spot_img
Home Blog Page 1929

ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସୁଛନ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବିଜେପିକୁ ବୁଷ୍ଟର ଡୋଜ୍ ଦେବାକୁ ଆସୁଛନ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ। ରାଜ୍ୟ ବିଜେପି ନେତା ଆତ୍ମବିଶ୍ଵାସ ହରାଇଛନ୍ତି। ସେମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି କରିବାକୁ ଆସୁଛନ୍ତି କେନ୍ଦ୍ରର ଅନେକ ମନ୍ତ୍ରୀ। ବୁଷ୍ଟର ଡୋଜ୍ ଭଳି ଦେଉଛନ୍ତି, ହେଲେ କିଛି କାମ ଦେଉଛି। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ସେ କହିଛନ୍ତି, ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସି କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଫେୟାରୱେଲ ହେଉଛି । ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ସହ କହିଥିଲେ। ହେଲେ ଏହାର ୧ ଘଣ୍ଟା ଭିତରେ ବିନମ୍ରତା ସହ ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସମୟରେ ୨ ଫେଜ୍ ନିର୍ବାଚନ ସରିଥିଲା। ଏ ଦୁଇ ପର୍ଯ୍ୟାୟରେ ବିଜେଡି ସରକାର ଗଠନର ସଂଖ୍ୟାଗରିଷ୍ଠତା ପାଇସାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରଧାନମନ୍ତ୍ରୀଙ୍କୁ ଶପଥଗ୍ରହଣ ସମାରୋହରେ ଆସିବାକୁ ସ୍ଵାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଯାହା ବି କହିଲେ ୨ ଫେଜରେ ବିଜେଡି ବହୁମତ ପାଇଥିଲା। ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ ବି କଲେ। ଏଥର ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନରେ ସ୍ଵପ୍ନ ଦେଖିବା ବିଜେପି ନେତାଙ୍କ ଅଭ୍ୟାସ। ସେଇଆ ଚାଲିଛି, ସେଇଆ ଚାଲିବ। କ୍ଯାଡର ବୁଷ୍ଟ କରିବାକୁ ଏସବୁ ରଣନୀତି ବିଜେପି ଆପଣାଉଛି। ରାଜ୍ୟର ସମସ୍ତ ବିଜେପି ନେତାଙ୍କୁ ବୁଷ୍ଟ କରିବାକୁ ବିଜେପିର ମୁଖ୍ୟମନ୍ତ୍ରୀ ଓ ଏକାଧିକ ମନ୍ତ୍ରୀ ବୁଲୁଛନ୍ତି। ହେଲେ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆମେ ଜନତାଙ୍କ ମଧ୍ୟରେ ଦେଖିପାରୁଛେ। ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆଶୀର୍ବାଦ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟ ବିଜେପି ନେତାଙ୍କ ଆତ୍ମବିଶ୍ଵାସ ଭାଂଗିପଡିଛି। ପୂର୍ବ ପୌର ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିଥିଲେ। ୮୫୦ ଜିଲ୍ଲା ପରିଷଦ ସିଟ୍ରୁ ମାତ୍ର ୫୦ ସିଟ୍ ପାଇଥିଲେ। କେନ୍ଦ୍ରୀୟ ନେତା ବୁଷ୍ଟର ଡୋଜ୍ ଦେଉଛନ୍ତି ହେଲେ କିଛି କାମ ଦେଉନି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ପ୍ଲେ ଅଫ୍‌ ମ୍ୟାଚ୍‌ରେ ବୋଲିଂ ଯାଦୁ ଦେଖାଇବେ କି ଧୋନି କୋହଲି, ଆସିଲା ଫଟୋ

ବେଙ୍ଗାଲୁରୁ: ଆଇପିଏଲ୍ ୨୦୨୪ ପ୍ଲେ ଅଫ୍ ପାଇଁ ୩ଟି ଦଳ  କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପରେ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଜର ସ୍ଥାନ ହାସଲ କରିଛି। ଏବେ କେବଳ ଚତୁର୍ଥ ଟିମ ଚୟନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଜୋରଦାର ଫାଇଟ୍‌ ହେବ। ମେ ୧୮ ଶନିବାର ଦିନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ କ୍ରିକେଟର ଦୁଇ ବଡ ସୁପରଷ୍ଟାର ବିରାଟ କୋହଲି ଏବଂ ଏମଏସ ଧୋନି ମୁହାଁମୁହିଁ ହେବେ।

ବେଙ୍ଗାଲୁରୁରେ ହେବାକୁ ଥିବା ଏହି ମ୍ୟାଚକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗୋଟିଏ ପାର୍ଶ୍ୱରେ ବେଙ୍ଗାଲୁରୁ ଅଛି, ଯିଏକି ୮ ଟି ମ୍ୟାଚରେ ୭ଟି ପରାଜୟ ପରେ ଲଗାତାର ୫ଟି ମ୍ୟାଚ ଜିତି ପ୍ଲେ ଅଫ୍ ଦୌଡରେ ପ୍ରବେଶ କରିଛି  । ଅନ୍ୟ ପଟେ ଚେନ୍ନାଇ ନୂତନ ଅଧିନାୟକଙ୍କ ନେତୃତ୍ୱରେ ନିଜକୁ ଏହି ରେସରେ ସାମିଲ କରିଛି। ଗୋଟିଏ ପଟେ ବିରାଟ କୋହଲି ଅଛନ୍ତି, ଯିଏ ନିଜ ବ୍ୟାଟ୍ ସହିତ ସମସ୍ତ ପ୍ରଶ୍ନ ଏବଂ ସମାଲୋଚନାର ଉତ୍ତର ଦେଇଥିବା ବେଳେ ଅନ୍ୟ ପଟେ ଧୋନି ଯିଏକି ବିସ୍ଫୋରକ ବ୍ୟାଟିଂରେ ପ୍ରଶଂସକଙ୍କୁ ଖୁସି କରୁଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ଏବେବି ଭୟ ରହିଛି। କାରଣ ଏହା ତାଙ୍କର ଶେଷ ମ୍ୟାଚ୍  ।

ପ୍ଲେ ଅଫ୍ ମ୍ୟାଚ ପୂର୍ବରୁ ଉଭୟଙ୍କର ସମାନ ରୂପ ଦେଖିବାକୁ ମିଳିଛି  ।  ମ୍ୟାଚର ଦୁଇ ଦିନ ପୂର୍ବରୁ ଧୋନି ଏବଂ କୋହଲି ବ୍ୟାଟିଂ ଅଭ୍ୟାସ କରିବା ସହ ବୋଲିଂ ବି ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ଚେନ୍ନାଇ ସୁପର କିଙ୍ଗ୍ସ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ଷ୍ଟାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧୋନି ନେଟ୍‌ ପ୍ରାକ୍ଟିସରେ ନିଜର ଅଫ୍ ସ୍ପିନ୍ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କ ଏକ ଫଟୋ ପୋଷ୍ଟ କରିଛି ଯେଉଁଥିରେ ସେ ବୋଲିଂ କରିବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ତେବେ ଧୋନି ଏବଂ କୋହଲି ଏହି ମ୍ୟାଚରେ କେବଳ ବ୍ୟାଟ୍ ନୁହେଁ ବଲ ସହିତ ମଧ୍ୟ ନିଜର ଯାଦୁ ଦେଖାଇବେ କି?

ରାଜ୍ଯସଭା ସାଂସଦ ସ୍ଵାତୀ ମାଲିୱାଲଙ୍କ ମେଡିକାଲ ଟେଷ୍ଟ, ମାମଲା ରୁଜୁ

ନୂଆଦିଲ୍ଲୀ: ରାଜ୍ଯସଭା ସାଂସଦ ସ୍ଵାତୀ ମାଲିୱାଲଙ୍କ ହେଲା ମେଡିକାଲ ଟେଷ୍ଟ। ଗତକାଲି ରାତିରେ ଦିଲ୍ଲୀ ଏମ୍ସ‌ରେ ସ୍ଵାତି ମାଲିୱାଲଙ୍କ ମେଡିକାଲ ଟେଷ୍ଟ ହୋଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର ସ୍ଵାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

ଗତକାଲି ସ୍ଵାତୀ ରହୁଥିବା ବାସଭବନରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ। ଏହାପରେ ତାଙ୍କୁ ନେଇ ସ୍ଵାସ୍ଥ୍ୟ ପରୀକ୍ଷା କରିଛି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭଗ କୁମାରଙ୍କୁ ଖୋଜୁଛି ଦିଲ୍ଲୀ ପୋଲିସ। ଗତକାଲି ଦିଲ୍ଲୀର ଚନ୍ଦ୍ରାବଲ ନଗରସ୍ଥିତ ବିଭବ କୁମାରଙ୍କ ଘରକୁ ଯାଇଥିଲା ଦିଲ୍ଲୀ ପୋଲିସ। ସେଠାରେ ତାଙ୍କୁ ପାଇନଥିଲା। ଦିଲ୍ଲୀ ପୋଲିସର ଏକାଧିକ ଟିମ୍ ବିଭବ କୁମାରଙ୍କୁ ଖୋଜୁଥିବା ଜଣାପଡିଛି।

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସମେତ ସ୍ପେଶାଲ୍ ସେଲ୍ ଟିମ ବିଭବ କୁମାରଙ୍କୁ ଖୋଜୁଛି। ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର।

ହୁଗୁଲିରେ ହାଇଭୋଲଟେଜ ଟକ୍କର, ଲକେଟଙ୍କ ବିରୋଧରେ ଲଢୁଛନ୍ତି ରଚନା ବାନାର୍ଜୀ

କୋଲକତା: ମହିଳା ବନାମ ମହିଳା। ଅଭିନେତ୍ରୀ ବନାମ ଅଭିନେତ୍ରୀ । ଚଳିତ ନିର୍ବାଚନରେ ଏକମାତ୍ର ଆସନ ପଶ୍ଚିମବଙ୍ଗ ହୁଗଲିରେ ଏଥର ରୋଚକ ଲଢେଇ । ଅଭିନେତ୍ରୀ ତଥା ଟିଭି ତାରକା ଲକେଟ ଚାଟାର୍ଜୀଙ୍କ ବିରୋଧରେ ଲଢୁଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ବିଜେପିରୁ ଲକେଟ ଲଢୁଥିବାବେଳେ ଟିଏମସିରୁ ଲଢୁଛନ୍ତି ରଚନା । ସିପିଏମରୁ ପ୍ରାର୍ଥୀ ହୋଇଛନ୍ତି ମନୋଦୀପ ଘୋଷ ।

୨୦୧୪ରେ ଏଠାରୁ ଟିଏମସିର ରାଣା ଦେ ବିଜୟୀ ହୋଇଥିବାବେଳେ ୨୦୧୯ରେ ବିଜୟୀ ହୋଇଥିଲେ ଲକେଟ । ରଚନା ବାନାର୍ଜୀ ଓଡ଼ିଆ, ବଙ୍ଗଳା, ତେଲଗୁ, ତାମିଲ, ହିନ୍ଦୀ, କନ୍ନଡ ଭାଷାର ଶତାଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ମିସ୍ କୋଲକାତା ଟାଇଟଲ ହାସଲ କରିଥିବାବେଳେ ତୃଣମୂଳ କଂଗ୍ରେସର ନେତ୍ରୀ ଅଛନ୍ତି ।

କଣ୍ଢେଇ ଆଖିରେ ଲୁହ, ସେହି ଝିଅଟି, ପୁଅ ମୋର ଭୋଳା ଶଙ୍କର, ସୁନା ହରିଣୀ, କୁରୁକ୍ଷେତ୍ର ଆଦି ଫିଲ୍ମରେ ଅଭିନୟ କରି ଖ୍ଯାତି ସାଉଁଟିଛନ୍ତି ରଚନା । ସେପଟେ ବିଜେପିର ଲକେଟ କିଛି କମ୍ ନୁହନ୍ତି । ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭାବେ ଖ୍ଯାତି ଅର୍ଜନ କରିଥିବା ଲକେଟ ୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ସେ ଭାରତନାଟ୍ଯମ, କଥକ, ମଣିପୁରୀର ଜଣାଶୁଣା ନୃତ୍ୟଶିଳ୍ପୀ  ।

କିଏ ହେବେ ପ୍ରଧାନମନ୍ତ୍ରୀ? ଚର୍ଚ୍ଚା ବଢ଼ାଇଲା ଛତିଶଗଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲଙ୍କ ବୟାନ

ରାଏବରେଲୀ: କ୍ଷମତାକୁ ଆସିବ କି ଇଣ୍ଡିଆ ମେଣ୍ଟ । ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସେ ତେବେ କିଏ ହେବେ ପ୍ରଧାନମନ୍ତ୍ରୀ। ଏହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବିଜେପିର ୪୦୦ ପାର୍ ସ୍ଲୋଗାନ ମଧ୍ଯରେ ଝଡ଼ ସୃଷ୍ଟି କରିଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲ । ସେ କହିଛନ୍ତି- ରାଏବରେଲୀବାସୀ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିବାକୁ ଯାଉଛନ୍ତି ।

ରାଏବରେଲୀର ବାଥୁଆ ଖାସରେ ବଘେଲ କହିଛନ୍ତି ରାଏବରେଲୀବାସୀ ଅତୀତରେ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚିତ କରିଥିଲେ। ଏବେ ସେମାନେ ରାହୁଲଙ୍କୁ ନିର୍ବାଚିତ କରିବେ । ବର୍ତ୍ତମାନ ରାଏବରେଲୀରେ କଂଗ୍ରେସ ପୂରାଦମରେ ନିର୍ବାଚନ ରଣନୀତି କରିଚାଲିଛି। ବହୁ ହେଭିଓ୍ବେଟ ପ୍ରଚାର କାର୍ଯ୍ୟରେ ସାମିଲ ଅଛନ୍ତି । ସେପଟେ ବଘେଲଙ୍କ ମନ୍ତବ୍ଯ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଏହା ଇଣ୍ଡିଆ ବ୍ଲକର ଷ୍ଟ୍ରାଟେଜିର ଏକ ଦିଗ ।

ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ଲଢୁଛନ୍ତି। ବର୍ତ୍ତମାନ ସୁଦ୍ଧା ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ନଥିଲେ ବି ବଘେଲଙ୍କ ସୂଚନା ଚର୍ଚ୍ଚା ସୃଷ୍ଟି କରିଛି। ୨୦୦୪ରୁ ରାଏବରେଲୀ କଂଗ୍ରେସ ହାତରେ ରହିଛି ଏବଂ ସେଠାରୁ ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଆସୁଥିଲେ । ଏବେ ସେଠାରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଦିନେଶ ପ୍ରତାପ ସିଂ । ସେପଟେ ଇଣ୍ଡିଆ ମେଣ୍ଟ ସହ ଆସନ ବୁଝାମଣା କରି ନଥିବା ଟିଏମସି ନେତ୍ରୀ ମମତା ବାନାର୍ଜୀ କହିଛନ୍ତି- ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ବାହାରୁ ସମର୍ଥନ କରିବ ।

ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା, ୧୯ ତାରିଖରୁ ପାଗ ବଦଳିବ

ଭୁବନେଶ୍ବର: ରାଜ୍ୟରେ ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର । ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି । ଏନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ୧୯ ତାରିଖରୁ ପାଗ ବଦଳିବ ।

ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଉପୁଜିବ । ଏଥିପାଇଁ ନୂଆପଡା, ବଲାଙ୍ଗିର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୦ ଓ ୨୧ ତାରିଖରେ ମଧ୍ୟ ଅନେକ ସ୍ଥାନରେ କାଳବୈଶୀଖୀ ବର୍ଷା ସହ ଗ୍ରୀଷ୍ମ ଲହରୀ ମଧ୍ୟ ଦେଖାଦେବ । ୩୧ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଇଛି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ କାର୍ଯ୍ଯକ୍ରମ

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ କାର୍ଯ୍ଯକ୍ରମ । ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ପ୍ରଥମେ ସମ୍ୱଲପୁରରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସକାଳ ୧୦ ଟା ୪୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ ।

ସେଠାରୁ ପୁଣି ସମ୍ବଲପୁର ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପହଞ୍ଚିବେ । ରିଜର୍ଭ ପୋଲିସ ଗ୍ରାଉଣ୍ଡରୁ ଅଇଁଠାପାଲି ପିଏଚଡି ପଡିଆକୁ ଯିବେ । ୧୧ ଟା ୩୦ ମିନିଟ ସମୟରେ ପିଏଚଡି ପଡ଼ିଆରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅଇଁଠାପାଲିରୁ ନାକଟିଦେଉଳ ଏବଂ ରେଢ଼ାଖୋଲ ଯିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ପରେ ୩ଟା ୩୦ରେ ଅନୁଗୁଳ ଅନୁଗୁଳ ଷ୍ଟାଡିୟମରେ ପହଛି ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ଠେଙ୍କାନାଳ ଯାଇ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ଯକ୍ରମ ରହିଛି

ନୟାପଲ୍ଲୀରେ ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ

ଭୁବନେଶ୍ବର: ନୟାପଲ୍ଲୀରେ ବୋମାମାଡ଼ । ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ନେଇ ସୂଚନା ରହିଛି । ବୋମାମାଡ଼ ଫଳରେ ଏକ ବାଇକ କ୍ଷତିଗସ୍ତ ହୋଇଛି। କୌଣସି ଲୋକ ଆହତ ହୋଇନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି ।

ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ବିଳମ୍ବିତ ରାତିରେ ଛାନଭିନ ଆରମ୍ଭ କରିଛି। ସୂଚନାଯୋଗ୍ୟ ଦୁଇଦିନ ତଳେ କ୍ୟାମ୍ପେନିଂ ସମୟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

ଚୁଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍, ୧୦ ଯୁବତୀ ଗୁରୁତର

ନୀଳଗିରି: ନୀଳଗିରିରେ ଅଘଟଣ । ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହୋଇ ୧୦ରୁ ଊର୍ଦ୍ଧ୍ବ ଯୁବତୀ ଗୁରୁତର । ନୀଳଗିରି ଗଡିଆମାଳ ସ୍ଥିତ ସ୍ନୋ ୱାର୍ଲ୍ଡ ନାମକ ଚିଙ୍ଗୁଡି ଫ୍ୟାକ୍ଟ୍ରିରେ ଘଟିଛି ଏହି ଅଘଟଣ । ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କମ୍ପାନୀର କୌଣସି କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି । ସାଥୀ କର୍ମଚାରୀମାନେ ଆଡତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ହଠାତ ବିଷାକ୍ତ ଗ୍ୟାସ ଲିକ ହେବାରୁ ସମସ୍ତେ ଅଚେତ ହୋଇପଡିଥିବା ଜଣାପଡିଛି ।

ଖଡଗେଙ୍କ ଦାବି: କାମ ଦେବନି ବିଜେପିର ୪ ଶହ ପାର ନାରା, ୨ ଶହରେ ରହିବ ସୀମିତ

ଭୁବନେଶ୍ବର: ଦେଶରୁ ଯାଉଛି ବିଜେପି ସରକାର । ୪ ଶହ ପାର୍ ନାରା, ୨ ଶହରେ ରହିବ ସୀମିତ । ବିଜେପିର ଗ୍ୟାରେଣ୍ଟି କିଛି ନାହିଁ । ଏପରି କହି ବିଜେପିକୁ ଓଡ଼ିଶା ମାଟିରୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଭ୍ରଷ୍ଟାଚାରରେ ବୁଡ଼ିଥିବା ସରକାର ଦେଶରୁ ହଟିବା ଦରକାର । ଦେଶରେ ଗଠବନ୍ଧନ ସରକାର ଆସିଲେ ସବୁ ଗ୍ୟାରେଣ୍ଟି କଂଗ୍ରେସ ପୂରଣ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ଏହାକୁ ନେଇ ରାଜ୍ଯ ରାଜନୀତି ଉଷ୍ଣ ହୋଇଛି ।

ତେଳ, ଗ୍ୟାସ୍, ଔଷଧ ଦର ବୃଦ୍ଧି କରିଛି ବିଜେପି । ଏମଏସପି ମିଳୁନାହିଁ । ଲୋକ ବୁଝିଛନ୍ତି, ଭୋଟରେ ଦେଉଛନ୍ତି ଜବାବ । ଦେଶରୁ ହଟିବ ବିଜେପି ସରକାର । ୪୦୦ ପାର୍ ନାରା ୨୦୦ରେ ସୀମିତ ରହିବ । ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କେନ୍ଦ୍ରର ବିଜେପି ନିର୍ବାଚନୀ ଗ୍ୟାରେଣ୍ଟିରେ ଦେଶ ପାଇଁ  କିଛି ନାହିଁ । ଏଥିପାଇଁ  ଦେଶର ଜନତା ବିଜେପିକୁ ହଟାଇବା ପାଇଁ ଚାହୁଁଛନ୍ତି । କେରଳ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, ତାମିଲନାଡୁ ସହ ବହୁ ରାଜ୍ୟରେ ବିଜେପିକୁ ଲୋକ ପ୍ରତ୍ୟାଖ୍ଯାନ କରିଛନ୍ତି । ତେଣୁ ଦେଶରୁ ବିଜେପି ସରକାର ହଟିବ । କଂଗ୍ରେସ ଗଠବନ୍ଧନ ସରକାର ଗଢ଼ିବ ବୋଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଖଡ଼ଗେ । ବର୍ଷକୁ ୨ କୋଟି ଚାକିରି, କଳାଧନ ଫେରସ୍ତ, ପ୍ରତ୍ୟେକ ଲୋକଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଡ଼ଗେ ।

କେବଳ ସେତିକି ନୁହେଁ, ଓଡ଼ିଶା ପାଇଁ କେନ୍ଦ୍ର ବିଜେପି ସରକାର ୧୦ ବର୍ଷରେ କିଛି କରିନାହାନ୍ତି ବୋଲି ଖଡ଼ଗେ କହିଛନ୍ତି । ନିଜ ଦୋଷ ଲୁଚାଇବା ପାଇଁ ସବୁବେଳେ ବିଜେପି ସ୍ଥାନୀୟ ସରକାରଙ୍କୁ ଦାୟୀ କରୁଛି । ଏସବୁ ରାଜ୍ୟବାସୀ ବୁଝି ସାରିଲେଣି । କଂଗ୍ରେସ ପ୍ରତି ଆଦର ବଢୁଛି । ରାଜ୍ୟ ସରକାରଙ୍କୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ କେତେକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ।

ସେପଟେ ଖଡ଼ଗେଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଉତ୍ସାହିତ ହୋଇଛି କଂଗ୍ରେସ । ଜଣଟୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାରେ ବହୁତ ବିକାଶ କରିଛନ୍ତି । ତେଣୁ ଯିଏ ଯେତେ ଅଭିଯୋଗ କଲେ ମଧ୍ଯ ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ବିଜେଡିର ଯୁକ୍ତି ହେଉଛି, କେନ୍ଦ୍ରୀୟ ନେତାମାନେ ନିର୍ବାଚନ ସମୟରେ ପର୍ଯ୍ୟଟକ ଭଳି ଆସି ପ୍ରଚାର ଓ ଆକ୍ଷେପ କରନ୍ତି । ଯାହାର କୌଣସି ପଭାବ ପଡ଼ିବନି ।

ମେ’ ୨୦ ତାରିଖରେ ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ବିଜେପିର ମିଥ୍ୟା ପ୍ରଚାର ବିରୋଧରେ କଂଗ୍ରେସର ଜଣକ ପରେ ଜଣେ କେନ୍ଦ୍ରୀୟ ନେତା କଟୁ ସମାଲୋଚନା କରିବା ବିଜେପି ନେତାଙ୍କ ଟେନସନ ବଢ଼ାଇଛି । ବିଜେଡି କିନ୍ତୁ ଆକ୍ଷେପ ପ୍ରତି ଦୂରରେ ରହି ଲୋକଙ୍କର ଅଧିକ ନିକଟତର ହୋଇଛି ।