ନୂଆଦିଲ୍ଲୀ : ଶୋଷିତ ସମାଜ ପାର୍ଟିଙ୍କ ରାଷ୍ଟୀୟ ଅଧ୍ୟକ୍ଷ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ଼ । ଆଗ୍ରା ଫତେହାବାଦର ଏକ ସଭାରେ ତାଙ୍କ ଭାଷଣ ଚାଲିଥିବ ବେଳେ ଜଣେ ଯୁବକ ତାଙ୍କ ଉପରକୁ ଜୋତା ମାଡ଼ କରିଥିବା ସୂଚନା ମିଳିଛି । ସେ ଫତେହାବାଦରେ ସତୀ ମନ୍ଦିରକୁ ନେ ନିଜ ଦଳୀୟ ପ୍ରାର୍ଥୀ ହୋତମ ସିଂହଙ୍କ ସପକ୍ଷରେ ଜନତାଙ୍କୁ ସମ୍ବୋଧିକ କରିବାକୁ ଆସିଥିଲେ । ସେଥିରେ ସେ ସତାତନ ଧର୍ମକୁ ନେଇ ଏକ ଟିପ୍ପଣୀ ଦେଇଥିଲେ । ଯାହାକୁ ଶୁଣି ଯୁବ ବିଗ୍ରେଡର ଜଣେ ସଦସ୍ୟ କ୍ରୋଧିତ ହୋଇ ତାଙ୍କ ଉପରୁ ଜୋତା ଫୋପାଡି ଥିଲେ । ଏହା ପରେ ପୋଲିସ ତୁରନ୍ତୁ ସେହି ବ୍ୟକ୍ତିକୁ ଗିରଫ କରି ନେଇଥିଲେ ।
ଜାତି ପ୍ରଘଟ ଡରରେ ଆତ୍ମହତ୍ୟା କରିଥିଲେ ରୋହିତ ଭେମୁଲା : ପୋଲିସ
ନୂଆଦିଲ୍ଲୀ : ରୋହିତ ଭେମୁଲା ମୃତ୍ୟୁ ମମଲାରେ ସବୁ ଅଭିଯୁକ୍ତଙ୍କୁ କ୍ଲିନ୍ ଚିଚ୍ ଦେଲା ତେଲେଙ୍ଗାନା ପୋଲିସ । କୋର୍ଟରେ ଦିଆଯାଇଛି କ୍ଲୋଜର ରିପୋର୍ଟ । ଏଥିରେ କୁହାଯାଇଛି କି ରୋହିତ ଦଳିତ ନଥିଲେ । ତାଙ୍କ ପ୍ରକୃତ ଜାତି ସମସ୍ତଙ୍କୁ ଜଣାପଡିଯିବା ଡର ହିଁ ତାଙ୍କ ମୃତ୍ୟୁର କାରଣ । ସେ ୨୦୧୬ ଜାନୁଆରୀ ୧୭ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ତେଲେଙ୍ଗାନା ପୋଲିସ ରୋହିତ ଭେମୁଲା ମୃତ୍ୟୁ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି । ସେ ରାଜନୈତିକ କାର୍ଯ୍ୟରେ ଅତ୍ୟନ୍ତ ସକ୍ରିୟ ଥିଲେ । ଏଥି ପାଇଁ ତାଙ୍କ ଏକାଡେମିକ୍ ପ୍ରଦର୍ଶନ ଭଲ ନଥିଲା । ଏଥି ସହିତ ନିଜ ଜାତି ଅନ୍ୟମାନେ ଜାଣିଦେବା ଡର ଆଦି ତାଙ୍କ ମୃତ୍ୟୁର କାରଣ ବୋଲି ପୋଲିସ ଦର୍ଶାଇଛି ।
ରୋହିତ ଭେମୁଲା ହାଇଦ୍ରାବାଦର ସେଣ୍ଟ୍ରାଲ ୟୁନିଭର୍ସିଟିର ହଷ୍ଟେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସେତେବେଳେ ସେ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିଲେ । ଅନ୍ୟପଟେ ପୋଲିସର କ୍ଲୋଜର ରିପୋର୍ଟକୁ ନେଇ ଅସନ୍ତୁଷ୍ଠ ହୋଇ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ରିପୋର୍ଟ ପ୍ରତ୍ୟାହାର ସହ ପୁନର୍ବାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ଦାବି କରିଛନ୍ତି ।
ଶବ ସତ୍କାର କରିବାକୁ ଆସି ହେଲେ ମହୁମାଛିଙ୍କ ଆକ୍ରମଣର ଶିକାର, ୬ଜଣ ଗୁରୁତର
ଜଳେଶ୍ୱର : ଶବ ସତ୍କାର କରିବାକୁ ଶ୍ମଶାନକୁ ଆସି ମହୁମାଛି ଆକ୍ରମଣରେ ୬ ଗୁରୁତର। ଜଳେଶ୍ଵର ବ୍ଲକ ଡେମୁରିଆ ଗାଁର ଘଟଣା। ଗାଁର ଅନନ୍ତ ଜେନାଙ୍କ ମୃତ୍ଯୁ ପରେ ଶବ ସତ୍କାର ପାଇଁ ଶ୍ମଶାନରେ ପହଞ୍ଚିଲେ ପରିବାର। ହଠାତ୍ ମହୁ ମାଛି ଆକ୍ରମଣ କରିଥିଲା । ମୃତଦେହ ରଖି ଚମ୍ପଟ ମାରିଲେ ଲୋକେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ଖବର ପାଇ ନାମ୍ପୋ ଫାଣ୍ଡି , କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।
କନେଷ୍ଠବଳ ଚାକିରି ସହ UPSC ପାଇଁ ପ୍ରସ୍ତୁତି, ୭ଥର ଫେଲ ପରେ ପାଇଲେ ସଫଳତା
ନୂଆଦିଲ୍ଲୀ : ପେଶାରେ ପୋଲିସ କନେଷ୍ଠବଳ । କିନ୍ତୁ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ୟୁପିଏସସି ଭଳି କଠିନ ପରୀକ୍ଷାରେ ସଫଳତା ହାସଲ କରିପାରିଛନ୍ତି । ୧୬ ଏପ୍ରିଲ ୨୦୨୪ରେ UPSC ରେଜଲ୍ଟ ଜାରି ହେବା ପରେ ସାମ୍ନାକୁ ଆସିଲା ଜଣେ ସଫଳ ପରୀକ୍ଷାର୍ଥୀଙ୍କ କାହାଣୀ । ନିଜ ଆର୍ଥିକବସ୍ଥା ସଙ୍ଗୀନ ହେବା ସର୍ତ୍ତ୍ୱେ , ବାରମ୍ୱାର ବିଫଳ ହେବା ପରେ ବି ନିଜ ସ୍ୱପ୍ନ ସାକାର କରିବାକୁ ସେ କେବେ ପଛଘୁଞ୍ଚା ଦେଇ ନଥିଲେ ସେ ।
ଏ ହେଉଛନ୍ତି ରାଜସ୍ଥାନ ଦୌସା ଜିଲ୍ଲାର ରାମ ଭଜନ । ବାପା, ମା ଦୁହେଁ ଦିନ ମଜୁରିଆ । ପିଲା ଦିନରୁ ସେ ମଧ୍ୟ ପଥର ଭାଙ୍ଗି ୨ ପଇସା ରୋଜଗାର କରୁଥିଲେ । ପରେ ସେ ନିଜ ପ୍ରଚେଷ୍ଠା ବଳରେ ଦିଲ୍ଲୀ ପୋଲିସରେ କନେଷ୍ଠବଳ ଚାକିରି ପାଇଲେ । ଏହା ପରେ ବହୁ ପରିଶ୍ରମ ଏବଂ ୭ଥର ବିଫଳତା ପରେ ଦୁନିଆର ସବୁଠୁ କଠିନ ପରୀକ୍ଷା ପାସ୍ କରିପାରିଛନ୍ତି । ଏବେ ତାଙ୍କ ସଫଳତାକୁ ନେଇ ସେ ସବୁଠି ଚର୍ଚ୍ଚାରେ ।
ପୋଲିସରେ ଚାକିରି କରିବା ସହିତ ସେ UPSC ପାଇଁ ପ୍ରସ୍ତୁତି କରୁଥିଲେ । ହେଲେ ୭ ଥର ବିଫଳ ହେବା ପରେ ମଧ୍ୟ ସେ ନିଜ ମନୋବଳକୁ ଦୃଢ କରି ୮ମ ଥର ପାଇଁ ପରୀକ୍ଷା ଦେଇଥିଲେ ଏବଂ ଶେଷରେ ସଫଳତା ହାସଲ କରିଥିଲେ । ନିଜେ ଡ୍ୟୁଟି ପରେ ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ପଢୁଥିବା ସେ କହିଛନ୍ତି । ପରିବାରର ଭରଣାପୋଷଣ ଏବଂ ପୋଲିସ ଚାକିରି ସହ UPSC ପାଇଁ ପ୍ରସ୍ତୁତି ହେବା ସହଜ ନଥିଲା । ଏଥିପାଇଁ ତାଙ୍କ ପତ୍ନୀଙ୍କ ବଡ଼ ସହଯୋଗ ରହିଛି ବୋଲି ସେ କହିଛନ୍ତି ।
ପାଟପୁରରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ମୃତ
ପାଟପୁର: ଇଟାଭାଟିରେ କାମ କରୁଥିବା ସମୟରେ ପୋଡା ଇଟା କାନ୍ଥ ଭୁଶୁଡି ଦୁଇ ଜଣଙ୍କର ମୃତ୍ୟୁ। ପାଟପୁର ଥାନା ଅନ୍ତର୍ଗତ ନୂଆଁଗଡ଼ ସ୍ଥିତ SBI ଚିମିଲିରେ ଘଟିଛି ଏପରି ଅଘଟଣ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି।
ଘଟଣାସ୍ଥଳରେ ଖୁଲୁଡ଼ି ଗ୍ରାମର ୬୦ ବର୍ଷୀୟ ବୃଦ୍ଧା ସୁଲଭ ଦୋରାଙ୍କ ମୃତ୍ୟୁ ହୋଇଥିବା ବେଳେ ବଳଧିଆ ଗ୍ରାମର ସରସ୍ପତି ନାମକ ମହିଳାଙ୍କର ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଖବର ପାଇ ପାଟପୁର ପୋଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଇଟା ଭାଟିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

