ନନ୍ଦିଘୋଷ ବ୍ୟୁରୋ: ଭେଡେନ ଅତାବିରାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର । ସାଧାରଣ ସଭାରେ ପାଣ୍ଡିଆନଙ୍କ ଉଦବୋଧନ । କହିଲେ ଏଭଳି ଜନସମୁଦ୍ର ଦେଖିଲେ ବିରୋଧୀଙ୍କ ମନୋବଳ ଭାଙ୍ଗିଯିବ । ବହୁ ନେତା ନିର୍ବାଚନ ଆସିଲେ ଏଭଳି ଆସିବେ ଏବଂ ପ୍ରତିଶୃତି ଦେଇ ଚାଲିଯିବେ । ପରେ ସେମାନଙ୍କ ଦେଖା ମିଳିବନି । କିନ୍ତୁ ନବୀନ ସରକାର ବିକାଶ କରୁଛନ୍ତି । ଆମେ ସବୁବେଳେ ହିସାବ ଦେଇଥାଉ । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ ଏବେ ସମ୍ବଲପୁରରେ ବ୍ୟସ୍ତ ଅଛନ୍ତି । ଏହାସହ ବିଜେପିର ଇସ୍ତାହାରକୁ ନେଇ ମଧ୍ୟ ଟାର୍ଗେଟ କରିବା ସହ ଭେଡେନ ଅତାବିରାର ବିକାଶର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।
୩୫ କୋଟି ‘ଘରୋଇ ସହାୟକ’ଙ୍କ ତଦନ୍ତ କେଉଁଠି ପହଂଚିଲା ?
ନନ୍ଦିଘୋଷ ବ୍ୟୁରୋ: ଝାରଖଣ୍ଡର ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ନିଜି ସଚିବ ସଞ୍ଜୟ କୁମାର ଲାଲଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲମଙ୍କ ଘରୁ ୩୫ କୋଟି ମିଳିବା ଘଟଣା ସାରା ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ବୁଧବାର ଇଡି ଗ୍ରାମୀଣ ବିକାଶ ମନ୍ତ୍ରାଳୟରେ ରେଡ୍ କରିଥିଲା । ଯାଞ୍ଚ ଅଧିକାରୀ ନିଜ ସହ ଆରୋପି ସଞ୍ଜିବ ଲାଲଙ୍କୁ ନେଇ ପ୍ରଜେକ୍ଟ ଭବନରେ ପହଞ୍ଚିଥିଲେ । ଯେଉଁଠି ଗ୍ରାମୀଣ ବିକାଶ ରହିଛି । ତେବେ ଦୁଇଦିନ ପୂର୍ବରୁ ଇଡି ରେଡ୍ କରିଥିବାବେଳେ ୩୫ କୋଟିରୁ ଅଧିକ ଟଙ୍କା ମିଳିଥିଲା । ତେବେ ଇଡି ପକ୍ଷରୁ କୁହାଯାଇଛି କି, ଗ୍ରାମୀଣ ବିକାଶର ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଜଡ଼ିତ ରହିଛନ୍ତି । ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗୀର ଆଲମଙ୍କ ସଚିବ ଲାଲ ଏବଂ ଜାହାଙ୍ଗୀରଙ୍କୁ ଅଲାଦଲରେ ଦ୍ବାରସ୍ଥ କରାଯାଇଛି । ତେବେ ଇଡି ଏମାନଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଛି ।
ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ରେଢ଼ାଖୋଲରୁ ଗଲା ରଥକାଠ
ସମ୍ୱଲପୁର : ରଥପାଇଁ ରେଢ଼ାଖୋଲରୁ ଗଲା ରଥକାଠ। ରେଢ଼ାଖୋଲରୁ ତୃତୀୟ ଥର ଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ଯାଇଛି।ରେଢ଼ାଖୋଲ ବନଖଣ୍ଡରୁ ୧୭୩ ଖଣ୍ଡ ରଥକାଠ ପୁରୀ ଯାଇଛି। ଖୋଲଗଡ ଜଙ୍ଗଲରୁ ୪୦ ଫୁଟର ୩୫ ଖଣ୍ଡ, ଧଉରା ଓ ଅସନ କାଠ ଓ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ସଡ଼ଠାରୁ ୧୩୮ ଖଣ୍ଡ ୧୨ଫୁଟ ଓ ୩ ଫୁଟର କାଠ ଯାଇଛି। ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି କାଠ ପଠାଇଥିଲେ। ରଥକାଠ ଗଲାବେଳେ ରେଢ଼ାଖୋଲରେ ନାମ ସଂକୀର୍ତ୍ତନ ସହିତ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା
ସଙ୍କଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର
ନନ୍ଦିଘୋଷ ବ୍ୟୁରୋ :ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର ସଂକଟରେ ହରିଆଣାର ବିଜେପି ନେତୃତ୍ଵାଧୀନ ସରକାର। ୩ ସ୍ଵାଧୀନ ବିଧାୟକ ସରକାରଙ୍କ ସମର୍ଥନ ଛାଡିବା ପରେ ବଢିଲା ଅଡୁଆ।ସମର୍ଥନ ଛାଡିଥିବା ୩ ସ୍ଵାଧୀନ ବିଧାୟକ କଂଗ୍ରେସକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ୩ ବିଧାୟକଙ୍କ ଏହି ଘୋଷଣା ପରେ ବିଜେପି ନେତୃତ୍ଵାଧୀନ ସରକାରର ସଂକଟ ବଢିଛି। ୩ ସ୍ଵାଧୀନ ବିଧାୟକ ହେଲେ ସୋମବୀର ସାଙ୍ଗୱାନ, ରଣଧୀର ଗୋଲେନ ଏବଂ ଧର୍ମପାଲ ଗୋନ୍ଦର।
ହରିଆଣାର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସି ହୁଡ୍ଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛନ୍ତି। ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ପରେ ବିଜେପି ସଂଖ୍ୟାଲଘୁ ସରକାର ହୋଇଥିବା ଦାବି କରିଛନ୍ତି ହରିଆଣା କଂଗ୍ରେସ ମୁଖ୍ୟ ଉଦୟ ଭାନ। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବର୍ତ୍ତମାନ ୮୮ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିର ୪୦ ବିଧାୟକ ରହିଛନ୍ତି। ବିଜେପି ସରକାରକୁ ପୂର୍ବରୁ ଜେଜେପି ଏବଂ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ରହିଥିଲା।
ପୂର୍ବରୁ ଜେଜେପି ସମର୍ଥନ ପ୍ରତ୍ଯାହାର କରିଥିବାବେଳେ ଏବେ ୩ ସ୍ଵାଧୀନ ବିଧାୟକ ସମର୍ଥନ ଫେରାଇ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ। ବିଜେପି ମୋଟ ୪୭ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଛି। ଜଣେ HLP, 3 JJP ଏବଂ ୩ ସ୍ଵାଧୀନ ବିଧାୟକ ସରକାରକୁ ସମର୍ଥନ ଦେଇଥିଲେ।
ପୂର୍ବ ଭାରତୀୟଙ୍କୁ ଚାଇନିଜ୍, ଦକ୍ଷୀଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କଲେ ଶାମ୍ ପିତ୍ରୋଦା
ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା କଂଗ୍ରେସ ନେତା ଶାମ୍ ପିତ୍ରୋଦାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ । ଭିଡିଓରେ ଦେଇଥିବା ତାଙ୍କ ବିବାଦୀୟ ବୟାନ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେ କହିଛନ୍ତି ଯେ, ଭାରତ ଏକ ବିବିଧତାର ଦେଶ, ଯେଉଁଠି ପୂର୍ବ ଭାରତରେ ରହୁଥିବା ଲୋକ ଚୀନ ପରି, ପଶ୍ଚିମ ଭାରତର ବାସିନ୍ଦା ଆରବ ଭଳି, ଉତ୍ତରଭାରତରେ ରହୁଥିବା ଲୋକ ଶ୍ୱେତ ଏବଂ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି । କିନ୍ତୁ ଏଥିରେ କିଛି ଫରକ ପଡେ ନାହିଁ । ଆମେ ସମସ୍ତେ ଭାଇ ଓ ଭଉଣୀ । ସେ ଆହୁରି କହିଛନ୍ତି , ଆମେ ବିଭିନ୍ନ ଭାଷା, ଧର୍ମ , ରୀତିନୀତିକୁ ସମ୍ମାନ ଦେଇଥାଉ। ଏ ହେଉଛି ସେହି ଦେଶ ଯେଉଁଠି ମୋର ଭରସା ଅଛି ଓ ଯେଉଁଠି ସମ୍ମାନ ଦିଆଯାଏ ଏବଂ ଆପୋଷ ବୁଝାବଣା ମଧ୍ୟ କରାଯାଏ ।ହେଲେ ତାଙ୍କର ଏପରି ବୟାନକୁ ଅନେକ ଲୋକ ସମାଲୋଚନା ମଧ୍ୟ କରୁଛନ୍ତି ।
“Sir aap kuchh din ke liye interviews mat dijiye if possible..”
Sam Pitroda: pic.twitter.com/oI4Z99bHzY
— Shiv Aroor (@ShivAroor) May 8, 2024

