁ ଅଛି ପୋଲିସକୁ ଡର, ନାଁ ଅଛି ଅବକାରୀ ବିଭାଗର ଭୟ ।

ଗୋଟିଏ ପଟେ ଆଚରଣ ବିଧି ଲାଗୁ ହୋଇଛି। ଛକ ବଜାରରେ ନାକାବନ୍ଦି ହେଉଛି। କିନ୍ତୁ ଏହାରି ଭିତରେ ସବୁ ନିୟମର ଜଳାଞ୍ଜଳି ଦେଇ ଖୁଲମଖୁଲା ଚାଲିଛି ଡ୍ୟାନ୍ସ ପବ। ବାହାର ପଟ ଗେଟ ବନ୍ଦ କରି ଭିତର ପଟେ ଚାଲିଛି ଏଭଳି ଧନ୍ଦା। ସେପଟେ ଖିଲାପକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ।

ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି, ଆଗାମୀ ୩ ଦିନ ଯାଏଁ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର: କମିବାର ନାଁ ଧରୁନି ଗ୍ରୀଷ୍ମପ୍ରବାହ। ଆହୁରି ୩ ଦିନ ପ୍ରବଳ ଖରା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି। ୧୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡା, ବୌଦ୍ଧକୁ ରେଡ ଆଲର୍ଟ ଜାରି କରାଯାଇଛି। ୩ ଓ ୪ ତାରଖ ବେଳକୁ ପାଗରେ ସାମାନ୍ଯ ପରିବର୍ତ୍ତନ ହେବାକୁ ଥିଲେ ସୁଦ୍ଧା ଅରେଞ୍ଜ ଆଲର୍ଟରେ ରହିବ ଆଭ୍ଯନ୍ତରୀଣ ଓଡ଼ିଶା। ଉପକୂଳ ଅଞ୍ଚଳରେ ୩ ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା ।

ଗତକାଲି ବାରିପଦାରେ ସର୍ବକାଳୀନ ତାପମାତ୍ରା ରେକର୍ଡ ହୋଇଥିଲା। ଚଳିତ ସିଜିନରେ ପ୍ରଥମ ଥର ୪୬ ଡିଗ୍ରୀ ପାର କରିଥିଲା ତାପମାତ୍ରା। ୪୬.୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତ୍ତପ୍ତ ଥିବାବେଳେ ବାଲେଶ୍ବରରେ ମଧ୍ଯ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ବାରିପଦା ଓ ବାଲେଶ୍ବର ବିଶ୍ବର ଦ୍ବିତୀୟ ଓ ତୃତୀୟ ଉତ୍ତପ୍ତ ସହରର ହୋଇଥିବାବେଳେ ଭୁବନେଶ୍ବର ଦଶ ନମ୍ବର ସ୍ଥାନରେ ରହିଥିଲା ।

କୁମ୍ଭୀର ପ୍ରଜନନ ପାଇଁ ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଆଜିଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। କୁମ୍ଭୀର ପ୍ରଜନନ ପାଇଁ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ବନ୍ଦ ରହିବ ଜାତୀୟ ଉଦ୍ୟାନ। ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କୁ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବନବିଭାଗ ଭିତରକନିକାକୁ ପର୍ଯ୍ୟଟକ ମାନଙ୍କୁ ବାରଣ କରିଥାଏ।

କୁମ୍ଭୀର ମାନଙ୍କ ମିଳନ ପ୍ରକିୟା ପରେ ମା’ କୁମ୍ଭୀର ନଦୀ ଜୁଆର ମାଡୁ ନଥିବା ଉଚ୍ଚ ସ୍ଥାନ ଦେଖି ହେନ୍ତାଳ ଓ ଖରଖରି ପତ୍ରରେ ବସା ବାନ୍ଧି ଅଣ୍ଡାଦାନ କରିଥାଏ। ଅଣ୍ଡାରୁ ଛୁଆ ଫୁଟିବା ପରେ ମା’ କୁମ୍ଭୀର ଛୁଆକୁ ନେଇ ନଦୀରେ ଛାଡିଥାଏ। ଏହି ସମୟରେ କୁମ୍ଭୀର ଆକ୍ରମଣର ସମ୍ଭାବନା ଥିବାରୁ ନଦୀକୂଳିଆ ଗ୍ରାମବାସୀମାନଙ୍କୁ ନଦୀକୁ ଯିବାକୁ ବାରଣ କରିଛି ରାଜନଗର ବନବିଭାଗ।