ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ବେଶ ରୋମାଞ୍ଚକ ହୋଇଛି । କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ କ୍ବାଲିଫାଇ କରିଥିବାବେଳେ ୫ଥରର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ଚଳିତ ସିଜିନରେ ଏଲିମିନେଟ ହୋଇସାରିଛି । ଦଳର ଅଧିନାୟକ ଭାର ସମ୍ଭଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ସିଜିନ ଖରାପ ପ୍ରଦର୍ଶନ ହୋଇଥିବା ପ୍ୟାନ୍ସମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ଏପରିକି ପାଣ୍ଡ୍ୟାଙ୍କ ପାଇଁ ୩୦ ଲକ୍ଷ ଟଙ୍କା କ୍ଷତି ସହିଛି ଏମଆଇ । ଦଳର ଓଭର ରେଟ ପାଇଁ ୩୦ ଲକ୍ଷ ଟଙ୍କା ଫାଇନ ମଧ୍ୟ ଦେବାକୁ ପଡ଼ିଛି । ଇଏ କେବଳ ଅଧିନାୟକ ଭାବେ ତାଙ୍କର ପ୍ରଦର୍ଶନ । ମାତ୍ର ବ୍ୟାଟିଂ, ବୋଲିଂ କଥା ଯଦି କହିବା ତାହେଲେ ଚଳିତ ସିଜିନରେ ବେଶ ଖରାପ ପ୍ରଦର୍ଶନ କରିଛନ୍ତି । ପାଣ୍ଡ୍ୟା ୧୧ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି । ଗୋଟିଏ ମଧ୍ୟ ମ୍ୟାଚରେ ବଡ଼ ପାଳି ଖେଳିନାହାନ୍ତି । ପାଣ୍ଡ୍ୟାଙ୍କୁ ଅଧିନାୟକ ବନାଇବା ପରଠାରୁ ମୁମ୍ବାଇର ଫଲୋର୍ସ ମଧ୍ୟ କମି ଯାଇଛନ୍ତି ।
ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି । ପ୍ରେସମିଟରେ ବିଜେପି ନେତାଙ୍କ ଅପପ୍ରଚାରର ସତ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ତାମିଲନାଡୁକୁ ବିଦ୍ୟୁତ ଦେବା ନେଇ ବିଜେପି ପ୍ରଚାରର କଡ଼ା ଜବାବ ଦେଇ ବିଜେଡି କହିଛି, କୌଣସି ରାଜ୍ୟକୁ ସିଧାସଳଖ ବିଦ୍ୟୁତ ଦେଇପାରିବନି ଓଡ଼ିଶା । ବଳକା ବିଦ୍ୟୁତକୁ ନ୍ୟାସନାଲ ଗ୍ରୀଡ଼କୁ ଦିଆଯାଇଥାଏ । ଏହି ବିଦ୍ୟୁତକୁ CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଅନ୍ୟ ରାଜ୍ୟକୁ ଦେଇଥାଏ । ଏଥିରେ କୌଣସି ରାଜ୍ୟର କିଛି ଭୂମିକା ନାହିଁ । ଯାହାକି କେନ୍ଦ୍ରମନ୍ତ୍ରୀ ଭଲଭାବେ ଜାଣି ଅଜଣା ହେଉଛନ୍ତି । ସବୁ ଜାଣି ମଧ୍ୟ ଓଡ଼ିଶାରେ ମିଛ ଖବର ପ୍ରଚାର କରୁଛନ୍ତି ।
ଅନ୍ୟପଟେ ବିଜୁଳି ଦରର ହିସାବ ଦେଇ ବିଜେଡି କହିଛି, ଅନ୍ଯ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ କମ୍ । ବିଜେପି ଶାସିତ ରାଜ୍ୟରେ ବିଦ୍ୟୁତର ଉଚ୍ଚା ଦର ରହିଛି । ବିଦ୍ୟୁତ ନେଇ ବିଜେପି ଅପପ୍ରଚାର କରୁଛି । ଖାଲି ବିଦ୍ଯୁତ ନୁହେଁ ବରଂ ପୁରୀ କାମ ନେଇ ମଧ୍ୟ ବିଭ୍ରାନ୍ତ କରାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ହଜାର ୨୦୦କୋଟି ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଥିବାବେଳେ ଏଥିରେ ମାତ୍ର ୩୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଶାକୁ ଏବେ ପଲିଟିକାଲ ଟୁରିଷ୍ଟ ଆସିଛନ୍ତି । ମିଛ କହିବା ସେହି ପଲିଟିକାଲ ଟୁରିଷ୍ଟଙ୍କ ଧର୍ମ ବୋଲି କହି ସମାଲୋଚନା କରିଛି ବିଜେଡି ।
ଚିଲିକାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ବିଜେଡିର ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ । ବିକାଶର ହିସାବ ଦେବା ସହ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ବିଜେପିକୁ ନବୀନଙ୍କ ଶାଣିତ ସମାଲୋଚନା
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ନିଜ ରାଜ୍ଯକଥା ଚିନ୍ତା କରନ୍ତୁ ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ମାଳମାଳ କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ଏଭଳି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ଓଡ଼ିଶାକୁ ଏକନମ୍ବର କରିବାକୁ ପ୍ରତିଶୃତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ଯ କଥା ଦେଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମୁଣ୍ଡପିଛା ଋଣର ହିସାବ ଦେଇ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ସେ ପ୍ରଥମେ ନିଜ ରାଜ୍ଯକଥା ବୁଝନ୍ତୁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ଗିରଫ । ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁର୍ବ୍ୟବହାର ଅଭିଯୋଗରେ ବିଭବଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ପରେ ଦିଲ୍ଲୀ ଏମ୍ସରେ ସ୍ଵାତି ମାଲିୱାଲଙ୍କ ମେଡିକାଲ ଟେଷ୍ଟ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପିଏ ବିଭବ କୁମାର ସ୍ଵାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
ଗତକାଲି ଦିଲ୍ଲୀର ଚନ୍ଦ୍ରାବଲ ନଗରସ୍ଥିତ ବିଭବ କୁମାରଙ୍କ ଘରକୁ ଯାଇଥିଲା ଦିଲ୍ଲୀ ପୋଲିସ। ସେଠାରେ ତାଙ୍କୁ ପାଇନଥିଲା। ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସମେତ ସ୍ପେଶାଲ୍ ସେଲ୍ ଟିମ ବିଭବ କୁମାରଙ୍କୁ ଖୋଜୁଥିଲା।
ହତ୍ୟା ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ, ମୋବାଇଲରେ ଘୁରି ବୁଲୁଛି ଭାଇରାଲ ଅଡିଓ
ବଲାଙ୍ଗୀର: ବିଜେପି ବିଧାୟକ ପ୍ରାର୍ଥୀଙ୍କ ହତ୍ଯା ଧମକ । ମୋବାଇଲରୁ ମୋବାଇଲ ଭାଇରାଲ୍ । ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି ପ୍ରାର୍ଥୀ ନବୀନ ଜୈନ ମୋବାଇଲରେ ଜଣେ ବ୍ୟକ୍ତିଙ୍କୁ ଗାଳି ଗୁଲଜ କରିଥିବାର ଅଡିଓ ଭାଇରାଲ୍ ହେବାରେ ଲାଗିଛି। ବିପିନ ଠାକୁର ନାମକ ବ୍ଯକ୍ତିଙ୍କୁ ନବୀନ ଜୈନ ଗାଳି ଗୁଲଜ କରିଛନ୍ତି।
ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନବୀନ ଜୈନ ଓ ମୁକେଶ ଜୈନ ଆଶାୟୀ ଥିବା ବେଳେ ନବୀନ ଜୈନଙ୍କୁ ଟିକେଟ ମିଳିଛି। କିନ୍ତୁ ମୁକେଶ ଜୈନଙ୍କ ସହିତ ବିପିନ ଠାକୁର ବୁଲାବୁଲି କରୁଥିଲେ । ବିପିନ ଠାକୁରଙ୍କୁ ନବୀନ ଜୈନ ଫୋନ କରି ଅଶ୍ରାବ୍ଯ ଭାଷାରେ ଗାଳିଗୁଲଜ ଦେବା ସହ ହତ୍ୟା ଧାମକ ଦେଇଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ବିପିନ ଠାକୁର ଦଳର ବରିଷ୍ଠ ନେତାଙ୍କୁ ଜଣାଇଥିଲେ ମଧ୍ଯ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଦି ଜଣେ ବିଧାୟକ ପ୍ରାର୍ଥୀ ନିଜ ଦଳର ସଦସ୍ଯଙ୍କୁ ଏପରି ଗାଳି ଗୁଲଜ କରିପାରନ୍ତି ଓ ହତ୍ଯା ଧମକ ଦେଇପାରନ୍ତି, ତେବେ ସେ ଅନ୍ୟଙ୍କୁ କିଭଳି ବ୍ୟବହାର କରିବେ ବୋଲି ବିପିନ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ସାମନାରେ ନୂଆ ଢାଞ୍ଚାରେ ମିଛ କହିବାରେ ମଗ୍ନ ହୋଇଛନ୍ତି ବିଜେପି ନେତା
ଭୁବନେଶ୍ବର: ବିରୋଧୀ ବିଜେପିକୁ ବିଜୁ ଜନତା ଦଳର ଆଟାକ୍। ପ୍ରେସମିଟ କରି ବିଜେପି କେନ୍ଦ୍ରୀୟ ତଥା ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ତଥା ଭୃଗୁ ବକ୍ସିପାତ୍ର। କହିଛନ୍ତି, ମହାପ୍ରଭୁଙ୍କୁ ନେଇ ବିଜେପି ପ୍ରତିଦିନ ନୂଆ ନୂଆ ମିଛ ଅପପ୍ରଚାର କରୁଛି। ମିଛ କଥା କହୁଛନ୍ତି। ଓଡ଼ିଶା ଲୋକଙ୍କ ସାମନାରେ ନୂଆ ଢାଞ୍ଚାରେ ମିଛ କହିବାରେ ମଗ୍ନ ହୋଇଛନ୍ତି।
ବିଭିନ୍ନ ଲୋକଙ୍କ ମୁହଁରେ ମିଛ କୁହାଇବା ପରେ ଏବେ ଅପପ୍ରଚାର କରୁଛନ୍ତି।ପ୍ରଭୁ ଜଗନ୍ନାଥଙ୍କ ନାଁକୁ ବ୍ୟବହାର କରି ମିଛ କଥା କହୁଛନ୍ତି।ମହାପ୍ରଭୁଙ୍କ ସମସ୍ତ କାମ ଓ ପୀଠକୁ ନେଇ ରାଜନୀତି କରୁଛନ୍ତି। ବହୁତ ଦିନ ହେଲା ଏ କଥା କରି ଆସୁଛନ୍ତି। ହେଲେ ବାରମ୍ବାର ଫେଲ୍ ମାରିଛନ୍ତି। ଫେକ୍ ନ୍ଯୁଜ ଫ୍ଯାକ୍ଟ୍ରି ଭଳି କାମ କରୁଛନ୍ତି। ପ୍ରଥମେ କହିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ ହଜାର କୋଟି ଖର୍ଚ୍ଚ ହୋଇଛି। ହେଲେ ପରିକ୍ରମା ପ୍ରକଳ୍ପରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୩୨୫ କୋଟି। ରତ୍ନ ଭଣ୍ଡାର ଆସନ୍ତା ଜୁଲାଇ ମାସରେ ଖୋଲାଯିବ।
ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଷ୍ଟିସଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ କରାଯିବ। ଏ ସମସ୍ତ କାର୍ଯ୍ୟ ସାର୍ବନଜନୀନ ଭାବେ ହେଉଛି।ବିଜେପି ନେତାଙ୍କୁ ଏହା ଦେଖାଯାଉନାହିଁ କି ବୋଲି ପଚାରିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର। ଓଡ଼ିଶାର ସବୁ ଲୋକ ବିରୋଧୀଙ୍କ ଏ କଥା ବୁଝି ସାରିଛନ୍ତି। ବିରୋଧୀ ପର୍ଯ୍ୟଟକ ଭାବେ ଆସୁଛନ୍ତି ନିର୍ବାଚନ ସରିଲେ ଏଠାରୁ ଫେରିଯିବେ। ପୁଣି ୨୦୨୯ରେ ଦେଖାଦେବେ। ଓଡ଼ିଶାର ଲୋକଙ୍କୁ ଭଣ୍ଡେଇବା ପାଇଁ ଏ ବ୍ୟବସ୍ଥା କରିଛନ୍ତି।ଏହାକୁ ବିଜେଡି ଘୋର ବିରୋଧ କରୁଛି। ଗୋଟିଏ ଦାୟିତ୍ଵହୀନ ରାଜନୀତି ଦଳର କାର୍ଯ୍ୟ ଚିନ୍ତାଜନକ।
ଏଏସଆଇକୁ ବ୍ୟବହାର କଲେ, ସୁପ୍ରିମକୋର୍ଟ ପାଖରେ ଆବେଦନ କଲେ, ସବୁ ଖାରଜ ହେଲା। ବିରୋଧୀ ନେତା ବିଭ୍ରାନ୍ତିକର ମତ ଦେଉଛନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିରୁ ବାହାରେ ରଖନ୍ତୁ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର। ଅନ୍ଯ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ଏ କଥା ପ୍ରଚାର କରୁଛନ୍ତି।ରାଜନୀତିରେ ଶାଳୀନତା ଥାଏ, ହେଲେ ବିଜେପି ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଏହାକୁ ରଖିନାହିଁ। ରାଜନୀତିରେ କାହା ବିଷୟରେ ଅଶାଳୀନ ଭାଷା ବ୍ୟବହାରକୁ ଗ୍ରହଣ କରିବନି ଓଡ଼ିଶା। ଶାଳୀନତା ରାଜନୀତିରେ ପ୍ରମୁଖ ଆବଶ୍ୟକତା। ଆଉ ଶାଳନୀତା ରାଜନୀତିର ପ୍ରତୀକ ହେଉଛନ୍ତି ନବୀନ ବାବୁ। ବିଜେଡି ଏ ପ୍ରଚାର ଢାଞ୍ଚାକୁ ବିରୋଧ ସହ ନିନ୍ଦା କରୁଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର।
ଆସିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ, ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସବୁଠୁ ଧନୀ
ଭୁବନେଶ୍ବର: ଆସିଲା ତୃତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳି ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ । ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା ।
୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ବୋଲି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ଥିବାବେଳେ କେନ୍ଦୁଝର ଚମ୍ପୁଆର ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ।
ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ଵାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।
ତେବେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ସେହିପରି ପୁରୀ ବ୍ରହ୍ମଗିରି ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ଘଡେଇ ଓ ଖୋର୍ଦ୍ଧା ଭୁବନେଶ୍ଵର ଉତ୍ତର ସିପିଆଇ-ଏମଏଲ ପ୍ରାର୍ଥୀ ଗୋପୀନାଥ ନାୟକଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୨ ହଜାର ଟଙ୍କା ବୋଲି ଜଣାପଡିଛି । ତୃତୀୟ ପର୍ଯ୍ୟାୟର ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି । ୧୧ ଜଣ ପ୍ରାର୍ଥୀ ପଞ୍ଚମ ପାସ କରିଥିବା ନେଇ ସତ୍ୟପାଠ ଦାଖଲ କରିଥିବା ବେଳେ ୩୨ ଜଣ ଅଷ୍ଟମ ପାସ, ୪୯ ଜଣ ଦଶମ, ୮୬ ଜଣ ସ୍ନାତକ, ୬ ଜଣ ଡକ୍ଟରେଟ୍ କରିଛନ୍ତି ।
ସତ୍ୟପାଠ ବିଶ୍ଳେଷଣ ହୋଇଥିବା ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୭ ଜଣ ପୁରୁଷ ହୋଇଥିବା ବେଳେ ୪୪ ଜଣ ମହିଳା । ସେହିପରି ଜଣେ ପ୍ରାର୍ଥୀଙ୍କ ବୟସ ୮୦ ବର୍ଷରୁ ଅଧିକ ଥିବା ବେଳେ ୪୧ରୁ ୫୦ ବର୍ଷ ବୟସ ବର୍ଗରେ ଅଛନ୍ତି ସର୍ବାଧିକ ୧୨୯ ଜଣ ।
ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ
ପୁରୀ: ବ୍ରହ୍ମଗିରି ନିର୍ବାଚନମଣ୍ଡଳି କୃଷ୍ଣପ୍ରସାଦ ମାଲୁଦ ମେଳଣ ପଡ଼ିଆରୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସମାଲୋଚନା। କହିଲେ ମିଛ କହୁଛନ୍ତି ବିରୋଧୀ। କୃଷ୍ଣପ୍ରସାଦବାସୀଙ୍କୁ ଭୂଆଁ ବୁଲାଉଛନ୍ତି। କୃଷ୍ଣପ୍ରସାଦରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି କେନ୍ଦ୍ରକୁ ଆଟାକ୍ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି, ବହୁତ ଲୋକ ଆସି କହୁଛନ୍ତି ଚିଲିକା ଉପରେ ସେତୁ କରିବେ।
୨୦୧୪ରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି ପୁରୀ ଜିଲ୍ଲା ପିପିଲି ମିଟିଂରେ ଚିଲିକା ଉପରେ ସେତୁ କରିବୁ ବୋଲି କହିଥିଲେ। ହେଲେ ୧୦ ବର୍ଷ ହୋଇଗଲା ବର୍ତ୍ତମାନ ପର୍ଯ୍ୟନ୍ତ ସେତୁ ହେଲାନି। ୨୦୨୩ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କେନ୍ଦ୍ରମନ୍ତ୍ରୀ ଚିଲିକା ଉପରେ ସେତୁ ହୋଇପାରିବ ନାହିଁ ବୋଲି କହିଥିଲେ। ଏବେ ପୁଣି କହୁଛନ୍ତି ସେତୁ ହେବ। ଏମାନଙ୍କ କଥାରେ ତାଳମେଳ ରହୁନି। ଲୋକଙ୍କୁ ଠକିବାକୁ, ଭୂଆଁ ବୁଲାଇବାକୁ ମିଛ କଥା କହୁଛନ୍ତି। ଜଣେ ଚିଲିକା ଉପରେ ସେତୁ କରିପାରିବେ। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଉପରେ ୭ଟି, ବୈତରଣୀ ଉପରେ ୫ ସେତୁ କରିବା ସହ ବ୍ରାହ୍ମଣୀରେ ସେତୁ କରିଛନ୍ତି ମୁଖ୍ୟମନ୍ତ୍ରୀ।
ମାଲକାନଗିରିରେ ନକ୍ସଲ ଅଂଚଳରେ ଯେଉଁଠାରେ ଦୀର୍ଘ ୫୦ ବର୍ଷରେ ଯାହା ହୋଇନଥିଲା ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ଚିଲିକା ଉପରେ ମୁଖ୍ୟମନ୍ତ୍ରୀ ହିଁ ସେତୁ କରିପାରିବେ। ସେତୁ କରିବାରେ କେନ୍ଦ୍ର ବାଧା ସୃଷ୍ଟି କରୁଛି। ଯଦି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅନୁମତି ଦେବେ ତାହାଲେ ୩ ବର୍ଷ ଭିତରେ ଚିଲିକା ଉପରେ ସେତୁ ନିର୍ମାଣ ହେବ। ଚିଲିକା ସେତୁ ଲାଗି ୨ରୁ ୫ ହଜାର କୋଟି ଯାହା ଖର୍ଚ୍ଚ ହେବ ନବୀନ ବାବୁ ତାହା ଖର୍ଚ୍ଚ କରିବେ। କେନ୍ଦ୍ର ଅନୁମତି ଦେଲେ ସେତୁ ନିର୍ମାଣ ହେବ। ସାତପଡ଼ାରେ ଫେରି ସେବା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ୨ କୋଟି ୭୦ ଲକ୍ଷରେ ୨ଟି ବଡ଼଼ ଫେରି ଆସିବ। ଡ୍ରେଜିଂ କଲେ ଅଧିକ ଫେରି ଯାଇପାରିବ। ଏଥିଲାଗି ୧୨ କୋଟି ୭୦ ଲକ୍ଷ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ହାତରେ ଯାହା ଅଛି, ସେ କୃଷ୍ଣପ୍ରସାଦ ପାଇଁ କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।
ଫନି ମହାବାତ୍ଯା ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ କୃଷ୍ଣପ୍ରସାଦରେ ପୁନନିର୍ମାଣ କାମ ଲାଗି ମୁଖ୍ୟମନ୍ତ୍ରୀ ସମସ୍ତ ଉଦ୍ଯମ କରିଥିଲେ। ଆସନ୍ତା ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ପ୍ରଥମ ଦସ୍ତଖତ କରି କରି ବିଜୁଳି ବିଲ ଛାଡ କରିବେ। ୯୦ ପ୍ରତିଶତ ଓଡ଼ିଶାବାସୀ ବିଲ ପାଇବେ ନାହିଁ। ଦ୍ଵିତୀୟ ଦସ୍ତଖସ୍ତ ବିଏସକେୱାଇ ନବୀନ କାର୍ଡ ବ୍ୟବସ୍ଥା ଉପରେ କରିବେ। ୬୦ ବର୍ଷ ପରେ ମିଶନ ଶକ୍ତିମାମାନେ ପେନସନ ପାଇବେ । ପଞ୍ଚୁଦୋଳ ପଡ଼ିଆର ଉନ୍ନତୀକରଣ ହେବ, କନ୍ଦାଖାଇ ମେଡିକାଲକୁ ସ୍ପେଶାଲ ମେଡିକାଲ କରାଯିବ। , ଚିଲିକା ପଲିସି କରାଯିବ। ମତ୍ସ୍ଯଜୀବୀ ଉପକୃତ ହେବେ। ନବୀନ ବାବୁଙ୍କ ଚିହ୍ନ ଶଙ୍ଖ ଚିହ୍ନ। ନବୀନ ବାବୁଙ୍କୁ ଶଙ୍ଖ ଚିହ୍ନରେ ଆଶୀର୍ବାଦ କରି ସଂସଦୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହ ବିଧାନସଭା ପ୍ରାର୍ଥୀ ଉମା ସାମନ୍ତରାୟଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଅପିଲ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।
ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିକୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ
ବ୍ରହ୍ମଗିରି: ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପିକୁ ଧୋଇଲେ କାର୍ତ୍ତିକ ପାଣ୍ଡିଆନ । ବ୍ରହ୍ମଗିରିରେ ନିର୍ବାଚନ ପ୍ରଚାର କାଳରେ ବିଜେପିର ଅପପ୍ରଚାର ଉପରେ ଜୋରଦାର ଆକ୍ରମଣ କଲେ ପାଣ୍ଡିଆନ । କହିଲେ,ପରିକ୍ରମା ପ୍ରକଳ୍ପ ନେଇ ମିଛ କହୁଛନ୍ତି ବିଜେପି ନେତା । ପ୍ରକଳ୍ପରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଛି । କିନ୍ତୁ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ୩୫୦ କୋଟି ଟଙ୍କା ।
ଓଡ଼ିଶାରେ ବିଜେପିର ମିଛ ପ୍ରଚାର ଚାଲିବ ନାହିଁ । ଯେଉଁ ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବାକୁ କହୁଛନ୍ତି ବିଜେପି ନେତା । ପ୍ରଥମେ ସେମାନେ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ତାହାର ନିଷ୍ପତି ନିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ କାର୍ଯ୍ୟରେ ବିରୋଧୀଙ୍କ ମୁଣ୍ଡ କାମ କରୁନି । ତେଣୁ ସେମାନେ ଛାନିଆ ହୋଇଯାଇଛନ୍ତି । ବିଜେଡ଼ିର ମାଗଣା ବିଜୁଳି ପ୍ରତିଶ୍ରୁତି ମଧ୍ୟ ବିଜେପିକୁ ଝଟକା ଦେଇଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

