spot_img
Home Blog Page 1957

ହରଡ଼ଘଣାରେ ସୀମା ଓ ସଚିନ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ପାକିସ୍ତାନରୁ ଭାରତକୁ ଆସି ସୀମାଙ୍କ ନାଁରେ କେସ୍ ଦେଇଛନ୍ତି । କେବଳ ସୀମାଙ୍କ ନାମରେ ନୁହଁ ତାଙ୍କ ସ୍ୱାମୀ ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଗୋଟିଏ କି ଦୁଇଟି ନୁହେଁ ୨୦ ଟି ଧାରା ଅନୁଶାରେ ମାମଲା ଦାୟର ହୋଇଛି ।

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦାରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଏବଂ ତାଙ୍କ ଓକିଲ ସୁରଜପୁର ଜିଲ୍ଲା କୋର୍ଟରେ ପହଞ୍ଚିଛନ୍ତି। ସୀମା, ତାଙ୍କ ସ୍ୱାମୀ ସଚିନ ମୀନା ଏବଂ ପିତା ନେତ୍ରପାଳଙ୍କ ବିରୋଧରେ ଏଫଆଇଆର ଦେବା ପାଇଁ କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ କରାଯାଇଛି।

ଗୁଲାମଙ୍କ ଆବେଦନକୁ ନେଇ କୋର୍ଟ ଜେବର ପୋଲିସକୁ ନୋଟିସ ଜାରି କରିଛନ୍ତି । କୋର୍ଟଙ୍କ ନୋଟିସରେ ଜେବର ପୋଲିସକୁ ଏପ୍ରିଲ ୧୮ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨୦ ଟି ଧାରା ଅଧୀନରେ ଏକ ମାମଲା ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି । ସୀମା ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ଗୁଲାମ ହାଇଦର କହିଛନ୍ତି । ସୀମା ଓ ସଚିନଙ୍କ ବିବାହକୁ ସେ ଖଣ୍ଡନ କରିଛନ୍ତି ।

ଗୁଲାମ ହାଇଦରଙ୍କ ଆଇନଗତ କାର୍ଯ୍ୟ ପ୍ରକ୍ରିୟା ପରେ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପାଇଁ ସମସ୍ୟା ବଢିପାରେ । କାରଣ ଗୁଲାମ ହାଇଦର ତାଙ୍କ ଚାରି ସନ୍ତାନଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଭାରତ ସରକାରଙ୍କ ନିକଟରେ ନିବେଦନ କରିସାରିଛନ୍ତି।

ଏହାପୂର୍ବରୁ ଗୁଲାମ ହାଇଦରଙ୍କ ଓକିଲ ସୀମା ଏବଂ ସଚିନଙ୍କୁ ୩ କୋଟି ଟଙ୍କାର ନୋଟିସ ପଠାଇଥିଲେ। ଜରିମାନା ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ସୂଚନା ଥାଉକି, ସୀମା ହାଇଦାର ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ନେପାଲ ଦେଇ ଗ୍ରେଟର ନୋଏଡାର ରବୁପୁରା ଗାଁର ତାଙ୍କ ପ୍ରେମିକ ସଚିନଙ୍କ ପାଖକୁ ଚାଲି ଆସିଥିଲେ ଏଠାରେ ଉଭୟଙ୍କର ବିବାହ ହୋଇଥିଲା ।

ଜୋମାଟୋ ବୟଙ୍କ ଦୁଃଖ କାହାଣୀ, ଜୋମାଟୋ କହିଲା..

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଯାହାକି ଜଣାକୁ ରାତାରାତି ଷ୍ଟାର ବନାଇ ଦେଇଥାଏ । ଏବଂ କାହାକୁ ମଧ୍ୟ ରାତାରାତି ବଦନାମ କରି ଦେଇଥାଏ । ତେବେ ଜଣେ ଜୋମାଟେ ବୟ କାନ୍ଦୁଥିବାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ରୋହମ ଭଟ୍ଟାଚାର୍ଯ୍ୟଙ୍କ ନାମରେ ଜଣେ ୟୁଜର ଜଣେ ଜୋମାଟୋ ଡେଲିଭରି ବୟଙ୍କ କାନ୍ଦୁଥିବାର ଫଟୋକୁ ପୋଷ୍ଟ କରିଥିଲେ । ଡେଲିଭରି ବୟଙ୍କ ଭଉଣୀର ବିବାହ ହେବାକୁ ଥିବାବେଳେ ଜୋମାଟୋ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ବ୍ଲକ ରାଯାଇଥିଲା । ନିଜେ ଜଣେ ଛାତ୍ର ହୋଇଥିବାବେଳେ ଭଉଣୀ ବାହାଘର ପାଇଁ ଟଙ୍କା ମଧ୍ୟ ଜମା କରୁଥିଲେ । ଦିଲ୍ଲୀର ଡିଟିବି ନଗରରେ ରାସ୍ତାକଡ଼ରେ ଛିଡ଼ା ହୋଇ କାନ୍ଦୁଥିଲେ । ରୋହମ ତାଙ୍କର ଏକ ଫଟୋକୁ ପୋଷ୍ଟ କରିବା ସହ ଦୁଃଖ ସମ୍ପର୍କରେ ଲେଖି ପୋଷ୍ଟ କରିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଥିଲା ।

https://twitter.com/Sohamllb/status/1773402790104322085?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1773402790104322085%7Ctwgr%5Eea0c2c0b9d978db73fe3827c3ef21d2ee66fe3d3%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fzomato-delivery-agent-left-in-tears-claims-his-account-blocked-days-before-sisters-wedding-2517976.html

ଏହି ପୋଷ୍ଟଟି ଭାଇରାଲ ହେବାପରେ ବହୁ ଲୋକ ତାଙ୍କୁ ସହଯୋଗର ହାତ ମଧ୍ୟ ବଢ଼ାଇଥିଲେ । ତେବେ ସେ ଜୋମାଟୋକୁ ହାଜ୍ ଟ୍ୟାଗ୍ କରି ଏହି ପୋଷ୍ଟ କରିଥିବାବେଳେ ଜୋମାଟୋ ଏହା ଉପରେ ପ୍ରକିକ୍ରିୟା ରଖିଛି । ଯଦି କୌଣସି ଭୁଲ ହୋଇଥାଏ ତାହେଲେ ଏହାକୁ ସଂଶୋଧନ କରାଯିବ । ଜୋମାଟେ ସର୍ବାଦା ତାର ଡେଲିଭରି ବୟଙ୍କୁ ଗୁରୁତ୍ବ ଦେଇଥାଏ ବୋଲି କୁହାଯାଇଛି ।

ରାଜଧାନୀର ସାଇକେଲ ଚା’ବାଲା, ଝିଅକୁ ପାଠ ପଢ଼ାଇବାକୁ କରୁଛନ୍ତି ସଂଘର୍ଷ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଗଡୁଛି ସାଇକେଲ ଚା। ଘଣ୍ଟି ବଜାଇ ସାଇକେଲରେ ଭଳିକି ଭଳି ସ୍ଵାଦିଷ୍ଟ ଚା ବିକ୍ରି କରୁଛନ୍ତି ଘନଶ୍ୟାମ। ୧୦ ବର୍ଷ ତଳେ ବିହାର ଛାଡ଼ି ଓଡ଼ିଶା ଆସିଥିଲେ ଘନଶ୍ୟାମ। ଆଉ ସେବେଠୁ ଭୁବନେଶ୍ୱରର ଗଳି କନ୍ଦିରେ ବୁଲିବୁଲି ସାଇକେଲରେ ବିକ୍ରି କରନ୍ତି ଚା। ଘଣ୍ଟି ବାଜୁଛି ସାଇକେଲର ଚକା ଗଡୁଛି , ଆଉ ବଡପାଟିରେ ଜଣେ ଅଭାବୀ ମଣିଷ ପାଟି କରି ଡାକୁଛି ଚା ପିଇବେ ଚା। ନା ଖରା କୁ ଖାତିର ଅଛି ନା ବର୍ଷା । କାରଣ ଚା ବିକ୍ରି କଲେ ଦୁଇପାଇସା ଆସିବ ଘରେ ତାଙ୍କର ରୋଗିଣା ସ୍ତ୍ରୀ ପାଇଁ ମେଡ଼ିସିନ୍ ଆଉ ଝିଅର ପାଠପଢା ପାଇଁ ପଇସା ରୋଜଗାର କରିବାର ଅଛି ।  ସେଥିପାଇଁ ତ ଏ ଅଭାବୀ ବାପାକୁ ଖରା ଡରାଇ ପାରୁନି। ଆଭାବ ଅନାଟନ ରୁ ନିସ୍ତାର ପାଇଁ ବିହାର ଛାଡ଼ି ଦେଇଥିଲେ ଘନଶ୍ୟାମ ପାରିବାର।  ଓଡ଼ିଶା ଚା ବିକ୍ରି କରି ଦିନକୁ ଭଲ ପଇସା ସିନା ରୋଜଗାର ହେଉଛି ହେଲେ ଭୁବନେଶ୍ବରରେ ଝିଅକୁ ପାଠ ପଢ଼ାଇବା ଖର୍ଚ୍ଚ ସହିତ ସ୍ତ୍ରୀ ର ମେଡ଼ିସିନ୍ ଖର୍ଚ୍ଚ ଉଠାଇବା ସତେ ଯେମିତି ବୋଝ ଉପରେ ଲଳିତା ବିଡା ପରି ହେଲେ ବି ହାର ମାନି ନାହାନ୍ତି ଘନଶ୍ୟାମ।

ଓାଲ୍ଡଡ ଟାଉନ ଅଞ୍ଚାଲରେ ଏକ ଭଡ଼ା ଘରେ ରୁହନ୍ତି  ବଢ଼ି ଭୋରୁ ସାଇକେଲ ଚା ବିକ୍ରି କରିବା ପାଇଁ  ବାହାରି ଯାଆନ୍ତି ସେ। ଦିନ ତମାମ ରାଜଧାନୀ ର ରାସ୍ତାରେ ଘୁରି ବୁଲନ୍ତି। ଦୁଃଖକୁ ଛାତିରେ ଚାପି ଧରି ମୁଣ୍ଡଫଟା ଖରାରେ ନିଜକୁ ସିଜାଇ ଗରମର ଝାଞ୍ଜି ପବନରେ ନିଜକୁ ଜଳାଇ ଆଗକୁ ବଢ଼ି ଚାଲନ୍ତି ଘନଶ୍ୟାମ। ଉଦ୍ଦେଶ୍ୟ ହେଉଛି ଝିଅ କୁ ମଣିଷ । ବାପାଙ୍କ କଷ୍ଟକୁ ବି ବେଶ୍ ଅନୁଭବ କରିଛି ଝିଅ ମଧୁ। କେମିତି ନିଜ ପାଇଁ କିଛି ବି ନକରି ତା ପାଇଁ ତା ବାପା ମା ସବୁ କିଛି ଜଳାଞ୍ଜଳି ଦେଉଛନ୍ତି ସେଥି ପାଇଁ କ୍ୟାମେରା ଆଗରେ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଗୁହାରି କରିଛି କି ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ। ତା ମାଙ୍କ ରୋଗ ପାଇଁ ବଡ ସହାୟତା ହୋଇପାରିବ ବୋଲି।

ରସେଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂକୁ ରୋକି ପାରିବେ ତ ସିରାଜ? ରସେଲଙ୍କ ବିପକ୍ଷରେ ଏମିତି ରହିଛି ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଶୁକ୍ରବାର ଆଇପିଏଲ ୨୦୨୪ର ୧୦ ନମ୍ବର ମ୍ୟାଚରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ରହିଛି । କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ଏହି ମ୍ୟାଚଟି ଚିନାସ୍ବାମୀରେ ଖେଳାଯିବାକୁ ଯାଉଛି । ଉଭୟ ଦଳ ନିଜର ଅନ୍ତିମ ମ୍ୟାଚରେ ବିଜୟୀ ହୋଇଛନ୍ତି । ପଞ୍ଜାବ ବିପକ୍ଷରେ ବାଙ୍ଗାଲୋର ଜିତିଥିବାବେଳେ ହାଇଦ୍ରାବାଦକୁ ହରାଇ ଚଳିତ ବର୍ଷର ସିଜିନ ବିଜୟ ଅଭିଯାନ ଆରମ୍ଭ କରିଛି କୋଲକାତା ନାଇଟ ରାଇଡର୍ସ । ଉଭୟ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

ପ୍ରଥମ ମ୍ୟାଚରେ ରସେଲ ବ୍ୟାଟିଂ କରିଥିଲେ । କୋଲାକାତା ନାଇଟ ରାଇଡର୍ସ ଏକ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଥିଲା ।  ଛକା, ଚୌକା ମାଡ଼ ମାରିଥିବା ରସେଲଙ୍କ ଉପରେ ଆଜିର ମ୍ୟାଚରେ ନଜର ରହିବ ନିଶ୍ଚୟ । ସେପଟେ କୋହଲି, ମ୍ୟାକ୍ସଓ୍ବେଲ ଏବଂ ଡୁପ୍ଲେସି ବ୍ୟାଟିଂରେ ବଡ଼ ପାଳି ଖେଳିପାରନ୍ତି । କୋଲକାତା ନାଇଟ ରାଇଡର୍ସର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ପ୍ରଥମ ମ୍ୟାଚରେ ଆଖି ଦୃଷ୍ଟିଆ ଖେଳିପାରିନଥିଲେ । କେବଳ ସଲ୍ଟ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ରିଙ୍କୁ ସିଂ ମଧ୍ୟ ଭଲ ଖେଳିଥିଲେ । ତେବେ ରସେଲ ଯଦି ପଡ଼ିଆରେ ଅଧିକ ସମୟରେ ରୁହନ୍ତି ତାହେଲେ ଏହା ବାଙ୍ଗାଲୋର ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଏଣୁ ବାଙ୍ଗାଲୋର ରସେଲଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିପାରେ ।

ରସେଲଙ୍କ ବିପକ୍ଷରେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର ପାଲଟି ପାରନ୍ତି ସିରାଜ । ରସେଲ ଏଯାବତ ସିରାଜଙ୍କ ସହ ୬ଟି ମ୍ୟାଚରେ ସାମନା କରିଛନ୍ତି । ଯେଉଁଥିରୁ ମାତ୍ର ୧୯ ବଲର ସାମନା କରି ରସେଲ ୨୨ ରନ କରିପାରିଛନ୍ତି । ଏଣୁ ରସେଲ ସିରାଜଙ୍କ ବଲ ଖେଳି ସ୍କୋର କରିପାରିନାହାନ୍ତି । ଯାହାର ଫାଇଦା ଉଠାଇବ ବାଙ୍ଗାଲୋର ।

ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍

କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ବେଳେ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିଛି ଦାରିଙ୍ଗବାଡ଼ି ଥାନା ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ନାକା କରିଥିଲା ପୋଲିସ। ପୋଲିସକୁ ଦେଖି ଏସକର୍ଟ କରୁଥିବା ଦୁଇ ମୋଟରସାଇକେଲ ଆରୋହୀ ସହ ଗଞ୍ଜେଇ ଭର୍ତ୍ତି କାର୍ ବିପରୀତ ଦିଗକୁ ଗାଡ଼ି ଚାଳନା କରିଥିଲେ ।  ପୋଲିସ୍ ଗଞ୍ଜେଇ ମାଫିଆଙ୍କ ପିଛା କରୁଥିବା ବେଳେ ଏସକର୍ଟ କରୁଥିବା ଗୋଟିଏ ମୋଟରସାଇକେଲ ଦାରିଙ୍ଗବାଡି ନିକଟସ୍ଥ ଆମ୍ବ କାଲିଆ ଘାଟି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣେ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରାସ୍ତା ନଥିବାରୁ ଉଭୟ ଦାରିଙ୍ଗିବାଡ଼ି ଓ କେ.ନୁଆଗାଁ ପୋଲିସକୁ ଚକମା ଦେଇ  ଗଞ୍ଜେଇ ଭର୍ତ୍ତି କାରକୁ ସିମନବାଡି ଲାଦାମାଲାରେ ଛାଡ଼ି  ଚାଲି ଯାଇଥିଲେ । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍ ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅଂଶୁମାନ ମହାନ୍ତି

ପୁରୀ: କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ବିଜେଡି ଦଳରୁ ଟିକେଟ ପାଇଥିବା ଅଂଶୁମାନ ମହାନ୍ତି ଶୁକ୍ରବାର ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଆଗାମୀ ନିର୍ବାଚନରେ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ବାସୀଙ୍କର ସେ ସେବା କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ କାର୍ଯ୍ୟକୁ ଆଧାର କରି ସେ ବିଜୟ ହେବା ନେଇ ଆଶାବାଦୀ ବୋଲି ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ ଅଂଶୁମାନ । ୨୦୧୯ରେ ବୈଜୟନ୍ତ କେନ୍ଦ୍ରାପଡ଼ା ଆସନରୁ ଦେଢ ଲକ୍ଷରୁ ଅଧିକ ଭୋଟ ବ୍ଯବଧାନରେ ହାରିଥିଲେ ।

ବିହାର ମହାଗଠବନ୍ଧନରେ ଆସନ ବଣ୍ଟନ ଚୂଡ଼ାନ୍ତ

ପାଟନା: ବିହାର ମହାଗଠବନ୍ଧନରେ ଆସନ ବଣ୍ଟନ ହେଲା ଚୂଡ଼ାନ୍ତ। ଆରଜେଡି ଲଢେଇ କରିବ ୨୬ ଆସନରେ। କଂଗ୍ରେସ ଲଢିବ ୯ ଆସନରେ। ବାମପନ୍ଥୀ ଦଳ ଲଢିବେ ୫ ଆସନରେ। ରାଜ୍ଯର ମୋଟ ୪୦ ଲୋକସଭା ଆସନରେ କାହାକୁ କେତେ ସିଟ ମିଳିବ  ତାହାକୁ ନେଇ ଜାରି ରହିଥିଲା ଆଲୋଚନା। ଯେଉଁ ଆସନରେ କଂଗ୍ରେସ ଲଢିବ ସେଗୁଡିକ ହେଲା କତିହାର, କିଷନଗଞ୍ଜ, ପାଟନା ସାହିବ, ସାସାରାମ, ଭାଗଲପୁର, ପଶ୍ଚିମ ଚମ୍ପାରନ, ମୁଜାଫରପୁର, ସମସ୍ତିପୁର ଓ ମହାରାଜାଗଞ୍ଜ। ବେଗୁସରାଇ, ଖଗରିଆ, ଆରା, କାରାକାଟ ଓ ନାଳନ୍ଦାରେ ଲଢିବେ ବାମପନ୍ଥୀ ଦଳ। ଏପ୍ରିଲ, ୧୯, ୨୬, ମେ ୭, ୧୩, ୨୦, ୨୫ ଓ ଜୁନ ୧ରେ ବିହାରରେ ହେବ ଭୋଟ। ସେପଟେ ଏନଡିଏରେ ଆସନ ବଣ୍ଟନ ଅନୁସାରେ ବିଜେପି ୧୭, ଜେଡିୟୁ ୧୬, ହାମ, ଆରଏଲପି ଗୋଟିଏ ଲେଖାଏ ଆସନରେ ଏବଂ ଚିରାଗ ପାଶ୍ବାନଙ୍କ ଲୋକଜନଶକ୍ତି ରାମ ବିଳାସ ଦଳ ଲଢିବ ୫ ଆସନରେ।

ରେକର୍ଡ ଭାଙ୍ଗିଲା ସୁନା ଦର, ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ଛୁଇଁଲା ୭୦ ହଜାର ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ପୁଣି ବଢ଼ିଲା ସୁନାଦର। ରେକର୍ଡ ଭାଙ୍ଗିଲା ସୁନା। ଘରୋଇ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ଛୁଇଁଲା। ସେହିପରି ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୬୩ ହଜାର ଟଙ୍କା ପହଞ୍ଚିଛି। ସୁନାର ଏହି ଦର ସର୍ବକାଳୀନ ରେକର୍ଡ କୁହାଯାଉଛି। ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୪ ହଜାର ଟଙ୍କା ବୃଦ୍ଧି ହୋଇଛି। ସୁନା ଦର ଦିନକୁ ଦିନ ବଢ଼ିବା ନେଇ ଚିନ୍ତାରେ ଗ୍ରାହକ। ଆଗକୁ ବିବାହ ଋତୁ ଥିବାରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ବର୍ଷ ଶେଷ ସୁଦ୍ଧା ୨୨ କ୍ୟାରେଟ ସୁନା ଦର ୭୦ ହଜାର ଟଙ୍କା ଛୁଇଁପାରେ ବୋଲି କୁହାଯାଉଛି।

କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଜାରି କଲେ ହ୍ବାଟ୍ସଅପ ନମ୍ବର, ଆଜିଠୁ ଆଶୀର୍ବାଦ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା କେଜ୍ରିୱାଲ ଙ୍କୁ ଆଶୀର୍ବାଦ ଅଭିଯାନ। କେଜ୍ରିୱାଲଙ୍କ ପତ୍ନୀ ସୁନୀତା ଜାରି କରିଛନ୍ତି ହ୍ଵାଟ୍ସଅପ୍ ନମ୍ବର। ବର୍ତ୍ତମାନ ମଦ ଅବନୀତି ମାମଲାରେ ଇଡି ରିମାଣ୍ଡରେ  ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ମଧ୍ୟରେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଦିଲ୍ଲୀପବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ ଲୋକଙ୍କ ସନ୍ଦେଶ କେଜ୍ରିୱାଲଙ୍କ ପାଖକୁ ପହଞ୍ଚାଇବା ପାଇଁ ଏକ ହ୍ଵାଟସଆପ୍ ନମ୍ବର ଜାରି କରିଛନ୍ତି। ସମ୍ବୋଧନ କରି ସୁନୀତା କେଜ୍ରିୱାଲ କହିଛନ୍ତି ଯେ କୋର୍ଟରେ କେଜ୍ରିୱାଲ ଯାହା କହିଛନ୍ତି ତାହା କୋର୍ଟ ସମ୍ମୁଖରେ କହିବା ପାଇଁ ବହୁତ ସାହସ ଦରକାର। ଗତ ୩୦ ବର୍ଷ ଧରି ମୁଁ ତାଙ୍କ ସହିତ ଅଛି। ଦେଶଭକ୍ତି ତାଙ୍କ ରକ୍ତରେ ଅଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ସୁନୀତା ଏହି ସୂଚନା ଦେଇଛନ୍ତି।

ସତ୍ୟବାଦୀ ମାଟିର ବିକାଶ ଧାରାକୁ ବଜାୟ ରଖିବି : ସଞ୍ଜୟ ଦାସବର୍ମା

ସତ୍ଯବାଦୀ : ସତ୍ଯବାଦୀରୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା । ସଂସ୍କୃତି ସମ୍ପନ୍ନ ସତ୍ୟବାଦୀ ମାଟିର ବିକାଶ ଧାରାକୁ ବଜାୟ ରଖିବା ଓ ବିକାଶକୁ ଆଗକୁ ନେବା ସହିତ ସତ୍ୟବାଦୀକୁ ଓଡ଼ିଶାର ବିକଶିତ ନିର୍ବାଚନ ମଣ୍ଡଳୀ ଗଢି ତୋଳିବା ପାଇଁ କାମ କରିବି ଵୋଲି କହିଛନ୍ତି ସଞ୍ଜୟ। ସବୁ ସମୟ ଭଳି ଚଳିତ ନିର୍ବାଚନ ସତ୍ୟବାଦୀ ଭୋଟର ବିଜେଡି ପ୍ରତି ସମର୍ଥନ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସଞ୍ଜୟ । ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବା ପାଇଁ ସଞ୍ଜୟଙ୍କୁ ଟିକେଟ ପ୍ରଦାନ କରିବା ପରେ ଆଜି ଏକ ସାଙ୍ଗଠନିକ ବୈଠକ କରିଥିଲେ । ସଞ୍ଜୟଙ୍କ ନେତୁତ୍ବ ରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ସତ୍ୟବାଦୀ ବ୍ଲକ ଚେୟାରମ୍ୟାନ ସୁନୀଲ କୁମାର ପଣ୍ଡା, ବ୍ଲକ ସଭାପତି ପ୍ରମୋଦ ରାଉତରାୟ, ବିଜେଡି ନେତା ପ୍ରେମାନନ୍ଦ ବେହେରା, ସୁଶୀଲ ରାଉତରାୟ, ପ୍ରକାଶ ପ୍ରଧାନଙ୍କ ସମେତ ବିଜେଡିର ବହୁ ନେତା ଯୋଗଥିଲେ । ବିଜେଡି ପୁଣିଥରେ ସତ୍ୟବାଦୀରେ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।